Thursday 28th March 2024
ଅନ୍ତରୀକ୍ଷର ବାସ୍ନା

ଅନ୍ତରୀକ୍ଷର ବାସ୍ନା

() ସାଧାରଣତଃ ମଣିଷର ୫ ପ୍ରକାରର ଇନ୍ଦ୍ରୀୟ ରହିଛି । ୫ଟି ଇନ୍ଦ୍ରୀୟ ମାନଙ୍କର ନିଜ ନିଜର କ୍ଷମତା ମଧ୍ୟ ରହିଛି । ଯାହା ମଣିଷର ଚାରିପାଖରେ ହେଉଥିବା ବାତାବଣ ସହ ଖାପ ଖୁଆଇ ଚଳିବାରେ ସାହାର୍ଯ୍ୟ କରେ । ଆଉ ସେ ମଧ୍ୟରୁ ଶୁଘିଂବା ଶକ୍ତି ଅନ୍ୟତମ । ଯାହା ଦ୍ୱାରା ଯଦି ଆମ ଚାରିପାଖରେ କୌଣସି ଜଳିବାର ଗନ୍ଧ କିମ୍ବା କୌଣସି କେମିକାଲର ଗନ୍ଧ ଅନୁଭବ ହୋଇଥାଏ, ତେବେ ତାହା ବାସ୍ନା ହେବା ଦ୍ୱାରା ଆମେ ସତର୍କ ହୋଇଯାଉ । ସେହିପରି ଆମ ପୃଥିବୀର ମଧ୍ୟ ବାସ୍ନା, କିମ୍ବା ଗନ୍ଧ ରହିଛି । କିନ୍ତୁ ଏଠି ପ୍ରଶ୍ନ ଉଠେ କି  ଅନ୍ତରିକ୍ଷର କୌଣସି ବାସ୍ନା ରହିଛି କି? ଆସନ୍ତୁ ସେ ସମ୍ବନ୍ଧରେ ଅଧିକ କିଛି ଜାଣିବା ।A Revolution in Space Access Means Revolution Everywhereଅନ୍ତରିକ୍ଷର ଅଧିକାଶଂ ଯାଗା ଖାଲି ଅଛି-ଆମେ ମାନେ ଅଳ୍ପ ବହୁତେ ଜାଣିଛେ କି ଅନ୍ତରିକ୍ଷର ଅଧିକାଶଂ ଯାଗା ଖାଲି ଅଛି ଯେଉଁଠି ନା କୌଣସି ଧୁଳି, ପବନ, ଗ୍ରହ, ତାରା ଏମିତି କି କିଛି ଗ୍ୟାସ ମଧ୍ୟ ନଥାଏ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ଯେଉଁମାନେ ଅନ୍ତରିକ୍ଷକୁ ଯାତ୍ରା କରନ୍ତି ଏବଂ ଯେଉଁମାନେ ସେଠି ଚାଲିଛନ୍ତି ସେମାନଙ୍କୁ କଣ ପାଇଁ ସେଠି କୌଣସି ଗନ୍ଧ ବା ବାସ୍ନାର ଅନୁଭବ ହୋଇଥାଏ? କାରଣ ଆମେ ଜାଣିଛେ କି ମହାକାଶଚାରୀ ଏମିତି ଏକ ପ୍ରକାର ପୋଷାକ ପିନ୍ଧିଥାନ୍ତି ଯେଉଁଥିରେ ସେମାନେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡ଼େଇ ହୋଇ ରହିଥାନ୍ତି । ତେବେ ଏଭଳି ଅବସ୍ଥାରେ ସେମାନଙ୍କୁ କେମିତି କୌଣସି ଗନ୍ଧର ଅନୁଭବ ହୋଇଥାଏ?A NASA report finds planetary contamination rules may be too strict | Science Newsଅନ୍ତରିକ୍ଷରେ ବାସ୍ନା କିମ୍ବା ଗନ୍ଧ ଥାଇପାରେ-ଏଠି ଆଚମ୍ବିତ କରି ଦେଲା ଭଳି ଘଟଣା ହେଉଛି କି, ନାକ ବାହାରକୁ ବାହାର ନ କରି ଅନ୍ତରିକ୍ଷ ଯାତ୍ରା କରୁଥିବା ମହାକାଶଚାରୀ ଯାତ୍ରା କରିବା ପରେ ଏୟାଲ୍ୟାକ କ୍ଷେତ୍ରକୁ ଆସିବା ଭିତରେ ଅସାମାନ୍ୟ ଗନ୍ଧ ଅନୁଭବ କରିଥାନ୍ତି । ଯାହାକି ସେମାନେ ଏୟାଲ୍ୟାକ କ୍ଷେତ୍ରରେ ଥିବା ବେଳେ ଅନୁଭବ କରିନଥାନ୍ତି ।Intelligent Space Technologies | Raytheon Technologiesଧାତୁର ଗନ୍ଧ ହୋଇପାରେ- ଜୌର୍ତିବିଜ୍ଞାନୀ ଡନ୍ ପେଟିଟଙ୍କ କହିବା ଅନୁସାରେ ଏହା କୌଣସି ଧାତୁ ଭଳି ଗନ୍ଧ ହୋଇଥାଇ ପାରେ ଯାହାକି କୌଣସି ଏକ ଧାତୁର ସୁଗନ୍ଧ ହୋଇଥାଇ ପାରେ । ନାସା ଦ୍ୱାରା ଆୟୋଜିତ ଅନେକ ସ୍ପେସ ପଦଯାତ୍ରାରେ ପେଟିଟ୍ ଅଶଂଗ୍ରହଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବାରମ୍ବାର ଗୋଟିଏ ପ୍ରକାର ଗନ୍ଧକୁ ଅନୁଭବ କରିଛନ୍ତି । ସେହିଭଳି ଅନ୍ୟ ମହାକାଶଚାରୀ ମାନଙ୍କ ମତରେ ସେମାନେ ମଧ୍ୟ ସମାନ ଅନୁଭବ କରିଛନ୍ତି । ସେମାନେ ଏହି ଗନ୍ଧକୁ ଜଳୁଥିବା କୌଣସି ଧାତୁ, ବନ୍ଧୁକ ପାଉଡର, ବାଦାମ, ମଦ ଭଳି ଅନୁଭବ କରିଛନ୍ତି ।  କିନ୍ତୁ ସେ ସମସ୍ତଙ୍କର ଅନୁଭୂତି ଗୁଡ଼ିକର ବାଖ୍ୟା ଗୋଟିଏ ଜିନିଷ ପରି ଥିଲା ଯାହା ଥିଲା ଏକ ଜ୍ୱଳନ୍ତା ଗନ୍ଧ ।Tim Peake welcomes new UK Space Agency scheme to reach 1 million children a year

CATEGORIES
TAGS
Share This

COMMENTS

Wordpress (0)
Disqus (0 )