Thursday 18th April 2024
ଜମିବ ଅକ୍ଷୟ-ଇମ୍ରାନ୍ ଙ୍କ ଯୋଡି ,ହିରୋ ଓ ଫ୍ୟାନ୍ସଙ୍କ ମଝିରେ ହେବ ଟକ୍କର

ଜମିବ ଅକ୍ଷୟ-ଇମ୍ରାନ୍ ଙ୍କ ଯୋଡି ,ହିରୋ ଓ ଫ୍ୟାନ୍ସଙ୍କ ମଝିରେ ହେବ ଟକ୍କର

୨୪ ଫେବୃଆରୀରେ ରିଲିଜ୍

୨୦୨୩ ବର୍ଷ ଆରମ୍ଭରୁ ବିଗ୍ ବଜେଟ୍ ସିନେମାର ଧାଡି ଲାଗିରହିଛି । ଆଉ ଜାନୁଆରୀ ମାସରେ ସବୁଠୁ ଚର୍ଚ୍ଚିତ ବଲିଉଡ୍ ଫିଲ୍ମ ହେବାକୁ ଯାଉଛି ପଠାନ୍ । ଫିଲ୍ମର ପ୍ରମୋସନ୍ ଆରମ୍ଭରୁ ହିଁ ବିବାଦ ଲାଗିରହିଛି । ହେଲେ ତଥାପି ଫ୍ୟାନ୍ କ୍ରେଜ୍ ଅଧିକ ଥିବାରୁ ପଠାନ୍ ଫିଲ୍ମ ପାଇଁ ଚାହିଦା ବି ଅଧିକ ରହିଛି । ହେଲେ ଆଜି ଆମେ ପଠାନ୍ ଫିଲ୍ମ ବିଷୟରେ ନୁହେଁ ବରଂ ପଠାନ୍ ପରେ ପରେ ଧର୍ମା ପ୍ରଡକ୍ସନର ଏକ ଭିନ୍ନ ଫିଲ୍ମ ବିଷୟରେ ଜାଣିବା । ବଲିଉଡ୍ ରେ ବ୍ୟାକ୍ ଟୁ ବ୍ୟାକ୍ ସିନେମା କରୁଥିବା ସୁପରଷ୍ଟାରଙ୍କ କଥା ଆସିଲେ ଅକ୍ଷୟ କୁମାରଙ୍କର ନାଁ ଆସେ । ଏହି କଳାକାର ଜଣଙ୍କ ନିଜ ବୟସକୁ ମାତ୍ ଦେବା ପାଇଁ ସବୁବେଳେ ଅଧିକ କାମ କରିଥାନ୍ତି । ବର୍ଷକରେ ୟାଙ୍କ ପାଖରେ ପାଖାପାଖି ୪ ରୁ ୫ ଟି ସିନେମା କରିବାର ଥାଏ । ଆଉ ସେଥିପାଇଁ ୨୦୨୩ ଆରମ୍ଭରୁ ଫେବୃଆରୀ ମାସରେ ଅକ୍ଷୟକୁମାରଙ୍କର ଏକ ନୂଆ ଧରଣର ସିନେମା ପରଦାରେ ଆସିବାକୁ ଯାଉଛି ।

ଆପଣମାନଙ୍କର ଶାରୁଖାନ୍ ଙ୍କର ଜବରା ଫ୍ୟାନ୍ ସିନେମା ନିଶ୍ଚୟ ମନେଥିବ । ଯେଉଁଥିରେ ସେ ନିଜେ ଡବଲ୍ ରୋଲ୍ ରେ ନଜର ଆସିଥିଲେ । ଗୋଟିଏ ପଟେ ହିରୋ ଶାରୁଖାନ୍ ଚରିତ୍ର ଓ ଅନ୍ୟପଟେ ଶାରୁଖାନ୍ ଏକ ଜବରଦସ୍ତ ଫ୍ୟାନ୍ ଚରିତ୍ରେରେ ଅଭିନୟ କରିଥିଲେ । କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାରଙ୍କର ଆସୁଥିବା ଫିଲ୍ମଟି ପାଖାପାଖି ଫ୍ୟାନ୍ ଙ୍କୁ ନେଇ ହିଁ ହେଉଛି । ଫିଲ୍ମଟିର ନାଁ ରହିଛି ‘ସେଲ୍ ଫି ‘ । ଏହା ଷ୍ଟାର ଷ୍ଟୁଡିଓ ଦ୍ୱାରା ନିବେଦିତ ଧର୍ମା ଫିଲ୍ମ ପ୍ରଡକ୍ସନ ଦ୍ୱାରା ନିର୍ମାଣ କରାଯାଇଛି । ଏଥିରେ ମୁଖ୍ୟ ଚରିତ୍ରରେ ଅକ୍ଷୟ କୁମାର ଓ ଇମ୍ରାନ୍ ହାସିମ୍ ନଜର ଆସୁଛନ୍ତି । ଏହି ଫିଲ୍ମକୁ ନିଦେ୍ର୍ଦଶନା ଦେଇଛନ୍ତି ରାଜ୍ ମେହେତା । ଫିଲ୍ମଟିର ଟ୍ରେଲର ବର୍ତମାନ ରିଲିଜ ହୋଇଛି । ଆପଣଙ୍କ ଥିଏଟରରେ ଏହା ୨୪ ଫେବୃଆରୀରେ ରିଲିଜ୍ ହେବ । ଏଥିରେ ଅକ୍ଷୟକୁମାର ଜଣେ ବଡ ଷ୍ଟାର ଭୂମିକାରେ ନଜର ଆସୁଛନ୍ତି ଓ ଇମ୍ରାନ୍ ହାସିମ୍ ତାଙ୍କ ବଡ ଫ୍ୟାନ୍ । ଆଉ ନିଜ ପସନ୍ଦିତା ହିରୋ ସହ ସେଲଫି ଉଠାଇବା ପାଇଁ ସେ ଅପେକ୍ଷା କରି ରହିଛନ୍ତି ।

କିନ୍ତୁ ଏମିତି କିଛି ଘଟଣା ଘଟୁଛି ଯେଉଁଥିରେ ହିରୋ ଓ ଫ୍ୟାନ୍ ଙ୍କ ଭିତରେ ଏକ ଟକ୍କର ହେଉଛି । ତେବେ କାହିଁକି ଏମିତି ମୋଡ ଆସୁଛି ତାହାହିଁ ଫିଲ୍ମର ଟୁଇଷ୍ଟ । ଯଦି ଆପଣ ବି ପ୍ରକୃତରେ ଅକ୍ଷୟ କୁମାରଙ୍କର ଫ୍ୟାନ୍ ତାହାଲେ ଆପଣ ଏହି ଫିଲ୍ମରେ ଆଉ ଏକ ଜିନିଷର ମଜା ନେଇପାରିବେ । ତାହା ହେଉଛି ଅକ୍ଷୟଙ୍କର ପୁରୁଣା ଫିଲ୍ମର ଗୀତ । ଅକ୍ଷୟକୁମାରଙ୍କ ଚଳଚିତ୍ର ମେ ଖିଲାଡି ତୁ ଅନାଡି ଫିଲ୍ମକୁ ନୂଆ ଅନ୍ଦାଜରେ ଏହି ଫିଲ୍ମରେ ପ୍ରଦର୍ଶନ କରାଯାଈଛି । ଇମ୍ରାନ୍ ହାସିମ୍ ମଧ୍ୟ ଅକ୍ଷୟଙ୍କ ସହ ଏକାଠି ପ୍ରଥମଥର ସ୍କ୍ରିନ୍ ସେୟାର କରୁଥିବାର ନଜର ଆସୁଛନ୍ତି । ଦେଖାଯାଉ ଆକ୍ସନ ହିରୋ ଓ ରୋମାଣ୍ଟିକ ହିରୋଙ୍କ ଯୋଡି ଦର୍ଶକଙ୍କୁ କେତେ ପସନ୍ଦ ଆସିବ । ଆଉ ହଁ ଯଦି ଆପଣ ଏଯାଏଁ ଟ୍ରେଲର ଦେଖିନାହାନ୍ତି ତାହାଲେ ତଳେ ଦିଆଯିଆଥିବା ଲିଙ୍କ୍ ରେ କ୍ଲିକ୍ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )