Friday 26th April 2024
ହିନ୍ଦୀ ଦିବସର ମହତ୍ୱ : କାହିଁକି ପାଳିବା ଆମେ ହିନ୍ଦୀ ଦିବସ ?

ହିନ୍ଦୀ ଦିବସର ମହତ୍ୱ : କାହିଁକି ପାଳିବା ଆମେ ହିନ୍ଦୀ ଦିବସ ?

ଭାଷା ଓ ଭାଷାର ମହତ୍ୱ ଆମେ ସମସ୍ତେ ବୁଝିବା ଆବଶ୍ୟକ । ଆଜି ଆମେ ଯେଉଁ ଯୁଗରେ ଅଛୁ । ସେହି ଯୁଗରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାକୁ ଆମେ ଭାଷାକୁ ମାଧ୍ୟମ ରୂପେ ବାଛିଛୁ । ହେଲେ ଯଦି ଆମେ ନିଜ ଭାଷାର ମୂଳ ମହତ୍ୱକୁ ନ ବୁଝିବା ତାହାଲେ ଭାଷାର ଅସ୍ତିତ୍ୱ ଦିନେ ନା ଦିନେ ଲୋପ ପାଇଯିବ । ଆଜି ହେଉଛି ଆମ ଦେଶର ବିଭିନ୍ନ ଭାଷା ଭିତରୁ ବହୁ ପ୍ରଚଳିତ ଭାଷାର ଦିବସ । ଆମ ଭାରତରେ ହିନ୍ଦୀ ଭାଷା ବହୁଳ ମାତ୍ରାରେ ବ୍ୟବହାର ହୁଏ । ପ୍ରତିବର୍ଷ ଆଜିର ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି । ହିନ୍ଦୀ ଭାଷାର ମହତ୍ୱ ବଜାଇ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ ।

ଭାରତ ସମେତ ଅନ୍ୟଦେଶରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଜାନୁଆରୀ ୧୦ରେ ‘ବିଶ୍ୱ ହିନ୍ଦୀ ଦିବସ’ ପାଳନ କରାଯାଉଥିବା ବେଳେ ଭାରତରେ ସେପ୍ଟେମ୍ବର ୧୪ରେ ପାଳନ କରାଯାଏ ହିନ୍ଦୀ ଦିବସ । ସେହିପରି ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାକୁ ପ୍ରଥମେ ବହୁତ ପ୍ରୟାସ କରିଥିଲେ । ସସେ ଏହିଦିନ ଜନ୍ମଗ୍ରହଣ କରିଥିଲେ ଏବଂ ସେଥିପାଇଁ ତାଙ୍କ ପରେ ତାଙ୍କ ଜନ୍ମ ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଗଲା । ଆଉ ଆଜି ଯାଏଁ ତାହା କରାଯାଉଛି । ତେବେ ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗୃହୀତ କରାଗଲା ।

ମାତ୍ର ଏହାକୁ ବିଧିବଦ୍ଧ ଭାବେ ପ୍ରଥମଥର ପାଇଁ ୧୯୫୩ ମସିହା ସେପ୍ଟେମ୍ବର ୧୪ରେ ଲାଗୁ କରାଯାଇଥିଲା । ସେବେଠାରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି । ଅବଶ୍ୟ ଭାରତରେ ଇଂରାଜୀ ଭାଷାର ବଢୁଥିବା ପ୍ରଚଳନ ଓ ହିନ୍ଦୀଭାଷା ପ୍ରତି ଅବହେଳାକୁ ରୋକିବା ଉଦ୍ଦେଶ୍ୟରେ ଏହାର ପାଳନ ଆରମ୍ଭ ହୋଇଥିଲା । ମହାତ୍ମା ଗାନ୍ଧୀ ମଧ୍ୟ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାକୁ କହିଥିଲେ । ଯଦିଓ ଏହା ଭାରତର ରାଷ୍ଟ୍ରଭାଷା ନୁହେଁ, ଏହା ହେଉଛି ରାଜଭାଷା । ହିନ୍ଦୀ ଭାଷାକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ସରକାରୀ ଦପ୍ତରରେ ଇଂରାଜୀ ପରିବର୍ତ୍ତେ ହିନ୍ଦୀର ଉପଯୋଗ କରାଯାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )