Friday 19th April 2024
ଫିଲ୍ମ ତାରକା ମାନଙ୍କର ସ୍କିନ୍ ଗ୍ଲୋ କରେ କାହିଁକି ? ଜାଣନ୍ତୁ ସେଲିବ୍ରିଟି ସ୍କିନ୍ ସିକ୍ରେଟ୍ !

ଫିଲ୍ମ ତାରକା ମାନଙ୍କର ସ୍କିନ୍ ଗ୍ଲୋ କରେ କାହିଁକି ? ଜାଣନ୍ତୁ ସେଲିବ୍ରିଟି ସ୍କିନ୍ ସିକ୍ରେଟ୍ !

ପ୍ରାୟ ସମସ୍ତେ ନିଜର ସ୍କିନ୍ ର ଯତ୍ନ ନିୟନ୍ତି । କାରଣ ସମସ୍ତଙ୍କୁ ଭଲ ଦେଖାଯିବାର ଅଛି । ସ୍ମାର୍ଟ ଏବଂ ହ୍ୟାଣ୍ଡସମ୍ ଦେଖାଯିବା ପାଇଁ ସମସ୍ତଙ୍କର ଇଚ୍ଛା । ଶରୀର ର ମୁଖ୍ୟ ଅଂଶ ହେଉଛି ମୁହଁ । ଅନେକ କହିଥାନ୍ତି ” ଲୁକ୍ସ ଡଜନଟ୍ ମେଟର ” । କିନ୍ତୁ ପ୍ରକୃତରେ ତାହା ସଂମ୍ପୁର୍ଣ୍ଣ ରୂପରେ ସତ ନୁହଁ । ଆପଣ ବାହାଘରରେ ଯେମିତି ଡ୍ରେସ୍ ପିନ୍ଧି ଯିବେ , ସେମିତି ଡ୍ରେସ୍ ପିନ୍ଧି ଇଣ୍ଟରଭ୍ୟୁ ଦେବାକୁ ଯିବେ ନାହିଁ । ଲୁକ୍ସକୁ ନେଇ ଝିଅ ମାନେ ପ୍ରାୟତ ଚିନ୍ତିତ ରହନ୍ତି । କାରଣ ସେମାନେ ନିଜ ଲୁକ୍ସ ଉପରେ ଅଧିକ ଯତ୍ନ ନିୟନ୍ତି । ଆପଣ ଦେଖିଥିବେ ଅନେକ ଝିଅ ଇଣ୍ଟରଭ୍ଯୁକୁ ଗଲା ବେଳେ ଲାଇଟ୍ ମେକଅପ୍ ଏବଂ ଡିପ୍ ରଙ୍ଗର ଲିପଷ୍ଟିକ୍ ମାରିକି ଯାଇଥାନ୍ତି । କୌଣସି ବାହାଘର କିମ୍ବା ଫଙ୍କସନ୍ ହୋଇଥିଲେ ଅନ୍ୟ ପ୍ରକାର ର ଲୁକ୍ସ ବା ସ୍କିନ୍ କେୟାର କରି ଯାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ପୁଅ ମାନେ ବି ପଛରେ ନାହାନ୍ତି । କାରଣ ଅନେକ ପ୍ରକାର ର ସ୍କିନ୍ କେୟାର ନେଉଛନ୍ତି ପୁଅ ମାନେ । କିଏ ସ୍କିନ୍ ବ୍ଲିଚ୍ କରୁଛି ତପୁଣି କିଏ ସ୍କ୍ରବିଂ କରୁଛି । ଏଥି ମଧ୍ୟରେ ଅନେକ ଥର ସ୍କିନ୍ କେୟାର ନାଁରେ ଅନେକ ଲୋକ ଠକାମିର ଶିକାର ହେଉଛନ୍ତି । କାରଣ ଅନେକ ଲୋକ ନିଜ ସ୍କିନ୍ କେୟାର ବିଭିନ୍ନ ସେଲୁନ୍ କିମ୍ବା ସ୍ପା ରେ କରାଇଥାନ୍ତି । କିଛି ସେଲୁନ୍ ଏବଂ ସ୍ପା ଗୁଡିକରେ ଅନ ପ୍ରଫେସନାଲ୍ ଲୋକ ଅଛନ୍ତି । ଯେଉଁମାନେ ଟଙ୍କା ଅଧିକ ଟଙ୍କା ରୋଜଗାର କରିବା ପାଇଁ ମିଛ ସତ କହି ଆବଶ୍ୟକ ନଥିବା ଅନେକ ଗୁଡିଏ ଟ୍ରିଟ୍ ମେଣ୍ଟ୍ କରାଇଥାନ୍ତି । ଯାହାଫଳରେ ଆପଣଙ୍କ ପକେଟ୍ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସହ ରେଜଲ୍ଟ କିଛି ମିଳି ନଥାଏ । କିଛି କିଛି ଲୋକଙ୍କ ଠାରେ ଭୟଙ୍କର ସାଇଡ୍ ଇଫେକ୍ଟ ଦେଖାଦେଇଥାଏ । ସେହିପରି ଅନେକ ଝିଅ ମଧ୍ୟ ଠକାମିର ଶିକାର ହୋଇଥାନ୍ତି । ଆବଶ୍ଯକ ନଥାଇ ମନ ଇଚ୍ଛା ଫେସିଆଲ୍ କିମ୍ବା ଫେସପ୍ୟାକ୍ କରି ବ୍ରଣ ତଥା ସ୍କିନ୍ କଳା ପଡିଯିବା ପରି ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି । ସେଲୁନ୍ କିମ୍ବା ସ୍ପା ଗୁଡିକ ସମ୍ମୁଖରେ ସୁନ୍ଦରୀ ହିରୋଇନ୍ ଏବଂ ହ୍ୟାଣ୍ଡସମ୍ ହିରୋ ମାନଙ୍କର ଫଟୋ ମାରି ଅନେକ ସେଲୁନ୍ କିମ୍ବା ସ୍ପା ଗୁଡିକ ଗ୍ରାହକ ମାନଙ୍କୁ ବୋକା ବନେଇଥାନ୍ତି । ତେବେ ଆପଣ ଦେଖିଥିବେ ଅନେକ ସେଲିବ୍ରିଟି ମାନଙ୍କର ସ୍କିନ୍ ଗୁଡିକ ପୂର୍ବରୁ ଏତେ ଗ୍ଲୋ କରିନଥାଏ । ପରେ ପରେ ଫିଲ୍ମ ଜଗତରେ ପାଦ ଦେବାର କିଛି ବର୍ଷ ପରେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇଯାଏ । 

ତେବେ କଣ ରହିଛି ସେଲିବ୍ରିଟି ଗ୍ଲୋଇିଂ ସ୍କିନ୍ ର ସିକ୍ରେଟ୍ । ଅନେକ ସେଲିବ୍ରିଟି ଏହି ବାବଦରେ ସତ କଥା କହିନଥାନ୍ତି । କାରଣ ସେମାନେ କରୁଥିବା ଆର୍ଡଭାଟାଇଜମେଣ୍ଟ୍ ଉପରେ ଏହାର ପ୍ରଭାବ ପଡିବ । ଯାହାଫଳରେ ତାଙ୍କ ରୋଜଗାରରେ ଏହାର ପ୍ରଭାବ ପଡିପାରେ । ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ଫିଲ୍ମ ତାରକା ମାନଙ୍କର ସ୍କିନ୍ ଗ୍ଲୋ କରେ କାହିଁକି ? 

Why does the skin of film stars glow? Know celebrity Secret

୧) ଅନେକ ଫିଲ୍ମ ତାରକା ତାଙ୍କ ଚର୍ମ ଯତ୍ନର ରୁଟିନ୍‌କୁ ଅତି ସରଳ ଭାବେ ପ୍ରସ୍ତୁତ କରିଥାନ୍ତି । ସେ ଦିନର ଆରମ୍ଭ ଫେସ୍‌ୱାସ୍‌ରେ ମୁହଁ ଧୋଇ ଆରମ୍ଭ କରନ୍ତି। ଭିଟାମିନ୍ ସି ସୀରମ୍‌ର କିଛି ବୁନ୍ଦା ଲଗାନ୍ତି। ଏହା ପରେ ଅଏଲ୍‌ଫ୍ରି ମଶ୍ଚରାଇଜର ଲଗାନ୍ତି। ଏହା ପରେ ଏକ ଭଲ ମାନର ସନସ୍କ୍ରିନ୍ ଲଗାନ୍ତି ।

୨) କୌଣସି ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ଫିଲ୍ମ ତାରକା ମାନେ ଅନେକ ଯତ୍ନବାନ ହୋଇଥାନ୍ତି । ସେମାନେ ସନ୍ ପ୍ରୋଟେକ୍‌ସନ୍ ଉପରେ ସେ ଅଧିକ ଧ୍ୟାନ ଦିଅନ୍ତି । ଆହୁରି ମଧ୍ୟ, ସେମାନେ ସୁସ୍ଥ ଚର୍ମ ପାଇଁ ସୁସ୍ଥ ଜିନିଷ ଖାଇବାକୁ ପସନ୍ଦ କରନ୍ତି । ବିୟୁଟି ପ୍ରଡକ୍ଟରେ ବ୍ୟବହୃତ ଉପାଦାନ ବିଷୟରେ ତାଙ୍କର ଅଧିକ ଜ୍ଞାନ ଥାଏ । ତାଙ୍କ ପାଖରେ ସ୍ୱତନ୍ତ୍ର ଡର୍ମାଟୋଲୋଜିଷ୍ଟ୍ ଥାନ୍ତି । ଯେଉଁମାନେ ତାଙ୍କ ସ୍କିନ୍ ପ୍ରବ୍ଲେମ୍ ର ସମାଧାନ ବାହାର କରି ଟ୍ରିଟ୍ ମେଣ୍ଟ କରିଥାନ୍ତି ।  

୩) ଚର୍ମର ବିଶେଷ ଯତ୍ନ ନେବା ପାଇଁ ସେମାନେ ଆଲୋଭେରା ଜେଲ୍ ବ୍ୟବହାର କରନ୍ତି। ଯେତେବେଳେ ବି ସେମାନେ ଦିନସାରା ଖରାରେ ସୁଟିଂ କରନ୍ତି, ସେତେବେଳେ ସେ ଆଲୋଭେରା ଜେଲକୁ ସୁଦିଂ ଫେସ୍ ମାସ୍କ ଭାବରେ ବ୍ୟବହାର କରନ୍ତି। ଆଖିର ଥକାପଣ, ଫୁଲା ଦୂର କରିବା ପାଇଁ, ସେ ଆଖି ତଳେ ଆଲୋଭେରା ଜେଲ ପ୍ରୟୋଗ କରନ୍ତି। 

୪) ପ୍ରତ୍ୟେକଦିନ ସେମାନେ ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ କିମ୍ବା ଫେସ୍‌ୱାସ୍‌ରେ ରାତିରେ ମୁହଁ ଧୋଇ ଶୋଇବାକୁ ଯାଇଥାନ୍ତି । ପ୍ରତ୍ୟେକଦିନ ଆବଶ୍ୟକ ଅନୁସାରେ ପାଣି ପ୍ରଚୁର ପିଇଥାନ୍ତି । ଆପଣ ଦେଖିଥିବେ ଅନେକ ସେଲିବ୍ରିଟି ସଲିଡ୍ ଅପେକ୍ଷା ଲିକ୍ୟୁଇଡ୍ ଡାଏଟ୍ ଫୋଲ କରନ୍ତି । ଏହା କରିବା ଦ୍ୱାରା ତାଙ୍କ ଶରୀରରେ ଭୋକ ମେଣ୍ଟିବା ସହ ଜଳୀୟ ଅଂଶ କମିନଥାଏ । ଜୁସ୍ ପିଇବା ଦ୍ୱାରା ତାଙ୍କ ଶରୀର ଡିଟକ୍ସିଫାଇ ହୋଇଥାଏ । ଯାହାଫଳରେ ତାଙ୍କର ବ୍ରଣ ସମସ୍ୟା ଦେଖାଦେଇନଥାଏ ।

୫) ଫିଲ୍ମ ତାରକା ମାନେ ଅଧିକ ତେଲିଆ ଖାଦ୍ୟ ଖାଇନଥାନ୍ତି । ଅଧିକାଂଶ ସିଝା ଖାଦ୍ୟ ସହ ସୁପ୍ ପିଇଥାନ୍ତି । ଏହା ତାଙ୍କର ଶରୀରକୁ ସୁସ୍ଥ ରଖିବା ସହ ସ୍କିନ୍ କୁ ଭିତରୁ ଉଜ୍ୱଳ କରିଥାଏ । ସେମାନେ ଜିମ୍ ମଧ୍ୟ କରିଥାନ୍ତି ଏବଂ ପ୍ରୋଟିନ୍ ଥିବା ଖାଦ୍ୟ ଖାଇଥାନ୍ତି । ଯାହା ତାଙ୍କ ଶରୀରରେ କୋଲାଜେନ୍ ପ୍ରଡକସନ୍ ବଢାଇଥାଏ । ଜିମ୍ ରେ ବ୍ୟାୟାମ କରିବା ଦ୍ୱାରା ତାଙ୍କର ଶରୀରରେ ଅମ୍ଲଜାନ ସ୍ତର ବଢିଥାଏ । ଯାହା ଚର୍ମକୁ ସୁସ୍ଥ ରଖିବା ସହ ଉଜ୍ୱଳ ମଧ୍ୟ କରିଥାଏ । 

୬) ଫିଲ୍ମ ତାରକା ମାନେ ସାଧାରଣତ ଏସି ରେ ରହିଥାନ୍ତି । ଯେଉଁଠାରେ କମ୍ ତାପମାତ୍ରା ଥାଏ ଏବଂ ସୂର୍ଯ୍ୟାଲୋକ ପ୍ରାୟତ ନଥାଏ । ତେଣୁ ତାଙ୍କ ଚର୍ମରେ ମେଲାନିନ୍ ପ୍ରଡକସନ୍ ବହୁତ୍ କମିଯାଏ । ମେଲାନିନ୍ ସ୍କିନ୍ କୁ କଳା କରିଥାଏ । ଏହାର ଅଭାବରେ ସ୍କିନ୍ ଗ୍ଲୋ କରିବା ସ୍ୱାଭାବିକ୍ ।

୭) ଭିଟାମିନ୍ “ସି ” ର କ୍ରିମ୍ ଏବଂ ଟ୍ୟାବଲେଟ୍ ର ବ୍ୟବହାର କରିଥାନ୍ତି ଫିଲ୍ମ ତାରକା । ଏହା ଏକ ଆଣ୍ଟିଅକ୍ସିଡାଣ୍ଟ୍ , ଯାହା ପ୍ରାକୃତିକ ରୂପରେ ସ୍କିନ୍ କୁ ସୁରକ୍ଷା ଦେବା ସହ ମେଲାନିନ୍ ପ୍ରଡକ୍ସନ୍ କୁ ରୋକିଥାଏ । ଡାକ୍ତର ତଥା ଡର୍ମାଟୋଲୋଜିଷ୍ଟ୍ ର ପରାମର୍ଶ କ୍ରମେ ଫିଲ୍ମ ତାରକା ମାନେ ଭିଟାମିନ୍ ” ବି ” କମ୍ପଲେକ୍ସ ର ବ୍ୟବହାର କରିଥାନ୍ତି । 

୮) ଅର୍ଗାନିକ୍ ରୋଜ୍ ଅଏଲ୍ କିମ୍ବା ଚନ୍ଦନ ତେଲରେ ତାଙ୍କ ତ୍ୱଚାକୁ ପ୍ରତ୍ୟେକଦିନ ମସାଜ୍ କରାଯାଇଥାଏ ।ଯାହା ତାଙ୍କ ସ୍କିନ୍ କୁ ଇଲାଷ୍ଟିସିଟି ପ୍ରୋଭାଡ୍ କରିଥାଏ । ସ୍କିନ୍ ର ଗ୍ଲୋଇିଂ ମଧ୍ୟ ବଢାଇଥାଏ ।  

୯) ଫିଲ୍ମ ତାରକା ମାନେ ଅଯଥାରେ ସ୍କିନ୍ ରେ ଫିଜିକାଲ୍ ସ୍କ୍ରବିଂ କରନ୍ତି ନାହିଁ । ଫିଜିକାଲ୍ ସ୍କ୍ରବିଂ ରେ ସ୍କିନ୍ ଖରାପ ହେବା ସହ ଡେମେଜ୍ ମଧ୍ୟ ହୋଇଥାଏ । ସେମାନେ ସ୍କିନ୍ କେୟାର ରୁଟିନ୍ ରେ ସ୍କିନ୍ ପିଲିଂ ପାଇଁ ଭିଟାମିନ୍ ” ଏ “ ଯୁକ୍ତ କ୍ରିମ୍ ବ୍ୟବହାର କରିଥାନ୍ତି । ଏହି କ୍ରିମ୍ କୁ ରାତିରେ ବ୍ୟବହାର କଲେ ଭଲ । ଏହା ସ୍କିନ୍ କୁ ସବୁବେଳେ ଯବାନ୍ ରଖେ । ଏହା ମୃତ ଚର୍ମ କୋଷିକା ଗୁଡିକୁ ସଫା କରିଥାଏ । 

୧୦)  ସେମାନେ ସ୍କିନ୍ ବ୍ଲିଚିଂ କରନ୍ତି ନାହିଁ । ଯଦି ବି କରନ୍ତି ତେବେ ଖୁବ୍ କମ୍ । କାରଣ ଏହା ଶରୀର ଚମଡାକୁ ଗୋରା କରିଥାଏ ସତ , କିନ୍ତୁ ଏହା ସ୍କିନ୍ କୁ ଅନେକ କ୍ଷତି ପହଞ୍ଚାଇଥାଏ । 

Why does the skin of film stars glow? Know celebrity Secret

ଚର୍ମକୁ ସୁସ୍ଥ ରଖିବା ପାଇଁ ଆପଣ ଘରେ ତିଆରି ହାଇଜେନିକ୍ ଖାଦ୍ୟ ଖାଆନ୍ତୁ । ଅତ୍ୟଧିକ ଜଙ୍କ୍‌ଫୁଡ୍, ତେଲିଆ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଯେତେବେଳେ ବି ଆପଣ ଘରୁ ବାହାରୁଛନ୍ତି , ସନ୍‌ସ୍କ୍ରିନ୍ କ୍ରିମ୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଛତା ର ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ସୂର୍ଯାଲୋକ ଠାରୁ ରକ୍ଷା କରିବ । ମେକପ୍ ନେଉଥିଲେ ରାତିରେ ଶୋଇବା ପୂର୍ବରୁ ମେକ୍‌ଅପ୍‌କୁ ଭଲଭାବେ ସଫା କରନ୍ତୁ । ଡର୍ମାଟୋଲୋଜିଷ୍ଟ୍ ଙ୍କ ସହ ପରାମର୍ଶକରି ସ୍କିନ୍ କେୟାର ରୁଟିନ୍ ଫୋଲୋ କରନ୍ତୁ । ସାଙ୍ଗ ସାଥି ଙ୍କ କଥା ଶୁଣି ସ୍କିନ୍ ବ୍ଲିଚିଂ କରନ୍ତୁ ନାହିଁ । 

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )