Thursday 25th April 2024
ସଂଗୀତ ଦୁନିଆର ପାରଙ୍ଗମ ଶିଳ୍ପୀ -ଖୋକା ଭାଇ ଆଜି ବି ଅମର

ସଂଗୀତ ଦୁନିଆର ପାରଙ୍ଗମ ଶିଳ୍ପୀ -ଖୋକା ଭାଇ ଆଜି ବି ଅମର

କଳା କାହା ପାଇଁ ପେଶା ତ ଆଉ କାହା ପାଇଁ ନିଶା । କଳା ଓ ପେଶାକୁ ଆପଣାଇ ବଞ୍ଚୁଥିବା ଲୋକ ମାନଙ୍କ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କଳାକୁ ନେଇ ବଞ୍ଚିବା ଶିଖିଛନ୍ତି । ତେବେ ଏହି କଳାକୁ ନେଇ ବଞ୍ଚଥିବା ଏବଂ ସୌକ ରଖୁଥିବା ନାମ ମାନଙ୍କ ମଧ୍ୟରେ ଗୋଟିଏ ନା’ ଆସେ ଅକ୍ଷୟ ମହାନ୍ତି ବା ଖୋକା ଭାଇ । ସଙ୍ଗୀତର ଅସଲ ମର୍ମ ଓଡ଼ିଶାବାସୀଙ୍କୁ ଭଲ ଭାବରେ ବୁଝାଇଥିବା ମହାନ ସଙ୍ଗୀତକାର ଥିଲେ ଅକ୍ଷୟ ମହାନ୍ତି ।  ଗୀତରେ କଥା, ଗୀତରେ ଭାବ ଆଦାନ ପ୍ରଦାନ, ଗୀତରେ ଖୁସି ଆଉ ଗୀତରେ ହିଁ ଲୁହ ସବୁକିଛି ଗୀତରୁ ଆରମ୍ଭ ହୋଇ ଗୀତରେ ସରିଯାଉଥିଲା ।Akshaya Mohanty Channel - YouTube() ଓଡ଼ିଶାର ଗୌରବ, କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ବା ଖୋକା ଭାଇ । ଜନ୍ମ ହୁଅନ୍ତି ୧୯୩୭ ମସିହା ଅକ୍ଟୋବର ମାସ ୧୨ ତାରିଖରେ ବାଙ୍କି ମୁଣ୍ଡେଇ ଠାରେ । ବାପାଙ୍କ ନାମ ବିଚିତ୍ରା ନନ୍ଦ ମହାନ୍ତି, ମା’ଙ୍କ ନାମ ସୁବର୍ଣ୍ଣ ମଞ୍ଜରୀ ମହାନ୍ତି । ଅକ୍ଷୟ ମହାନ୍ତିଙ୍କ ଘରର ସାନ ପୁଅ ଓ ତାଙ୍କ ଉପରେ ତାଙ୍କର ୨ଟି ବଡ଼ ଭୁଉଣୀ ଥିଲେ । ପରେ ୧୯୬୭ ମସିହାରେ ପ୍ରବିଣାକୁ ବିବହା କରନ୍ତି ଅକ୍ଷୟ । ସଙ୍ଗୀତ ପରିବାରରେ ଜନ୍ମ ହୋଇଥିଲେ ଅକ୍ଷ, ତାଙ୍କ ବାପା ୨ଭଉଣୀଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିଲେ । ସେମାନେ ଶିଖୁଥିଲେ ଓଡ଼଼ିଶୀ ଓ ଚମ୍ପୁ । ଅକ୍ଷୟ ବଡ଼ ଭଉଣୀଙ୍କ ଠାରୁ ଏଭଳି ସଙ୍ଗୀତ ଶୁଣୀଲେ ବି ମଧ୍ୟ ତାଙ୍କର କୌଣସି ଆଗ୍ରହ ସୃଷ୍ଟି ହେଉନଥିଲା । ପାଠ ପଢ଼ା ମଧ୍ୟରେ ଅକ୍ଷୟ ବହୁତ ଦୁଷ୍ଟ ଥାଆନ୍ତି । ସେହି ମଧ୍ୟରେ ଗୋଟିଏ ଫିଲ୍ମ ରିଲିଜ ହୁଏ “ବଇଜୁ ବାୱରା” , ଏହି ଫିଲ୍ମରେ ଥିବା ଗୋଟିଏ ଗୀତ ଶୁଣନ୍ତି ଏବଂ ଏତେ ଆକୃଷ୍ଟ ହୁଅନ୍ତି ଯେ ନିଜ ଘରେ ରେଡିଓ ନଥିଲେ ମଧ୍ୟ ସାଇକେଲ ଧରି ଏଇ ଘର ସେ ଘର ବୁଲନ୍ତି ସେହି ଗୀତ ଟି ଶୁଣିବାକୁ ।Legendary singer Akshaya Mohanty's wife Prabina Mohanty no more - KalingaTV୧୯୪୮ ମସିହା ଜାନୁଆରୀ ୨୮ ତାରିଖରେ ଥାଏ ଆକାଶବାଣୀର ଜନ୍ମ ଦିନ, ବଡ଼ ଭଉଣୀଙ୍କ ସହ ଅକ୍ଷୟ ସେଠିକି ଯାଇଥାନ୍ତି । ଆଉ ସେଠାରୁ ହିଁ ଶିଶୁକଳାକାର ଭାବେ ସୁଯୋଗ ମିଳେ ଶିଶୁ ସଂସାରରେ ଅକ୍ଷୟଙ୍କୁ । ଏଠାରୁ ହିଁ ଆରମ୍ଭ ହୁଏ ଅକ୍ଷୟଙ୍କ କ୍ୟାରିୟର । ପରେ କଟକ ରେଭେନ୍ସାରେ ଆର୍ଟ୍ସ ଗ୍ରାଜୁଏସନର ପାଠ ପଢ଼ନ୍ତି । ଏହି ସମୟରେ ରେଭେନ୍ସାରେ ହୁଏ ଏକ ନାଟକ ଯେଉଁଥିରେ ଅକ୍ଷୟଙ୍କୁ ସୁଯୋଗ ମିଳେ ଗୋଟିଏ ଅନ୍ଧ ହୋଇ ବାଡ଼ି ଧରି ଗୀତ ଗାଇବାକୁ , ଅକ୍ଷୟ ଖୁସି ମଧ୍ୟ ହୋଇଯାଆନ୍ତି । କିନ୍ତୁ ମଞ୍ଚରେ ଥିବା ଜଣେ ନାମିଦାମି ଲୋକଙ୍କୁ ଦେଖି ଅକ୍ଷୟ ଭୟ କରିଯାଆନ୍ତି ଓ ଗୀତ ଗାଇପ।।ରନ୍ତି ନାହିଁ ।ସେଠାରୁ ଯାଇ ସିଧା ସଳଖ ଟ୍ରେନ ଲାଇନରେ ଶୋଇପଡ଼ନ୍ତି ,ଭାବନ୍ତି କି ମୋ ଦ୍ୱାରା କିଛି ହୋଇ ପାରିବ ନାହିଁ ମୁଁ ଆଗକୁ ବଢ଼ିପାରିବି ନାହିଁ ମୁଁ ମୋ ପ୍ରାଣ ହାରି ଦେବା ହିଁ ଭଲ ହେବ ।  କିନ୍ତୁ ଟ୍ରେନ ଟି ସେ ଶୋଇଥିବା ୨ ଟି ଟ୍ରେନ ଲାଇନ ପରେ ଗଲା ।Bollywood film maker to make film “He Paguna Tume” based on Late Akshay Mohanty – Odisha Diaryସେଠାରୁ ଅକ୍ଷୟ ବୁଝି ପାରିଲେ ମତେ ଜୀବନରେ ବୋଧେ ଅନେକ କିଛି କରିବାର ଅଛି ଏହି କାରଣରୁ ଭଗବାନ ମତେ ବଞ୍ଚେଇଲେ, ସେଠାରୁ ଗୋଟିଏ ନୂଆ ଆରମ୍ଭ ହୁଏ ଅକ୍ଷୟଙ୍କର । ସଙ୍ଗୀତ ଶିକ୍ଷା ଅର୍ଜନ କରି ସାରିବା ପରେ ୧୯୫୫ ମସିହା ଅଗଷ୍ଟ ମସିହାରେ ଆକାଶବାଣୀରେ ଅକ୍ଷୟ ଗାଆନ୍ତି ତାଙ୍କ ପ୍ରଥମ ଗୀତ ।ଏହା ପରେ ଗୋଟିଏ ମୋଡ଼ ବଦଳେ ଅକ୍ଷୟଙ୍କ ଜୀବନରେ, ସେ ପଢ଼ନ୍ତି ଦିଲ୍ଳୀରେ ‘ଲ’ । ‘ଲ’ରେ ସଙ୍ଗୀତକୁ ପ୍ରେଜେଣ୍ଟ କରନ୍ତି ସେ ଏବଂ ସେଠାରେ ହେଉଥିବା ଏକ ୟୁଥ୍ ଫେଷ୍ଟିଭାଲରେ ଭାଗ ନେଇ ଓଡ଼ିଆ ଗୀତକୁ କେହି ଜାଣି ନଥିଲେ ମଧ୍ୟ, ଅକ୍ଷୟ ତିଆରି କରନ୍ତି ଏକ ଓଡ଼ିଆ ଗୀତ, ଯାହା ଥିଲା “ବୋଇତ ବନ୍ଦାଣ” । ସେଠାରେ ଏହି ଗୀତକୁ ବହୁତ ପସନ୍ଦ କରାଯାଏ ଏବଂ ସେ ଫାଷ୍ଟ ହୁଅନ୍ତି । ଏଠାରୁ ଲୋକ ଜାଣିବାକୁ ପାଆନ୍ତି ସଙ୍ଗୀତକାର ଅକ୍ଷୟଙ୍କୁ । ଯେତେବେଳ ସମସ୍ତେ ପସନ୍ଦ କରୁଥିଲେ ହିନ୍ଦୀ ଓ ବଙ୍ଗାଳି ଗୀତ, ଅକ୍ଷୟ କିନ୍ତୁ ସେ ସମୟରେ ଓଡ଼ିଆ ଗୀତକୁ ପ୍ରୋତ୍ସାହନ ଦେଉଥାନ୍ତି ।Akshaya Mohanty: The Unorthodox-Versatile Singer's Romance With His Odia Roots - odishabytes୧୯୫୬ ମସିହାରେ ତାଙ୍କୁ ମିଳେ ଗୋଟିଏ ସରକାରୀ ଚାକିରି । ସେତେବେଳେ ସେ ଏକ ଗୀତ ଲେଖିଥିଲେ ଯାହା ବେସ ଭଲପାଇବା ସାଉଁଟି ପାରିଥିଲା । ଏକ ଗୀତ ଟି ଥିଲା “୧୦ ଟାରେ କାର୍ଯ୍ୟାଳୟ ୪ଟାରେ ଭାର୍ଯ୍ୟାଳୟ, ଜୀବନ ହୋଇଗଲା ମୋ ସୁଲଭ ଶୌଚାଳୟ” । ପରେ ୭ ବର୍ଷର ସରକାରୀ ଚାକିରି ଛାଡ଼ିବା ପରେ ଅକ୍ଷୟଙ୍କୁ “ମା” ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ମିଳେ । ସେ ଗୀତ ଗାଇବା ସହ, ଗୀତ ଲେଖିବା, ପ୍ରଯୋଜକ, ଗଳ୍ପ ଲେଖିବା, ଚଳଚିତ୍ରରେ ନିର୍ଦ୍ଧେଶନା ଦେଇଛନ୍ତି ଅକ୍ଷୟ । ତାଙ୍କ ହିଟ୍ ସଙ୍ଗୀତ ମଧ୍ୟରୁ କିଛି ଗୀତ ହେଉଛି ‘ଯା ଯାରେ ଭାସି ଭାସି ଯା ନୌକା ମୋର ଭାସି ଯା’, ‘ଚିଠି ମୋର ଟିକି ଚଢ଼େଇ’, ‘ହେ ଫଗୁଣ ତୁମେ’, ‘ଆଜି ମୋତେ ମିଳିଗଲା’, ‘ନଣ୍ଡା ମୁଣ୍ଡିଆ ଡ୍ରାଇଭର’, ‘ମାଇଚିଆ ଗୋଖେଇ ସାହୁ’, ‘ଯାଯାବର ମନ ମୋର’ । ସେ ସର୍ବ ଶ୍ରେଷ୍ଟ ଆୱାର୍ଡ ଓ ଷ୍ଟେଟ ଫିଲ୍ମ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ୧୨୯ଟି ସିନେମାରେ ଗୀତ ଗାଇଛନ୍ତି ଏବଂ ୭୫ଟିରୁ ଅଧିକ ଗୀତରେ ଦେଇଛନ୍ତି ନିର୍ଦ୍ଦେଶନା । ପରେ ୨୦୦୨ ନଭେମ୍ବର ମାସ ୧୩ ତାରିଖରେ ନିଜ ନିଶ୍ୱାସ ତ୍ୟାଗ କରନ୍ତି ।        Akshaya Mohanty: The Odia Ghazal Writer | Sahapedia

 

CATEGORIES
TAGS
Share This

COMMENTS

Wordpress (0)
Disqus (1 )