Friday 29th March 2024
କଣ୍ଟେଟ୍ ରାଇଟିଂ ଏବଂ କପି ରାଇଟିଂ ରେ ପାର୍ଥକ୍ୟ କଣ ? କେଉଁଥିରେ କ୍ୟାରିୟର ଗଢିଲେ ମିଳିବ ଅଧିକ ଦରମା?

କଣ୍ଟେଟ୍ ରାଇଟିଂ ଏବଂ କପି ରାଇଟିଂ ରେ ପାର୍ଥକ୍ୟ କଣ ? କେଉଁଥିରେ କ୍ୟାରିୟର ଗଢିଲେ ମିଳିବ ଅଧିକ ଦରମା?

କଣ୍ଟେଟ୍ କ୍ରିଏଟର ହେବା ପାଇଁ ଇଚ୍ଛା କାହାର ନଥାଏ । ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟପିଲା ରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ ସମସ୍ତେ ପ୍ରାୟ ବ୍ୟବହାର କରନ୍ତି ଇଣ୍ଟରନେଟ୍ । ଇଣ୍ଟରନେଟ୍ ଯୁଗରେ ସମସ୍ତେ ବିଭିନ୍ନ କାମରେ ଇଣ୍ଟରନେଟ୍ କୁ ବ୍ୟବହାର କରୁଛନ୍ତି । ପ୍ରତ୍ୟେକଟି କାମ ଆଜିକାଲି ଅନଲାଇନ୍ ହେଉଛି । ତେଣୁ ସମସ୍ତେ ବହୁଳ ମାତ୍ରାରେ ଇଣ୍ଟରନେଟ୍ ର ବ୍ୟବହାର କରୁଛନ୍ତି । ଇଣ୍ଟରନେଟ୍ ବିଭିନ୍ନ ପ୍ରକାରର କଣ୍ଟେଟ୍ ରେ ଭରପୁର ଅଛି । ଇଣ୍ଟରନେଟ୍ କୁ ପ୍ରତିଦିନ ବ୍ୟବହାର କରୁଥିବା ବ୍ୟକ୍ତି ମାନେ ହେଉଛନ୍ତି ଏକ ପ୍ରକାର ର ଅଡିଏନ୍ସ । ଯାହାକୁ ଇଣ୍ଟରନେଟ୍ କଞ୍ଜୁମର ବୋଲି ମଧ୍ୟ କୁହାଯାଏ । ଇଣ୍ଟରନେଟ୍ କଣ୍ଟେଟ୍ ରେ ଭରପୁର ଅଛି । ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ର କଣ୍ଟେଟ୍ କୁ କଞ୍ଜୁମ୍ କରୁଛନ୍ତି ଇଣ୍ଟରନେଟ୍ ବ୍ୟବହାରକାରୀ । ତେଣୁ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରକାରର କଣ୍ଟେଟ୍ ର ଆବଶ୍ୟକତା ପଡେ । କଣ୍ଟେଟ୍ ର ଆବଶ୍ୟକତା ଅନୁଯାୟୀ କଣ୍ଟେଟ୍ କୁ କ୍ରିଏଟ୍ କରନ୍ତି କଣ୍ଟେଟ୍ କ୍ରିଏଟର । ବିଭିନ୍ନ ପ୍ରକାର ର କଣ୍ଟେଟ୍ କ୍ରିଏଟର ଅଛନ୍ତି । 

ଯେପରିକି –

୧) ବ୍ଲଗର

୨) ଅନଲାଇନ ପ୍ଲବିସର

୩ ) ୟୁଟୁବର୍

୪ ) ସୋସିଆଲ୍ ମିଡିଆ କଣ୍ଟେଟ୍ କ୍ରିଏଟର୍ 

ଏଭଳି ବିଭିନ୍ନ ପ୍ରକାରର କଣ୍ଟେଟ୍ କ୍ରିଏଟର୍ ଅଛନ୍ତି । କିନ୍ତୁ ବିଭିନ୍ନ ପ୍ରକାରର କଣ୍ଟେଟ୍ କ୍ରିଏଟ୍ କରିବାପାଇଁ କଣ୍ଟେଟ୍ ରାଇଟର୍ ମାନଙ୍କର ଆବଶ୍ୟକତା ନିହାତି ପଡିଥାଏ । ଭିଡିଓ କଣ୍ଟେଟ୍ ହେଉ କିମ୍ବା ଅଡିଓ କଣ୍ଟେଟ୍ , ସବୁ କଣ୍ଟେଟ୍ ବନେଇବା ବା କ୍ରିଏଟ୍ କରିବା ପାଇଁ ପ୍ରାଥମିକ ସ୍ତରରେ କଣ୍ଟେଟ୍ କ୍ରିଏଟର ମାନଙ୍କର ଆବଶ୍ୟକତା ପଡିଥାଏ । ଗୋଟିଏ କଣ୍ଟେଟ୍ କ୍ରିଏଟ୍ କରିବାପାଇଁ ମୂଳ ଦୁଆ ପକେଇଥାଏ କଣ୍ଟେଟ୍ ରାଇଟର୍ । 

କେଉଁମାନେ କଣ୍ଟେଟ୍ ରାଇଟର୍  ?

ବିଷୟବସ୍ତୁ ଲେଖିବା ବା କଣ୍ଟେଟ୍ ରାଇଟ୍ କରିବା  କଣ୍ଟେଟ୍ ରାଇଟର୍ ର କାମ । ଡିଜିଟାଲ୍ ଫର୍ମାଟରେ ବିଷୟବସ୍ତୁ ଲେଖିବା, ସମ୍ପାଦନା ଏବଂ ପ୍ରକାଶନ ପ୍ରକ୍ରିୟା ରେ ସାମିଲ ହେବାକୁ ମଧ୍ୟ କଣ୍ଟେଟ୍ ରାଇଟର୍ ର କାମ ବୋଲି ଧରାଯାଏ । ସେହି ବିଷୟବସ୍ତୁରେ ବ୍ଲଗ୍ ପୋଷ୍ଟ , ଭିଡିଓ କିମ୍ବା ପୋଡକାଷ୍ଟ ସ୍କ୍ରିପ୍ଟ , ଇବୁକ୍ କିମ୍ବା ଅନ୍ୟକିଛି ସୃଜନଶୀଳତା ବିଷୟବସ୍ତୁ  ଅନ୍ତର୍ଭୁକ୍ତ ହେଇପାରେ । ସରଳ ଭାବରେ କହିବାକୁ ଗଲେ , ବିଷୟବସ୍ତୁ ଲେଖକ ବା କଣ୍ଟେଟ୍ ରାଇଟର୍ ମାନେ ସେମାନଙ୍କ ବ୍ରାଣ୍ଡ ବା କମ୍ପାନୀ ପାଇଁ କାହାଣୀକାର ବା ଷ୍ଟୋରିଟେଲର୍ ଅଟନ୍ତି । ଦର୍ଶକଙ୍କୁ ପ୍ରେରଣା ଦେବା ଏବଂ ପଦକ୍ଷେପ ନେବାକୁ ସେମାନେ ଅର୍ଥପୂର୍ଣ୍ଣ ବା ଗୁରୁତ୍ୱପୂର୍ଣ୍ଣ , ସାହାଯ୍ୟକାରୀ ଏବଂ ଅନ୍ତର୍ନିହିତ ବାର୍ତ୍ତା ପ୍ରଦାନ କରନ୍ତି । ଉଭୟ ଶିଳ୍ପ ଏବଂ ବ୍ୟବସାୟ ର ଉନ୍ନତି ବା ବ୍ରାଣ୍ଡିଂ କରାଇବାରେ କଣ୍ଟେଟ୍ ରାଇଟର୍ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ପ୍ରତ୍ୟେକ ଟି ବ୍ୟବସାୟ ଏବଂ ଶିଳ୍ପର ବିଜ୍ଞାପନ ଗୁଡିକୁ କଣ୍ଟେଟ୍ ରାଇଟର୍ ମାନେ ପରୋକ୍ଷରେ କରାଇଥାନ୍ତି । ଆପଣ ଦେଖୁଥିବା ପ୍ରତ୍ୟେକଟି ବିଜ୍ଞାପନ ପଛରେ ରହିଥାନ୍ତି କଣ୍ଟେଟ୍ ରାଇଟର୍ ।ବିଭିନ୍ନ ଇଣ୍ଡଷ୍ଟ୍ରିରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ରହିଥାନ୍ତି କଣ୍ଟେଟ୍ ରାଇଟର୍ । ତେଣୁ ବର୍ତ୍ତମାନ ସମୟରେ କଣ୍ଟେଟ୍ ରାଇଟର୍ ଚାକିରୀ ଅଧିକ ଡିମାଣ୍ଡ । କ୍ରିଏଟିଭିଟି ବା  ସୃଜନଶୀଳତା ଅନୁସାରେ ଏବଂ କମ୍ପାନୀ ର ଷ୍ଟାଟସ୍ ଅନୁସାରେ କଣ୍ଟେଟ୍ ରାଇଟର୍ ମାନଙ୍କୁ ଦରମା ମିଳେ । ଏହି ଚାକିରୀରେ କୌଣସି ଡିଗ୍ରୀ କିମ୍ବା ପରୀକ୍ଷା ର ନମ୍ବର ଅପେକ୍ଷା ଦକ୍ଷତା ଏବଂ ସୃଜନଶୀଳତା ର ଅଧିକ ଆବଶ୍ୟକତା ପଡିଥାଏ । ସବୁ କଣ୍ଟେଟ୍ ରାଇଟର୍ ମାନେ ସମାନ ନୁହଁନ୍ତି । ସମସ୍ତଙ୍କ ର ଦକ୍ଷତା ଏବଂ ସୃଜନଶୀଳତା ବା କ୍ରିଏଟିଭିଟି ଭିନ୍ନ ଭିନ୍ନ ଧରଣର ହୋଇଥାଏ । ତେଣୁ ଏହି କ୍ୟାରିୟରରେ ପ୍ରତ୍ୟେକ ଦିନ ନୁଆଁ ନୁଆଁ ଚ୍ୟାଲେଞ୍ଜ ର ସମ୍ମୁଖୀନ ହେବାକୁ ପଡିଥାଏ । 

ଲେଖକ ବା ରାଇଟର୍ ବିଭିନ୍ନ ପ୍ରକାର ଅଛନ୍ତି । 

କଣ୍ଟେଟ୍ ରାଇଟର୍ ଏବଂ କପି ରାଇଟର୍ ମଧ୍ୟରେ ପାର୍ଥକ୍ୟ କଣ ?

ଆପଣ ଆର୍ଟିକିଲ୍ ଟିକୁ ଉପରୁ ପଢି ଜାଣିପାରିଥିବେ ଯେ , କେଉଁମାନେ କଣ୍ଟେଟ୍ ରାଇଟର୍ ଏବଂ କଣ ତାଙ୍କର କାମ । ତେବେ ମନରେ ପ୍ରଶ୍ନ ଉଠେ କପି ରାଇଟର୍ ଏବଂ କଣ୍ଟେଟ୍ ରାଇଟର୍ ମଧ୍ୟରେ କିଛି ପାର୍ଥକ୍ୟ ଅଛିକି ? ନା ଦୁଇଟି ଯାକ ସମାନ । କପି ରାଇଟ୍ ବା କପି ଲେଖିବା ହେଉଛି ଏକ ବିଷୟବସ୍ତୁ ଉତ୍ପାଦନ ରଣନୀତି ଯାହା ପାଠକଙ୍କୁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ମନାଇବା ଉପରେ ଗୁରୁତ୍ୱ ବା ଧ୍ୟାନ ଦେଇଥାଏ । କପି ରାଇଟର୍ ନିଶ୍ଚିତ ଭାବରେ ଦକ୍ଷତା ସମ୍ପନ୍ନ ହେବା ଦରକାର । କପି ରାଇଟ୍ ହେଉଛି ମନଲୋଭା ମାର୍କେଟିଂ ଏବଂ ପ୍ରମୋସନାଲ୍ ସାମଗ୍ରୀ ପାଇଁ  ଲେଖିବାର ପ୍ରକ୍ରିୟା ଯାହା ଲୋକଙ୍କୁ କିଛି କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ । ଯେପରିକି କ୍ରୟ କରନ୍ତୁ , ଏହି ଲିଙ୍କରେ କ୍ଲିକ୍ କରନ୍ତୁ , କୌଣସି କାରଣ ପାଇଁ ଦାନ କରନ୍ତୁ କିମ୍ବା ଏକ ପରାମର୍ଶ ସ୍ଥିର କରିବା ପାଇଁ ପ୍ରବର୍ତ୍ତାଇବା କୁ ବୁଝାଏ । କପି ରାଇଟର୍ ଶବ୍ଦଟି କପି ଶବ୍ଦ ସହ ସଂପୃକ୍ତ । ରାଇଟ୍ ଅର୍ଥ ଲେଖକ । ଗୋଟିଏ କଣ୍ଟେଟ୍ ପ୍ଲବିସ୍ ବା ପ୍ରକାଶିତ ହେବା ପୂର୍ବରୁ କପି ରାଇଟର୍ ଦ୍ୱାରା ତାହା ପ୍ରକ୍ରିୟାକରଣ ବା ପ୍ରୋସେସ୍ ହୋଇଥାଏ । ଯାହା ଫଳରେ କଣ୍ଟେଟ୍ ଟି ବିକ୍ରୟଯୋଗ୍ୟ କିମ୍ବା ମାର୍କେଟିଂ ଯୋଗ୍ୟ ହୋଇଥାଏ । ପ୍ରାଥମିକ ସ୍ତରରେ କଣ୍ଟେଟ୍ ରାଇଟର୍ କଣ୍ଟେଟ୍ ଟିକୁ ଲେଖିଥାଏ । କିନ୍ତୁ ସେହି କଣ୍ଟେଟ୍ ଟିକୁ ପ୍ରକାଶ ଯୋଗ୍ୟ ବନାଇଥାଏ କପି ରାଇଟର୍ । ଜଣେ କଣ୍ଟେଟ୍ ରାଇଟର୍ ସୃଜନଶୀଳତା ର ସହ କେତେ ଓ୍ୱାର୍ଡ ଲେଖୁଛି , ସେହି ହିସାବରେ ତାର ଦରମା ମିଳିଥାଏ ବା ତାର ରୋଜଗାର ହୋଇଥାଏ । ଅନ୍ୟ ପକ୍ଷରେ କପି ରାଇଟର୍ କେତେ କମ୍ ଓ୍ୱାର୍ଡ ମଧ୍ୟରେ କେତେ ସୂଚନା ବା ଇନଫୋରମେସନ୍ କୁ ଆକର୍ଷିତ ଢଙ୍ଗରେ ପରିପ୍ରକାଶ କରିଥାଏ । କଣ୍ଟେଟ୍ ରାଇଟର୍ ମନର ସୃଜନଶୀଳତା ବା କ୍ରିଏଟିଭିଟି କୁ ସୁନ୍ଦର ଭାଷାରେ ଆକର୍ଷିତ ଢଙ୍ଗରେ ଦର୍ଶକ ମାନଙ୍କ ପାଖରେ ପ୍ରକାଶ କରିଥାଏ । କପି ରାଇଟର୍ ର ପ୍ରାଥମିକତା ହେଉଛି କଣ୍ଟେଟ୍ କୁ କଣ୍ଟେଟ୍ ଜରିଆରେ ମାର୍କେଟିଂ ବା ବିକ୍ରୟ ଯୋଗ୍ୟ କରିବା । ତେଣୁ ଅନେକ କ୍ଷେତ୍ରରେ କପି ରାଇଟର୍ ମାନେ କଣ୍ଟେଟ୍ ରାଇଟର ମାନଙ୍କ ଠାରୁ ଅଧିକ ଦରମା ପାଇଥାନ୍ତି ।  ଦରମା ର ଷ୍ଟ୍ରକଚର ବା ସ୍ୟାଲେରି ଷ୍ଟ୍ରକଚର କପି ରାଇଟର୍ ର ସୃଜନଶୀଳତା ଏବଂ କମ୍ପାନୀ ର ପୋଜିସନ୍  ଉପରରେ ନିର୍ଭର କରେ । ସମସ୍ତେ କଣ୍ଟେଟ୍ ରାଇଟିଂ ବିଷୟରେ ଜାଣନ୍ତି । କପି ରାଇଟିଂ ବିଷୟରେ ଅନେକ ଜାଣନ୍ତି ନାହିଁ । କିନ୍ତୁ ସମସ୍ତ ସ୍ଥାନରେ କପି ରାଇଟିଂ ର ଆବଶ୍ୟକତା ରହିଥାଏ । ଆପଣ ହୁଏତ ଏହା ଅନୁଭବ କରିପାରନ୍ତି ନାହିଁ, କିନ୍ତୁ କପି ରାଇଟର୍ ସବୁଠାରେ ଅଛନ୍ତି । 

ବିଭିନ୍ନ ବିଜ୍ଞାପନ ଏବଂ ମାର୍କେଟିଂ ଅଭିଯାନ ପାଇଁ କପି ସୃଷ୍ଟି କରିବା କିମ୍ବା କପି ରାଇଟିଂ କରିବାକୁ କପି ରାଇଟର୍ ମାନଙ୍କର କାର୍ଯ୍ୟର ଏକ ଅଂଶ ବୋଲି ବୁଝାଯାଏ ।

କପି ରାଇଟର୍ ମାନେ କଣ କରିଥାନ୍ତି ?

୧) ବିଜ୍ଞାପନ ଏବଂ ମାର୍କେଟିଂ ଅଭିଯାନ ପାଇଁ ମସ୍ତିଷ୍କ ରେ କ୍ରିଏଟିଭିଟି ବା ସୃଜନଶୀଳତା ସହ ଡିସିସନ୍ ନେଇ ଗ୍ରାଫିକ୍ ଡିଜାଇନର୍ ସହିତ ସହଭାଗିତାରେ କାର୍ଯ୍ୟ କରିଥାନ୍ତି କପି ରାଇଟର୍ । 

୨) ଗ୍ରାହକ କିମ୍ବା କମ୍ପାନୀ ର ନିଷ୍ପତ୍ତି ଅନୁସାରେ ଅଡିଏନ୍ସ ମାନଙ୍କୁ ବିଜ୍ଞାପନ ଏବଂ ମାର୍କେଟିଂ ଅଭିଯାନ ଦ୍ୱାରା ପ୍ରବର୍ତ୍ତାଇବା । 

୩) ବିଭିନ୍ନ ଫର୍ମାଟ୍ ରେ ମିଡିଆ ପାଇଁ କପି ଲେଖିବା । ଯେପରିକି ଲାଭ ହେବ ବା ରେଭିନ୍ୟୁ ଜେନେରେସନ୍ ହେବ । 

୪) ଉତ୍ପାଦ , ସେବା , ଗ୍ରାହକ , ୱେବସାଇଟ୍ କୁ ସନ୍ଧାନ କରିବା , ପ୍ରତିଯୋଗୀ ଏବଂ ସମଗ୍ର ଶିଳ୍ପ ଉପରେ ଅନୁସନ୍ଧାନ କରିବା । ଏହା ପରେ ମାର୍କେଟ୍ ଏବଂ ଅଡିଏନ୍ସ ଅନୁସାରେ କଣ୍ଟେଟ୍ ପ୍ରକାଶିତ କରିବା । 

୫) ବ୍ରାଣ୍ଡ ର ଭଏସ୍ ବା ସ୍ୱର ବିକାଶ କରିବା । କମ୍ପାନୀକୁ ଏକ ପ୍ରତିଷ୍ଠିତ ବ୍ରାଣ୍ଡିଂ ର ସ୍ଥାନରେ ପହଞ୍ଚାଇବା ।

୬) କଣ୍ଟେଟ୍ ରାଇଟର୍ ର ଲେଖା ଏବଂ ଭବିଷ୍ୟତର କପି ରାଇଟିଂ ରଣନୀତିକୁ ମାର୍ଗଦର୍ଶନ କରିବା । କଣ୍ଟେଟ୍ ରାଇଟର ର ଲେଖାକୁ କପି ରାଇଟିଂ ମାଧ୍ୟମରେ ସଫଳ ଅଭିଯାନ ର ରୂପ ଦେବା । 

୭) କଣ୍ଟେଟ୍ ରାଇଟର୍ ର ଲେଖା କୁ ବିଶ୍ଳେଷଣ କରିବା । 

୮) କଣ୍ଟେଟ୍ ରାଇଟର୍ ର ଲେଖାକୁ ସମ୍ପାଦନା ଏବଂ ସଂଶୋଧନ କରିବା । ମାର୍କେଟିଂ ଷ୍ଟ୍ରାଟେଜି ଅନୁସାରେ କଣ୍ଟେଟ୍ ରାଇଟର ଲେଖିଥିବା କଣ୍ଟେଟ୍ କୁ ପୁନଶ୍ଚ ନୂତନ ରୂପ ଦେବା । 

କପି ରାଇଟର୍ ମାନେ କ’ଣ ଲେଖନ୍ତି ?

କପି ରାଇଟର୍ ମାନେ ଉତ୍ପାଦ , ବିକ୍ରୟ ବଢଉଥିବା କମ୍ପାନୀ ପାଇଁ ଶବ୍ଦ , ଟ୍ୟାଗଲାଇନ୍ , ବାକ୍ୟ ଏବଂ ପାରାଗ୍ରାଫ୍ ରଚନା କରନ୍ତି । କପି ରାଇଟର୍ ମାନେ ଅନ୍ୟ କମ୍ପାନୀକୁ ପ୍ରତିଯୋଗୀ ଭାବି କପି ରାଇଟିଂ କରନ୍ତି ।  ସାମଗ୍ରୀ ଏବଂ ସେବା ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ  ବିଜନେସ୍ – ଟୁ – ବିଜନେସ୍  କପି ଲେଖନ୍ତି କପି ରାଇଟର୍ । ବ୍ୟବସାୟୀ ଏବଂ ଉପଭୋକ୍ତା ମାନଙ୍କ ମଧ୍ୟରେ କପି ରାଇଟର୍ ଏକ ସଂମ୍ପର୍କ ସୃଷ୍ଟି କରନ୍ତି । ଅଡିଏନ୍ସ ମାନଙ୍କୁ ବିଜନେସ୍ ମଡେଲ୍ ପାଖକୁ ଆକର୍ଷିତ ଲେଖା ମାଧ୍ୟମରେ ପାଖକୁ ଟାଣିଆଣି ଥାନ୍ତି । 

କଣ୍ଟେଟ୍ ରାଇଟର୍ ଏବଂ କପି ରାଇଟର୍ ମଧ୍ୟରୁ କେଉଁଥିରେ ଅଛି ଭଲ କ୍ୟାରିୟର  ?

କଣ୍ଟେଟ୍ ରାଇଟିଂ ରେ କ୍ୟାରିୟର କରିବାକୁ ଚାହୁଁଥିଲେ ଅଧିକ ଅନୁସଂନ୍ଧାନ ଏବଂ ରିସର୍ଚ୍ଚ କରିବାକୁ ପଡିବ । ବିଭିନ୍ନ ପ୍ରକାର ର କଣ୍ଟେଟ୍ ରାଇଟର୍ ଅଛନ୍ତି । କଣ୍ଟେଟ୍ ରାଇଟର୍ ଭାବରେ ସମ୍ବାଦ ଲେଖକ ବା ନ୍ୟୁଜ ରାଇଟର୍ ଭାବରେ କଣ୍ଟେଟ୍ ଲେଖିବାରେ ମଧ୍ୟ କ୍ୟାରିୟର ଅଛି ।  ସମ୍ବାଦ ଲେଖକ ବା ନ୍ୟୁଜ ରାଇଟର୍ ଏକ ସମ୍ମାନଜନକ ପୋଷ୍ଟ ଏବଂ ଭଲ ଦରମା ମଧ୍ୟ ରହିଛି । ଛାତ୍ର ଏବଂ ଉତ୍ସାହୀ ଲେଖକମାନଙ୍କ ପାଇଁ ସମ୍ବାଦ ଲେଖକ ବା ନ୍ୟୁଜ ରାଇଟର୍ , ଏଣ୍ଟରଟେନମେଣ୍ଟ ରାଇଟର ବା ମନୋରଞ୍ଜନ ଲେଖକ , ବ୍ଲଗ୍ ରାଇଟର ଏବଂ ଆହୁରି ଅନେକ କିଛି ହେବା ପାଇଁ ଯଥେଷ୍ଟ ସୁଯୋଗ ଅଛି । ତେବେ ଯେଉଁମାନଙ୍କ ପାଖରେ ବୃତ୍ତିଗତ ଲେଖା ଦକ୍ଷତା ବା ପ୍ରଫେସନାଲ୍ ରାଇଟିଂ ସ୍କିଲ୍ ଅଛି ସେମାନେ ଏହି କ୍ୟାରିୟର ରେ ଆଗକୁ ନିହାତି ବଢିବେ । ଉତ୍ତମ ଦୃଷ୍ଟିକୋଣ ଏବଂ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । 

କଣ୍ଟେଟ୍ ରାଇଟିଂ ରେ କ୍ୟାରିୟର –

୧) ବ୍ଲଗ୍ ପୋଷ୍ଟ କଣ୍ଟେଟ୍ ରାଇଟର୍

୨) ୱେବସାଇଟ୍ କଣ୍ଟେଟ୍ ରାଇଟର୍

୩) ସୋସିଆଲ ମିଡିଆ ପୋଷ୍ଟ କଣ୍ଟେଟ୍ ରାଇଟର୍

୪) ଟେକ୍ନିକାଲ୍ କଣ୍ଟେଟ୍ ରାଇଟର୍

୫) ଇ-ବୁକ୍ କଣ୍ଟେଟ୍ ରାଇଟର

୬) ହ୍ୱାଇଟ୍ ପେପର କଣ୍ଟେଟ୍ ରାଇଟର

୭) ରିଭିୟୁ କଣ୍ଟେଟ୍ ରାଇଟର୍ 

କପି ରାଇଟିଂ ରେ କ୍ୟାରିୟର କରିବାକୁ ଚାହୁଁଥିଲେ ଅଧିକ ଅନୁସଂନ୍ଧାନ ସହ ଅଧିକ କଣ୍ଟେଟ୍ ପଢିବାକୁ ପଡିବ । ଯାହା ଫଳରେ ବିଭିନ୍ନ ସୋର୍ସ ରୁ ବିଭିନ୍ନ ପ୍ରକାର ର କଣ୍ଟେଟ୍ ପଢିଲେ ମାର୍କେଟ ର ଆବଶ୍ୟକତା ଏବଂ କମ୍ପାନୀ ର ଉଦ୍ଦେଶ୍ୟ ଅନୁସାରେ ଆପଣ ଲେଖିପାରିବେ । କପି ରାଇଟିଂ ର ମାନେ ହେଲା କଣ୍ଟେଟ୍ ରାଇଟର୍ ଲେଖିଥିବା କଣ୍ଟେଟ୍ କୁ ଅନୁସନ୍ଧାନ କରିବା । କପି ରାଇଟିଂ ରେ ଭୁଲ ର ପ୍ରଶ୍ନ ନଥାଏ । ତେଣୁ ଏହି କ୍ୟାରିୟର ରେ କଣ୍ଟେଟ୍ ରେ ଭୁଲ ଥିଲେ ସଂଶୋଧନ କରିବାକୁ ପଡିବ । ଏହା ଏକ ସହଜ କାମ । କିନ୍ତୁ ଠିକ୍ ଢଙ୍ଗରେ କାମ କରିପାରିବା ଦରକାର । ଏଥିରେ ଆପଣଙ୍କୁ କୌଣସି ପ୍ରକାର ର ନୂତନ ଲେଖା ସୃଷ୍ଟି କରିବା ବା ନୂତନ କଣ୍ଟେଟ୍ ଲେଖିବା ର ଆବଶ୍ୟକତା ପ୍ରାୟ ନଥାଏ । କିନ୍ତୁ ସେହି କଣ୍ଟେଟ୍ ରୁ କପି ରାଇଟିଂ କରି କିଛି ଏମିତି ଲେଖା ପ୍ରସ୍ତୁତ କରିବା କୁ ପଡିବ ଯେପରି ଦର୍ଶକ ବା ଅଡିଏନ୍ସ ଆପଣଙ୍କ ଗୋଟିଏ ସେଟେନ୍ସ ରେ ଆକର୍ଷିତ ହେବେ । କପି ରାଇଟିଂ ର ଉଦ୍ଦେଶ୍ୟ ହିଁ ଅଡିଏନ୍ସ କୁ ଆର୍କଷିତ କରିବା ।   

କପି ରାଇଟିଂ ରେ କ୍ୟାରିୟର –

୧) ପ୍ରିଣ୍ଟ ଆର୍ଡ ରାଇଟିଂ ( ନ୍ୟୁଜ ପେପର କିମ୍ବା ମାଗାଜିନ୍ ରେ ଲେଖା ଯାଉଥିବା ବିଜ୍ଞାପନ )

୨) ଟ୍ୱିଟର,  ଇନଷ୍ଟାଗ୍ରାମ,  ଫେସବୁକ , ଇତ୍ୟାଦି ରେ ଲେଖା ଯାଉଥିବା ସୋସିଆଲ୍ ମିଡିଆ ଆର୍ଡ ବା ବିଜ୍ଞାପନ 

୩) ରେଡିଓ କିମ୍ବା ପୋଡକାଷ୍ଟ୍ ପାଇଁ ଲେଖା ଯାଉଥିବା ଜିଙ୍ଗେଲ୍ ରାଇଟର୍ 

୪) ଟିଭି କିମ୍ବା କୌଣସି ଡିଜିଟାଲ୍ ପ୍ଲାଟଫର୍ମ ପାଇଁ ଲେଖାଯାଉଥିବା ସ୍କ୍ରିପ୍ଟ , ଟ୍ୟାଗ ଲାଇନ୍ ଏବଂ ବିଜ୍ଞାପନ ସ୍କ୍ରିପ୍ଟ ରାଇଟର

୫) ବିଲ୍ ବୋର୍ଡ ଏବଂ ପୋଷ୍ଟର ପାଇଁ କପି ରାଇଟିଂ

୬) ହ୍ୱାଇଟ୍ ପେପର କଣ୍ଟେଟ୍ ରାଇଟର

୭) ସରକାରୀ କିମ୍ବା ବେସରକାରୀ ସ୍ତରରେ ଲେଖାଯାଉଥିବା ଜନ ସଚେତନ ବା ଆଓ୍ୱାରନେସ୍ ସ୍କ୍ରିପ୍ଟ କପି ରାଇଟର୍ 

ଆଜିକାଲି ସମସ୍ତେ କଣ୍ଟେଟ୍ ରାଇଟିଂ କିମ୍ବା କପି ରାଇଟିଂ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ପୁଣି କେତେକ ବିନା ଡିଗ୍ରୀରେ କେବଳ ଦକ୍ଷତା ବଳରେ ଏହି କ୍ଷେତ୍ରରେ ଅଛନ୍ତି । ତେବେ ପ୍ରୋଫେସନାଲ୍ ହେବାପାଇଁ ଏକ ବୃତ୍ତିଗତ ଡିଗ୍ରୀ ରଖନ୍ତୁ । କପି ରାଇଟିଂ ହେଉ କିମ୍ବା କଣ୍ଟେଟ୍ ରାଇଟିଂ ସବୁଥିରେ ଗୋଟିଏ ଡିଗ୍ରୀ ର ଡିମାଣ୍ଡ ଅଧିକ ଥାଏ । ସେହି ଡିଗ୍ରୀ ର ନାମ ହେଉଛି ଜୋର୍ଣ୍ଣାଲିଜମ୍ ଆଣ୍ଡ ମାସ କମ୍ୟୁନିକେସନ ବା ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ । ଏହି ଡିଗ୍ରୀ ଟି ଆପଣଙ୍କୁ ଅନେକ ସମ୍ମାନ ଦେବା ସହ ବିଭିନ୍ନ ପ୍ରକାର ର ଚାକିରୀ ପାଇଁ ସୁଯୋଗ ଦେଇଥାଏ । ମାସକମ୍ୟୁନିକେସନ୍ ବା ଗଣଯୋଗାଯୋଗ ରେ ବିଭିନ୍ନ ବର୍ଗରେ କଣ୍ଟେଟ୍ ରାଇଟିଂ ଏବଂ କପି ରାଇଟିଂ ପାଇଁ ପଦବୀ ବାହାରେ । ତେଣୁ ଏହି ଡିଗ୍ରୀ ଆପଣଙ୍କ ପାଖରେ ଥିଲେ ଆପଣ ଅଧିକ ଦରମା ଡିମାଣ୍ଡ କରିପାରିବେ । ଇଂରାଜୀ ହେଉଛି ଏକ ବିଜନେସ୍ ଲାଙ୍ଗୁଏଜ୍ । ତେଣୁ ଏଥିରେ କପି ରାଇଟିଂ ଏବଂ କଣ୍ଟେଟ୍ ରାଇଟିଂ ରେ ଅଧିକ ସୁଯୋଗ ସହ ଅଧିକ ଦରମା ଥାଏ । ତେଣୁ  କଣ୍ଟେଟ୍ ରାଇଟିଂ ଏବଂ କପି ରାଇଟିଂ ରେ କ୍ୟାରିୟର ଆରମ୍ଭ କଲାବେଳେ ଏହା କୁ ଧ୍ୟାନ ଦିଅନ୍ତୁ । ଉଭୟ କଣ୍ଟେଟ୍ ରାଇଟିଂ ଏବଂ କପି ରାଇଟିଂ ରେ ଭଲ ସୁଯୋଗ ଅଛି । କିନ୍ତୁ ମାର୍କେଟିଂ ଏବଂ ବିଜନେସ୍ ରେ ଅଧିକ ଦକ୍ଷତା ଥିଲେ ଆପଣ କପି ରାଇଟିଂ ରେ କ୍ୟାରିୟର ଆରମ୍ଭକଲେ ଭଲ । ଯଦି ଆପଣ କଣ୍ଟେଟ୍ ରାଇଟିଂ ରେ ଚାକିରୀ କରୁଛନ୍ତି , ତେବେ କପି ରାଇଟିଂ କୁ ଯିବାପାଇଁ ସହଜ । କାରଣ କଣ୍ଟେଟ୍ ରାଇଟିଂ ରେ ଆପଣଙ୍କ ଟାଇପିଂ ସ୍କିଲ୍ ବୃଦ୍ଧି ହେବା ସହ ବିଭିନ୍ନ କ୍ଷେତ୍ରରେ ଜ୍ଞାନ ବୃଦ୍ଧି ହେବ । ପରେ ଆପଣ କପି ରାଇଟିଂ ରେ ଆଶା ଠାରୁ ଅଧିକ ଦରମା ଡିମାଣ୍ଡ କରି ପାରିବେ । ଆଜିକାଲି ଅନେକ ବ୍ୟକ୍ତି ଘରେ ରହି କଣ୍ଟେଟ୍ ରାଇଟିଂ ଏବଂ କପି ରାଇଟିଂ କରୁଛନ୍ତି । ଓ୍ୱାର୍କ ଫ୍ରମ ହୋମ୍ କରି ମୋଟା ଅଙ୍କର ଦରମା ପାଉଛନ୍ତି । ଯୁବପିଢୀ ଙ୍କ ପାଖରେ ରୋଜଗାର କରିବା ର ନୂତନ ମାଧ୍ୟମ ପାଲିଟିଛି କଣ୍ଟେଟ୍ ରାଇଟିଂ ଏବଂ କପି ରାଇଟିଂ ।

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )