Tuesday 23rd April 2024
ପାକିସ୍ତାନ ଟିମ୍ ହେଲା ଟ୍ରୋଲ:ଜର୍ସିକୁ ତରଭୁଜ ସହ ତୁଳନା କଲେ ୟୁଜରସ୍

ପାକିସ୍ତାନ ଟିମ୍ ହେଲା ଟ୍ରୋଲ:ଜର୍ସିକୁ ତରଭୁଜ ସହ ତୁଳନା କଲେ ୟୁଜରସ୍

ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବାକୁ ଆଉ କେଇଟା ଦିନ । ବର୍ତ୍ତମାନ ସୋସିଆଲ ମିଡିଆ ଠୁ ଆରମ୍ଭ କରି ଟିଭି ଓ ଖବର କାଗଜ ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା ସବୁ ଦଳର ନୂଆ ପୋଷାକ । ହଁ ଯେମିତିକି ଆପଣମାନେ ଜାଣିଛନ୍ତି ସବୁ ଟିମ୍ ନିଜ ନିଜ ସ୍କାଡ୍ ଘୋଷଣା କରିବା ସହ କିଛି ନୂଆ ରଙ୍ଗ ଓ ରୂପରେ ଟିମ୍ ର ଜର୍ସି ଲଂଚ କରିସାରିଛନ୍ତି । ଏଥିରେ ସମସ୍ତଙ୍କ ପୋଷାକର ରଙ୍ଗ କିଛି ବଦଳିଯାଇଛି । ଏଥିରେ ଯଦି ଭାରତକୁ ଆଗେ ଦେଖିବା ତାହାଲେ ନିଜର ନୂଆ ଲୁକ୍ ରେ ସେମାନେ ବହୁତ ସୁନ୍ଦର ଓ ଆର୍କଷଣୀୟ ଲାଗୁଛନ୍ତି । ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ନୂତନ ଜର୍ସି ସହ ନିଜ ଫ୍ୟାନ୍ସ ମାନଙ୍କୁ ଖୁସି କରିଦେଇଥିବା ବେଳେ ପାକିସ୍ତାନୀ ଟିମ୍ ଟ୍ରୋଲର ଶିକାର ହେଉଛନ୍ତି ।

ଏହି ଫୋଟରେ ଆପଣ ମାନେ ଦେଖିପାରୁଥିବେ ଟିମ୍ ଇଣ୍ଡିଆର ଜର୍ସି ନୀଳ ରଙ୍ଗର ରହିଛି ଯାହାକି ପୂର୍ବରୁ ମଧ୍ୟ ଥିଲା କିନ୍ତୁ ବର୍ତ୍ତମାନର ରଙ୍ଗ ସାମାନ୍ୟ ଚମକିଲା କରାଯାଇଛି । ଏଥିରେ ବାମ ଭାଗରେ ବିସିସିଆଇର ଲୋଗୋ ରହିଛି । ତାସହ ଭାରତର କିଟ୍ ପାର୍ଟନର ହିସାବରେ ଏମ୍ ପି ଏଲ୍ ସ୍ପୋର୍ଟସ ଏସବୁ ନେଇ ପୂର୍ବରୁ ଘୋଷଣା କରିଥିଲା ।

କିନ୍ତୁ ପାକିସ୍ତାନ ଦଳର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ଲାଗିଛି । ପାକିସ୍ତାନ ଦଳ ନିଜ ଜର୍ସିର ଫୋଟ ଅଫିସିଆଲି ପୋଷ୍ଟ କରିବା ପରଠାରୁ ଏହି ଫୋଟୋ ଗୁଡିକ ୟୁଜରସ୍  ମଜା ଉଡାଇବାରେ ଲାଗିଛନ୍ତି । ତେବେ ସୂଚନା ଥାଉକି, ଅଫିସିଆଲି ପାକିସ୍ତାନ ଜର୍ସି ଲଞ୍ଚ୍ କରିନାହିଁ ଏହା କେବଳ ଏକ ଲିକ୍ ଫଟୋ । ସୋସିଆଲ୍ ମିଡ଼ିଆରେ ପାକିସ୍ତାନୀ କ୍ୟାପଟେନ୍ ବାବର୍ ଆଜମ୍ ସମେତ ନୂଆ ଜର୍ସିରେ ଅନ୍ୟ କିଛି ଖେଳାଳିଙ୍କ ଫଟୋ ଭାଇରାଲ୍ ହୋଇଛି । ଯାହାକୁ ଦେଖି ଟ୍ରୋଲର୍ ଖୁବ ଥଟ୍ଟା କରିଛନ୍ତି ।ସୋସିଆଲ୍ ମିଡ଼ିଆରେ ଟ୍ରୋଲର୍ ଏହାକୁ ତରଭୂଜ ସହ ତୁଳନା କରୁଛନ୍ତି । କେହି କେହି କହୁଛନ୍ତି ତରଭୂଜ ଦେଖି ପାକିସ୍ତାନ ଜର୍ସି ବନେଇଛି । ସେହିଭଳି ଆଉ କିଛି ଟ୍ରୋଲର କହୁଛନ୍ତି ସେଣ୍ଟର ଫ୍ରୁଟ ଚୁଇଙ୍ଗମ । ଟି-୨୦ ବିଶ୍ୱକପରେ ଅକ୍ଟୋବର ୨୩ ତାରିଖରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ …

ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ମୋହାଲିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ଭାରତ ନିଜକୁ ପ୍ରସ୍ତୁତ କରିଛି । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୩ଟି ମ୍ୟାଚରେ ଭାରତ କିଛି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବା ଭାରତ ଲାଗି ଶୁଭ ସୂଚନା ମିଳିଛି । ଏମିତିକି ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଓପନ କଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ରୋହିତ କହିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )