Saturday 27th July 2024
ବ୍ୟାଙ୍କରେ ଚାକିରୀ କରିବା ପାଇଁ ଆସିଲା ବଡ଼ ସୁଯୋଗ

ବ୍ୟାଙ୍କରେ ଚାକିରୀ କରିବା ପାଇଁ ଆସିଲା ବଡ଼ ସୁଯୋଗ

ବ୍ୟାଙ୍କରେ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଖୁସି ଖବର । କେବଳ ଗ୍ରାଜୁଏସନ କରିଥିଲେ, କରିପାରିବେ ସରକାରୀ ବ୍ୟାଙ୍କରେ ଚାକିରୀ । ଏନେଇ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ସମଗ୍ର ଦେଶରେ ଥିବା ଏହାର ସମସ୍ତ ଶାଖାରେ ଆପ୍ରେଣ୍ଟିସିପ୍ ନିଯୁକ୍ତି କରିବ । ଯାହ ପାଇଁ ବ୍ୟାଙ୍କରେ ୩୧୪ଟି ପଦବୀ ଖାଲି ଅଛି । ଚଣ୍ଡିଗଡ଼, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଗୁଜୁରାଟ, ଗୋଆ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ପଞ୍ଜାବ, ମହାରାଷ୍ଟ, ତାକିଲନାଡ଼ୁ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ୟୁପିରେ ଏହି ସବୁ ପଦବୀ ଖାଲି ରହିଛି । ଆଶୟୀ ପ୍ରାର୍ଥୀ ମାନେ ବ୍ୟାଙ୍କ ଅଫ୍ ମହାରାଷ୍ଟର ୱେବସାଇଟ୍ https://bankofmaharashtra.in/  କୁ ଯାଇ ଆବେଦନ କରିପାରିବେ ।Bank of Maharashtra-Loans,Deposit,Card,Investment,Banking,NRI,MSME

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଆବେଦନ କରିବାର ଆରମ୍ଭ ତାରିଖ- ୧୩ ଡିସେମ୍ବର ୨୦୨୨
• ଆବେଦନ କରିବାର ଶେଷ ତାରିଖ- ୨୩ ଡିସେମ୍ବର ୨୦୨୨

ଖାଲିଥିବା ପଦବୀ:

Bank of Maharashtra offer apprentice jobs

ବୟସ ସୀମା:

• ସର୍ବନିମ୍ନ ବୟସ- ୨୦ବର୍ଷ
• ସର୍ବାଧିକ ବୟସ-୨୮ ବର୍ଷ

ଯୋଗ୍ୟତା:

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବାଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ୱାନତ କରିଥିବା ଆବଶ୍ୟକ ।

ଆବେଦନ ଶୁଳ୍କ:

• General/ EWS/OBC- ୧୫୦ଟଙ୍କା
• SC/ST-୧୦୦ ଟଙ୍କା
• ଦିବ୍ୟାଙ୍ଗ-ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

• ପ୍ରାର୍ଥୀ ଚୟନ ମେରିଟ୍ ଲିଷ୍ଟ ଅନୁସାରେ ହେବ ।
• +୨ କିମ୍ବା ଡିପ୍ଲୋମାରେ ପ୍ରାର୍ଥୀମାନଙ୍କ ଦ୍ୱାରା ମିଳିଥିବା ମାର୍କ ର ପ୍ରତିଶତ ଆଧାରରେ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ ଅନୁସାରେ ହେବ ।

ଷ୍ଟାଇପେଣ୍ଡ୍‌:

• ଟ୍ରେନିଂ ସମୟେରେ ମାସକୁ ୯୦୦୦ ଟଙ୍କା ଷ୍ଟାଇପେଣ୍ଡ୍ ଦିଆଯିବ
• ଏହି ଷ୍ଟାଇପେଣ୍ଡ୍ ଏକ ବର୍ଷ ପାଇଁ ଚାଲିବ

CATEGORIES
TAGS
Share This

COMMENTS

Wordpress (0)
Disqus ( )