Thursday 25th April 2024
ଅଧିକ ଖାଉ ନଥିଲେ ବି ମୋଟା ହେଇଯାଉଛନ୍ତି କି? ଜାଣନ୍ତୁ ପ୍ରକୃତ କାରଣ

ଅଧିକ ଖାଉ ନଥିଲେ ବି ମୋଟା ହେଇଯାଉଛନ୍ତି କି? ଜାଣନ୍ତୁ ପ୍ରକୃତ କାରଣ

Obesity ବା ମୋଟାପଣ ଆଜିର ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଅନେକ ଲୋକ ଯେଉଁମାନେ ଆଜିର ସମୟରେ Obesity ଶିକାର ହେଉଛନ୍ତି । ସେମାନେ ଭାବିଥାଆନ୍ତି କି ମୋଟାପଣ ହେବାର ଗୋଟିଏ ହିଁ କାରଣ ରହିଛି ତାହା ହେଉଛି ମାତ୍ରାଧିକ ଖାଦ୍ୟ ଖାଇବା । ଆନେକ ଲୋକଙ୍କ ପାଖରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ସେମାନେ କମ୍ ଖାଇ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । କିନ୍ତୁ ମୋଟାପଣର ଶିକାର ହେବା ପାଇଁ କେବଳ ଖାଦ୍ୟ ଖାଇବା ଏକ କାରଣ ନୁହେଁ । ଏହାର ଅନେକ ଗୁଡ଼ିଏ କାରଣ ଥାଇପାରେ, ତେଣୁ ମୋଟାପଣ କମେଇବା ପାଇଁ ପ୍ରଥମେ ଆପଣଙ୍କୁ ସେହି କାରଣ ସବୁକୁ ଜାଣିବାକୁ ପଡ଼ିବ । ତେବେ ଯଦି ଆମେ କେବଳ ଖାଦ୍ୟକୁ ନେଇ କଥା ହେବା, ଖାଦ୍ୟରେ ମଧ୍ୟ ପ୍ରକାର ରହିଛି । କେଉଁ ଖାଦ୍ୟ ଖାଇଲେ ମୋଟା ହେବାର ସମ୍ଭାବନା ରହିଛି ଏବଂ କେଉଁ ଖାଦ୍ୟ ଖାଇଲେ ମୋଟା ହେବେ ନାହିଁ । ଏସମ୍ବନ୍ଧରେ କଥା ହେବା ପାଇଁ ଆମେ ଆଜି କଥା ହେବା ଡାକ୍ତର ମୌସୁମୀ ମିଶ୍ରଙ୍କ ସହ ଓ ଜାଣିବା କେଉଁ ଖାଦ୍ୟ ଖାଇବା ଦରକାର ଓ କେଉଁ ଡାଏଟକୁ ମାନିବା ଦରକାର ।

୧. ଓଜନ ମାପିବା- Only Focusing On The Scale

ଆପଣ ସବୁଦିନ ଯଦି ଆପଣଙ୍କ ଓଜନ ମାପୁଛନ୍ତି, ତେବେ ମୋଟା ହେବାର ଏହା ଏକ କାରଣ ହୋଇପାରେ । ସବୁଦିନ ଓଜନ ମାପିବା ଦ୍ୱାରା ତାହା ଆପଣଙ୍କ psychology ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଫଳରେ ଆପଣ ନିଜକୁ କହିବା ଆରମ୍ଭ କରିଦିଅନ୍ତି କି ମୋଟାପଣ ମୋର କମୁନାହିଁ । ଏଠି ମୁଁ କହିବି କି ଆମ ଶରୀରରେ ପାଣି ମଧ୍ୟ ଥାଏ ଯାହାକି ଓଜନ ଥାଏ । ତେଣୁ ଆପଣ ସବୁଦିନ ଓଜନ ମାପିଲେ ବି ମଧ୍ୟ ଆପଣଙ୍କର ୧.୮କେ.ଜି ଓଜନ ଉପର ତଳ ହେବ ।

୨. ଅଧିକ ମାତ୍ରାରେ କିମ୍ବା ପୁରା କମ୍ କ୍ୟାଲୋରୀର ଖାଦ୍ୟ ଖାଇବା- Eating Too Many Or Too Few Calories

ଯଦି ଆପଣ ନିଜେ ବି ମାପୁଛନ୍ତି କି ଦିନକୁ ଆପଣ କେତେ ମାତ୍ରାରେ calorie ଗ୍ରହଣ କରୁଛନ୍ତି, ତଥାପି ଜାଣିପାରୁ ନାହାଁନ୍ତି । ଆଉ ଆପଣ ମାତ୍ରାଧିକ calorie ଖାଇ ଦେଉଛନ୍ତି ତେବେ ଆପଣ ମୋଟାପଣର ଶିକାର ହୋଇପାରନ୍ତି । ଏହା ବ୍ୟତିତ ଯଦି ଆପଣ ମୋଟାପଣ କମେଇବା ପାଇଁ କମ୍ calorie ଥିବା ଖାଦ୍ୟ ଖାଉଛନ୍ତି ତେବେ ତାହା ଆପଣଙ୍କ muscle mass କରିଥାଏ । ଯାହାଫଳରେ ଆପଣଙ୍କ ଶରୀରର metabolism କମ୍ ହୋଇଯାଏ ଓ ଆପଣଙ୍କ ଓଜନ ବା ମୋଟାପଣ କମ୍ ହେବା ପରିବର୍ତ୍ତେ ବଢ଼ିବାକୁ ଲାଗେ ।

୩. ଅଧିକ ଏକ୍ସରସାଇଜ୍ କରିବା କିମ୍ବା ଏକ୍ସରସାଇଜ୍ ନକାରିବା- Not Exercising Or Exercising Too Much

ଆମ ଶରୀର ପାଇଁ ଆମେ ଯାହା ଖାଇଥାଉ, ସେସବୁ ହଜମ ହେଲେ ହିଁ ଆମ ଦେହ ପାଇଁ ଭଲ ହୋଇଥାଏ । ସେଥିପାଇଁ ଅଳ୍ପ ହେଉ କିନ୍ତୁ ସବୁ ଦିନ exercise କରିବା ଦରକାର । ମୋଟାପଣ କମେଇବା ପାଇଁ ଆପଣ ଯଦି ବହୁତ ସମୟ exercise କରୁଛନ୍ତି ତେବେ ଆପଣଙ୍କ muscle mass କମ୍ ହୋଇଯାଇଥାଏ ଯାହା ଫଳରେ ଆପଣଙ୍କୁ ପୁରା ଦିନ ଥକା ଥକା ଲାଗେ । ଆପଣଙ୍କ ଓଜନ କମ୍ ହେବା ପରିବର୍ତ୍ତେ ଆପଣଙ୍କ ଓଜନ ବଢ଼ିବାକୁ ଲାଗେ । ସେହିଭଳି ଆପଣ ଯଦି ମୋଟାପଣରୁ ମୁକ୍ତ ହେବାକୁ ଚାହାଁନ୍ତି ମାତ୍ର exercise କରୁନାହାଁନ୍ତି । ତେବେ ତାହା ଦ୍ୱାରା ମଧ୍ୟ metabolism କମ୍ ହୋଇଯାଇଥାଏ ଯାହା ଫଳରେ ଆପଣ ମୋଟା ହେବାକୁ ଲାଗନ୍ତି ।

୪. ଲୋ ଫ୍ୟାଟ୍ କିମ୍ବା ଡାଏଟ୍ ଖାଦ୍ୟ ଖାଇବା- Choosing Low Fat Or Diet Food

ବଜାରରେ ଅନେକ ପ୍ରକାରର ଖାଦ୍ୟ ପ୍ୟାକେଟରେ ମିଳୁଛି, ଯାହାକି ଲୋ ଫ୍ୟାଟ, ଲୋ ସୁଗାର୍‌ର ବୋଲି କୁହାଯାଉଛି । କିନ୍ତୁ ସେଥିରେ ଏତେ ମାତ୍ରାରେ ସୁଗାର ଥାଏ ଯେ ଯାହାକୁ ଆପଣ ମୋଟାପଣ କମ୍ କରିବା ପାଇଁ ଖାଉଛନ୍ତି ତାହା ଆପଣଙ୍କ ମୋଟାପଣ ହେବାର ଅନ୍ୟ ଏକ କାରଣ ହୋଇଯାଏ ।

୫. ଦରକାର ମୁତାବକ ପ୍ରୋଟିନ୍ ନଖାଇବା- Not Eating Enough Protein

Protein ଆମ ଶରୀର ପାଇଁ ଭଲ ହୋଇଥାଏ । ଦିନକୁ ବାର୍ ବାର୍ ଭୋକ ଲାଗିବା କମ୍ କରିଥାଏ, Calories intake କମ୍ କରାଇ ଥାଏ, metabolism କୁ ବଢା଼ଇଥାଏ, ମସଲ୍ ମାସକୁ ବଢ଼େଇଥାଏ । ମାତ୍ର protine ମିଳୁଥିବା ଖାଦ୍ୟ ଲୋକ ବହୁତ୍ କମ୍ ଖାଇଥାଆନ୍ତି ତେଣୁ ମୋଟାପଣର ଶିକାର ହୋଇଥାଆନ୍ତି ।

୬. କମ୍ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା- Not Eating Enough Fiber

ଆଜିର ସମୟରେ ଲୋକ ଯକୌଣସି ବି process food ଖାଉଛନ୍ତି, ସେଥିରେ fiber ର ମାତ୍ରା ବହୁତ୍ କମ୍ ଥାଏ । କିନ୍ତୁ ଆମ ଶରୀରକୁ fiber ଦରକାର ହୋଇଥାଏ ଯାହାକି ଆମ ଶରୀରରୁ energy କୁ ବାହାର କରିଥାଏ ଓ metabolism ଅଧିକ ହୋଇଯାଏ । ଯାହାଫଳରେ ଭୋକ କମ୍ ଲାଗେ ଓ ହଜମ ମଧ୍ୟ ହୋଇଯାଏ କିନ୍ତୁ କିଛି ଲୋକ ସେୟା କରନ୍ତି ନାହିଁ ଯାହା ଫଳରେ ମୋଟାପଣର ଶିକାର ହୋଇଥାନ୍ତି ।

୭. ଭୋକ ଲାଗୁ ନଥିଲେ ବି ଖାଇବା- Eating Too Often, Even If You’re Not Hungry

ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଭୋକ ଲାଗୁ କି ନାହିଁ ଟିଭି ଦେଖୁ ଦେଖୁ କିଛି କରିବାର ଅଛି ଭାବିକି ଖାଇବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ସେମିତି କିଛି କରୁଛନ୍ତି ତେବେ ଆପଣ ବି ମୋଟାପଣର ଶିକାର ହୋଇଯିବେ ।

୮. ଯାହା ସମ୍ଭବ ନୁହେଁ ସେହି ବିଷୟରେ ଭାବିବା- Unrealistic Expectations

ବହୁତ ଜଣ ଲୋକ ଏମିତି ଥାଆନ୍ତି ଯେଉଁମାନେ ଭାବନ୍ତି କି ୧୫ ଦିନରେ ଆମେ ମୋଟାପଣରୁ ମୁକ୍ତି ପାଇ ପାରିବୁ । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଦେଖି କିମ୍ବା କେଉଁଠାରୁ ପଢ଼ି ଭାବନ୍ତି କି ୧୫ ଦିନ କି ୩୦ ଦିନ ଭିତରେ ଆମ ଓଜନ କମିଯିବ ତାହା ହୁଏ ନାହିଁ । ସବୁ କଥାରେ ଅଧିକ ଭାବିବା ବି ଭୁଲ୍ ହୋଇଥାଏ ଯାହା କି ମୋଟାପଣ ବଢ଼ିବାର ଅନ୍ୟ ଏକ କାରଣ ହୋଇଥାଏ ।

୯. ଖାଦ୍ୟ ସେବନର ସଠିକ୍ ଅନୁଧ୍ୟାନ- Not Tracking What You Eat

ଦିନକ ଭିତରେ ଆପଣ ଯାହା ବି ଖାଉଛନ୍ତି ତାର ଅନୁଧ୍ୟାନ ରଖୁ ନାହାଁନ୍ତି, ଯାହାକି ମୋଟା ହେବାର ଅନ୍ୟ ଏକ କାରଣ ହୋଇପାରେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜାଣିବା ଦରକାର କି ସେମାନେ ଗୋଟିଏ ଦିନରେ କେତେ fiber, fat, protine ଓ calories ଥିବା ଖାଦ୍ୟ ଖାଉଛନ୍ତି । ତେଣୁ କିଛି ଲୋକ ଯେଉଁ ମାନେ ଏହା ଧ୍ୟାନ ରଖନ୍ତି ସେମାନେ ଶୀଘ୍ର ମୋଟାପଣରୁ ମୁକ୍ତି ପାଆନ୍ତି, ଅନ୍ୟମାନଙ୍କ ତୁଳନାରେ। ଯାହା ଫଳରେ fiber, fat, protine ଓ calories ମାତ୍ରାଧିକ ହୋଇଯାଏ ଓ ବ୍ୟକ୍ତିଟି ମୋଟା ହେବାକୁ ଲାଗେ ।

୧୦. ସୁଗାର ଡ୍ରିଙ୍କ- Drinking Sugar

ସୁଗାର ଡ୍ରିଙ୍କ ବା କୋଲ୍ଡ ଡ୍ରିଙ୍କ ଏ ସବୁରେ ଏତେ ମାତ୍ରାର ସୁଗାର ଥାଏ ଯେ ଯାହାକି ପରବର୍ତ୍ତି ସମୟରେ fat ଆକାରରେ ଆପଣଙ୍କ ଶରୀରରେ ଜମା ହୋଇଯାଏ । ଅନେକ ଲୋକ ଜୁସ୍ ପିଇଥାନ୍ତି ଏହା ଭାବିକି କି ଏହା ତ ଫଳ ରସ ଏଥିରେ ସୁଗାର ନଥାଏ । କିନ୍ତୁ ଗୋଟିଏ ଗ୍ଲାସ ସେଓ ରସ ବା ଜୁସ୍‌ରେ ୩୬ଗ୍ରାମର ସୁଗାର ଆପଣଙ୍କୁ ମିଳିଯିବ । ଯାହା କି ମୋଟାପଣ ହେବାର ଅନ୍ୟ ଏକ କାରଣ ହୋଇଥାଏ ।

ଅଧିକ ନଖାଇଲେ ବି ଲୋକ ମୋଟା କେମିତି ହେଉଛନ୍ତି?

ପ୍ରତ୍ୟେକ ଟି ମଣିଷକୁ ନିଜ ଶରୀର ପ୍ରତି ନିଜେ ପ୍ରଥମେ ଧ୍ୟାନ ଦେବାକୁ ପଡ଼ିବ । ସାଧାରଣତଃ ଆମେ ଦେଖିଛେ ଘରେ ମା’ ମାନେ ଘରେ ସମସ୍ତେ ଖାଇସାରିଲା ପରେ ଖାଇଥାନ୍ତି । ଯାହା ବି ଖାଆନ୍ତି ତାର ଗୋଟିଏ ନିର୍ଦ୍ଧାରିତ ସମୟ ନଥାଏ ଯାହା କି ନା ଟିଫିନ୍‌ରେ ଯିବ ଆଉ ନା ହିଁ ଲଞ୍ଚରେ । ୩୦ବର୍ଷ ପର୍ଯ୍ୟନ୍ତ ଆମ ଶରୀରରେ ସବୁ ଜିନିଷ ଠିକ୍ ଚାଲିଥାଏ, ଆପଣ ଯେତେ ବି ଅନିମିତତା କରନ୍ତୁ ନା କାହିଁକି ଶରୀର କିଛି ବି ପ୍ରତିକ୍ରିୟା କରେ ନାହିଁ । ଆପଣ ଯେତେ ବି ଜଙ୍କ ଫୁଡ଼୍ ଖାଆନ୍ତୁ କିଛି ହେବ ନାହିଁ । କିନ୍ତୁ ଯେତେବେଳେ ଗୋଟିଏ ମହିଳା ୩୫ବର୍ଷ ରୁ ଅଧିକ ହେଉଛନ୍ତି ଏବଂ ଗୋଟିଏ ପୁରୁଷ ୪୦ବର୍ଷରୁ ଅଧିକ ହେଉଛନ୍ତି ସେତେବେଳେ ହଜମ ହେବାରେ ଅସୁବିଧା ହୋଇଥାଏ । ୩୦ବର୍ଷ ପୂର୍ବରୁ ବି ଆପଣଙ୍କ ଶରୀର ଆପଣଙ୍କୁ ସଙ୍କେତ ଦେଇଥାଏ କିନ୍ତୁ ଆପଣ ଶୁଣି ନଥାନ୍ତି । ଏହା ପରେ ଏମିତି ଅନେକ ରୋଗରେ ଆପଣ ଧିରେ ଧିରେ ପଡ଼ିଯାଆନ୍ତି, ଯାହା ଫଳରେ ଆପଣ ମୋଟାପଣର ଶିକାର ହୋଇଯାଇଥାଆନ୍ତି ।What is Obesity? And How to Combat Obesity in the Workplace?

ମୋଟାପଣ କମେଇବାକୁ ଚାହୁଁଥିବା ଲୋକଙ୍କ ପାଇଁ କିଛି ଟିପ୍ସ ଦେବେ?

ଆପଣ ଗୋଟିଏ କଥା ଜାଣିବା ଦରକାର କି ଆପଣ ଯଦି ଗୋଟିଏ ସପ୍ତାହରେ ଦିନକୁ ଯାହା ବି ଖାଉଛନ୍ତି ସେ ମଧ୍ୟରୁ ୩୫୦୦ calories କମ୍ ଖାଉଛନ୍ତି ତେବେ

-ପ୍ରଥମେ ଆପଣ ଆପଣଙ୍କ ଖାଇବାର ଗୋଟିଏ ରୁଟିନ୍ ପ୍ରସ୍ତୁତ କରନ୍ତୁ
-ସବୁଦିନ ଖାଦ୍ୟରେ ଦହି, ଶାଗ, ସାଲାଡ୍ ଖାଆନ୍ତୁ
-ଓଜନ କମେଇବା ପାଇଁ ଆପଣ ରାତିରେ ଫ୍ରୁଟ୍ ସାଲାଡ୍ ଖାଆନ୍ତୁ
-ଫଳ ଖାଆନ୍ତୁ, ଫ୍ରୁଟ୍ ଜୁସ୍ ପିିଇବା କମ୍ କରନ୍ତୁ
-ସବୁ ଖାଦ୍ୟ ଭଲରେ ଚୋବେଇକି ଖାଆନ୍ତୁ
-ଖାଦ୍ୟ ଖାଇଲା ବେଳେ ଅଲଗା କାମ କିଛି କରନ୍ତୁ ନାହିଁ
– exercise ସବୁ ଦିନ କରନ୍ତୁ, ନଚେତ୍ ୧୫ ମିନିଟ୍ ଦିନରେ ଓ ରାତିରେ ଚାଲନ୍ତୁ
-ଯେଉଁ ଖାଦ୍ୟ ଦ୍ୱାରା ଆପଣଙ୍କୁ ମାତ୍ରାଧିକ ଫ୍ୟାଟ ମିଳୁଛି ତାକୁ ଖାଆନ୍ତୁ ନାହିଁ
-ଅତ୍ୟଧିକ ଚକ୍‌ଲେଟ୍‌, ଆଇସ୍‌କ୍ରିମ, ଜଙ୍କ ପୁଡ୍ ଖାଆନ୍ତୁ ନାହିଁ
-ପ୍ରତ୍ୟେକ ଦିନ କୌଣସି ବି ମିଲ୍ ନଛାଡ଼ିବାକୁ ଚେଷ୍ଟା କରନ୍ତୁ
-ସବୁବେଳେ ମନରେ ରଖନ୍ତୁ କି ମତେ ଓଜନ କମେଇବାର ଅଛି
– medicine ମାନଙ୍କ ଠାରୁ ଦୁରେରେ ରୁହନ୍ତୁ
ଗୋଟିଏ ଭଲ ଖାଦ୍ୟ ରୁଟିନ୍ କେମିତି ଫଲୋ କରିବା?

Obesity ବା ମୋଟାପଣ ହେଲା ମାତ୍ରେ ସମସ୍ତଙ୍କ ନଜର ପେଟ ପାଖକୁ ଯାଏ । ଯେଉଁ ଲୋକ ମାନେ ଅଫିସରେ ବସିକି କାମ କରନ୍ତି ସେମାନଙ୍କ ପାଖରେ ଏଭଳି ସ୍ଥିତି ଦେଖିବାକୁ ମିଳେ । ତେଣୁ ପ୍ରଥମେ ଜାଣିବା ଦରକାର କି କଣ ରହିଛି ଏହାର କାରଣ? ଯେହେତୁ ଏତେ ସମୟ ଅଫିସରେ କାମ କରିବାରେ ପଳାଏ । ତେଣୁ ଯେତେବେଳେ ଯାହା ମିଳିଲା ତାହା ଖାଇ ଦେବାକୁ ସମସ୍ତେ ଚାହାଁନ୍ତି, ଯାହାର କୁପ୍ରଭାବ ଆମ ଶରୀରରେ ପଡ଼ିଥାଏ । ଯେଉଁ neutrino ଯେତିକି ଖାଇବା କଥା ତାଠାରୁ ଅଧିକ ଯଦି ଖାଇଲେ ତେବେ ତାହା fatର ରୂପ ନେଇ ପେଟରେ ଜମା ହୋଇଯାଏ ।

-ସେହିଭଳି ବ୍ୟକ୍ତି ୧୬୦୦ କ୍ୟାଲୋରୀର ଖାଦ୍ୟ ଖାଇପାରିବେ
– ଯୋଗ, ସୂର୍ଯ୍ୟ ନମସ୍କାର, ପ୍ରତ୍ୟେକ ଦିନ ୩୦ ରୁ ୪୦ ମିନିଟ୍ ଚାଲିପାରିବେ
– କମ୍ କମ୍ ଖାଦ୍ୟ ଖାଆନ୍ତୁ
-୭୦% ଡାଏଟ୍ ଓ ୩୦% ଏକ୍ସରସାଇଜ୍‌କୁ ଫଲୋ କରନ୍ତୁ
– ୬ଟା ମିଲ୍ ଦିନକୁ ଖାଆନ୍ତୁ
– ୨.୫ ଲିଟରରୁ ୩ ଲିଟର ପାଣି ପିଅନ୍ତୁ
-ଅଫିସରେ ଥିଲା ବେଳେ ଖାଇବା ପରେ ୧୫ମିନିଟ୍ ଅଫିସରେ ଚାଲି ପାରିବେ

ଗୋଟିଏ ଦିନରେ କଣ କଣ ଖାଇପାରିବା?

-Obese ମାନେ ମଧ୍ୟ ୬ଟା ମିଲ୍ ଦିନକୁ ନେଇ ପାରିବେ ।

-ସକାଳ ଗୋଟିଏ ଗ୍ଲାସ ଲିକ୍ୟୁଇଡ୍‌ରୁ କରିବା ଉଚିତ୍‌, ଯେମିତି କି ଆପଣ ହାଲକା ନଖ ଉଷୁମ ପାଣିରେ ଗୋଟିଏ ଚାମଚ୍ ମେଥି ଗୁଣ୍ଡ ପକେଇକି ପିଇ ପାରିବେ, କିମ୍ବା ପୂର୍ବ ରାତିରୁ ଭିଜେଇକି ରଖିଥିବା ଚିଆ ସିଡ୍ସରେ ଗୋଟିଏ ଗ୍ଲାସ ପାଣି ମିଶେଇକି ପିଇ ପାରିବେ ।

-ଖାଲି ପେଟରେ କେବେ ବି ଚାଲିବେ ନାହିଁ, ଚାଲିବାକୁ ଯିବାର ୨୦ ମିନିଟ୍ ପୂର୍ବରୁ ଏନର୍ଜି ଥିବା ଖାଦ୍ୟ ଖାଇକି ଯାଇ ପାରିବେ । ଯେମିତିକି ଗୋଟିଏ କଦଳୀ କିମ୍ବା, ବ୍ରାଉନ୍ ବ୍ରେଡ୍ ସହ ପିନଟ ବଟର ଖାଇପାରିବେ ।

-ଚାଲିକି ଆସିଲା ପରେ ଶରୀରକୁ କିଛି କମ୍ପେ୍ଲକ୍ସ କାର୍ବୋହାଇଡ୍ରେଡ, ପ୍ରୋଟିନ୍ ଥିବା ଖାଦ୍ୟ ଖାଇବା ଦରକାର । ସେଥିପାଇଁ ଆପଣ ଓଟ୍ସ, ମାଣ୍ଡିଆ, ଛତୁଆ, ଗଜା ମୁଗ କିମ୍ବା ସୁଜି ଇଟିଲି ଖାଇପାରିବେ ଓ ଘର ତିଆରି ଜୁସ୍ ପିଇ ପାରିବେ ।

-ଅଫିସ ଯିବା ସମୟରେ କିମ୍ବା କର୍ମ କ୍ଷେତ୍ରକୁ ଯିବା ସମୟରେ ଆପଣ କମଳା, ସେଓ, କାକୁଡ଼ି ଖାଇପାରିବେ ଓ ପଇଡ଼ ପାଣି, ଦହି ସର୍ବତ ପିଇପାରିବେ । ଯଦି ତରବରରେ ରେ କର୍ମ କ୍ଷେତ୍ରକୁ ପଳଉଛନ୍ତି ତେବେ ଆପଣ ୱଲନଟ, ଆଲମଣ୍ଡ ମଧ୍ୟ ନେଇକି ଖାଇପାରିବେ ।

-ଲଞ୍ଚରେ କେବେ ବି ରୁଟି କି ଭାତ ମିଶେଇକି ଖାଇବା ଉଚିତ୍ ନୁହେଁ । ତେଣୁ ଆପଣ କେବଳ ଭାତ ଖାଆନ୍ତୁ ନଚେତ୍ ରୁଟି ଖାଆନ୍ତୁ । ଭାତ ଖାଇବା ମନା କରାଯାଏ କାରଣ ଆମେ ଗୋଟିଏ ଭଲ ପରିମାଣର ଭାତ ଖାଇ ନଥାଉ । ଆମେ ଓଡ଼ିଆ ତ ଆମିଷ ଖାଇଲା ବେଳେ ଆମକୁ ଭାତ ଦରକାର ହୋଇଥାଏ । ତେଣୁ ଆପଣ ଆସିଷ ଖାଇଲା ବେଳେ ଭାତ ଖାଇ ପାରିବେ ଅନ୍ୟ ସମୟରେ ରୁଟି ଖାଇବା ଭଲ ହୋଇଥାଏ । ରୁଟି ସହ ଆପଣ ଡାଲି, ସାଲାଡ୍ ଖାଇ ପାରିବେ, ଦହି ଆପଣ ସବୁ ଦିନ ଖାଆନ୍ତୁ ।

-ସନ୍ଧ୍ୟା ବେଳେ ଖାଇବା ବନ୍ଦ କରନ୍ତୁ ନାହିଁ । ସେହି ସମୟରେ ଆପଣ ଗୋଟିଏ କପ୍ ଗ୍ରୀନ୍ ଟି ପିଇପାରିବେ, ଛେନା, ୧,୨ଟି ଅଣ୍ଡାର ଧଳା ଅଂଶ କିମ୍ବା ଫଳ ମଧ୍ୟ ଖାଇ ପାରିବେ ।

-ରାତିରେ ସବୁଠାରୁ କମ୍‌, ହାଲ୍କା ଛୋଟ ମିଲ୍ ଖାଇବା ଉଚିତ ହୋଇଥାଏ । ଆପଣ ଗୋଟିଏ ଗିନା ଡାଲି, ଡାଲମା, ସନ୍ତୁଳା, ଭଜା, ମାଛ ତରକାରୀ, ଚିକେନ୍ ତରକାରୀ, ଅଣ୍ଡା ଆମ୍‌ଲେଟ୍ ଖାଇପାରିବେ ।

-ରାତିରେ ଖାଇଲା ପରେ ସାଙ୍ଗେ ସାଙ୍ଗ ଶୋଇବାକୁ ଯିବେ ନାହିଁ, ୧୫ ମିନିଟ୍ ଚାଲିଲା ପରେ ଶୋଇବେ ।

-ସବୁଦିନ ୩୦-୪୦ ମିନିଟ୍ ଚାଲିବେ ।ଏଭଳି ହେଲ୍‌ଥ ସମ୍ବନ୍ଧିତ ଖବର ପଢ଼ିବା ପାଇଁ ଆପଣ ମାନେ ଆମ ୱେବସାଇଟ୍ ସହ ଯୋଡ଼ି ହୋଇପାରିବେ

CATEGORIES
TAGS
Share This

COMMENTS

Wordpress (0)
Disqus ( )