Thursday 18th April 2024

ଅଗଷ୍ଟ ୨୪ ତାରିଖର ଇତିହାସ ଜାଣନ୍ତୁ…

ଇତିହାସ ଏକ ବିଶାଳ କଥା । ଆମର ଇତିହାସ ହିଁ ଆମକୁ ଆଜି କାଲି ଓ ବର୍ତ୍ତମାନର ଉଚିତ୍ ଶିକ୍ଷା ଦେଇଥାଏ । ଇତିହାସରେ ଯାହା ଲେଖାହୋଇଛି ତାହାକୁ ଜାଣି ଆମେ ଅନେକ ଜିନିଷକୁ ମନେପକାଇଥାଉ । ପ୍ରତ୍ୟେକ ଦିନର ତାରିଖରେ କିଛି ନା କିଛି ଘଟଣାର ଇତିହାସ ଲୁଚି ରହିଥାଏ । ତେବେ ସେ ଦୃଷ୍ଟିରୁ ଚାଲନ୍ତୁ ଦେଖିବା ଆଜି ତାରିଖର ଇତିହାସ କଣ କଣ ରହିଛି ?


୧୬୦୦-ଇଷ୍ଟ ଇଣ୍ଡିଆ କମ୍ପାନିର ପ୍ରଥମ ଜାହାଜ ହେକ୍ଟର ସୁରତ ତଟରେ ପହଂଚିଥିଲା ।
୧୬୯୦-କଲିକତା ସହରର ସ୍ଥାପନା ଦିବସ ଆଜିର ଦିନରେ ହୋଇଥିଲା ।
୧୯୬୪- ଭିଭି ଗିରି ଭାରତର ଚତୁର୍ଥ ରାଷ୍ଟ୍ରପତି ହେଲେ ।
୧୯୭୪-ଫକିରୁଦ୍ଧିନ ଅଲ୍ଲୀ ଅହମ୍ମଦ ଭାରତର ୫ମ ରାଷ୍ଟ୍ରପତି ହେଲେ ।
୧୯୯୩-ପପ୍ ଷ୍ଟାର ମାଇକେଲ୍ ଜ୍ୟାକସନ୍‌ଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ଯାଂଚ ଆରମ୍ଭ କଲା ଲସ୍‌ଏଞ୍ଜେଲସ୍ ପୋଲିସ ।
୨୦୧୯-ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ହୋଇଥିଲା ।
୧୯୯୯-କାରଗିଲ୍ ଅପରେସନ୍‌ରେ ଭାରତ ଦ୍ୱାରା ଧରାଯାଇଥିବା ୮ଜଣ ସୈନିକଙ୍କୁ ପାକିସ୍ତାନ ଯୁଦ୍ଧବନ୍ଦୀ ବୋଲି ସ୍ୱୀକାର କଲାନାହିଁ ।
୨୦୧୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୟୁଏଇ ରେ ‘ଅର୍ଡର ଅଫ୍ ଯାଏଦ୍‌’ ସର୍ବୋଚ୍ଚ ନାଗରିକ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ ।
ଏହି ଦିନରେ ଅନେକ କିଛି ଘଟଣା ଘଟିଛି । କିନ୍ତୁ ସେଥିରୁ କିଛି ଖାସ୍ ଘଟଣା ଉପରେ ଆମେ ଆପଣଙ୍କୁ ସୂଚନା ଦେଲୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )