Wednesday 24th April 2024
Entertainment-‘ମୁଁ କାହାକୁ କାମ ମାଗେନି ,ମୋ ଟ୍ୟାଲେଣ୍ଟ ପାଇଁ ମୋତେ କାମ ମିଳେ’:ଏଲି ପାଢି

Entertainment-‘ମୁଁ କାହାକୁ କାମ ମାଗେନି ,ମୋ ଟ୍ୟାଲେଣ୍ଟ ପାଇଁ ମୋତେ କାମ ମିଳେ’:ଏଲି ପାଢି

ଓଲିଉଡ୍ ହେଉ କି ବଲିଉଡ୍ ଏହି ଅଭିନୟ ଲାଇନ୍‌କୁ ଅନେକ ପିଲା ଆସନ୍ତି, ଆଉ ନିଜ କ୍ୟାରିୟର ଗଢ଼ନ୍ତି । କିଏ ନିଶା ପଇଁ ଏଠିକି ଆସେ ତ ଆଉ କିଏ ପେଷା ପାଇଁ । ଏଥିରେ କାମ କରି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବା ଥାଏ ସବୁ କଳାକାରଙ୍କର ଇଚ୍ଛା । ଆମ ଓଡ଼ିଶାରେ ସେମିତି ଜଣେ ଚିହ୍ନା ଚେହେରା ଅଛନ୍ତି ଯିଏକି ଆଲବମ୍‌, ସିରିଏଲ୍‌, ଆଙ୍କରିଙ୍ଗ, ଡ୍ୟାନ୍ସିଂ ଆଦି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଚାଲିଛନ୍ତି । ସେ ଆଉ କେହି ନୁହଁନ୍ତି ଆପଣଙ୍କର ଅତି ପ୍ରିୟ ଅଭିନେତ୍ରୀ ଏଲି ପାଢ଼ି । ଆସନ୍ତୁ ତାଙ୍କ ସହ କଥା ହେବା ଆଉ ଜାଣିବା ସେ କେତେ ସଂଘର୍ଷ କରି ଏହି ଲାଇନ୍‌ରେ ନିଜ କ୍ୟାରିୟର ଗଢ଼ି ତୋଳି ପାରିଛନ୍ତି ।

ଏଲି ପାଢ଼ିଙ୍କୁ ଲୋକ କେମିତି ଆଉ କେବେଠୁ ଜାଣିବା ଆରମ୍ଭ କଲେ?

ଉ- “ମତେ ଲୋକ ଗୋଟେ ଭଲ ଡ୍ୟାନ୍ସର ଭାବେ ଜାଣିଥିଲେ ପ୍ରଥମେ । କାରଣ ମୁଁ ଯେତେବେଳେ ମୋ କ୍ୟାରିୟର ଆରମ୍ଭ କଲି ସେତେବେଳେ ଆଲବମ୍ ର ପ୍ଲାଟଫର୍ମ ଥିଲା, ଯେଉଁଠୁ ସେତେବେଳେ ନିଜ କ୍ୟାରିୟର ସମସ୍ତେ ଆରମ୍ଭ କରୁଥିଲେ । ଆଲବମ୍ ରୁ କାମ କରି ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କ ନା’ରୁ ହିଁ ଲୋକମାନେ ସେମାନଙ୍କୁ ଜାଣୁଥିଲେ । କାରଣ ଆଲବମ୍ ରେ ଲେଖାଯାଉଥିଲା ଆଲବମ୍ ରେ କିଏ ଅଭିନୟ କରୁଛନ୍ତି” । ଯଦି ମୁଁ ସିରିଏଲରୁ କାମ ଆରମ୍ଭ କରିଥାନ୍ତି ତେବେ ଲୋକ ମତେ ମୋ ଚରିତ୍ରରର ନା’ରୁ ମତେ ଚିହ୍ନିଥାନ୍ତେ ।

କେଉଁ କେଉଁ ପ୍ରୋଜେକ୍ଟରେ ଏଲି ଲିଡ୍ ରୋଲ୍‌ରେ ନଜର ଆସିଛନ୍ତି?

ଉ-“ ମୁଁ ବହୁତ ଲିଡ୍ କାମ କରିଛି, ମୁଁ ୬ଟା ସିରିଏଲରେ ପଜେଟିଭ ଚରିତ୍ରରେ ଅଭିନୟ କରିଛି । ଏହା ବ୍ୟତୀତ ୪ ରୁ ୫ ଟି ଫିଲ୍ମରେ ବି ମଧ୍ୟ ମୂଖ୍ୟ ନାୟିକା ଭାବେ କାମ କରିଛି ।”

ଆପଣ କଣ କହିବେ ଆଜିକାଲିର ଯୁବ ପିଢ଼ିଙ୍କୁ ଯେଉଁମାନେ ଆଙ୍କରିଙ୍ଗରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି?

ଉ- “ଆଜିକାଲିକା ସମୟରେ ପଇସା କମେଇବା ବହୁତ ସହଜ ବୋଲି ମୁଁ ଭାବେ କାରଣ, ୟୁଟ୍ୟୁବରେ ଲୋକ ବହୁତ ସହଜରେ ଘରେ ରହିକି ଭିଡିଓ ତିଆରି କରିକି ବି ପଇସା ଇନ୍‌କମ୍ କରିପାରୁଛନ୍ତି । ତେଣୁ ଆଙ୍କରିଙ୍ଗରେ କାହିଁକି କ୍ୟାରିୟର ଗଢ଼ିପାରିବେ ନାହିଁ । କରିପାରିବେ କିନ୍ତୁ ସେତିକି ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ।”

ଏଲି ପାଢ଼ି ଆଙ୍କରିଙ୍ଗ ପାଇଁ ନା ଅଭିନୟ ଦୁନିଆ ପାଇଁ ବେଶୀ ଡେଡିକେଟେଡ୍‌?

ଉ- ଆଙ୍କରିଙ୍ଗ ହେଉ କିମ୍ବା ଅଭିନୟ ୨ଟା ଯାକ ମୋ ପାଇଁ କାମ, ଆପଣ ଯେଉଁଭଳିଆ ବି କାମ କରନ୍ତୁ, କାମକୁ ଭଲ ପାଇବା ଦରକାର । ତେଣୁ “ମୁଁ କହିବି କି ମତେ ଦୁଇଟା ଯାକ ହିଁ ପସନ୍ଦ, ମତେ ଅଭିନୟ କରିକି ଲୋକ ମାନଙ୍କୁ ଏଣ୍ଟଟେନ୍ କରିବାକୁ ବି ଭଲ ଲାଗେ ଆଉ ମତେ ଆଙ୍କରିଙ୍ଗ କରିକି ବି ଲୋକ ମାନଙ୍କୁ ଖୁସି କରିବାକୁ ବି ଭଲ ଲାଗେ” ।

ପିଲା ବେଳୁ ଏଲିଙ୍କର ଭବିଷ୍ୟତରେ କଣ ହେବାକୁ ଇଚ୍ଛା ଥିଲା?

ଉ- “ମୋ ମା’ ହେଉଛନ୍ତି ଜଣେ ଡ୍ୟାନ୍ସର, ତ ପିଲା ବେଳୁ ହିଁ ମୁଁ ଡ୍ୟାନ୍ସ କରୁଥିଲି । ତେଣୁ ଧିରେ ଧିରେ ଏହି ଲାଇନ ପ୍ରତି ମୋ ଇଣ୍ଟରେଷ୍ଟ ବଢ଼ିଲା । ଇଚ୍ଛା ଥିଲା ଯେହେତୁ ଆର୍ଟ ଲାଇନ୍‌କୁ ଆସିବାକୁ ତେଣୁ ମତେ ସହଜ ବି ହେଲା” । ପ୍ରଥମେ ଆଲବମ୍‌ରୁ ମୋ କ୍ୟାରିୟର ଆରମ୍ଭ କରିଲି । ତାପରେ ଧିରେ ଧିରେ ଅଭିନୟ କରିବା ଆରମ୍ଭ କଲି, ଆଉ ଏବେ କରୁଛି ।

ଏଲି କାମ ମାଗନ୍ତି ନା ଆପେ ଆପେ କାମ ମିଳିଯାଏ?

ଉ- “ଆପଣ ମୋର ଇଗୋ ଭାବିପାରନ୍ତିି କିନ୍ତୁ ଏଭଳି ପରିସ୍ଥିତି ମୋର କେବେ ଆସିନାହିଁ । କାମ ଆରମ୍ଭ କରିବା ଦିନ ଠାରୁ ମୁଁ କେବେ କହାକୁ କାମ ମାଗିନାହିଁ । ମୋ ପାଇଁ କେବେ କୌଣସି ନିର୍ଦ୍ଧେଶକ କି ପ୍ରଯୋଜକ ଲଢ଼ି ନାହାଁନ୍ତି କି ମତେ ଏଲି ହିଁ ଦରକାର ଏଇ କ୍ୟାରେକ୍ଟର ପାଇଁ । ଅଫର ଆସିଲେ ଭଲ ଲାଗେ ମତେ, ମୁଁ ଭାବେ କି ମୋ ସକ୍ଷମତା ଦେଖିକି ମତେ ନିର୍ଦ୍ଧେଶକ କି ପ୍ରଯୋଜକ କାମ ଦିଅନ୍ତୁ । ମୋ ଫେସ ପାଇଁ କିମ୍ବା ମୁଁ ମାଗିଲେ କାମ ମତେ ମଳିବ ସେଇ ଜିନିଷ ମତେ ଭଲ ଲାଗେନ” ।

ଝିଅଙ୍କ ପାଇଁ ସିନେମା ଲାଇନ୍ ଭଲ ନୁହେଁ, ଏହାକୁ ନେଇ ଏଲି କଣ ଭାବନ୍ତି?

 

ଉ- ପ୍ରଥମ କଥା ସବୁ ଲାଇନ୍‌ରେ ଭଲ ଲୋକ ବି ଥାନ୍ତି ଓ ଖରାପ ଲୋକ ବି । କିନ୍ତୁ “ଏଇ ଲାଇନ୍‌କୁ ଆଜିକାଲି ଯେଉଁ ପିଲା ବି ଆସୁଛନ୍ତି କ୍ୟାରିୟର ଗଢ଼ିବା ପାଇଁ, ସେମାନେ ଭାବୁଛନ୍ତି କି ଆମେ ରାତାରାତି କେମିତି ହିରୋ, ହିରୋଇନ୍ ହେଇଯିବୁ । ସେମାନେ ଭାବନ୍ତି ନାହିଁ କି ସିରିଏଲ୍‌ରେ କି ଗୀତରେ ବି ଅଭିନୟକ କରିକି ହିରୋ , ହିରୋଇନ୍ ହେଇପାରିବେ । ତେଣୁ କଷ୍ଟ ନକରି କେମିତି ସହଜ ଉପାୟରେ ଆମେ ଆଗକୁ ବଢ଼ିବୁ ସେମାନେ ଦେଖିଥାନ୍ତି । ଇଣ୍ଡଷ୍ଟ୍ରିରେ କିଛି ପୁରୁଣା ଲୋକ ଅଛନ୍ତି ବୋଲି ଇଣ୍ଡଷ୍ଟ୍ରି ବଞ୍ଚିକି ଅଛି ନହଲେ ନୂଆ ପିଲାଙ୍କ ହାତରେ ଯଦି ସେହି ଭାର ଦିଆଯାଏ ରାତା ରାତି ସେମାନେ ଇଣ୍ଡଷ୍ଟ୍ରିକୁ ବୁଡ଼େଇ ଦେବେ” । “ରହିଲା ଝିଅ ପିଲାଙ୍କ କଥା କି କାଷ୍ଟିଂକାଉଚ୍ କଥା, ମୁଁ ୨୦ ବର୍ଷ ଏଇ ଲାଇନ୍‌ରେ କାମ କରି ଆସିଲିଣି, ମୁଁ ଏଭଳିଆ ପରିସ୍ଥିତି କେବେ ଫେସ କରିନାହିଁ । ଯଦି ମୁଁ କରିନି ତ ମୁଁ କହିପାରିବିନିକି ମୋ ଇଣ୍ଡଷ୍ଟ୍ରିରେ ଏଭଳି କିଛି ହେଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )