Tuesday 23rd April 2024
ଦିନକୁ କେତେ ପାଣି ପିଇବା ଉଚିତ୍ ?

ଦିନକୁ କେତେ ପାଣି ପିଇବା ଉଚିତ୍ ?

ଜଳ ହିଁ ଜୀବନ । ଜଳ ବିନା ଜୀବନ ଅସମ୍ଭବ । ପ୍ରତିଦିନ ର କାମ ହେଉ କିମ୍ବା ଖାଦ୍ୟ ପାନୀୟ , ଜଳର ଆବଶ୍ୟକତା ସବୁଠି ରହିଛି । ଏପରିକି ଜଳ ବିନା କୃଷି କାର୍ଯ୍ୟ ଅସମ୍ଭବ । ଜଳ ଅଛି ତ ଏ ଜୀବନ ବି ଅଛି । ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ । ଜଳ ବିନା ପୃଥିବୀପୃଷ୍ଠରେ ପ୍ରାଣୀ, ବୃକ୍ଷଲତା , ମନୁଷ୍ୟ ତିଷ୍ଠିବା ଅସମ୍ଭବ । ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ । ତେବେ ପ୍ରତିବର୍ଷ ଜାତିସଂଘ ପକ୍ଷରୁ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଏ ।

ଅଧିକ କିମ୍ୱା କମ୍ ପାଣି ପିଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ତେବେ ପ୍ରତ୍ୟେକ ଦିନ କେତେ ପାଣି ପିଇବା ଉଚିତ୍ ? କେତେ ପାଣି ପିଇବା ସ୍ୱାସ୍ଥ୍ୟ ପାଇିଁ ହିତକର ?

ଧ୍ୟାନ ରଖନ୍ତୁ , ଅତିକମ୍ ରେ ଛୋଟ ଗ୍ଲାସ୍‌ରେ ୮ ଗ୍ଲାସ୍‌ କିମ୍ବା ୮ ଆଉନ୍ସ ଗ୍ଲାସ୍‌ ପାଣିପିଅନ୍ତୁ । ଗୋଟିଏ ସୁସ୍ଥ ମନୁଷ୍ୟ ଶରୀରରେ ପାଖାପାଖି ୬୦ ପ୍ରତିଶତ ପାଣିଥାଏ । ଶରୀର ରୁ କ୍ରମାଗତ ଭାବରେ ଦିନସାରା ପାଣି ବାହାରକୁ ଯାଇଥାଏ । ମୁଖ୍ୟତ ପରିସ୍ରା ଏବଂ ଝାଳ ମାଧ୍ୟମରେ ପାଣି ଶରୀରରୁ ବାହାରକୁ ବାହାରିଥାଏ । କିନ୍ତୁ ଶ୍ୱାସକ୍ରିୟା ରେ ଶରୀର ରୁ ନିୟମିତ ଭାବରେ ଜଳୀୟ ଅଂଶ ହ୍ରାସ ପାଇଥାଏ । ତେବେ ଡିହାଇଡ୍ରେସନ୍ ରୋକିବା ପାଇଁ ଆପଣଙ୍କୁ ପ୍ରତିଦିନ ପାନୀୟ ଏବଂ ଖାଦ୍ୟରୁ ପ୍ରଚୁର ପାଣି ଆବଶ୍ୟକ । ଯେମିତିକି ସବୁବେଳେ ହାଇଡ୍ରେଟେଡ୍ ରହିବେ । ପରିସ୍ରା ର ରଙ୍ଗ ହଳଦିଆ ହେଲେ ଡିହାଇଡ୍ରେସନ୍ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ । ଯଦି ପରିସ୍ରା ର ରଙ୍ଗ ନଥାଏ  କିମ୍ବା ସ୍ୱଚ୍ଛ ଥାଏ , ତେବେ ଶରୀରରେ ଆବଶ୍ୟକ ମୁତାବକ ଜଳୀୟ ଅଂଶ ଅଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ  ସାଧାରଣତ ୮ ଆଉନ୍ସ ଗ୍ଲାସ୍ , ଯାହା କି ପାଖାପାଖି ୨ ଲିଟର କିମ୍ବା ଅଧା ଗ୍ୟାଲନ୍ ସହିତ ସମାନ । ତଥାପି, କେତେକ ବିଶେଷଜ୍ଞ ମତ ଦିଅନ୍ତି , ଯେ ତୃଷାର୍ତ୍ତ ନଥିଲେ ମଧ୍ୟ ଦିନସାରା କ୍ରମାଗତ ଭାବରେ ପାଣି ପିଇବା ଆବଶ୍ୟକ । କାହିଁକିନା ଶ୍ୱାସକ୍ରିୟା ରେ ଶରୀର ରୁ ନିୟମିତ ଭାବରେ ଜଳୀୟ ଅଂଶ ହ୍ରାସ ପାଇଥାଏ । କିଡ୍‌ନୀକୁ ସୁସ୍ଥ ରଖିବା ପାଇିଁ ପ୍ରତି ୨ ଘଣ୍ଟା ବ୍ୟବଧାନରେ ପାଣି ପିଇବା ଆବଶ୍ୟକ । ଏପରି କଲେ ଶରୀର ରୁ ଦୂଷିତ ପଦାର୍ଥ ଅତି ସହଜରେ ବାହାରିଯାଏ । ରକ୍ତରୁ ଦୂଷିତ ପଦାର୍ଥ କୁ ଛାଣି ଅଲଗା କରିବାରେ କିଡ୍‌ନୀ ଉପରେ ଅଧିକ ଚାପ ପଡେନାହିଁ । କିଡ୍‌ନୀକୁ ସୁସ୍ଥ ରଖିବା ପାଇିଁ ଏହା ଏକ ଉତ୍ତମ ଏବଂ ସହଜ ଉପାୟ । ଅଧିକାଂଶ ସମୟରେ ଜଳବାୟୁ ଉପରେ ନିର୍ଭରକରେ ଯେ ଜଣେ ବ୍ୟକ୍ତି କୁ କେତେ ପରିମାଣର ପାଣି ଦରକାର । ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ପାଣିର ଆବଶ୍ୟକତା ଅଲଗା ଅଲଗା ରହିଥାଏ ।

ବ୍ୟକ୍ତିକୁ କେତେ ଜଳ ଆବଶ୍ୟକ  ତାହା ଅନେକ ଜିନିଷ ଉପରେ ନିର୍ଭର କରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ପାଣି ର ଆବଶ୍ୟକତା ଭିନ୍ନ ଭିନ୍ନ ରହିଥାଏ । ଆମେରିକାର ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ, ଇଞ୍ଜିନିୟରିଂ ଏବଂ ମେଡିସିନ୍ ର ସାଧାରଣ ସୁପାରିଶ ଅନୁସାରେ ବୟସ୍କମାନଙ୍କ ପାଇଁ ନିମ୍ନଲିଖିତ ପରିମାଣ ର ଜଳ ଆବଶ୍ୟକ –

ମହିଳାମାନଙ୍କ ପାଇଁ ଦିନକୁ ୧୧.୫ କପ୍ (୨.୭ ଲିଟର)

ପୁରୁଷମାନଙ୍କ ପାଇଁ ଦିନକୁ ୧୫.୫ କପ୍ (୩.୭ ଲିଟର)

ଏଥିରେ ଜଳରୁ ତରଳ ପଦାର୍ଥ , ଚା , ଜୁସ୍ ପରି ପାନୀୟ ଏବଂ ଖାଦ୍ୟରୁ ଜଳୀୟ ଅଂଶ ଅନ୍ତର୍ଭୁକ୍ତ । ଆପଣ ଖାଉଥିବା ଖାଦ୍ୟରୁ ହାରାହାରି ୨୦ ପ୍ରତିଶତ ଜଳ ପାଇପାରିବେ ।

ଆପଣ କେଉଁଠାରେ ରୁହନ୍ତି । ଗରମ, ଆର୍ଦ୍ର କିମ୍ବା ଶୁଷ୍କ ଅଞ୍ଚଳ ଅନୁସାରେ ଅଧିକ କିମ୍ବା କମ୍ ଜଳ ଆବଶ୍ୟକ ହେବ । ଯଦି ଆପଣ ପର୍ବତରେ କିମ୍ବା ସମୁଦ୍ର ପତନ ଠାରୁ ଅଧିକ ଉଚ୍ଚତାରେ ବାସ କରନ୍ତି ତେବେ ଆପଣଙ୍କୁ ଅଧିକ ଜଳ ଆବଶ୍ୟକ ହେବ |

ଡାଏଟ୍ ରେ ଯଦି ଆପଣ ବହୁତ କଫି ଏବଂ ଅନ୍ୟାନ୍ୟ କ୍ୟାଫିନଯୁକ୍ତ ପାନୀୟ ପିଉଛନ୍ତି, ତେବେ ପରିସ୍ରା ମାଧ୍ୟମରେ ଅଧିକ ଜଳୀୟ ଅଂଶ ବାହାରିଯିବ । ଯଦି ଆପଣଙ୍କ ଖାଦ୍ୟରେ ଲୁଣିଆ, ମସଲାଯୁକ୍ତ କିମ୍ବା ଶର୍କରା ଖାଦ୍ୟ ଅଧିକ ଥାଏ, ତେବେ ଆପଣଙ୍କୁ ଅଧିକ ପାଣି ପିଇବାକୁ ମଧ୍ୟ ପଡିବ । ଖରାରେ କିମ୍ବା ଗରମ ତାପମାତ୍ରାରେ କିମ୍ବା ଉତ୍ତପ୍ତ କୋଠରୀରେ ଅଧିକ ସମୟ ବିତାଉଛନ୍ତି, ତେବେ ଆପଣ ଶୀଘ୍ର ତୃଷାର୍ତ୍ତ ଅନୁଭବ କରିପାରନ୍ତି । ଆପଣ କେତେ ସକ୍ରିୟ ଅଟନ୍ତି । ଯଦି ଆପଣ ଦିନରେ ସକ୍ରିୟ ଥାଆନ୍ତି କିମ୍ବା ଚାଲନ୍ତି କିମ୍ବା ବହୁତ ଛିଡା ହୁଅନ୍ତି, ତେବେ ଆପଣ ଡେସ୍କରେ ବସିଥିବା ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଜଳ ଆବଶ୍ୟକ କରିବେ ।

ଯଦି ଆପଣ ବ୍ୟାୟାମ କରନ୍ତି କିମ୍ବା କୌଣସି ତୀବ୍ର କାର୍ଯ୍ୟକଳାପ କରନ୍ତି, ତେବେ ଜଳ କ୍ଷୟକୁ ପୂରଣ କରିବା ପାଇଁ ଆପଣଙ୍କୁ ଅଧିକ ପାଣି ପିଇବାକୁ ପଡିବ । ଆପଣଙ୍କର ଶରୀରରେ ଯଦି ସଂକ୍ରମଣ , ଜ୍ୱର ଅଛି  କିମ୍ବା ଆପଣଙ୍କ ବାନ୍ତି ,ଝାଡ଼ା ହେଉଛି । ତେବେ ଆପଣଙ୍କୁ ଅଧିକ ପାଣି ପିଇବାକୁ ପଡିବ । ଯଦି ମଧୁମେହ ଅଛି , ତେବେ ଆପଣଙ୍କୁ ଅଧିକ ଜଳ ଆବଶ୍ୟକ ।

ଯଦି ଆପଣ ଗର୍ଭବତୀ ଅଟନ୍ତି କିମ୍ବା ଆପଣଙ୍କ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି, ତେବେ ଆପଣଙ୍କୁ ହାଇଡ୍ରେଟେଡ୍ ରହିବାକୁ ଅତିରିକ୍ତ ପାଣି ପିଇବାକୁ ପଡିବ ।

ତେବେ ଧ୍ୟାନ ରଖନ୍ତୁ । ଅତ୍ୟଧିକ ପାଣି ପିଇବା ଜମାରୁ ଠିକ୍ ନୁହଁ । ଅତ୍ୟଧିକ ପାଣି ପିଇଲେ ଶରୀରରେ ସୋଡିୟମ୍ ଲେବୁଲ୍ ଉପର ତଳ ହେଇପାରେ । ଯାହାଫଳରେ ମୃତ୍ୟୁର ଶିକାର ହେବାକୁ ମଧ୍ୟ ପଡିପାରେ । ଅତ୍ୟଧିକ ପାଣି ପିଇବା ଦ୍ୱାରା କିଡ୍‌ନୀ ଉପରେ ଚାପ ପଡିଥାଏ । ଯାହା ଫଳରେ ଶରୀରରେ ରକ୍ତଚାପ ର ବୃଦ୍ଧି ଘଟେ ।

ତେଣୁ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ । ଜଣେ ଡାଏଟିସିଆନ୍ ର ପରାମର୍ଶ କ୍ରମେ ପାଣି ପିଇଲେ ଭଲ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )