Thursday 25th April 2024
ଏହି ବିଧିରେ ଧନତେରସରେ କରନ୍ତୁ ଦୀପଦାନ,  ଅକାଳ ମୃତୁ୍ୟରୁ ପାଇବେ ମୁକ୍ତି

ଏହି ବିଧିରେ ଧନତେରସରେ କରନ୍ତୁ ଦୀପଦାନ, ଅକାଳ ମୃତୁ୍ୟରୁ ପାଇବେ ମୁକ୍ତି

ଧନ୍‌ତେରସ୍‌କୁ ବର୍ଷର ସବୁଠାରୁ ଶୁଭ ଦିବସ ଭାବେ ପାଳନ କରାଯାଏ । ଏହାକୁ ସୁଖ, ସମୃଦ୍ଧି ଓ ବୈବହର ପର୍ବ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଧନତେରସ ୨୩ ଅକ୍ଟୋବର ୨୦୨୨ରେ ପାଳନ କରାଯାଉଛି ।  ଧନ୍‌ତେରସ୍‌ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟଦଶ ତିଥିରେ ପାଳନ କରାଯାଏ । ଏହି ଦିନ ଭଗବାନ କୁବେର, ମାତା ଲକ୍ଷ୍ମୀ ଓ ଭଗବାନ ଧନବନ୍ତରୀଙ୍କର ପୂଜା କରାଯାଏ ।  ଏହା ସହ ଏହି ଦିନ ଯମଙ୍କର ମଧ୍ୟ ପୂଜା କରାଯାଏ । ଏହି ଦିନ ଯମଙ୍କୁ ପୂଜା କରିବାର ଏକ ଖାସ ମହତ୍ତ୍ୱ ରହିଛି । କୁହାଯାଏ କି ଯମଙ୍କୁ ଏହି ଦିନ ପୂଜା କରିବା ଦ୍ୱାରା ଅକାଳ ମୃତ୍ୟୁରୁ ବଞ୍ଚିହୋଇପାରେ ।List] Dhanteras 2022 पर क्या खरीदना है क्या नहीं? पूरी लिस्ट देखेंଧନ୍‌ତେରସ୍‌ ଦିନ ୧୩ଟି ଦୀପ ଘର ଭିତରେ ଓ ୧୩ ଟି ଦୀପ ଘର ବାହାରେ ଜଳେଇବାର ପରମ୍ପରା ରହିଛି । ରାତିରେ ଶୋଇଲା ବେଳେ ମଧ୍ୟ ଗୋଟିଏ ଦୀପ ଜଳାଯାଇଥାଏ । ଏହି ଦୀପ ଜାଳିବା ପାଇଁ ନୂଆ ଦୀପ ବଦଳରେ ପୂରୁଣା ଦୀପ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ କୁହାଯାଏ କି ଘରର ଦକ୍ଷିଣ ଦିଗରେ ଦୀପ ଜଳାଯାଏ କାରଣ ଦକ୍ଷିଣ ଦିଗ ଯମଙ୍କ ଦିଗ ହୋଇଥାଏ । ମାନ୍ୟତା ରହିଛି  ଘରେ ଦୀପ ମଧ୍ୟ ବୁଲାଯାଏ ଏହା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।  Dhanteras(Dhantrayodashi) 2022: Date, Meaning, Puja Vidhi, Muhuratଏହି ଦିନ ଦୀପଜାଳିବାର ନିଜସ୍ୱ ମହତ୍ତ୍ୱ ରହିଛି । ପୌରାଣିକ ମାନ୍ୟତା ଅନୁସାରେ, ଏକଦା ହେମ୍ ନାମକ ଜଣେ ରାଜାଙ୍କର ଗୋଟିଏ ପୁତ୍ର ସନ୍ତାନ ହେଲା । ସେତେବେଳେ ଜୌତିଷ ଗଣନା କରି କହିଲେ କି ଏହି ପୁତ୍ର ଯେବେ ବିବାହ କରିବ ତାର ୪ ଦିନରେ ଏହି ପୁତ୍ରଟିର ମୃତ୍ୟୁ ହୋଇଯିବ । ଏହା ଜାଣି ରାଜା ଯମୁନା କୁଳରେ ଏକ ଗୁମ୍ଫାରେ ବ୍ରହ୍ମଚାରି କରି ରଖି ତାଙ୍କ ପୁତ୍ରକୁ ବଡ଼କଲେ । କିନ୍ତୁ ଏକଦା ରାଜା ହଂସଙ୍କ ଝିଅ ଯମୁନା କୂଳକୁ ବୁଲି ଆସିଥିଲେ, ସେ ସମୟରେ ଏହି ବ୍ରହ୍ମଚାରୀ ରାଜକୁମାର ଜଣକ ସୁନ୍ଦର କନ୍ୟାକୁ ଦେଖି ମୋହିତ ହୋଇ ତା ସହ ଗନ୍ଧର୍ବ ବିବାହ କରିନେଲେ । ଏହାର ଠିକ୍ ୪ଦିନ ପରେ ରାଜକୁମାରଙ୍କର ମୃତ୍ୟୁ ହୋଇଗଲା । ଯେଉଁଥି ପାଇଁ ତାଙ୍କ ପତ୍ନୀ ବହୁତ କାନ୍ଦୁଥିଲା ଯାହାଙ୍କ କାନ୍ଦ ଯମଙ୍କ ଦୂତ ମାନେ ଦେଖିପାରିଲେ ନାହିଁ । ତେଣୁ ସେ ଯମଙ୍କୁ ପଚାରିଥିଲେ କି ମହାରାଜ ଅକାଳ ମୃତ୍ୟୁରୁ ବଞ୍ଚିବା ପାଇଁ କୌଣସି ଉପାୟ ନାହିଁ? ସେହି ସମୟରେ ଯମ କହିଥିଲେ କି ଧନ୍‌ତେରସ୍ ଦିନ ପୂଜା କରିବା ସହ ବିଧିପୂର୍ବକ ଦୀପ ଜାଳିଲେ ଅକାଳ ମୃତ୍ୟୁର ଡର ରୁହେ ନାହିଁ । ସେବେଠାରୁ ଧନ୍‌ତେରସ୍‌ରେ ଯମଙ୍କ ନାମରେ ଦୀପ ଜଳାଯାଏ ।  सावित्री और सत्यवान की कथा | The story of Savitri and Satyavan – Myhindilekh

CATEGORIES
TAGS
Share This

COMMENTS

Wordpress (0)
Disqus (1 )