Saturday 27th April 2024
ରାଗ ନିୟନ୍ତ୍ରଣରେ ରହୁନାହିଁ କି ? ଏମିତି କିଛି ଖାଦ୍ୟ ଖାଆନ୍ତୁ , ଯାହା ମାନସିକ ଚାପ କମାଇବାରେ ସାହାର୍ଯ୍ୟ କରିବ !

ରାଗ ନିୟନ୍ତ୍ରଣରେ ରହୁନାହିଁ କି ? ଏମିତି କିଛି ଖାଦ୍ୟ ଖାଆନ୍ତୁ , ଯାହା ମାନସିକ ଚାପ କମାଇବାରେ ସାହାର୍ଯ୍ୟ କରିବ !

ରାଗ ହେଉଛି ମନୁଷ୍ୟର ସବୁଠାରୁ ବଡ ଶତ୍ରୁ । କାରଣ ରାଗିଯିବା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ଘଟିଥାଏ । ମସ୍ତିଷ୍କରେ କୁପ୍ରଭାବ ପଡିଥାଏ । ଏହା ଦ୍ୱାରା ଶରୀରରେ ହରମୋନ୍ ର ପରିମାଣରେ ପାର୍ଥକ୍ୟ ଆସିଥାଏ । ଯାହା ଦ୍ୱାରା ଶରୀରରେ ଅନେକ କୁପ୍ରଭାବ ପଡିଥାଏ । ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ । କିଛି ଲୋକ କଥାରେ କଥାରେ ରାଗିଯାଇଥାନ୍ତି । କିଛି ଲୋକଙ୍କ ସ୍ୱଭାବରେ ବିରକ୍ତିଭାବ ଥାଏ । ଟିକେ ଟିକେ କଥାରେ ରାଗିଯାଇଥାନ୍ତି । ତେଣୁ ଅନେକ ଲୋକଙ୍କ ମଧ୍ୟରେ ଅଫିସ୍ , ଘରେ ଏବଂ ବିଭିନ୍ନ ପରିବାରରେ ଛୋଟ ଛୋଟ କଥାରେ ଝଗଡା ହୋଇଥାଏ । ତେବେ ରାଗକୁ କମାଇବା ପାଇଁ କିଏ ଯୋଗାସନ କରେ । ପୁଣି କିଏ ରାଗ କମାଇବା ପାଇଁ ଧ୍ୟାନ କରେ । ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି । ତେବେ ଏମିତି କିଛି ଖାଦ୍ୟ ଅଛି , ଯାହାକୁ ଖାଇଲେ ହରମୋନ୍ ଗୁଡିକ ନିୟନ୍ତ୍ରଣରେ ରହେ । ଯାହା ଫଳରେ ରାଗିବା ବା ଚିଡଚିଡା ହେବା କମିବା ସହ ମନରେ ଶାନ୍ତି ଆସିଥାଏ ।

ଶରୀରରେ ହରମୋନ୍‌ର ବହୁତ ବଡ ଭୂମିକା ରହିଛି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ । ବେଳେବେଳେ ବୟସ ବଢିବା ସହ ହରମୋନ୍ ରେ ପରିବର୍ତ୍ତନ  ହୋଇଥାଏ । ଏହି କାରଣରୁ ରାଗିବା ବା ଚିଡଚିଡା ହେବା ବଢିଥାଏ । ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନ ଗୁଡିକ ବହୁତ ପ୍ରଭାବ ପକାଇଥାନ୍ତି । ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି । ସେହିଭଳି ଘରେ ଯଦି ସବୁବେଳେ ଉତ୍ତେଜନା ଲାଗି ରହେ, ତେବେ ଆପଣଙ୍କୁ ମଧ୍ୟ ଟେନସନରେ ମଧ୍ୟ ରହିବାକୁ ପଡିବ। ଏହି ସବୁ କ୍ଷେତ୍ରରେ ହରମୋନର ବହୁତ କିଛି ପ୍ରଭାବ ପଡିଥାଏ । ପରିବେଶ ମଧ୍ୟ ଶରୀରରେ ହରମୋନ୍ ଗୁଡିକ ଉପରେ ପ୍ରଭାବ ପକାଥାଏ । ଆମ ଶରୀରରେ କିଛି ହରମୋନ୍ ମଧ୍ୟ ଥାଏ ଯାହା ଆମ ରକ୍ତ ପ୍ରବାହ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ ଏବଂ ମସ୍ତିଷ୍କକୁ ଆରାମ ଦିଏ । ଏହା ଦ୍ୱାରା ଜଣେ ବ୍ୟକ୍ତି ଖୁସି ଅନୁଭବ କରେ । ଏହି ହରମୋନ୍ ଶାନ୍ତି ପ୍ରଦାନ କରିଥାଏ । ଏହାକୁ ହାପି ହରମୋନ୍ କୁହାଯାଏ।

ହାପି ହରମୋନ୍ ଗୁଡିକର ନାଁ ଗୁଡିକ ହେଲା –

  • ସେରୋଟୋନିନ୍
  • ଏଣ୍ଡୋରଫିନ୍
  • ଡୋପାମାଇନ୍
  • ଅକ୍ସିଟୋସିନ୍

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ଯେ , କେଉଁ ସବୁ ଜିନିଷ ଖାଇବା ଦ୍ୱାରା ଶରୀରରେ ଏହି ସବୁ ହାପି ହରମୋନ୍‌ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି । 

 

ବାଦାମ ଜାତୀୟ ଖାଦ୍ୟ –

  • ବାଦାମ ଖାଇବାକୁ କାହାକୁବା ଭଲ ନଲାଗେ । ବାଦାମ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।
  • ଏଗୁଡ଼ିକରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥାଏ। ଏ ସବୁ ଖାଇବା ଦ୍ୱାରା ଶରୀର ସୁସ୍ଥ ହୋଇଯାଏ।
  • କାଜୁ, ବାଦାମ, ପିସ୍ତା, ଅଖରୋଟ୍ ପରି ଡ୍ରାଇ ଫ୍ରୁଟ୍ସ ଖାଇବା ଦ୍ୱାରା ହାପି ହରମୋନ୍ ସକ୍ରିୟ ହୋଇଥାଏ। ଏହା ଚାପକୁ ହ୍ରାସ କରି ମନକୁ ଶାନ୍ତ ରଖେ।

 

ଏଭୋକାଡୋ –

  • ଏଭୋକାଡୋ ଏକ ଅନ୍ତର୍ଜାତୀୟ ଫଳ । ଏହାର ଚାହିଦା ମଧ୍ୟ ଅଧିକ ।
  • ଏହା ଭିଟାମିନ୍ ବି ସିକ୍ସ ର ଏକ ଉତ୍କୃଷ୍ଟ ଉତ୍ସ। ଏହାର ସେବନ ମୁଡ୍‌କୁ ଫ୍ରେସ୍ କରେ।
  • ଏହା ଶରୀରରେ ଥିବା ହାପି ହରମୋନ୍‌କୁ ସକ୍ରିୟ କରିଥାଏ। ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ଆଣିଥାଏ।

 

ସବୁଜ ପତ୍ରଯୁକ୍ତ ପନିପରିବା –

  • ସବୁଜ ପତ୍ରଯୁକ୍ତ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏସବୁରେ ଅନେକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଥାଏ । ଏହା ଶରୀରରେ ହାପି ହରମୋନ୍‌କୁ ସକ୍ରିୟ କରିବାରେ ସାହାର୍ଯ୍ୟ କରିଥାଏ ।
  • ପାଳଙ୍ଗ ପରି ପନିପରିବାରେ ପ୍ରଚୁର ପରିମାଣର ମାଗ୍ନେସିୟମ୍ ମିଳିଥାଏ । ଏହା ମାନସିକ ଚାପ ହ୍ରାସ କରି ହାପି ହରମୋନ୍‌କୁ ସକ୍ରିୟ କରିଥାଏ।

ଜାମୁ କୋଳି –

  • ଜାମୁ କୋଳି କେବଳ ସ୍ୱାଦିଷ୍ଟ ନୁହେଁ, ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।
  • ଏଥିରେ ଅନେକ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ କ୍ଷତିକାରକ ଜୀବାଣୁରୁ ରକ୍ଷା କରିଥାଏ।
  • ଏଥିରେ ଥିବା ତତ୍ୱ ମାନସିକଚାପକୁ ହ୍ରାସ କରିଥାଏ ଏବଂ ମନକୁ ଶାନ୍ତ ଏବଂ ଖୁସି କରିଥାଏ।

 

ଡାର୍କ ଚକୋଲେଟ୍ –

  • ଏକ ଗବେଷଣା ଅନୁଯାୟୀ, ଡାର୍କ ଚକୋଲେଟ୍ ହାପି ହରମୋନର ଏକ ଉତ୍ତମ ଉତ୍ସ। ଏହାକୁ ଖାଇଲେ ମୁଡ ଠିକ ରହିଥାଏ।
  • ଏଥିରେ ମିନେରାଲ୍ସ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ଥାଏ। ଏହାକୁ ଖାଇବା ଦ୍ୱାରା ମାନସିକ ଚାପ କମିଯାଏ।
  • ଏଞ୍ଜାଇଟି କ୍ଷେତ୍ରରେ ଏହା ବହୁତ ଭଲଭାବରେ କାମକରିଥାଏ ।

 

 

 

Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )