Wednesday 17th April 2024
୧ଲକ୍ଷ ଟଙ୍କା ଉପରକୁ ଟ୍ରାଞ୍ଜାକ୍ସନ କରିବାକୁ ମନା

୧ଲକ୍ଷ ଟଙ୍କା ଉପରକୁ ଟ୍ରାଞ୍ଜାକ୍ସନ କରିବାକୁ ମନା

ଆଜିକାଲିର ଦୁନିଆ ସୋସିଆଲ ମେଡିଆ ଯୁଗ ହୋଇଗଲାଣି, ସମସ୍ତଙ୍କ ପାଖରେ ମୋବାଇଲ ଓ ଇଣ୍ଟରନେଟ ରହିଲାଣି । ତେଣୁ ସପିଙ୍ଗ ହେଉ କିମ୍ବା ଅନ୍ୟ କୌଣସି କାମ ଯେଉଁଥିରେ ଟଙ୍କା ନେଣଦେଣ ହୋଇଥାଏ । ଏହି ଭଳି ପରିସ୍ଥିତିରେ ସାହାର୍ଯ୍ୟ କରେ UPI ଟ୍ରାଞ୍ଜାକ୍ସନ, ତେବେ ଏବେ UPI ୟୁଜର୍ସଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା । UPI ୟୁଜର୍ସ ଏବେ ମନଇଚ୍ଛା କାରବାର କରିପାରିବେ ନାହିଁ ଗ୍ରାହକ । ଏନେଇ ଟ୍ରାଞ୍ଜାକ୍ସନ ସୀମା ଧାର୍ଯ୍ୟ କରିଛି NPCI ‘ଗୁଗୁଲ ପେ’, ‘ଫୋନ ପେ’, ‘ପେ-ଟିଏମ୍‌’ ଭଳି ଅନେକ UPI ଟ୍ରାଞ୍ଜାକ୍ସନରେ । ଯେଉଁଥିରେ ଦିନକୁ ମାତ୍ର ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିପାରିବେ ୟୁଜର୍ସ ।इस पेज पर पढ़िए: बिना इंटरनेट के भी हो सकता है UPI Payment, घर बैठे होगा  बिजली बिल का भुगतान.ଦିନକୁ ଦିନ ଭାରତ କ୍ୟାସଲେସ୍ ହେଉଛି, ଯାହା ଫଳରେ କାରବାର ବୃଦ୍ଧି ହେଉଛି, ଛୋଟରୁ ବଡ଼ ବ୍ୟବସାୟୀ UPI ସାହାର୍ଯ୍ୟରେ ନେଣଦେଣ କରୁଛନ୍ତି । ତେଣୁ NPCI ନେଇଥିବା ନିଷ୍ପତି ଅନୁସାରେ UPI ମାଧ୍ୟମରେ ମାତ୍ରାଧିକ ଟ୍ରାଞ୍ଜାକ୍ସନ କରିହେବ ନାହିଁ । NPCI ଗାଇଡ୍‌ଲାଇନ୍ ମୁତାବକ, ଏଣିକି UPI ମାଧ୍ୟମରେ ଗୋଟିଏ ଦିନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ । କ୍ଷୁଦ୍ର ବ୍ୟାଙ୍କ୍ ତଥା କାନାରା ବ୍ୟାଙ୍କରେ UPI ମାଧ୍ୟମରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ UPI ମାଧ୍ୟମରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ହୋଇପାରିବ । ସେହିପରି ଗୋଟିଏ ଦିନରେ ୨୦ଟି ଟ୍ରାଞ୍ଜାକ୍ସନ ଧାର୍ଯ୍ୟ କରାଯାଇଛି । ଏହି ଲିମିଟ୍ ପାର୍ ହେବା ପରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେହିପରି ‘ପେ-ଟିଏମ୍‌’ ମାଧ୍ୟମରେ ପ୍ରତିଦିନ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI କରିପାରିବେ । ଅତବା ଏକ ଘଣ୍ଟାରେ ମାତ୍ର ୫ଟି ଟ୍ରାଞ୍ଜାକ୍ସନ ସହିତ ୨୦ହଜାର ଟଙ୍କାର କାରବାର କରିପାରିବେ । ସେହିପରି ‘ଗୁଗୁଲ ପେ’ ମାଧ୍ୟମରେ ଗୋଟିଏ ଦିନରେ ୧୦ଟି ଟ୍ରାଞ୍ଜାକ୍ସନ ଏବଂ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କାରବାର ଧାର୍ଯ୍ୟ କରାଯାଇଛି । ସେହିପରି ‘ଫୋନ୍ ପେ’ ରେ ୧୦ କିମ୍ବା ୨୦ଟି ଟ୍ରାଞ୍ଜାକ୍ସନ ୧ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )