Saturday 27th April 2024
ପୁଅପିଲା ଫାଷ୍ଟଫୁଡ୍ ଖାଉଥିଲେ ସାବଧାନ ! ଏହା ସ୍ତନ ବୃଦ୍ଧି ବା ଗାଇନାକୋମାଷ୍ଟିଆ ର କାରଣ ହୋଇପାରେ !

ପୁଅପିଲା ଫାଷ୍ଟଫୁଡ୍ ଖାଉଥିଲେ ସାବଧାନ ! ଏହା ସ୍ତନ ବୃଦ୍ଧି ବା ଗାଇନାକୋମାଷ୍ଟିଆ ର କାରଣ ହୋଇପାରେ !

ବର୍ତ୍ତମାନ ସମୟରେ ଅନେକ ପୁରୁଷଙ୍କ ଠାରେ ଏକ ରୋଗ ଦେଖା ଦେଉଛି । ଯେଉଁ ରୋଗ ବିରଳ ଥିଲା , ତାହା ଆଜି ସାଧାରଣ ଭାବରେ ଦେଖା ଦେଉଛି । ଏହି ରୋଗ ହେଲେ ପୁରୁଷ ମାନଙ୍କର ଅସ୍ୱାଭାବିକ ଭାବରେ ସ୍ତନ ବୃଦ୍ଧି ହୋଇଥାଏ । ଯେଉଁଥିପାଇଁ ସମାଜରେ ଅନେକ ପୁରୁଷ ଅପମାନ ଅନୁଭବ କରନ୍ତି । ଏପରିକି ନିଜ ପରିବାରରେ ମଧ୍ୟ ଆଲୋଚନା କରିବା ପାଇଁ ସଙ୍କୋଚ ଅନୁଭବ କରନ୍ତି । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହି ରୋଗ ପାଇଁ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରିବାକୁ ପଛଉନାହାନ୍ତି । ଅନେକ ପୁଅ ପିଲାଙ୍କ କିଶୋରାବସ୍ଥାରେ ଛାତିରେ ପରିବର୍ତ୍ତନ ଦେଖାଯାଉଛି । ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ପୁଅପିଲାଙ୍କ ସ୍ତନର ଆକାର । ସଂକୋଚ କରନ୍ତୁନି । ଏହା ଗାଇନାକୋମାଷ୍ଟିଆ ହୋଇପାରେ । ଅନେକଙ୍କ ଠାରେ ଏହା ଜେନେଟିକ୍ସ ପାଇଁ ଦେଖାଦେଇଥାଏ । କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ଅସ୍ୱାସ୍ଥ୍ୟ କର ଜୀବନଶୈଳୀ ପାଇଁ ଦେଖାଦେଇଥାଏ ।

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ କଣ ରହିଛି ଏହାର ଅନ୍ୟ କାରଣ । 

ଅନେକ ପୁରୁଷ ଆଗରୁ କେବେ ଏହି ରୋଗର ନାଁ ଶୁଣିନଥିବେ । କିନ୍ତୁ ଏହାର ଲକ୍ଷଣ କହିଲେ, ସହଜରେ ଜାଣିଯିବେ । ବର୍ତ୍ତମାନ ପୁରୁଷଙ୍କ ସ୍ତନବୃଦ୍ଧି ସମସ୍ୟା ଏକ ପ୍ରମୁଖ କାରଣ ପାଲଟିଛି । ବର୍ତ୍ତମାନ ସମୟରେ ଅଧିକ ସଂଖ୍ୟାରେ ଟିନ୍-ଏଜର୍ ଏହି ଗାଇନାକୋମାଷ୍ଟିଆ ର ଶିକାର ହେଉଛନ୍ତି । କିଏ ଲାଜରେ କାହାକୁ କିଛି କହିପାରୁନି, ତ କିଏ ହେଳା ଅବହେଳାରେ ରହିଯାଉଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଆତଙ୍କିତ ନହୋଇ କିଛି ସତର୍କତା ଅବଲମ୍ବନ କଲେ ଏବଂ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ସମସ୍ୟାର ସମାଧାନ ସମ୍ଭବ । ତେବେ ଆପଣଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ରୋଗର କାରଣ ଫାଷ୍ଟଫୁଡ୍ ଓ ମୋଟାପା ବା ମେଦବହୁଳତା ।

ଯଦିଓ ଏହି ସମସ୍ୟା ଯେକୌଣସି ବୟସର ପୁରୁଷଙ୍କ ଠାରେ ଦେଖାଦେଇପାରେ , ତଥାପି ‘ଟିନ-ଏଜର୍’ ଙ୍କ ଠାରେ ଏବେ ଅଧିକ ମାତ୍ରାରେ ପ୍ୟୁବର୍ଟାଲ୍ ଗାଇନାକୋମାଷ୍ଟିଆ ଦେଖାଯାଉଛି । ଯେଉଁଥିରେ ୧୨ ବର୍ଷ ରୁ ୧୮ ବର୍ଷର ବୟସର ପୁଅପିଲାଙ୍କ ସ୍ତନର ଆକାର ବଢ଼ିଯାଏ । ତାହା ଫୁଲିଯାଏ, ସେଠାରେ ଦରଜ ମଧ୍ୟ ରହେ । ଅଧିକାଂଶ କ୍ଷେତ୍ରରେ ଏହା ଆପେ ଆପେ ଭଲ ହୋଇଯାଏ ଏବଂ ଛାତି ମଧ୍ୟ ସ୍ୱାଭାବିକ ହୋଇଯାଏ, ତଥାପି କିଛି ପିଲାଙ୍କ ଠାରେ ସେଭଳି ହୁଏନି । କିନ୍ତୁ କିଛି କ୍ଷେତ୍ରରେ ଚିକିତ୍ସାର ଆବଶ୍ୟକତା ଦରକାର ପଡ଼େ ।  ସ୍ତନର ଆକାର ବୃଦ୍ଧି ଆରମ୍ଭ ହେବାର ୬ ମାସରୁ ବର୍ଷେ ଭିତରେ ସମୟରେ ଔଷଧ ଦ୍ୱାରା ଏହାକୁ ଭଲ କରିହେବ । ନଚେତ୍ ସମସ୍ୟା ପୁରୁଣା ହୋଇଗଲେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିବ ବୋଲି ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ପୁରୁଷ ଶରୀରରେ ଟେଷ୍ଟୋଷ୍ଟେରନ୍ ନାମକ ହରମୋନ୍ ଥାଏ । ଟେଷ୍ଟୋଷ୍ଟେରନ୍ ହରମୋନ୍ ଶରୀରକୁ ପୁରୁଷ ଭାବରେ ଗଢିଥାଏ । ସେହିପରି ମହିଳାମାନଙ୍କ ଦେହରେ ଇଷ୍ଟ୍ରୋଜେନ୍  ହରମୋନ୍ ଥାଏ । ଏହି ଇଷ୍ଟ୍ରୋଜେନ୍  ହରମୋନ୍ ଶରୀରଟିକୁ ମହିଳା ଭାବରେ ଗଢି ତୋଳିଥାଏ । ମହିଳା ମାନଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପଛରେ ଇଷ୍ଟ୍ରୋଜେନ୍ ହରମୋନ୍ ଥାଏ । ସୁନ୍ଦର ଶରୀର ପାଇଁ ହେଉ କିମ୍ବା ସ୍ତନ ବୃଦ୍ଧି କରିବାପାଇଁ ହେଉ ସବୁଥିରେ ଇଷ୍ଟ୍ରୋଜେନ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହିଳା ମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍  ହରମୋନ୍ ର ପରିମାଣ ବୃଦ୍ଧି ଘଟିଲେ , ମହିଳା ମାନଙ୍କୁ ଅନେକ ନକାରାତ୍ମକ ପ୍ରଭାବ ଭୋଗିବାକୁ ପଡିଥାଏ । ସେହିପରି ପୁରୁଷ ମାନଙ୍କ ଶରୀରରେ ଇଷ୍ଟ୍ରୋଜେନ୍  ହରମୋନ୍ ର ପରିମାଣ ବୃଦ୍ଧି ଘଟିଲେ ମହିଳା ମାନଙ୍କ ପରି ସ୍ତନର ବୃଦ୍ଧି ଘଟିଥାଏ । ଏହା କିଶୋରାବସ୍ଥାରେ ଗାଇନାକୋମାଷ୍ଟିଆ ବା ପୁଅ ପିଲାଙ୍କ ସ୍ତନବୃଦ୍ଧିର କାରଣ ମଧ୍ୟ ପାଲଟିଥାଏ । 

ଗାଇନାକୋମାଷ୍ଟିଆ ସମସ୍ୟା ର କାରଣ ?

ବିଶେଷଜ୍ଞ କହିବା କଥା, ପିଲାଟି ଯେତେବେଳେ ଯୁବାବସ୍ଥା ଆଡ଼କୁ ଗତି କରୁଥାଏ, ତା’ ଶରୀରରେ ଅନେକ ହରମୋନ୍ ଜନିତ ପରିବର୍ତ୍ତନ ଘଟେ ।  ପୁଅ ପିଲାଟି ଯେତେବେଳେ ମେଦବହୁଳତା ର ଶିକାର ହୁଏ , ସେତେବେଳେ ତା ଶରୀରରେ ଟେଷ୍ଟୋଷ୍ଟେରନ୍ ପରିବର୍ତ୍ତେ ଇଷ୍ଟ୍ରୋଜେନ୍ ହରମୋନର ମାତ୍ରା ବୃଦ୍ଧିପାଇଥାଏ , ଯାହାକି ଝିଅଙ୍କ ବା ମହିଳା ମାନଙ୍କ ହରମୋନ୍ । ମେଦବହୁଳତା ର ଶିକାର ହେଇଥିବା ବ୍ୟକ୍ତି ର ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ର ମାତ୍ରା ବୃଦ୍ଧି ପାଇବା ବଦଳରେ ଇଷ୍ଟ୍ରୋଜେନ୍ ହରମୋନର ମାତ୍ରା ଅଧିକ ବୃଦ୍ଧି ପାଇଥାଏ । ଅନେକ ଏପରି ଖାଦ୍ୟ ମଧ୍ୟ ଅଛି , ଯେଉଁଥିରେ ଇଷ୍ଟ୍ରୋଜେନ୍ ହରମୋନର ମାତ୍ରା ମଧ୍ୟ ଅଧିକ ରହିଥାଏ । ମଦ୍ୟପାନ ହେତୁ ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ର ମାତ୍ରା ହ୍ରାସ ପାଇଥାଏ । କିଛି ଏପରି ପ୍ରୋସେସ୍ ଫୁଡ୍ ଅଛି ଯାହା ଦ୍ୱାରା ପୁରୁଷ ମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ପ୍ରଡକସନ୍ ର ମାତ୍ରା କମିଯାଇଥାଏ । ଏହିପରି ଭାବରେ ଇଷ୍ଟ୍ରୋଜେନ୍ ହରମୋନ୍  ର ମାତ୍ରା ଧିରେ ଧିରେ ବୃଦ୍ଧି ଘଟିଥାଏ । ପରେ ପରେ ଏହାର ପ୍ରଭାବରେ ମହିଳା ମାନଙ୍କ ପରି ପୁରୁଷ ମାନଙ୍କ ଠାରେ ସ୍ତନର ଆକାର ବୃଦ୍ଧି ଘଟିବା ସହ ଅନେକ ପ୍ରକାର ର ସମସ୍ୟା ଦେଖାଦେଇଥାଏ ।

ପୁରୁଷମାନଙ୍କ ଶରୀରରେ  ଇଷ୍ଟ୍ରୋଜେନ୍  ହରମୋନ୍ ବୃଦ୍ଧି ପାଇବାର କାରଣ –

  • ମୋଟାପଣ ସୃଷ୍ଟି କରୁଥିବା ଖାଦ୍ୟ ଯଥା- ଫାଷ୍ଟଫୁଡ୍, ପ୍ରୋସେସ୍ ଫୁଡ୍, ପ୍ରୋସେସ୍ ଚିକେନ୍ ଆଦି ଖାଇଲେ ଇଷ୍ଟ୍ରୋଜେନ୍  ହରମୋନ୍ ବୃଦ୍ଧି ପାଇଥାଏ ।
  • ସୋୟାବିନ୍ ଆବଶ୍ୟକତା ଠାରୁ ଅଧିକ ଖାଇଲେ ଇଷ୍ଟ୍ରୋଜେନ୍  ହରମୋନ୍ ବୃଦ୍ଧି ଘଟିଥାଏ ।
  • ଖେଳକୁଦ କିମ୍ୱା ଶାରିରୀକ ବ୍ୟାୟାମ ନକଲେ ଏବଂ ଅତ୍ୟଧିକ ତେଳ ଛଣା ଖାଇଲେ ।
  • ଆଉ କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ହରମୋନ କିମ୍ବା ଯକୃତ ବା ଲିଭର୍ ଜନିତ ସମସ୍ୟା ପାଇଁ ଇଷ୍ଟ୍ରୋଜେନ୍  ହରମୋନ୍ ବୃଦ୍ଧି ଘଟିଥାଏ ।
  • ମଦ୍ୟପାନ ଶରୀରରେ ଇଷ୍ଟ୍ରୋଜେନ୍  ହରମୋନ୍ ବୃଦ୍ଧି ପାଇଁ ସହାୟକ ହୋଇଥାଏ ।
  • କିଛି ଏମିତି ଆଣ୍ଟିବାୟୋଟିକ୍ ଅଛି , ଯେଉଁଥିପାଇଁ ପୁରୁଷ ମାନଙ୍କ ଶରୀରରେ ଇଷ୍ଟ୍ରୋଜେନ୍  ହରମୋନ୍ ବୃଦ୍ଧି ଘଟିଥାଏ ।
  • ମାନସିକ ଚାପ ଏବଂ ରାତି ଅନିଦ୍ରା ହେବା ଦ୍ୱାରା ଇଷ୍ଟ୍ରୋଜେନ୍  ହରମୋନ୍ ବୃଦ୍ଧି ଘଟିଥାଏ ।

ଏପରି ଜୀବନଶୈଳୀ ତ୍ୟାଗ କରନ୍ତୁ , ଯେଉଁଥିରେ ଆପଣଙ୍କ ଶରୀରରେ  କ୍ଷତି ହେବ । ଯଦି ଆପଣଙ୍କ ଗାଇନାକୋମାଷ୍ଟିଆ ସମସ୍ୟା ଅଛି କିମ୍ବା ତାହାର ଲକ୍ଷଣ ଦେଖାଦେଉଛି , ସଂଙ୍କୋଚ ଅନୁଭବ ନକରି ସଂଙ୍ଗେ ସଂଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )