Friday 29th March 2024
ସୈନ୍ୟ-ଚାଷୀ ପରେ ଏୟାରଲାଇନ୍ସର ମାଲିକ, ସଂଘର୍ଷମୟ ଜୀବନ

ସୈନ୍ୟ-ଚାଷୀ ପରେ ଏୟାରଲାଇନ୍ସର ମାଲିକ, ସଂଘର୍ଷମୟ ଜୀବନ

ବସ୍‌, ଟ୍ରେନ୍‌ରେ ତ ପ୍ରାୟେ ସମସ୍ତେ ଯାଇଥାନ୍ତି, ମାତ୍ର ଫ୍ଲାଇଟ୍‌ରେ ଯିବା ଯେମିତି କିଛି ଲୋଙ୍କ ପାଇଁ କୌଣସି ସ୍ୱପ୍ନ ଠାରୁ କମ୍ ହୋଇନଥାଏ । ହେଲେ ଏହି ସ୍ୱପ୍ନକୁ ବି ସତ କରି ଦେଖାଇଥିଲେ ଜଣେ ଏମିତି ବ୍ୟକ୍ତି ବିଶେଷ ଯିଏ କି ୧ଟଙ୍କାରେ ସୁବିଧା କରିଥିଲେ କି, ପ୍ରତ୍ୟେକ ଟି ଲୋକ ଫ୍ଲାଇଟ୍‌ରେ ବୁଲିପାରିବେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ଏହା ସତ କଥା । ଯାହାଙ୍କ ଜୀବନରୁ ପ୍ରେରଣା ନେଇ ତାମିଲରେ ଏକ ଫିଲ୍ମ ମଧ୍ୟ ତିଆରି ହୋଇଥିଲା । ଯେଉଁ ଫିଲ୍ମ ର ନା’ ହେଉଛି ‘ସୋରାରାଇ ପୋଟରୁ’, ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ସୂର୍ଯ୍ୟା । ଏହି ଫିଲ୍ମ ଯେଉଁମାନେ ଦେଖିଥିବେ ସେ ଜାଣିପାରୁଥିବେ ଆଜି ଆମେ କାହା ସମ୍ପର୍କ ଆପଣଙ୍କୁ ଜଣେଇବାକୁ ଯାଉଛୁ । ଆସନ୍ତୁ ତାଙ୍କ ସମ୍ବନ୍ଧରେ ଅଧିକ କିଛି ଜାଣିବା ।Captain GR Gopinath praises Soorarai Pottru, says it's heavily dramatised, but captures true essence - India Todayକ୍ୟାପଟେନ୍ ଜିଆର ଗୋପୀନାଥ,‘ସୋରାରାଇ ପୋଟରୁ’ ର ବାସ୍ତବ ହିରୋ । ଜୀବନରେ କେତେବେଳେ ସଫଳତା ଦେଖିବାକୁ ମିଳେ ତ ପୁଣି କେତେବେଳେ ବିଫଳତା ବି । କିନ୍ତୁ ତାକୁ ଖାପ ଖୁଆଇ ଚାଲିବା ଏକ କାଠିକର ପାଠ ହୋଇଯାଇଥାଏ । କିନ୍ତୁ ଲୋକଙ୍କ ଖୁସିରେ ଖୁସି ଆଉ ଦୁଖଃ ରେ ଦୁଖିଃ ହେବା ପାଇଁ, କ୍ୟାପଟେନ୍ ଜିଆର ଗୋପୀନାଥ ନିଜ ଜୀବନରେ କେତେ ଯେ ସଂର୍ଘର୍ଷ କରିଛନ୍ତି ତାହା କହିବା ଆମ ପକ୍ଷେ ସମ୍ଭବ ନୁହେଁ ।ତେବେ ଜିଆର ଗୋପୀନାଥ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ହେଲେ ପଛଘୁଞ୍ଚା କରିବାକୁ କେବେ ଭାବିନଥିଲେ । ଜିଆର ଗୋପୀନାଥ ୧୯୫୧ ମସିହା ନଭେମ୍ବର ୧୩ରେ କର୍ଣ୍ଣାଟକର ଗୋରରୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିଲା ଦିନ ବି ଏହି ଗାଁରେ ହିଁ କଟିଥିଲା । ପରେ ପାଠ ପଢ଼ା ପରେ ସେ ୧୯୬୨ରେ ସୈନିକ ସ୍କୁଲରେ ପାଠ ପଢ଼ିବା ଆରମ୍ଭ କରିଥିଲେ । ପାଠପଢ଼ା ଶେଷ ପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇ, ୮ବର୍ଷ ଚାକିରୀ କରିଥିଲେ । ମାତ୍ର ୨୮ ବର୍ଷରେ ସେ ସେନାରୁ ଇସ୍ତଫା ଦେଇ ଚାଷୀ ଭାବେ ନିଜ ଜୀବନ ଆରମ୍ଭ କରିଦେଲେ । ନିଜ ସ୍ୱପ୍ନ ପୂରା କରି ସାଧାରଣ ଲୋକଙ୍କ ପାଇଁ ବିମାନ ସେବା ଯୋଗାଇଦେଇଥିଲେ । G R Gopinath - Who Pioneered ₹1 Flights | The Founder of Air Deccanଏହା ପରେ ଆରମ୍ଭ ହୁଏ ସଂଘର୍ଷର କାହାଣୀ ୧୯୯୭ମସିହାରେ । ଯେତେବେଳେ ଜିଆର ଗୋପୀନାଥ ଡେକାନ ଏଭିଏସନ ନାଁରେ ଗୋଟିଏ କମ୍ପାନୀ ଖୋଲିଲେ । ଏଥିରେ ସେ ପ୍ରଥମେ ଲୋକ ମାନଙ୍କୁ ଚାଟାର୍ଡ ହେଲିକ୍ୟାପ୍ଟର ସେବା ଯୋଗାଇବା ଆରମ୍ଭ କରିଥିଲେ । ଏହା ପରେ ସେ ଲୋକଙ୍କୁ କମ ମୂଲ୍ୟରେ ସେବା ଯୋଗାଇବା ପାଇଁ ୨୦୦୩ରେ ଡେକାନ ଏୟାରଲାଇନର ଶୁଭାରମ୍ଭ କରିଥିଲେ । ଏହାକୁ ଲଞ୍ଚ କରିବା ପାଇଁ ସେ ଜୀବନର ସମସ୍ତପୁଞ୍ଜି ବିନିଯୋଗ କରିଦେଇଥିଲେ । ତେବେ ସେବା ଯୋଗାଇବା ଭିତରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା । ପ୍ରଥମ ଚାରିବର୍ଷ ପରେ ୨୦୦୭ରେ ଏହା ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ ସହ ବିଲୟ ହୋଇଯାଇଥିଲା । ଏହା ପୂର୍ବରୁ ଡେକାନ ଏୟାର ଲାଇନ୍ସ ୪୩ଟି ବିମାନରେ ୬୦ରୁ ଅଧିକ ସ୍ଥାନକୁ ପ୍ରତିଦିନ ୩୫୦ ଟି ଫ୍ଲାଇଟ ଚଳାଉଥିଲା । ଏହା ପରେ ବି ସେ ହାର ମାନିନଥିଲେ ୨୦୧୩ରେ ସେ ପୁଣିଥରେ ଡେକାନ ୩୬୦ ନାମରେ ଆଉ ଏକ ଏୟାର କାର୍ଗୋର ଶୁଭାରମ୍ଭ କରିଥିଲେ । ଏହା ମଧ୍ୟ କିଛି ଦିନ ପରେ ଠପ୍ ହୋଇଯାଇଥିଲା । ବିଭିନ୍ନ କମ୍ପାନୀ ପାଖରୁ ନେଇଥିବା ଟଙ୍କା ପୈଠ କରିନଥିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ସେ ଶିଖାଇଦେଲେ କି ଜୀବନ କାଳ ଭିତରେ ଅନେକ ଦୁଖଃ , କଷ୍ଟ, ସଫଳତା ଓ ବିିଫଳତା ଆସିଥାଏ କିନ୍ତ୍‌ୁ ତାକୁ ଆମକୁ ସାମ୍ନା କରିବାର ଅଛି, କୌଣସି ବି ପରିସ୍ଥିତିରେ ମୁଣ୍ଡ ନୁଆଁଇବା ନାହିଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )