Friday 26th April 2024
ଶୀଘ୍ର ଚାକିରୀ ପାଇବାକୁ ଚାହୁଁଛନ୍ତି କି ? Interview ରେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦିଅନ୍ତୁ ନାହିଁ !

ଶୀଘ୍ର ଚାକିରୀ ପାଇବାକୁ ଚାହୁଁଛନ୍ତି କି ? Interview ରେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦିଅନ୍ତୁ ନାହିଁ !

ପ୍ରଶ୍ନ ଯାହାକି ପ୍ରତିଥର ଆପଣଙ୍କ ମନକୁ ଆନ୍ଦୋଳିତ କରେ । ପ୍ରଶ୍ନ ର ଉତ୍ତର ଖୋଜିବା ପାଇଁ ମସ୍ତିଷ୍କ  ସକ୍ରିୟ  ହୋଇଯାଏ । ପ୍ରତି ପ୍ରଶ୍ନର କିଛି ନା କିଛି ଉତ୍ତର ଥାଏ । ପ୍ରଶ୍ନର ଉତ୍ତର ସହଜ କିମ୍ବା ଜଟିଳ ମଧ୍ୟ ହେଇପାରେ । ପ୍ରଶ୍ନର ଉତ୍ତର କଣ ହେବ ତାହା ପ୍ରଶ୍ନ ଉପରେ ନିର୍ଭର କରେ । କେତେକ କ୍ଷେତ୍ରରେ ପ୍ରଶ୍ନର ଉତ୍ତର ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଉପରେ ନିର୍ଭର କରେ । ତେଣୁ ପ୍ରଶ୍ନର ଉତ୍ତର ମଧ୍ୟ ବାରମ୍ବାର ବଦଳି ଯାଇପାରେ । କେତେ ବେଳେ ଉତ୍ତର ସତ ହୋଇଥାଏ । ପୁଣି କେତେ ବେଳେ ଉତ୍ତର ମିଛ ମଧ୍ୟ ହୋଇପାରେ । ସବୁକିଛି ପ୍ରଶ୍ନ ଏବଂ ପ୍ରଶ୍ନ  ପଚାରୁଥିବା ବ୍ୟକ୍ତି ଉପରେ  ନିର୍ଭର କରେ ।

ପରୀକ୍ଷା ସହ ପ୍ରଶ୍ନର ସଂମ୍ପର୍କ ଅତି ନିବିଡ । ପ୍ରଶ୍ନ ବିନା ପରୀକ୍ଷା ଅସମ୍ଭବ । କେତେ ଗୁଡିଏ ପ୍ରଶ୍ନକୁ ନେଇ ପରୀକ୍ଷା ହୋଇଥାଏ । ଲିଖିତ ପରୀକ୍ଷା କିମ୍ବା ମୌଖୀକ ପରୀକ୍ଷା ସବୁଥିରେ ଥାଏ ପ୍ରଶ୍ନ । ଲିଖିତ ପରୀକ୍ଷା ବା Written exam ରେ ଉତ୍ତର ଗୁଡିକ ଲିଖିତ ବା Written Format ଆକାରରେ ଦିଆଯାଏ । ମୌଖୀକ ପରୀକ୍ଷା ବା oral exam ରେ ଉତ୍ତର ଗୁଡିକ ମୌଖୀକ ଆକାରରେ ଦିଆଯାଏ । Interview ହେଉଛି ଏକ ପ୍ରକାରର ମୌଖୀକ ପରୀକ୍ଷା ବା oral exam । ସରକାରୀ କିମ୍ବା ବେସରକାରୀ ସବୁକ୍ଷେତ୍ରରେ ଚାକିରୀ କରିବା ପାଇଁ Interview ଥାଏ  । ଚାକିରୀ ଆଶାୟୀ ମାନଙ୍କ ପାଇଁ Interview ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଦାରିଦ୍ର ଏବଂ ବେକାରୀ ସମସ୍ୟାକୁ ବୃଦ୍ଧି କରୁଛି । ଏଭଳି ପରିସ୍ଥିତିରେ Competition ଏବଂ struggle  ମଧ୍ୟ ବଢିଛି । Interview ରେ ପ୍ରତ୍ୟେକଟି ପ୍ରଶ୍ନ ପରିସ୍ଥିତିକୁ ଦେଖି ପଚରାଯାଇଥାଏ । ନିଯୁକ୍ତିକାରୀ ଟିମ୍ ଏବଂ HR ଭାବିବା ପାଇଁ ମଧ୍ୟ ସମୟ ଦିଅନ୍ତି ନାହିଁ । ଯଦି ଆପଣ ଭାବି ଭାବି ଚୁପ୍ ରହିଯିବେ , ତେ କିଛି କ୍ଷଣ ମଧ୍ୟରେ ଆପଣଙ୍କ ସମ୍ମୁଖରେ ଏକ ନୂତନ ପ୍ରଶ୍ନ ଥିବ ।

Interview ରେ ସବୁ ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେବା ଉଚିତ୍ । ଉପଯୁକ୍ତ ଉତ୍ତର ଦେଲେହିଁ Interview ରେ ସଫଳ ହେବେ । ଉତ୍ତର ଟି ଯେପରି ଯୁକ୍ତି ସମ୍ମତ ହେବା ଦରକାର ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, Interview ରେ ଏମିତି କିଛି ପ୍ରଶ୍ନ ଅଛି ଯାହାର ର ଉତ୍ତର ନ ଦେବାଟାହିଁ ଠିକ । କାରଣ ଉତ୍ତର ଦେଲେ ହେଇପାରେ ଅସୁବିଧା । ପ୍ରତିବର୍ଷ ବିଭିନ୍ନ company ରେ  job vacancies  ବାହାରେ ଏବଂ ଲକ୍ଷ୍ୟାଧିକ ଲୋକ ଏହି ଚାକିରୀ ପାଇଁ ଆଶାୟୀ ଥାନ୍ତି । କିଛି company ଏହାର ଫାଇଦା ଉଠାଇଥାନ୍ତି । Hiring manager ପ୍ରାର୍ଥି ମାନଙ୍କୁ Interview ରେ କମ୍ ଦରମାରେ ରାଜି କରାଇଥାନ୍ତି । ଯାହା ତାଙ୍କ company କୁ profit ଦେଇଥାଏ । କିନ୍ତୁ ଆପଣଙ୍କୁ Interview ରେ କିଛି ଏମିତି ପ୍ରଶ୍ନ ପଚରାଯାଇପାରେ ,ଯାହାକି ପଚାରିବା ଅନୁଚିତ । ଏହି ପ୍ରଶ୍ନ ଗୁଡିକର ଉତ୍ତରରେ ଆପଣ କଣ କରିବେ ତାହା ଜାଣିରଖିବା ନିହାତି ଦରକାର ।

ତେବେ Interview ରେ କେଉଁ ପ୍ରଶ୍ନର ଉତ୍ତର ଦେବେ ?

ଏବଂ କେଉଁ ପ୍ରଶ୍ନକୁ ignore କରିବେ ? ତାହା ଜାଣିରଖନ୍ତୁ !

ଏହି article ଟି ଶେଷ ଯାଏ ପଢନ୍ତୁ ।

Interview ରେ କେଉଁ ପ୍ରଶ୍ନର ଉତ୍ତର ଦେବା ଠିକ ନୁହଁ –

1) ଆପଣଙ୍କୁ କେତେ ବର୍ଷ ?

କିଛି Company ର job vacancies ବାହାରିଲା ବେଳେ , ସେଥିରେ ଚାକିରୀର ବୟସ ସୀମା ନିର୍ଦ୍ଧାରିତ ଥାଏ । ତେଣୁ ଆପଣ ଭଲ ଭାବରେ ବୁଝି apply କରନ୍ତୁ । କିନ୍ତୁ apply କରିସାରିଲା ପରେ Hiring manager ଆପଣଙ୍କୁ Interview ପାଇଁ ଡାକିପାରନ୍ତି । ଆପଣଙ୍କ Resume ରେ ସବୁକିଛି ତଥ୍ୟ ଆଗରୁ ଦିଆଯାଇଛି ।  ପୁଅ ପ୍ରାର୍ଥି କିମ୍ବା ଝିଅ ପ୍ରାର୍ଥି ସମସ୍ତଙ୍କୁ ସମାନ ପ୍ରକାରର ପ୍ରଶ୍ନ ପଚାରିବା ଦରକାର । କିଛି କ୍ଷେତ୍ରରେ ଝିଅ ପ୍ରାର୍ଥି ମାନଙ୍କୁ ବାରମ୍ବାର ବୟସ ବିଷୟରେ ପଚାରାଯିବାର ଉଦାହରଣ ଅଛି । ଏହି କାମ କେବଳ Unprofessional Company କିମ୍ବା Unprofessional Hiring manager ହିଁ କରିଥାନ୍ତି । ତେବେ ଏଭଳି କ୍ଷେତ୍ରରେ ପ୍ରଶ୍ନଟିକୁ ଏଡାଇବା ପାଇଁ ଚେଷ୍ଟା କରନ୍ତୁ । କିଛି କ୍ଷେତ୍ରରେ କମ୍ ବୟସର ପ୍ରାର୍ଥିଙ୍କୁ fresher ବୋଲି ଦର୍ଶାଇ କମ୍ ଦରମା offer କରିଥାନ୍ତି Hiring manager । ବୟସ ବଢିବା ସହ ତମର experience gain ହେବ ଏବଂ ପରେ ପରେ salary ରେ ମଧ୍ୟ Growth ହେବ କହି ରାଜି କରାନ୍ତି । ଆପଣ ଯଦି ପାରୁଛନ୍ତି ଚୁପ୍ ରୁହନ୍ତୁ କିମ୍ବା ପ୍ରଶ୍ନଟିକୁ ଚତୁରତାର ସହ ignore କରନ୍ତୁ । କାରଣ ଏହା ଆପଣଙ୍କର ବ୍ୟକ୍ତିଗତ ତଥ୍ୟ । କାରଣ ବୟସକୁ ନେଇ ଭେଦଭାବ ଅନେକ ରୂପରେ ବର୍ତ୍ତମାନ ବି ରହିଛି ।

2) ଆପଣଙ୍କ ର  ବାହାଘର  ହେଇଛି କି ?

ବାହାଘର ବିଷୟରେ ପଚାରିବାର ଅଧିକାର କେବଳ ପରିବାର କିମ୍ବା ସମ୍ପର୍କୀୟ ମାନଙ୍କ ପାଖରେ ଅଛି । କୌଣସି Company ର କୌଣସି ପ୍ରକାରର ଅଧିକାର ନାହିଁ ବ୍ୟକ୍ତିଗତ ବେପାରରେ । କିନ୍ତୁ Unprofessional Company କିମ୍ବା Unprofessional Hiring manager ହିଁ ଏପରି କରିଥାନ୍ତି । ବାହାଘର ପ୍ରଶ୍ନ ପଚାରିବା ଦ୍ୱାରା ଅନେକ ବ୍ୟକ୍ତିଗତ କଥାକୁ ତର୍ଜମା କରିଥାନ୍ତି । ଆପଣ ବିବାହିତ କିମ୍ବା ବିଧବା , ସେ ତଥ୍ୟ ଜାଣି ଆପଣଙ୍କୁ ଚାକିରୀ ପାଇଁ ଚୟନ କରିନପାରନ୍ତି ।

 ଅବିବାହିତ ମହିଳା ଅପେକ୍ଷା ବିବାହିତା ମହିଳାଙ୍କୁ ସାଧାରଣତ ଅଧିକ ଛୁଟି ଦରକାର ପଡିଥାଏ । ଘର କାମ ଏବଂ ବ୍ୟକ୍ତିଗତ କାମ ପାଇଁ ଦରକାର ପଡିପାରେ ଅଧିକ ଛୁଟି । ଭାରତ ସରକାରଙ୍କ ନିୟମ ଅନୁସାରେ ମହିଳାମାନଙ୍କ ପାଇଁ  maternity leave ର ବ୍ୟବସ୍ଥା ଅଛି । ତେବେ Unprofessional Hiring manager ଆପଣଙ୍କ ର  ବାହାଘର  ହେଇଛି କି ନାହିଁ ଜାଣିଲାପରେ ଆପଣଙ୍କୁ job offer letter ଦେଇଥାନ୍ତି । ଯଦି ଆପଣ ଜଣେ ମହିଳା ଏବଂ ନବ ବିବାହିତା , ତେବେ ଆପଣ Interview ରେ ଭଲ performance ଦେଇଥିଲେ ମଧ୍ୟ job offer letter ମିଳିନପାରେ ।

 

ବିବାହିତ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁହେଇପାରେ । ବିବାହିତ ପୁରୁଷଟି ଚାକିରୀ କରିବାର କିଛିବର୍ଷ ପରେ ଅଧିକ ଦରମା ମାଗିପାରନ୍ତି । ଏହି କଥାଟି  Hiring manager ଙ୍କୁ ଭଲଭାବେ ଜଣାଥାଏ । ଅନ୍ୟ କ୍ଷେତ୍ରରେ ଅବିବାହିତ ପୁରୁଷଟି କୁ ତାର ପଦବୀ ଅନୁସାରେ କମ୍ ଦରମା ଦେଇ ଅଧିକ କାମ କରାଇପାରନ୍ତି ।  ତେଣୁ ଏହି କଥାଟିକୁ ନିଜପଟୁ କେବେବି ଆରମ୍ଭ କରନ୍ତୁ ନାହିଁ । ଆଉ ଯଦି ଏବିଷୟରେ ପଚରାଯାଏ ତେବେ ଉତ୍ତରରେ ଚୁପ୍ ରହନ୍ତୁ କିମ୍ବା ବିଶେଷ ତଥ୍ୟ ଦିଅନ୍ତୁ ନାହିଁ ।

3) ଆପଣଙ୍କ ଧର୍ମ କିମ୍ବା ଜାତି କଣ ?

ଆପଣ Interview ଦେବାକୁ ଯାଇଥିବା Company ର କୌଣସି ପ୍ରକାରର ଅଧିକାର ନାହିଁ ଏପରି ପ୍ରଶ୍ନ ପଚାରିବାକୁ । ଆପଣଙ୍କ ଧର୍ମ ଏବଂ ଜାତି ଜନ୍ମଗତ । ଆଜିକାଲି କିଛିବ୍ୟକ୍ତି ବହୁଥର ନିଜର ଧର୍ମ ପରିବର୍ତନ କରୁଛନ୍ତି । ତେବେ ଜନ୍ମଗତ ଧର୍ମ ଏବଂ ଜାତି ଆପଣଙ୍କର ନିଜର ତଥ୍ୟ । ଏଥିରେ କୌଣସି Company ର profit କିମ୍ବା loss ନଥାଏ । ଆପଣଙ୍କର କାମ ହିଁ ଆପଣଙ୍କର ପରିଚୟ । କେତେକ କ୍ଷେତ୍ରରେ, ନିଯୁକ୍ତିଦାତା କେତେକ ଅନ୍ଧବିଶ୍ୱାସ କିମ୍ବା ବିଶ୍ୱାସ ସହ ଜଡିତ ପରମ୍ପରା ସହ ପକ୍ଷପାତ କରିପାରନ୍ତି । ବର୍ଷ ଯାକ ବିଭିନ୍ନ ଧର୍ମପାଇଁ ଅଲଗା ଅଲଗା ଛୁଟିଥାଏ । ତେଣୁ କିଛି ଧର୍ମର ଲୋକେ ଅନ୍ୟ ଧର୍ମକୁ ସମାନ ମାନି ନଥାନ୍ତି । ତେଣୁ ଛୁଟିକୁ ନେଇ ଲାଗିରହିଥାଏ ବାଦବିବାଦ । ତେଣୁ ଯଥା ସମ୍ଭବ ଏପରି ଭେଦଭାବ ଠାରୁ ଦୁରେଇ ରହନ୍ତୁ । ଏପରି ପ୍ରଶ୍ନକୁ ignore କରନ୍ତୁ ।

4) ଆପଣ ଏବେ ବାହାଘର ର ଯୋଜନା କିମ୍ବା ପରିବାର ଆରମ୍ଭ

କରିବାକୁ ଯୋଜନା କରୁଛନ୍ତି କି ?

ଏ କିପ୍ରକାର ର ପ୍ରଶ୍ନ । Company ର ଆପଣଙ୍କ ର ବାହାଘରର  ଯୋଜନା କିମ୍ବା ପରିବାର ଆରମ୍ଭ କରିବା ର ଯୋଜନା ବିଷୟରେ ଜାଣିବା ର କୌଣସି ଆବଶ୍ୟକତା ନାହିଁ । ତେଣୁ ଏ କଥାକୁ କହିବାର କୌଣସି ଆବଶ୍ୟକତା ନାହିଁ । ଏହି ପ୍ରଶ୍ନଟି ଏକାଧିକଥର ମହିଳାମାନଙ୍କୁ ପଚରାଯାଏ । ଆପଣଙ୍କ ବ୍ୟକ୍ତିଗତ ବେପାରରେ Company ର  କୌଣସି ପ୍ରୟୋଜନ ନାହିଁ । ବାହାଘର ର  ଯୋଜନା କିମ୍ବା ପରିବାର ଆରମ୍ଭ କରିବା ର ଯୋଜନା ଆପଣଙ୍କର ଛୁଟିର ଅବଧିକୁ ବଢାଇପାରେ । ଏହି ପ୍ରଶ୍ନ ଯାହା ମହିଳାମାନଙ୍କୁ ଅତ୍ୟଧିକ ପଚରାଯାଏ । ଅଧିକାଂଶ Company maternity leave ଦେବାକୁ ଚାହାନ୍ତି ନାହିଁ । ପିଲାମାନଙ୍କର ଯତ୍ନ ନେବା ପାଇଁ ଆପଣ ଅଧିକ ବେତନ ଚାହୁଁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏହି ପ୍ରଶ୍ନଟିକୁ ପଚରାଯାଏ । ତେଣୁ ଆପଣ ଯଥା ସଂମ୍ଭବ ଏହି ପ୍ରଶ୍ନଟିକୁ ଏଡାନ୍ତୁ । ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଚାକିରୀ କରିବାରୁ ବଞ୍ଚିତ କରିପାରେ । ତେଣୁ ଚୁପ୍ ରୁହନ୍ତୁ । ନହେଲେ ବୁଝାଇ ଉତ୍ତର ଦିଅନ୍ତୁ ।

5) ମଦ୍ୟପାନ କରିବା ଆପଣଙ୍କ ପସନ୍ଦକି ନୁହଁ ?

ଆପଣ party କରିବାକୁ ପସନ୍ଦ କରନ୍ତି କି ନାହିଁ ? ଏଭଳି ପ୍ରଶ୍ନ ପଚାରିବା ଆରମ୍ଭ କଲେ ଆପଣ ପ୍ରଶ୍ନଟିକୁ ଏଡାନ୍ତୁ । ଆପଣ କେମିତି Life କୁ Enjoy କରିବାକୁ ଚାହାନ୍ତି ? ଆପଣଙ୍କ holiday destinations କେଉଁ ଯାଗା ଗୁଡିକ ? ଏସବୁ ଅଯଥା ପ୍ରଶ୍ନର ଉତ୍ତର ଦିଅନ୍ତୁ ନାହିଁ । ଏମିତି ପ୍ରଶ୍ନର ଉତ୍ତର ଦେଲାପରେ ଆପଣଙ୍କୁ ପଚରା ଯାଇପାରେ ଯେ, ମଦ୍ୟପାନ କରିବା ଆପଣଙ୍କ ପସନ୍ଦକି ନୁହଁ ? ତେଣୁ ଅନାବଶ୍ୟକ ପ୍ରଶ୍ନର ଉତ୍ତର ଦେଇ ନିଜର personality down କରନ୍ତୁ ନାହିଁ । ଏପରି ପ୍ରଶ୍ନର ଉତ୍ତର ଦେଇ ହାତ ପାହାନ୍ତାରେ ଥିବା ଚାକିରୀକୁ ହାତଛଡା କରିବେ ।

6) ଆପଣ ବର୍ତ୍ତମାନ କେତେ ଦରମା ପାଉଛନ୍ତି ?

ଏଭଳି ପ୍ରଶ୍ନ କେବଳ ଚାକିରୀ କରୁଥିବା ବ୍ୟକ୍ତିବିଶେଷ ମାନଙ୍କୁ ପଚରା ଯାଏ । ତେବେ ଅନେକ ବ୍ୟକ୍ତି ଭାବନ୍ତି କି  ଅଧିକ ଦରମା କହିଲେ ଭଲ । ଅଧିକ ଦରମା କହିଲେ ନୁଆଁ Job ରେ ଅଧିକ ଦରମା ମିଳିବାର ଆଶଙ୍କା ଅଧିକ । ତେବେ ଆପଣ ଆଗେ ଜାଣିରଖନ୍ତୁ ଯେ , ନୁଆଁ ଚାକିରୀର ଦରମା କେତେ ରୁ ଆରମ୍ଭ ହେଉଛି । ଆପଣ ଭାବୁଥିବା ଦରମାରୁ ତାହା ଅଧିକ ହେଇପାରେ । ତେବେ ବୁଦ୍ଧି ପ୍ରୟୋଗ କରି ଆଗ ଜାଣନ୍ତୁ ଯେ Company ର ଦରମା କେତେ ରୁ କେତେ ଯାଏଁ ଅଛି । ଆଗୁଆ କହିବା ଜମାରୁ ବି ଠିକ ନୁହଁ । ଆପଣ କାମ କରୁଥିବା Company ର ନିୟମ ଅନୁସାରେ ଏହି ପ୍ରଶ୍ନର ଉତ୍ତର ଦେବା ଅନୁଚିତ୍ ବୋଲି କୁହନ୍ତୁ । ଯଦି ଏହା ସଂମ୍ଭବ ନୁହଁ ତେବେ ଏହି ପ୍ରଶ୍ନର କୌଣସି ଉତ୍ତର ଦିଅନ୍ତୁ ନାହିଁ । ଚତୁରତାର ସହ ignore କରନ୍ତୁ ।

କେବଳ job qualifications, education, skills ଏବଂ  certifications ବିଷୟରେ  ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )