Wednesday 4th December 2024
ଦିନେ ଥିଲେ ଭାଲୁ ପରି ଲୋମଥିବା ହାତୀ

ଦିନେ ଥିଲେ ଭାଲୁ ପରି ଲୋମଥିବା ହାତୀ

ଭାଲୁ କୁ କିଏ ବା ନ ଦେଖିଛି । ଦେହ ସାରା ଖାଲି ଲୋମ ଆଉ ଲୋମ । ହାତୀ ଦେହରେ ଲୋମ ଅଛି କହିଲେ କେହି ବିଶ୍ୱାସ କରିବେନି । ଲୋମ ଥିବା ହାତୀ ର କଥା ଖାଲି କାହାଣୀ ରେ ନୁହଁ ସତ ରେ ଥିଲା କହିଲେ କଣ ବିଶ୍ୱାସ ହେବ ?

ବୈଜ୍ଞାନିକ ଙ୍କୁ ମିଳିଛି ଏମିତି କିଛି ଜୀବାଶ୍ମ । ଜୀବାଶ୍ମ ଟି ଠିକ୍ ଅବସ୍ଥାରେ ଅଛି । ଗବେଷଣାରୁ ଜଣାପଡିଲା ଯେ ଜୀବାଶ୍ମ ଟି ମାମୋଥସ୍ | ମାମୋଥସ୍ ହେଉଛି ଲୋମ ପୂର୍ଣ୍ଣ ହାତୀ । ଆଇସ୍ ଏଜ୍ ରେ ମାମୋଥସ୍ ମାନଙ୍କ ର ରାଜ୍ ଥିଲା । ମାମୋଥସ୍ ର ଆକାର ଆଜିକାର ହାତୀ ଠାରୁ ଥିଲା ଢେର ବଡ । ଆକାର ରେ ପାଖା ପାଖି ଦୁଇଗୁଣା । ଦେଖିବାକୁ ପୂରା ଫିଲ୍ମ ପରି । ଗବେଷଣା ଅନୁସାରେ  ଆଜିକୁ ପ୍ରାୟ ୧ ୦, ୦ ୦ ୦ ହଜାର ବର୍ଷ ତଳେ ତାଙ୍କ ସଂଖ୍ୟା କମିବାକୁ ଲାଗିଲା । ଆଜିକୁ ପ୍ରାୟ ଚାରି ହଜାର ବର୍ଷ ତଳେ ଶେଷ ମାମୋଥସ୍ ପ୍ରାଣ ତ୍ୟାଗ କରିଥିଲା। ତେବେ କଣ ପାଇିଁ ଏତେ ଶକ୍ତି ଶାଳୀ ଜୀବ ର ସଂଖ୍ୟା କମିବା ସାଙ୍ଗେ ସାଙ୍ଗେ ବଂଶ ଲୋପ ପାଇଗଲା ? ବହୁ ପୌରାଣିକ ଗ୍ରନ୍ଥରେ ମଧ୍ୟ ବିଶାଳ କାୟ ଲୋମ ଯୁକ୍ତ ହାତୀ ର ବର୍ଣ୍ଣନା ରହିଛି । ତେବେ ବହୁ ଏମିତି ଜୀବ ଥିଲେ ଯାହାକୁ ନ ଦେଖିଲେ ବିଶ୍ୱାସ କରିହେବନି । କାହିଁକି ନା କୋଟି କୋଟି ବର୍ଷ ବିତିଗଲା ପରେ, ତାଙ୍କ ଜୀବାଶ୍ମ ମିଳୁନାହିଁ । ଜଳବାୟୁ ପରିବର୍ତ୍ତନ ଅନୁସାରେ ମାଟି ତଳେ ରହିଯାଇଛି କେବଳ ରହସ୍ୟ ହେଇ ।

କିନ୍ତୁ ମାମୋଥସ୍ ମାନଙ୍କ ସଂଖ୍ୟା ଏତେ ଥିଲା ଯେ ଏବେ ବି ତାଙ୍କର ଜୀବାଶ୍ମ ପୃଥିବୀ ର କୋଣ ଅନୁକୋଣ ରୁ ମିଳୁଛି । ଏବେ ଏମିତି ଏକ ମାମୋଥସ୍ ର ଜୀବାଶ୍ମ ମିଳିଛି, ଯାହାର ପେଟ ରେ ସେତେବେଳ ର ଖାଇଥିବା ଖାଦ୍ୟ ଅଛି । ମାମୋଥସ୍ ର ଜୀବାଶ୍ମ ଟି ଥିଲା ପରମାଫ୍ରୋଷ୍ଟ ଆଇସ୍ ରେ ଥିଲା । ପରମାଫ୍ରୋଷ୍ଟ ଆଇସ୍ ହେଉଛି କେବେ ନ ତରଳିଲା ବାଲା ବରଫ । ପରମାଫ୍ରୋଷ୍ଟ ଆଇସ୍ କେବେବି ପରିବର୍ତ୍ତନ ଶୀଳ ଜଳବାୟୁ ସହ ସଂମ୍ପର୍କ ରେ ଆସିନଥାଏ । କାହିଁକି ନା ଏହା ଭୂମି ର ଗଭୀରତା ରେ ଥାଏ, ଫ୍ରିଜ ଭଳି ରହିଥାଏ । ଯାହା ଫଳ ରେ ତାହା ଜଳବାୟୁ ରେ ଥିବା ବ୍ୟାକ୍ଟରିଆ ସହ ସଂମ୍ପର୍କ ରେ ଆସି ନଥାଏ କିମ୍ବା କୌଣସି କାରଣରୁ ଜୀବାଶ୍ମ ପଚି ନଷ୍ଟ ହୋଇ ନଥାଏ । ଅଗଷ୍ଟ ୨୦୧୦ ରେ କ୍ଲୋନ୍ ଡାଇକ୍ ଗୋଲ୍ଡ ଫିଲ୍ଡ ରେ ଏକ ମାମୋଥସ୍ ଛୁଆର ଜୀବାଶ୍ମ ମିଳିଲା, ଯାହା ସଂମ୍ପୁର୍ଣ୍ଣ ରୂପେ ଠିକ୍ ଥିଲା । ଲାଗୁଥିଲା ଯେମିତି ଏଇ କିଛିବର୍ଷ ହେବ ମୃତ୍ୟୁ ହେଇଛି । ଗବେଷଣା ରୁ ଯାହା ଜଣା ପଡିଲା ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ମାମୋଥସ୍ ଛୁଆର ଜୀବାଶ୍ମ ଥିଲା ୩୦,୦୦୦ ବର୍ଷ ପୁରୁଣା। ପୂର୍ବକାଳ ରେ ମାମୋଥସ୍ ର ମୁଣ୍ଡର ଖପୁରୀ ଦେଖି ଅସୁର ବୋଲି କଳ୍ପନା କରାଯାଉଥିଲା । ବିଜ୍ଞାନ ଯୁଗରେ ଗବେଷଣା ପରେ ମାମୋଥସ୍ କୁ ନେଇ ଅନେକ ଚାଞ୍ଚଲ୍ୟ କର ତଥ୍ୟ ମିଳିଛି।

ଯେପରିକି –

ଜଳବାୟୁ ପରିବର୍ତ୍ତନ-

ଜଳବାୟୁ ପରିବର୍ତ୍ତନ ମାମୋଥସ୍ ମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକେଇ ଥିଲା । ମାମୋଥସ୍ ମାନଙ୍କ ଦେହରେ ଥିଲା ଲମ୍ବା ଏବଂ ମୋଟା ଲୋମ । ବର୍ତ୍ତମାନ ର ହାତୀ ମାନଙ୍କ ତୁଳନାରେ ଥିଲା ଛୋଟ କାନ ଏବଂ ଛୋଟ ଲାଞ୍ଜ । ଏବେ ର ହାତୀ ମାନଙ୍କ ର ଅଛି ଲମ୍ବା କାନ ଏବଂ ଲମ୍ବା ଲାଞ୍ଜ । ଯାହାଫଳରେ ହାତୀ ମାନେ ଗରମ ଜଳବାୟୁ ରୁ ନିଜକୁ ଥଣ୍ଡା ରଖି ପାରୁଛନ୍ତି । କିନ୍ତୁ ମାମୋଥସ୍ ମାନଙ୍କ ପାଇିଁ କାଳ ହେଲା ତାଙ୍କ ଦେହରେ ଥିବା ମୋଟା ଚମଡା ସହ ମୋଟା ଲୋମ । ଜଳବାୟୁ ପରିବର୍ତ୍ତନ ଅନୁସାରେ ମାମୋଥସ୍ ମାନେ ନିଜକୁ ଥଣ୍ଡା ଜଳବାୟୁ ରେ ଥଣ୍ଡା ରଖିପାରିଲେ ନାହିଁ । ତାସହ ଗରମ ଜଳବାୟୁ ରେ ଛୋଟ କାନ ଏବଂ ଛୋଟ ଲାଞ୍ଜ କୁ ବୁଲାଇ ନିଜ ଶରୀର କୁ ଥଣ୍ଡା ରଖିପାରିଲେ ନାହିଁ । ମାମୋଥସ୍ ମାନଙ୍କ ଶରୀର କେବଳ ଥଣ୍ଡା ବାତାବରଣ ରେ ହିଁ ରହିବା ପାଇିଁ ଉପଯୁକ୍ତ ଥିଲା । ଏମିତି ଏକ ମାମୋଥସ୍ ର ଜୀବାଶ୍ମ ମିଳିଲା ,ଯାହାର ପେଟରେ ହଜାର ହଜାର ବର୍ଷ ତଳର ଖାଇଥିବା ଖାଦ୍ୟ ମିଳିଲା । ସେହି ଖାଦ୍ୟ କୁ ଗବେଷଣା କରି ବୈଜ୍ଞାନିକ ମାନେ ସେତେବେଳର ପୃଥିବୀ ର ବାତାବରଣ କୁ ଜାଣିବାକୁ ପାଇଲେ । ଅଧିକ ଗବେଷଣା ରୁ ଜଣାପଢିଲା ଯେ ମାମୋଥସ୍ ମାନେ ଶାକାହାରୀ ଥିଲେ ଏବଂ ତାଙ୍କର ପ୍ରମୁଖ ଖାଦ୍ୟ ଛୋଟ ଛୋଟ ଘାସ ଥିଲା । ପରେ ପରେ ଗରମ ବାତାବରଣ ବୃଦ୍ଧି ଏବଂ ସୂର୍ଯ୍ୟ କିରଣ ନପାଇ ଭୂପୃଷ୍ଠରେ ଥିବା ଛୋଟ ଛୋଟ ଘାସ କମିବାକୁ ଲାଗିଲା । କାହିଁକି ନା ବଡ ବଡ ଗଛ ବଢିବା କାରଣ ରୁ ଭୂପୃଷ୍ଠରେ ସୂର୍ଯ୍ୟାଲୋକ ପଡିବା କମିଗଲା । ଏତେ ବଡ ବିଶାଳକାୟ ଜୀବ ପାଇିଁ ଖାଦ୍ୟ ର ଅଭାବ ଘାତକ ସାଜିଥିଲା । ଜଳବାୟୁ ପରିବର୍ତ୍ତନ ରେ ଏତେ ବଡ ଶରୀର ଧରି ମାମୋଥସ୍ ମାନେ ଗରମ ରୁ ଥଣ୍ଡା ସ୍ଥାନ କୁ ଯାଇପାରିଲେ ନାହିଁ ।

ମାଂସାହାରୀ ଜୀବମାନଙ୍କ ର ଆକ୍ରମଣ-

ଜଳବାୟୁ ପରିବର୍ତ୍ତନ ପାଇିଁ ମାଂସାହାରୀ ଜୀବମାନଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଲା । ମାଂସାହାରୀ ଜୀବମାନଙ୍କ ଆକ୍ରମଣ ର ସିଧା ଶିକାର ହେଲେ ମାମୋଥସ୍ । କିଛି ମାମୋଥସ୍ ର ଜୀବାଶ୍ମ ମିଳିଲା, ଯେଉଁଥିରେ ରହିଥିଲା ଭେଡିଆ ପରି ଭୟାନକ ମାଂସାହାରୀ ଜୀବମାନଙ୍କ ଦାନ୍ତର ଚିହ୍ନ ।

ରହସ୍ୟମୟ ଆକ୍ରମଣ –

ଆଉ ପୁଣି କିଛି ମାମୋଥସ୍ ର ଜୀବାଶ୍ମ ମିଳିଲା, ଯେଉଁଥିରେ ରହିଥିଲା କିଛି ରହସ୍ୟମୟୀ ଚିହ୍ନ । ହାଡରେ ରହିଥିଲା ଏକ ଗଭୀର ଦାଗ । ଗବେଷଣା ରୁ ଜଣା ପଡିଲା ଯେ ଗଭୀର ଦାଗ ଟି କୌଣସି ମାଂସାହାରୀ ଜୀବ ର ନୁହଁ । ଗଭୀର ଦାଗ ଟି କୌଣସି ମାରଣାସ୍ତ୍ର ର ବୋଲି ଜଣାପଡିଲା । ବର୍ତ୍ତମାନ ର ସମୟରେ ମନୁଷ୍ୟ ହେଉଛି ସବୁଠାରୁ ବୁଦ୍ଧିମାନ ଜୀବ ।

କିଛି ବୈଜ୍ଞାନିକ ମାନଙ୍କ ମତରେ ମାମୋଥସ୍ ମାନଙ୍କ ର ଶିକାର ମଣିଷ ମାନେ ନିଜ ଚାହିଦା ମେଣ୍ଟାଇବା ପାଇିଁ କରୁଥିଲେ । ମାମୋଥସ୍ ର ଚମଡାରେ ଡ୍ରେସ୍ , ହାଡରେ ତମ୍ବୁ ଏବଂ ଦାନ୍ତରେ ମାରଣାସ୍ତ୍ର ବନାଉଥିଲେ । କାହିଁକି ନା କିଛି ସ୍ଥାନ ରେ ଜିୟୋଲୋଜିଷ୍ଟ୍ ମାନଙ୍କୁ  ଚମଡା ର ଡ୍ରେସ୍ , ହାଡ ର ତମ୍ବୁ ଏବଂ ଦାନ୍ତ ର ମାରଣାସ୍ତ୍ର ମିଳିଛି । ଏତେ ପୁରୁଣା ମନୁଷ୍ୟ ମାନଙ୍କର ସଭ୍ୟତା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ଏତେ ବଡ ଶକ୍ତିଶାଳୀ ଜୀବ କୁ ଶିକାର କେମିତି କରୁଥିଲା ସେତେବେଳ ର ମଣିଷ ? ତାହା ଏବେ ବି ରହସ୍ୟ ହେଇ ରହିଯାଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )