Friday 19th April 2024
ଓଡିଆ ଫିଲ୍ମର ମର୍ଯ୍ୟାଦାକୁ ଦ୍ୱିଗୁଣିତ କରି ଆସିଯାଇଛି ଦମନର ହିନ୍ଦୀ ଟ୍ରେଲର

ଓଡିଆ ଫିଲ୍ମର ମର୍ଯ୍ୟାଦାକୁ ଦ୍ୱିଗୁଣିତ କରି ଆସିଯାଇଛି ଦମନର ହିନ୍ଦୀ ଟ୍ରେଲର

ସିନେମା ପାଇଁ ସମସ୍ତଙ୍କର ଭଲପାଇବା ଓ ଆବେଗ ଭରପୂର ରହିଥାଏ । ଆଉ ଯେତେବେଳେ କଥା ଆସେ ନିଜ ଭାଷାର ସିନେମା  ବିଷୟରେ ସେତେବେଳେ ମନ ଆହୁରୀ କୁଣ୍ଡେମୋଟ ହୋଇଯାଏ । ସାଉଥ୍ ଇଣ୍ଡଷ୍ଟ୍ରି ବର୍ତ୍ତମାନ ନିଜ ଭାଷାରେ ଫିଲ୍ମ ତିଆରି କରି ପ୍ୟାନ୍ ଇଣ୍ଡିଆ ରିଲିଜ୍ କରିବାରେ ସକ୍ଷମ ହେଉଛନ୍ତି । ଯାହାକି ବର୍ତ୍ତମାନ ସମୟରେ ବଲିଉଡ୍ ଭଳି ଫିଲ୍ମକୁ ଟକ୍କର ଦେଇସାରିଲାଣି । ଆମ ଓଡିଶାରେ ଏହିଭଳି ଦିନ କେବେ ଆସିବ ବୋଲି ଚାତକ ଭଳି ଚାହିଁରହିଥିଲେ ଓଡିଆ ସିନେପ୍ରେମୀ । କଣ କଲେ ଓଡିଆ ସିନେମାକୁ ବି ଏକ ସ୍ୱତନ୍ତ୍ର ପରିଚୟ ମିଳିବ ତାହା ହିଁ ଥିଲା ବଡ ଚିନ୍ତା । ଆଉ ଦୀର୍ଘ ୨୦ ବର୍ଷ ପରେ ଏହି ଆଶା ଓ ଭରସାକୁ ସତ ସତିକା ଘଟଣାରେ ପରିଣତ କଲା ଏକ ଭିନ୍ନ କାହାଣୀ ନେଇ ଆସିଥିଲା ଫିଲ୍ମ ଦମନ । ଏହି ଚଳଚିତ୍ରରେ ଥିଲା କେବଳ ଆମ ମାଟିର କଥା,କେବଳ ଆମ ଓଡିଶାର କଥା ,କେବଳ ନିଚ୍ଛକ ଅନୁଭୂତିର କଥା । ଆଉ ବାସ୍ ସେଇଥିପାଇଁ ଓଡିଶା ଲୋକଙ୍କ ମନକୁ ଛୁଇଁପାରିଲା ଫିଲ୍ମ ଦମନ । DAMAN Hindi Trailer | Babushaan Mohanty | Daman hindi release date | Daman Hindi Dubbed movie update - YouTubeଓଲିଉଡ଼ର ଭବିଷ୍ୟତ ଅନ୍ଧାର ଘେରରେ ଚାଲିଥିବା ବେଳେ, ଅଲୋକ ଦେଖାଇଥିଲା ଫିଲ୍ମ “ଦମନ” । ଫିଲ୍ମ ଟି ଦର୍ଶକଙ୍କ ମନକୁ ଏମିତି ଜିଣି ଥିଲା ଯେ ଫିଲ୍ମ ଟି ଓଡ଼ିଶା ବାହାରେ ମଧ୍ୟ ଚାଲିଲା । କିନ୍ତୁ ଏହା ଏତେ ଲୋକ ମାନଙ୍କୁ ପସନ୍ଦ ଆସିଥିଲା ଯେ ଏହାର ହିନ୍ଦୀ ଡବିଂ ତିଆରି ହେଉ ବୋଲି ଲୋକ ଡିମାଣ୍ଡ କରିଥିଲେ । ଯେଉଁ ଅପେକ୍ଷାର ଅନ୍ତ ଏବେ ଘଟିଛି, ହିନ୍ଦୀରେ ଡବିଂ ହୋଇ ପ୍ରେକ୍ଷାଳୟକୁ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଫିଲ୍ମ “ଦମନ” । ଯାହାର ଅଫିସିଆଲ ଟ୍ରେଲର ଆଜି ରିଲିଜ ହୋଇଛି ବଲିଉଡ୍ ପ୍ରଯୋଜନା ସଂସ୍ଥା ପାନୋରମା ଷ୍ଟୁଡିଓଜ ଚ୍ୟାନେଲରେ । ଭିନ୍ନ କାହାଣୀକୁ ନେଇ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଫିଲ୍ମକୁ ଏବେ ହିନ୍ଦୀ ଦର୍ଶକ ମଧ୍ୟ ଦେଖିପାରିବେ । ଯାହା ୩ ଫେବୃୟାରୀ ୨୦୨୩ରେ ରିଲିଜ୍ ହେବାକୁ ଯାଉଛି ।

