Thursday 25th April 2024
ପର୍ବପର୍ବାଣୀରେ ତେଲ ଜିନିଷ ଖାଇବା  ପଡ଼ୁଛି ମହଙ୍ଗା, ସମାଧାନ ପାଇଁ ଆପଣାନ୍ତୁ ଏହି ଉପାୟ

ପର୍ବପର୍ବାଣୀରେ ତେଲ ଜିନିଷ ଖାଇବା ପଡ଼ୁଛି ମହଙ୍ଗା, ସମାଧାନ ପାଇଁ ଆପଣାନ୍ତୁ ଏହି ଉପାୟ

କୋଷ୍ଠକାଠିନ୍ୟରୁ ଏବେ ମଳିବ ମୁକ୍ତି

ସାଧାରଣତଃ ପର୍ବପର୍ବାଣୀରେ ଲୋକମାନେ ମିଠା, ଖଜା, ତେଲରେ ଛଣାଛଣି ଖାଇବା ପ୍ରଚୁର ପରିମାଣରେ ଖାଇଦେଇଥାନ୍ତି । ଯାହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଯଥା ବ୍ଲୋଟିଂ, କନଷ୍ଟିପେସନ, ଅବଡୋମିନାଲ ପେନ୍ ଇତ୍ୟାଦି । ଯେଉଁକାରଣରୁ ଲୋକମାନେ ମନଖୋଲା ପର୍ବପର୍ବାଣୀକୁ ଉପଭୋଗ କରିପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଆପଣ ଭାବୁଥିବେ କେମିତି କରିବେ ଏହି ଅସୁବିଧାର ସମାଧାନ? ଆସନ୍ତୁ ଜାଣିବା କଣ ରହିଛି ଏହି ଅସୁବିଧାର ସମାଧାନ ।() ପର୍ବପର୍ବାଣୀ ନିକଟତର ହେଲେ ସବୁ ଘରେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ପଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ହେଲେ ବେଳେ ବେଳେ ଏହି ସମୟରେ ଦେହ ଖରାପ ହେବାକୁ ଖାତିର ନକରି ଲୋକେ ବହୁତ କିଛି ଖାଇ ଦେଇଥାନ୍ତି । ଯାହା ଫଳରେ ଏସିଡ୍‌, କୋଷ୍ଠକାଠିନ, ପେଟ କାଟିବା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ କଣ କରିବା ଦରକାର?

ଭଲ ନିଦ ହେବା ଦରକାର:

ପର୍ବପର୍ବାଣୀ ଆସିଲା ମାତ୍ରେ ଘରକୁ ଅତିଥି ଆସିବା ନିଶ୍ଚିନ୍ତ ହେଇଯାଏ । ଘର ଉତ୍ସାହ ମୂଖର ହୋଇପଡ଼େ । ଘରମାନଙ୍କରେ ବିଭିନ୍ନ ପ୍ରକାରର ଆୟୋଜନ ହୋଇଥାଏ । ଯେଉଁଁକାରଣରୁ ଶୋଇବା ଠିକ୍ ହୁଏ ନାହିଁ । ବେଳେ ବେଳେ ୨,୩ ଘଣ୍ଟା ହିଁ ଶୋଇବାକୁ ହୋଇଥାଏ ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତି କାରକ । କୁହାଯାଏ କି ଆପଣ ଯେତିକି ସମୟ ଅନିଦ୍ରା ହୋଇକି ରହିବେ ଆପଣଙ୍କୁ ଭୋକ ଲାଗିବ ଆଉ ଆପଣ ଖାଇବେ । ତେଣୁ ଖାଇବା ଅନୁସାରେ ଶୋଇବା ଭରପୁର ଦରକାର ହୋଇଥାଏ ।

ହାଇଡ୍ରେଟ ରହିବା ଦରକାର:

ପର୍ବପର୍ବାଣୀ ହେଲେ ତେଲ ଜିନିଷ ଖାଇବା, କୋଲ୍ଡ ଡ୍ରିଙ୍କ, କକ୍‌ଟେଲ ଆଦି ଖାଇବା ପିବା ଦ୍ୱାରା ଶରୀର ହାଇଡ୍ରେଟ ହୋଇଯାଏ । ଏହି କାରଣରୁ ଏଭଳି ସମୟରେ ଦିନ ଯାକ ଭିତରେ ୩ରୁ ୪ ଲିଟର ପାଣି ପିବା ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ ।

ଫଳ ଖାଇପାରିବେ:

ସାଧାରଣତଃ ବିଭିନ୍ନ ଲୋକଙ୍କୁ ବାର୍ ବାର୍ ପାଣି ପିଇବାକୁ ଭଲ ଲାଗିନଥାଏ । ଏଭଳି ଲୋକ ମାନେ ଫଳ ଖାଇପାରିବେ, ଯେପରିକି ତରଭୂଜ, ଅଙ୍ଗୁର, କମଳା, ଡାଳିମ୍ବ ଇତ୍ୟାଦି । ଏଭଳି ଅନେକ ଫଳ ଅଛି ଯେଉଁଥିରେ ଭରପୁର ପାଣି ରହିଥାଏ ଯାହାକୁ ଆପଣ ଖାଇପାରିବେ ଓ ଆପଣଙ୍କ ଶରୀରକୁ ହାଇଡ୍ରେଟ ହେବାରୁ ରକ୍ଷା କରିପାରିବେ । ଏହା ଛଡ଼ା ଆପଣଙ୍କ ଶରୀରକୁ ଉଚିତ୍ ପରିମାଣର ପାଣି ମିଳିପାରିବ ଓ ବ୍ଲୋଟିଂରୁ ମଧ୍ୟ ରକ୍ଷା ପାଇପାରିବେ ।

ଆଲକୋହଲରୁ ଦୂରେଇ ରୁହନ୍ତୁ:

ସାଧାରଣତଃ ପର୍ବପର୍ବାଣୀ ହେଲା ମାତ୍ରେ ଲୋକମାନେ ପାର୍ଟିର ଆୟୋଜନ କରିଥାନ୍ତି । ଯେଉଁଠି ସେମାନେ ଆଲ୍‌କୋହଲ୍ ସେବନ କରିଥାନ୍ତି । ତେବେ ଆପଣଙ୍କୁ ଯଦି ବ୍ଲୋଟିଂର ସମସ୍ୟା ରହିଛି ତେବେ ଆପଣ ଆଲକୋହଲ ସେବନ କରିବା ଠିକ୍ ନୁହେଁ । ଆଉ ଯଦି ବି ପିଉଛନ୍ତି ତେବେ କମ୍ ମାତ୍ରାରେ ଆଲ୍‌କୋହଲ୍ ପିଅନ୍ତୁ । କାରଣ ମାତ୍ରାଧିକ ଆଲୋକହଲ ସେବନ କରିବା ଦ୍ୱାରା ବ୍ଲୋଟିଂର ସମସ୍ୟା ବଢ଼ିପାରେ ।

କଫି ପିଇବେ ନାହିଁ:

ପ୍ରାୟତଃ ପର୍ବପର୍ବାଣୀରେ ଏତେ କାମ ରହିଥାଏ ଯେ ହାଲିଆ ହୋଇକି ଲୋକ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କିନ୍ତୁ ଏପ୍ରତି ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ପଡ଼ିବ । କାରଣ କଫି ପିଇବା ଦ୍ୱାରା ନିଦ ଲାଗିନଥାଏ । ଆଉ ନିଦ ନଲାଗିବା ଦ୍ୱାରା ଅଧିକ ଭୋକ ଲାଗିଥାଏ । ଯାହାକୁ ଧ୍ୟାନ ଦେବା ଜରୁରୀ ହୋଇପଡ଼େ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )