Thursday 18th April 2024
କେବଳ ସାକ୍ଷାତକାର କରି ପାରିବେ ୟୁପିଏସସି ଚାକିରୀ

କେବଳ ସାକ୍ଷାତକାର କରି ପାରିବେ ୟୁପିଏସସି ଚାକିରୀ

ଭାରତରେ ବିଭିନ୍ନ ପ୍ରକାରର ବଡ଼ ବଡ଼ ପରୀକ୍ଷା କରାଯାଏ । ସେଥିମଧ୍ୟରୁ ସବୁଠାରୁ କଠିନ ପରୀକ୍ଷା ମାନଙ୍କ ମଧ୍ୟରୁ ୟୁପିଏସସିି ଅନ୍ୟତମ, ଏହା ଏପରି ଏକ ପରୀକ୍ଷା ଯେଉଁ ପରୀକ୍ଷା ଦେବା ପାଇଁ ଭାରତରର ଲକ୍ଷ ଲକ୍ଷ ପିଲା ଘଣ୍ଟା ଘଣ୍ଟା ଧରି ପାଠ ପଢ଼ିଥାନ୍ତି ଓ ଭାରତର ସବୁଠାରୁ ଅଧିକ ସମୟର ପରୀକ୍ଷା ହୋଇଥାଏ ଏହା । କିନ୍ତୁ ଆପଣଙ୍କୁ ଯଦି ଆମେ କହିବୁ କି ବିନା ପରୀକ୍ଷା ଦେଇ ଆପଣ ଏହି ଚାକିରିକୁ ପାଇପାରିବେ । ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିନ୍ତ । କିନ୍ତୁ ଏହା ଶତ ପ୍ରତିସତ ସତ କଥା ଅଟେ । ଆସନ୍ତୁ ନଜର ପକାଇବା ପୁରା ଖବର ଉପରେ ।

 

() ଇନ୍‌ଭେଷ୍ଟିଗେଟର୍ ଗ୍ରେଡ୧ ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ୟୁପିଏସସିି ଜାରି କରିଛି ଏକ ବିଜ୍ଞପ୍ତି । ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ୟୁପିଏସସିିର ଅଫିସିଆଲ ୱେବ୍‌ସାଇଟ୍ upsc.gov.in କୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.upsc.gov.in/ ରେ କ୍ଲିକ୍ କରି ସିଧାସଳଖଏହି ପୋଷ୍ଟ ଗୁଡ଼ିକ ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ UPSC Recruitment 2022 Notification PDF ମାଧ୍ୟମରେ ଦେଖି କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫ଟି ପଦବୀ ପୂରଣ ହେବ ।UPSC Civil Services Prelims Exam 2020 new dates announced, exam on October 4. Check revised date sheet here | Career News – India TV

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଆବେଦନ କରିବାର ଶେଷ ତାରିଖ – ୧୦ ନଭେମ୍ବର

ଖାଲି ପଦବୀ:

• ଏକ୍ସଟେନ୍ସନ୍ ଅଫିସର୍ : ୧ ପୋଷ୍ଟ୍
• ଜୁନିଅର ବୈଜ୍ଞାନିକ ଅଧିକାରୀ: ୨ ଟି ପୋଷ୍ଟ୍
• ଇନ୍ଭେଷ୍ଟିଗେଟର୍ ଗ୍ରେଡ୍ ୧: ୧୨ ଟି ପୋଷ୍ଟ୍

ଯୋଗ୍ୟତା:

• ପ୍ରାର୍ଥୀମାନଙ୍କର ସରକାରୀ ବିଜ୍ଞପ୍ତିରେ ଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ
• ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

• ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୫ ଟଙ୍କା ଦେବାକୁ ପଡିବ
• SC / ST / PWBD / ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ

ଚୟନ ପ୍ରକ୍ରିୟା :

• ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ
• ୧୦୦ ନମ୍ବର ବିଶିଷ୍ଟ ସାକ୍ଷାତକାର ହେବ
• ସାଧାରଣ ଏବଂ EWS ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦ ମାର୍କ
• OBC ବର୍ଗ ପାଇଁ ୪୫ ମାର୍କ
• SC / ST / PwBD ବର୍ଗ ପ୍ରାର୍ଥୀଙ୍କ ପାଇଁ ୪୦ ମାର୍କ

କିପରି କରିବେ ଆବେଦନ:

• UPSC ନିଯୁକ୍ତି ୱେବ୍ସାଇଟ୍ upsconline.nic.in କୁ ଯାଆନ୍ତୁ
• “ୱାନ୍ ଟାଇମ୍ ରେଜିଷ୍ଟ୍ରେସନ (OTR)” ଲିଙ୍କ୍ରେ କ୍ଲିକ୍ କରନ୍ତୁ
• ରେଜିଷ୍ଟ୍ରେସନପ୍ରୋଫାଇଲ୍ ସୃଷ୍ଟି କରନ୍ତୁ
• ପୋଷ୍ଟ ପାଇଁ ଆବେଦନ କରନ୍ତୁ ଏବଂ ସବିଶେଷ ତଥ୍ୟ ପୂରଣ କରନ୍ତୁ
• ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
• ଦେୟ ଦେଇ ଫର୍ମ ଦାଖଲ କରନ୍ତୁ
• ସବମିଟ୍ ବଟନ୍ରେ କ୍ଲିକ୍ କରନ୍ତୁ
• ଶେଷରେ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ

CATEGORIES
TAGS
Share This

COMMENTS

Wordpress (0)
Disqus (0 )