ବାବୁସାନଙ୍କ ଅଭିନୀତ “ଦମନ” ରାଜ୍ୟର ମାଓଅଧୁଷିତ ଅଞ୍ଚଳରେ ସ୍ୱାସ୍ଥ୍ର‌୍ୟସେବା ପହଞ୍ଚାଇବାକୁ ଉଦ୍ୟମ କରି ସଫଳ ହୋଇଥିବା ଜଣେ ଡାକ୍ତରଙ୍କ ସଂଘର୍ଷମୟ କାହାଣୀ । ଯାହାକୁ ବଲିଉଡ୍‌ର ବହୁ ବଡ଼ ବଡ଼ କଳାକାର ନିଜ ଟ୍ୱିଟରରେ ଟ୍ୱିଟ କରିଛନ୍ତ । ଅଜୟ ଦେବଗନ୍ ନିଜ ଟ୍ୱିଟରରେ ପୋଷ୍ଟ କରି ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି । ସେହିଭଳି ବାଣିଜ୍ୟ ବିଶ୍ଲେଷଣ ତରଣ ଆଦର୍ଶ ବି ଟ୍ୱିଟ୍ କରି କହିଛନ୍ତି କି ଓଡ଼ିଆ ଫିଲ୍ମ “ଦମନ” ହିନ୍ଦୀ ଡବିଂ ରିଲିଜ୍ ହେବାକୁ ଯାଉଛି ୩ ଫେବୃୟାରୀ ୨୦୨୩ରେ ।

ଓଡ଼ିଆ ସାମାଜିକ ଡ୍ରାମାକୁ ନେଇ ହିନ୍ଦୀରେ ଡବିଂ କରାଯାଇଥିବା “ଦମନ”, ସମଗ୍ର ଭାରତର ପ୍ରେକ୍ଷାଳୟକୁ ଆସିବ । ବିଶାଲ୍ ମୋର‌୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦ୍ୱାରା ଲିଖିତ ତଥା ନିର୍ଦ୍ଧେଶିତ ଏହି ଚଳଚିତ୍ର ଗତ ବର୍ଷ ୪ ନଭେମ୍ବରରେ ଓଡ଼ିଶାରେ ରିଲିଜ୍ ହୋଇଥିଲା । ଯେଉଁଥିରେ ବାବୁସାନଙ୍କ ଅଭିନୟ କୁ ନେଇ ଅନେକ ପ୍ରଶଂସା କରାଯାଇଥିଲା, ଯାହାକୁ ଟିକସମୁକ୍ତ କରିଥିଲେ ଓଡ଼ିଶା ସରକାର । କେବଳ ବାବୁସାନ୍ ନୁହଁନ୍ତି ବରଂ ଓଡ଼ିଆର ଜଣେ ନବାଗତ କଳାକାର ଦିପନ୍ୱୀତ୍‌ଙ୍କ ଅଭିନୟରେ ଖୁବ୍ ମୋହିତ ହୋଇଥିଲେ ଦର୍ଶକ । ବର୍ତ୍ତମାନ ହିନ୍ଦୀ ଟ୍ରେଲରରେ ବାବୁଶାନ୍‌ଙ୍କ ଚରିତ୍ରକୁ ଖୁବ୍ ସୁନ୍ଦର ଭାବେ ଭଏସ ଦେଇଛନ୍ତି ସଙ୍କେତ ମାତ୍ରେ ଯିଏକି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ ଚଳଚିତ୍ରରେ ନିଜର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି । ଏହି ସିନେମା ବର୍ତ୍ତମାନ ଏକ ଇମୋସନ ପାଲଟି ଯାଇଛି, କେବଳ ଓଡ଼ିଶାବାସୀଙ୍କର ନୁହେଁ ବରଂ ସାରା ଭାରତବାସୀଙ୍କ ହୃଦୟ ଜିତିବାର ଲକ୍ଷ ନେଇ ଆଗେଇ ଚାଲିଛି ଦମନ

CATEGORIES
TAGS
Share This

COMMENTS

Wordpress (0)
Disqus ( )