Saturday 27th July 2024
ବ୍ରେନ୍ କ୍ୟାନସର କାହିଁକି ହୁଏ ?  କାରଣ ଏବଂ ଲକ୍ଷଣ କଣ ?

ବ୍ରେନ୍ କ୍ୟାନସର କାହିଁକି ହୁଏ ? କାରଣ ଏବଂ ଲକ୍ଷଣ କଣ ?

କ୍ୟାନସର ଅନେକ ପ୍ରକାର ଅଛି । ଯେପରିକି ବ୍ଲଡ୍ କ୍ୟାନସର , ବ୍ଲାଡର କ୍ୟାନସର ,  ସ୍ତନ କ୍ୟାନସର , କିଡନୀ କ୍ୟାନସର , ଫୁସଫୁସ କ୍ୟାନସର , ଓରାଲ୍ କ୍ୟାନସର ଏବଂ ଅନ୍ୟାନ୍ୟ ପ୍ରକାରର କ୍ୟାନସର । ତେବେ ବ୍ରେନ୍ ବା ମସ୍ତିଷ୍କରେ ହେଉଥିବା କ୍ୟାନସରକୁ  ବ୍ରେନ୍ କ୍ୟାନସର କୁହାଯାଏ । କ୍ୟାନସରକୁ କର୍କଟ ରୋଗ ବୋଲି ମଧ୍ୟ କୁହାଯାଏ ।

ତେବେ ବ୍ରେନ୍ କ୍ୟାନସର ବା ମସ୍ତିଷ୍କରେ ହେଉଥିବା କ୍ୟାନସର ବିଷୟରେ ଜାଣିବା ଆଗରୁ ଜାଣିରଖନ୍ତୁ ,ଯେ କ୍ୟାନସର କଣ ? ଏବଂ ଏହା କାହିଁକି ହୁଏ ?

ମସ୍ତିଷ୍କ କର୍କଟ ବା ବ୍ରେନ୍ କ୍ୟାନସର ହେଉଛି ମସ୍ତିଷ୍କରେ କର୍କଟ ବା କ୍ୟାନସର କୋଷର ବୃଦ୍ଧି । ଯେତେବେଳେ କ୍ୟାନସର ସେଲ୍ ଗୁଡିକ ମସ୍ତିଷ୍କରେ ବୃଦ୍ଧି ହୋଇଥାଏ , ସେତେବେଳେ ବ୍ୟକ୍ତିକୁ ହୋଇଥାଏ ବ୍ରେନ୍ କ୍ୟାନସର ବା ମସ୍ତିଷ୍କ କର୍କଟ । କ୍ୟାନସର ସେଲ୍ ଗୁଡ଼ିକ ମସ୍ତିଷ୍କରେ  ଟ୍ୟୁମର ସୃଷ୍ଟି କରେ । ଯାହାକି ଧିରେ ଧିରେ ବଢିଥାଏ  କିମ୍ବା ଦ୍ରୁତ ଗତିରେ ବଢିପାରେ । ଏହାପରେ ବ୍ୟକ୍ତିକୁ ହୋଇଥାଏ ବ୍ରେନ୍ କ୍ୟାନସର ।

ପ୍ରାଥମିକ ସ୍ତରରେ ମସ୍ତିଷ୍କରେ କୋଷଗୁଡ଼ିକର ଅତ୍ୟଧିକ ବୃଦ୍ଧି ହୋଇଥାଏ । ଯାହାକି ବ୍ରେନ୍ ଟ୍ୟୁମର୍ ଭାବରେ ବଢିଥାଏ । ଏହା ଅନ୍ୟ କର୍କଟ ଠାରୁ ଭିନ୍ନ ଯାହାକି ଶରୀରର ଅନ୍ୟ ଏକ ଅଂଶରୁ ଆରମ୍ଭ ହୋଇ ମସ୍ତିଷ୍କକୁ ବ୍ୟାପିଥାଏ । ଯେତେବେଳେ ଏହା ହୋଇଥାଏ , ଏହାକୁ secondary ବା metastasized ମସ୍ତିଷ୍କ କର୍କଟ କୁହାଯାଏ । କିଛି ବ୍ରେନ୍ ଟ୍ୟୁମର ଅତି ଶୀଘ୍ର ବଢିଥାଏ ଏବଂ କିଛି  ଟ୍ୟୁମର ଧିରେ ଧିରେ ବଢେ । ତେବେ ଏହି କ୍ଷତିକାରକ ଟ୍ୟୁମର୍ ଶରୀରର କାର୍ଯ୍ୟକୁ ବାଧା ଦେଇପାରେ । ବ୍ରେନ୍ ଟ୍ୟୁମର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ଏବଂ ଚିହ୍ନଟ ହେବା ମାତ୍ରେ ଏହାର ଚିକିତ୍ସା କରାଯିବା ନିହାତି ଆବଶ୍ୟକ । 

ବ୍ରେନ୍ କ୍ୟାନସର ଏକ ଅଭାବନୀୟ ଘଟଣା । ଆମେରିକୀୟ କ୍ୟାନସର ସୋସାଇଟିରhttps://www.cancer.org/ )ଆକଳନ ଅନୁଯାୟୀ, ଲୋକଙ୍କ ଜୀବନରେ ମସ୍ତିଷ୍କ ଟ୍ୟୁମର ହେବାର ଏକ ପ୍ରତିଶତରୁ କମ୍ ଚାନ୍ସ ରହିଥାଏ ।

ମସ୍ତିଷ୍କ କର୍କଟ ରୋଗର ଲକ୍ଷଣଗୁଡ଼ିକ କ’ଣ ?

କିଛି କ୍ଷେତ୍ରରେ ମସ୍ତିଷ୍କ କର୍କଟ ର କିଛି ଲକ୍ଷଣ ଜଣାପଡିନଥାଏ । ଆଉ ଯେତେବେଳେ ଜଣାପଡିଥାଏ, ସେତେବେଳେ ମସ୍ତିଷ୍କ କର୍କଟ ବା ବ୍ରେନ୍ କ୍ୟାନସର ପ୍ରାଥମିକ ସ୍ତରରେ ନଥାଏ । ମସ୍ତିଷ୍କ କର୍କଟ ରୋଗର ଲକ୍ଷଣ ମସ୍ତିଷ୍କ ଟ୍ୟୁମରର ଆକାର ଏବଂ ଅବସ୍ଥାନ ଉପରେ ନିର୍ଭର କରିଥାଏ । ଅନ୍ୟ କିଛି କ୍ଷେତ୍ରରେ ମସ୍ତିଷ୍କ କର୍କଟ ଅନେକ କମ୍ ଗମ୍ଭୀର ଅବସ୍ଥା ସହିତ ଅନେକ ପ୍ରକାରର ଲକ୍ଷଣ ବାଣ୍ଟିଥାଏ , ବିଶେଷକରି ପ୍ରାରମ୍ଭିକ ଅବସ୍ଥାରେ । 

କେବଳ ଏହି ଲକ୍ଷଣଗୁଡିକ କୁ ନେଇକହିବା ସମ୍ଭବ ନୁହଁ ,ଯେ ବ୍ୟକ୍ତିକୁ ବ୍ରେନ୍ କ୍ୟାନସର ଅଛି | କିନ୍ତୁ ଯଦି ଆପଣ ଏକ ସପ୍ତାହରୁ ଅଧିକ ସମୟ ଧରି ଏହି ଲକ୍ଷଣଗୁଡିକର ସମ୍ମୁଖୀନ ହେଉଛନ୍ତି ତେବେ ହେଇପାରେ ଏହା ବ୍ରେନ୍ କ୍ୟାନସର ର ପାରମ୍ଭିକ ଲକ୍ଷଣ । ଭୟଭୀତ ନହୋଇ ଜଲଦି କୌଣସି Neurologist ସହ କଥା ହୁଅନ୍ତୁ କିମ୍ବା ନିକଟସ୍ତ ଡାକ୍ତରଖାନା ର Neurology department ରେ ଦେଖାନ୍ତୁ । ଭୟଭୀତ ହେବାର କୌଣସି କାରଣ ନାହିଁ । Health Science ରେ ବିଜ୍ଞାନର ଅନେକ ଉନ୍ନତି ଘଟିଛି । CT scan  ରେ ମସ୍ତିଷ୍କକୁ ସ୍କାନ୍ କରି ଅନେକ ରୋଗ ବିଷୟରେ ଆଗରୁ ଜାଣିହେଉଛି । CT scan ରୁ ଅଧିକ ଉନ୍ନତ MRI Scan ଅଛି । MRI Scan ଦ୍ୱାରା ମସ୍ତିଷ୍କକୁ ତନ୍ନ ତନ୍ନ କରି ସ୍କାନ୍ କରିହେଉଛି । ଯାହାଫଳରେ ମସ୍ତିଷ୍କ ଜନିତ ଅନେକ ସମସ୍ୟାର ଭଲଭାବରେ diagnosis କରିହେଉଛି  । ବର୍ତ୍ତମାନର ସମୟରେ Neuroscience ର Neuromedicine ରେ ବହୁତ  development ହୋଇଛି ।

ତେବେ ବ୍ରେନ୍ କ୍ୟାନସର ର ଲକ୍ଷଣ ଗୁଡିକ କଣ ?

ବ୍ରେନ୍ କ୍ୟାନସର Common Symptoms ଗୁଡିକ ହେଲା  :

  •  ମୁଣ୍ଡବିନ୍ଧା ଯାହା ସାଧାରଣତ ସକାଳେ ହୋଇଥାଏ ଏବଂ ବେଳେବେଳେ କିଛି ସମୟ ପାଇଁ ଅସହ୍ୟ ହୋଇପଡେ –

  • ବାନ୍ତି –

  • ସମନ୍ୱୟର ଅଭାବ ବା lack of coordination –

  • ସନ୍ତୁଳନର ଅଭାବ ବା lack of balance –

  • ଚାଲିବାରେ ଅସୁବିଧା –

  • ସ୍ମୃତି ଶକ୍ତି ରେ ହ୍ରାସ ଘଟିବା –

  • ଭାବିବାରେ ଅସୁବିଧା ହେବା –

  • କହିବାରେ ଅସୁବିଧା ହେବା –

  • ଦେଖିବାରେ ଅସୁବିଧାହେବା ବା ଅସ୍ପଷ୍ଟ ଦେଖାଯିବା –

  • ବ୍ୟକ୍ତିତ୍ୱ ପରିବର୍ତ୍ତନ ହେବା କିମ୍ବା ମାନସିକ ରୋଗୀ ପରି ବ୍ୟବହାର କରିବା –

  • ଆଖିର ଗତି ଅସ୍ୱାଭାବିକ ହେବା –

  • ମାଂସପେଶୀରେ ଶୀଥିଳତା କିମ୍ବା ମାଂସପେଶୀ ଟାଣିବା –

  • ସବୁବେଳେ ନିଦ୍ରା ଲାଗିବା କିମ୍ବା drowsiness ଫିଲ୍ ହେବା –

  • ହାତ ଏବଂ ଗୋଡରେ ଛୁଞ୍ଚି ଫୋଡି ହେଲାପରି ଲାଗିବା –

ତେବେ ବ୍ରେନ୍ କ୍ୟାନସର ହେବାର କାରଣ କଣ ?

ଶୀଘ୍ର ଚିହ୍ନଟ ହେବା ଦ୍ୱାରା ମସ୍ତିଷ୍କ କର୍କଟ ରୋଗର ସ୍ତର ପୂର୍ବାନୁମାନ କରିହୁଏ । କିଛି କ୍ଷେତ୍ରରେ ପ୍ରାଥମିକ ସ୍ତର ର ବ୍ରେନ୍ କ୍ୟାନସର ରୋଗର ପ୍ରକୃତ କାରଣ ଜଣାପଡେନାହିଁ । ଅଧ୍ୟୟନ ରୁ ଜଣାପଡିଛି ଯେ ଅସ୍ୱାସ୍ଥ୍ୟକର ଲାଇଫ୍ ଷ୍ଟାଇଲ୍ ଏବଂ ଅତ୍ୟଧିକ ମାନସିକ ଚାପ ବ୍ରେନ୍ ଟ୍ୟୁମର ର କାରଣ ପାଲିଟିଥାଏ । କିନ୍ତୁ କିଛି Neuroscientist  ଙ୍କ ମତରେ ଅଧିକମାତ୍ରାରେ ionizing radiation ର ସଂସ୍ପର୍ଶ ରେ ଆସିବା ଦ୍ୱାରା ବ୍ରେନ୍ କ୍ୟାନସର ହେବାର ସଂମ୍ଭାବନା ଅଧିକ ବଢିଯାଏ । CT scan , X-rays ଏବଂ Radiation therapy treatment କଲାବେଳେ ଅସାବଧାନ ହେଲେ କିମ୍ବା ଏହି ପରୀକ୍ଷା ଗୁଡିକ ବିନା ଡାକ୍ତରଙ୍କ ପରାମର୍ଶରେ Unprofessional ନର୍ସିଂ ହୋମ ଗୁଡିକରେ କଲେ ବ୍ରେନ୍ କ୍ୟାନସର ହେଇପାରେ । କିଛି Unprofessional ନିଜକୁ Xradiologist ର ପରିଚୟ ଦେଇ ବ୍ୟବସାୟୀକ ଫାଇଦା ପାଇଁ ଅଯଥାରେ ଏହି ଟେଷ୍ଚ ଗୁଡିକ ବାରମ୍ବାର କରିଥାଆନ୍ତି ।

ionizing radiation ବା ionizing ବିକିରଣ ସଂସ୍ପର୍ଶ ରେ ଅଧିକାଂଶ ବ୍ୟକ୍ତି ମେଡିକାଲ୍ ରେ ପରୀକ୍ଷଣ ବେଳେ (ସିଟି ସ୍କାନ୍, ଏକ୍ସ-ରେ) ଏବଂ ବିକିରଣ ଚିକିତ୍ସା ବେଳେ ଆସିଥାଆନ୍ତି । ଏହା ମଧ୍ୟ ବ୍ରେନ୍ କ୍ୟାନସର ର କାରଣ ହେଇପାରେ ।

ତେବେ ମସ୍ତିଷ୍କ କର୍କଟ ରୋଗର ଅନ୍ୟ କାରଣ ବି ଅଛି। ସେଗୁଡିକ ହେଲା –

  • ବୟସ ବୃଦ୍ଧି
  • କୀଟନାଶକ, herbicides ଏବଂ ରାସାୟନିକ ସାରର ସଂସ୍ପର୍ଶରେ ସିଧାସଳଖ ବାରମ୍ବାର ଆସିବା 
  • ବ୍ରେନ୍ କ୍ୟାନସର ରୋଗର ପାରିବାରିକ ଇତିହାସ ଥିବା ବା family history 
  • ଦୀର୍ଘକାଳୀନ ଧୁମ୍ରପାନ ବା ଅତ୍ୟଧିକ ଧୁମ୍ରପାନ କରିବା
  • ପ୍ଲାଷ୍ଟିକ, ରବର ଏବଂ ପେଟ୍ରୋଲିୟମ ସଂସ୍ପର୍ଶରେ ଆସିଲେ କର୍କଟ ସୃଷ୍ଟି କରିପାରେ 
  • Epstein-Barr virus infection କିମ୍ବା mononucleosis ଥିଲେ

ଏହି କ୍ୟାନସର ଗୁଡିକ ହେଲେ ଶରୀରର ଅନ୍ୟଭାଗ ରୁ ବ୍ରେନ୍ କୁ କ୍ୟାନସର ହେବାର ସଂମ୍ଭାବନା ଥାଏ । ଯେପରିକି –

  • ସ୍ତନ କ୍ୟାନସର
  • କିଡନୀ କ୍ୟାନସର
  • ଫୁସଫୁସ କ୍ୟାନସର
  • ବ୍ଲାଡର କ୍ୟାନସର
  • ମେଲାନୋମା, ଯାହା ଏକ ପ୍ରକାର ଚର୍ମ କ୍ୟାନସର

ମସ୍ତିଷ୍କ ଟ୍ୟୁମର ପୁରୁଷ ଏବଂ ମହିଳାଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରେ କି ?

ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କ ଟ୍ୟୁମର ହେବାର ସମ୍ଭାବନା ବହୁତ କମ୍ । ଜୀବନରେ ୧ ପ୍ରତିଶତ କିମ୍ବା ତାଠାରୁ କମ୍ ଥାଏ ସଂମ୍ଭାବନା । କିନ୍ତୁ ପୁରୁଷ ଏବଂ ମହିଳାଙ୍କ ପାଇଁ ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କାରେ ଭିନ୍ନ ଭିନ୍ନ ।

Cellular ଏବଂ Molecular Life Science ପତ୍ରିକାରେ ୨୦୧୫ ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ପୁରୁଷମାନଙ୍କ ଠାରେ ଅଧିକ କର୍କଟ ରୋଗର ସଂମ୍ଭାବନା ଥାଏ । ବ୍ରେନ୍ କ୍ୟାନସର ହେଲେ ବଞ୍ଚିବାର ହାର ମହିଳା ଏବଂ ପୁରୁଷ ଠାରେ ଭିନ୍ନ ଭିନ୍ନ ହୋଇଥାଏ । ୨୦୧୬ ର ଏକ ଗବେଷଣାରେ ଜଣାପଡିଲାଯେ ୧୦,୩୫୦ ମହିଳାଙ୍କ ତୁଳନାରେ ଆନୁମାନିକ ୧୩,୪୫୦ ପୁରୁଷଙ୍କର ମସ୍ତିଷ୍କ ଟ୍ୟୁମର ହୋଇଥିଲା । ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ଠାରେ ଅଧିକ କର୍କଟ ରୋଗ କାହିଁକି ଦେଖାଦେଇଥାଏ ତାହା ଅସ୍ପଷ୍ଟ ବୋଲି କିଛି ଗବେଷକ ମତପ୍ରକାଶ କରିଛନ୍ତି ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନର  Journal ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ହରମୋନ୍ ରେ ପାର୍ଥକ୍ୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଭିନ୍ନ ଭିନ୍ନତା ସୃଷ୍ଟି କରିପାରେ ବୋଲି ଜଣାପଡିଛି । ଆମେରିକୀୟ କ୍ୟାନସର ସୋସାଇଟିର ପୂର୍ବତନ ମୁଖ୍ୟ ଚିକିତ୍ସା ଅଧିକାରୀ Harmon Eyre କୁହନ୍ତି, ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ Meningioma ଅଧିକ ଦେଖାଯାଏ । ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟିନ୍ ହରମୋନ୍ ପାଇଁ ସଂମ୍ଭାବନା ଅଧିକ ହୋଇଥାଏ ।

ଶିଶୁ ଏବଂ ବୟସ୍କମାନଙ୍କଠାରେ ବ୍ରେନ୍ କ୍ୟାନସର-

ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କଠାରେ ବ୍ରେନ୍ ଟ୍ୟୁମର ଭିନ୍ନ ଭାବରେ ଦେଖାଯାଏ । ବୟଷ୍କମାନଙ୍କ ଠାରେ ବ୍ରେନ୍ ଟ୍ୟୁମର ସାଧାରଣତ ୫୯ ବର୍ଷପରେ ଦେଖାଯିବାର ସଂମ୍ଭାବନା ଥାଏ । କିନ୍ତୁ ୧୫ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ବ୍ରେନ୍ ଟ୍ୟୁମର ହେଉଛି । ଯାହାକି କଠିନ ରୂପରେ ଥାଏ । ଯାହାକି ଟ୍ୟୁମରର ସବୁଠାରୁ ସାଧାରଣ ରୂପ । କିଛି ବ୍ରେନ୍ ଟ୍ୟୁମର ଶିଶୁର ଜନ୍ମରୁ ଥାଇପାରେ କିମ୍ବା ଶିଶୁର ଜନ୍ମର ୬୦ ଦିନପରେ ଜଣାପଡିଥାଏ ।

ତେବେ ବ୍ରେନ୍ କ୍ୟାନସର ସଠିକ ସମୟରେ ଚିହ୍ନଟ ହେଲେ , ତାର ଚିକିତ୍ସା Medicine ରେ ମଧ୍ୟ ସଂମ୍ଭବହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )