Saturday 27th July 2024
Content Creatorଙ୍କ ପାଇଁ ବଡ଼ ସୁଯୋଗ Youtube ଦେବ Surprise

Content Creatorଙ୍କ ପାଇଁ ବଡ଼ ସୁଯୋଗ Youtube ଦେବ Surprise

ଗୁଗଲରେ ଚାକିରୀ କରିବା କଥା ହେଉ କି ଗୁଗଲର ଅନ୍ୟ ପ୍ଲାଟଫର୍ମ ରେ କାମ କରିବା କଥା । ଆଜିକାଲିର ଯୁବ ପିଢ଼ିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କର ଗୋଟିଏ ନିଶା କି କେମିତି ଲୋକଲୋଚନକୁ ଆସିବେ । ସେଥିପାଇଁ ୟୁଟ୍ୟୁବ୍ ରେ ଭିଡ଼ିଓ କରି ଲୋକଙ୍କ ପାଖରେ ପହଞ୍ଚିବାର ଗୋଟିଏ ମାର୍ଗ କରିଛନ୍ତି ଏହି ଯୁବପିଢ଼ି । ତେବେ ଏହି ପ୍ରକ୍ରିୟାକୁ ଆହୁରୀ ସରଳ କରିବା ପାଇଁ ଗୁଗଲ ଆଣିଛି ଏକ ବଡ଼ ସୁଯୋଗ, ଆଗକୁ ୟୁଟ୍ୟୁବ୍ ଆଣୁଛି ଅନେକ ଯୋଜନା । ଯଦି ଆପଣ ବି ୟୁଟ୍ୟୁବ୍‌ରେ ଭିଡିଓ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ।New Google Search feature lets users search for particular moment in a YouTube videoଗୁଗଲ ଫର୍ ଇଣ୍ଡିଆ ଇଭେଣ୍ଟରେ ୟୁଟ୍ୟୁବ୍ ଏଭଳି ଅନେକ ଯୋଜନା ବିଷୟରେ ଘୋଷଣା କରିଛି । ଏହି ଇଭେଣ୍ଟରେ ଫିଚର୍ସ ‘କୋର୍ସ’ ବିଷୟରେ ମଧ୍ୟ ଘୋଷଣା କରାଯାଇଥିଲା । ଏହି ଫିଚର୍ସର ସବସ୍କ୍ରିପ୍ସନ ବେସ୍‌ଡ ମଡେଲ କୋର୍ସର ଟେଷ୍ଟିଂ ଜାରିରଖିଛି କମ୍ପାନୀ । ଏହାକୁ କମ୍ପାନୀ କିଛି ପାର୍ଟନର ଏବଂ କ୍ରିଏଟରଙ୍କ ସହଯୋଗରେ ୨୦୨୩ ପ୍ରଥମାର୍ଦ୍ଧରେ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛି । ପୂର୍ବରୁ ୟୁଟ୍ୟୁବ୍‌ରେ ୮ଟି ମନିଟାଇଜେସନ ଅପ୍ସନ ରହିଛି, ଏବେ କୋର୍ସ ଅନ୍ୟ ଏକ ମାଧ୍ୟମ ହୋବାକୁ ଯାଉଛି । ତେବେ ୟୁଟ୍ୟୁବ୍ ଇଣ୍ଡିଆ ପରିଚାଳନା ନିର୍ଦ୍ଧେଶକ ଇସାନ୍ ଜନ୍ ଚାଟାର୍ଜୀ କହିଛନ୍ତି ଯେ ‘କୋର୍ସ’ ସୁବିଧା ୩ଟି ଦେଶରେ ଉପଲବ୍ଧ ହେବ ଯେଉଁଥିରେ ଭାରତ ମଧ୍ୟ ସାମିଲ ଅଛି । କାରଣ ଭାରତ ଡିଜିଟାଲ ଶିକ୍ଷାର ଏକ ଉତ୍ତମ ମାର୍କେଟ ଅଟେ । କୋର୍ସ ଲଞ୍ଚ ହେବା ଦ୍ୱାରା ଏହା ୟୁଜର୍ସଙ୍କୁ ସଠିକ୍ ବିଷୟବସ୍ତୁ ପାଇବାରେ, ସହଜ ଉପାୟରେ ନିଜର ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବା ନେଇ ଆଶା ରଖିଛି କମ୍ପାନୀ । ଏହା କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ନିର୍ଭର କରୁଛି ଯେ ସେମାନେ ଡିଜିଟାଲ ଲର୍ଣ୍ଣିଂରେ ମନିଟାଇଜ୍ କରିପାରିବେ । ଯଦି ସେମାନଙ୍କ କଣ୍ଟେଣ୍ଟରେ ୟୁଜର୍ସଙ୍କ ପାଇଁ ଶିକ୍ଷଣୀୟ ତଥ୍ୟ ରହିଛି ତେବେ ସେ ଏହି ଅପ୍ସନକୁ ଅନ୍ କରିପାରିବେ । ଆରମ୍ଭରେ କୋର୍ସରେ ୪ଟି ବିଷୟ ଉପରେ ରହିବେ । ଯେଉଁଥିରେ ଡିଜିଟାଲ ସ୍କିଲ୍‌, ଉଦ୍ୟୋଗତା, ପ୍ରୋଫେସନ ଏବଂ ବ୍ୟକ୍ତିଗତ ରୁଚି ଭଳି କୋର୍ସ ରହିବ ବୋଲି ସୂଚନା ମିଳିଛି । ଏହା ସହ ୟୁଟ୍ୟୁବ୍ କ୍ରିଏଟର୍ସଙ୍କୁ ଶିଖାଯାଉଥିବା ବିଷୟର ପିଏନଜି ଏବଂ ପିଡ଼ିଏଫ୍ ଅପଲୋଡ଼୍ କରିବାକୁ ମଧ୍ୟ ଅପ୍ସନ ଦେବ । କମ୍ପାନୀର ସାଉଥିଷ୍ଟ ଏସିଆ ନିର୍ଦ୍ଧେଶକ ଅଜୟ ବିଦ୍ୟାସାଗର କହିଛନ୍ତି ଯେ ୟୁଟ୍ୟୁବ୍ କ୍ରିଏଟର୍ସଙ୍କୁ ଅଧିକରୁ ଅଧିକ ମନିଟାଇଜେସନର ଆସନ୍ତା ସମୟରେ ସୁଯୋଗ ଦେବ ବୋଲି ଆଶା କରାଯାଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )