Friday 26th April 2024
ଖୁସିର ଦେଶ ଫିନଲ୍ୟାଣ୍ଡ : ଜାଣନ୍ତୁ ସେମାନଙ୍କ ଖୁସି ରହିବାର କାରଣ

ଖୁସିର ଦେଶ ଫିନଲ୍ୟାଣ୍ଡ : ଜାଣନ୍ତୁ ସେମାନଙ୍କ ଖୁସି ରହିବାର କାରଣ

ଦର୍ଶକବନ୍ଧୁ ଖୁସିରେ ରହିବାକୁ ସମସ୍ତେ ପସନ୍ଦ କରନ୍ତି । ଖୁସି ରହିଲେ ଦେହ, ମନ ଭଲ ରୁହେ ବୋଲି ଡାକ୍ତର ସବୁବେଳେ କୁହନ୍ତି । ମଣିଷ ଖୁସି ରହିବା ପାଇଁ ଆଜିକାଲି ନୂଆ ନୂଆ ଟେକ୍ନୋନୋଲୋଜିର ବ୍ୟବହାର କରିଲାଣି । ହେଲେ ଆଜି ଆମେ ଆପଣଙ୍କୁ ଗୋଟିଏ ଏପରି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁ ଦେଶର ଲୋକେ ଖୁସି ରହିବାକୁ ବେଶ ପସନ୍ଦ କରନ୍ତି । ସେହି ଦେଶଟି ହେଉଛି, ପୃଥିବୀର ଉତ୍ତରରେ ବରଫ ଚାଦରରେ ଘୋଡ଼େଇ ହୋଇରହିଥିବା “ଫିନଲାଣ୍ଡ” ଦେଶ ।Finland Named the World's Happiest Country — Again | Live Happy ଯାହାକୁ ପୃଥିବୀର ସବୁଠାରୁ ଖୁସି ଦେଶ ବୋଲି କୁହାଯାଏ । ସେଠାକାର ଲୋକଙ୍କ କହିବା ଅନୁସାରେ ଫିନଲାଣ୍ଡ ଦେଶ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ , ସୁନ୍ଦର ନଦୀ ଓ ସମୁଦ୍ରର ଦେଶ ଅଟେ । ତେବେ ସେଠାକାର ଲୋକେ ଖୁସି ରହୁଥିବାର କାରଣ ହେଉଛି ସେଠାରେ ଥିବା ପ୍ରାକୃତିକ ପରିବେଶ ଓ ୪ଋତୁ । ଫିନଲାଣ୍ଡ ଲୋକଙ୍କ ଖାସ କଥା ହେଉଛି ସେଠାକାର ଲୋକେ ସବୁ ପରିସ୍ଥିତିକୁ ସାମ୍ନା କରିପାରନ୍ତି ଏବଂ ସେମାନେ ପ୍ରକୃତିକୁ ବେଶ ସମ୍ନାନ ମଧ୍ୟ କରନ୍ତିି । ଏହି ଦେଶରେ ୫୫ଲକ୍ଷ ଲୋକ ରୁହନ୍ତି । ଯେଉଁଠି ଆମ ଦେଶରେ ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ସେଠି ଫିନଲ୍ୟାଣ୍ଡରେ ଜନସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଯାହାଫଳରେ ସେଠାକାର ସରକାର ଅଧିକ ପିଲା ଜନ୍ମ କରିଥିବା ଦମ୍ପତିଙ୍କୁ ମାସକୁ ୧୦୦୦ଟଙ୍କା ଦିଅନ୍ତି । How to Move to Finland: the Complete Relocation Guide | InterNationsଏଠାକାର ଲୋକେ ନିୟମ କାନୁନକୁ ବେଶ ଗୁରୁତ୍ୱପୂର୍ଣ୍ଣ ଭାବରେ ପାଳନ କରନ୍ତି । ଆଉ ଯଦି ଏଠି କୌଣସି ଲୋକ ଗାଡ଼ି ଚଲାଇଲା ବେଳେ ସ୍ପିଡ ଲିମିଟରୁ ଅଧିକ ସ୍ପିଡରେ ଗାଡ଼ି ଚଲାଇବାର ଦେଖାଯାନ୍ତି ତେବେ ସେହି ଲୋକର ଦରମା ଅନୁସାରେ ତା’ଠୁ ଚାଲାଣ କଟାଯାଏ, ମାନେ ଯେତେ ଅଧିକ ଦରମା ସେତେ ଅଧିକ ଚାଲାଣ । ଏହି ଦେଶରେ ୧ଲକ୍ଷ ୮୭ ହଜାର ୮୮୮ଟି ନଦୀ ରହିଛି । ଯେଉଁଥି ପାଇଁ ଏହାକୁ ଦୁନିଆର ସବୁଠାରୁ ଅଧିକ ନଦୀ ଥିବା ଦେଶ ବୋଲି ମଧ୍ୟ କୁହାଯାଏ ।Finland Tourism – Land Of A Thousand Lakes: A Traveler's Haven ଫିନଲ୍ୟାଣ୍ଡରେ ସମସ୍ତେ ପାଠ ପଢ଼ିବା ବାଧ୍ୟତା ମୂଳକ । ଏଠାରେ ପାଠ ପଢ଼ିବା, ଖାତା, ବହି, ପୋଷାକ ପାଇଁ କୌଣସି ମୂଲ୍ୟ ଦେବାକୁ ପଡ଼େ ନାହିଁ । ବେଳେ ବେଳେ ଏହି ଦେଶରେ ୨୪ଘଣ୍ଟା ରୁ ୨୩ଘଣ୍ଟା ସୂର୍ଯ୍ୟାସ୍ତ ହୁଏ ନାହିଁ, ଏବଂ ଏହି ଦେଶ ବହୁତ ଥଣ୍ଡା ଦେଶ ମଧ୍ୟ ହୋଇଥାଏ । ଏହି ଦେଶ ଏକ ଶାନ୍ତିପୂର୍ଣ୍ଣ ଦେଶ ବୋଲି ମଧ୍ୟ କୁଯାହାଏ । ଆର୍ଜେଣ୍ଟିନା ପରେ ଫିନଲାଣ୍ଡ ଟ୍ୟାଙ୍ଗୋ ନୃତ୍ୟ ପାଇଁ ବେଶ ଲୋକପ୍ରିୟ ଜାଗା ଅଟେ । ଏହି ନୃତ୍ୟ ଫିନଲ୍ୟାଣ୍ଡ ବାସୀଙ୍କ ପାଇଁ ଖୁସି ରହିବାର ଅନ୍ୟ ଏକ କାରଣ ଅଟେ ।Tango festival - Mulhouse | Visit Alsaceଏଠି ବିଶେଷ କରି ଯୁବକ ଯୁବତୀ ମାନଙ୍କ ରୋଜଗାର, ବୟସ୍କ ବ୍ୟକ୍ତିଙ୍କ ପେନସନର ସୁବିଧା ଉପରେ ବେଶ ଗୁରୁତ୍ୱ ଦିଆଯାଏ । ଏଥିରୁ ଜଣାପଡ଼େ ଯେ ଏହି ଦେଶର ସରକାର ସେଠାକାର ଲୋକ ମାନଙ୍କ ପାଇଁ କେତେ ଦାଇତ୍ୱବାନ ଅଟନ୍ତି । ଏଠାକାର ସରକାର ବହୁ କଲ୍ୟାଣକାରୀ ଯୋଜନାରେ ଦେଶଟିର ସୌନ୍ଦର୍ଯ୍ୟତାକୁ ସଞ୍ଚୟ କରି ରଖିଛନ୍ତି । ସୁନ୍ଦର ଆମ ପୃଥିବୀ । ଆଉ ଏହି ପୃଥିବୀ ଭିତରେ ଥିବା ଏକ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦେଶ ସମ୍ବନ୍ଧରେ ଆପଣଙ୍କୁ ଆମେ ଜଣାଇଲୁ ।central-plaza-santa-claus-village-rovaniemi-lapland-finland (1) - Santa Claus Village Rovaniemi Finland

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )