Wednesday 8th May 2024
ରୋଷେଇ ଘରେ ଥିବା ତେଜପତ୍ରରୁ ମିଳିପାରିବ ଏସବୁ ଫାଇଦା

ରୋଷେଇ ଘରେ ଥିବା ତେଜପତ୍ରରୁ ମିଳିପାରିବ ଏସବୁ ଫାଇଦା

ଋତୁ ବଦଳିବା ସହ ଆମ ଶରୀରରେ ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳେ । ଏବେ ଶୀତ ଋତୁ ଚାଲିଛି ଆଉ ସାଧାରଣତଃ ଶୀତ ଋତୁରେ ଥଣ୍ଡା ଓ ଜ୍ୱର ହେବା ସ୍ୱଭାବିକ କଥା ହୋଇଯାଏ । ସେଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼େ । ଯେଉଁମାନଙ୍କର ସାଇନସ୍ ସମସ୍ୟା ଥାଏ, ସେମାନଙ୍କ ପାଇଁ ଶୀତ ଋତୁ କଷ୍ଟଦାୟକ ହୋଇଥାଏ । କିନ୍ତୁ ଏହି ସବୁ ସମସ୍ୟାର ସମାଧାନ ଆପଣଙ୍କ ଘରେ ହିଁ ଉପଲବ୍ଧ ଅଛି ବୋଲି ଆପଣ ଜାଣିଛନ୍ତି କି? ସମାଧାନର ବାଟ ଟି ହେଉଛି ତେଜପତ୍ର । ସାଧାରଣତଃ ତେଜପତ୍ରକୁ ଆମେ ଖାଦ୍ୟରେ ବ୍ୟବହୃତ ହେଉଥିବା ଗରମ ମସଲା ଭାବରେ ବ୍ୟବହାର କରିଥାଉ । କିନ୍ତୁ ଏହା ଅନେକ ଗୁଣରେ ପରିପୂର୍ଣ୍ଣ, ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ।Do not treat bay leaves like the 13th man in a cricket team | Mint Lounge

ସାଇନସ୍‌:

ନାକରେ ଇନ୍‌ଫେକ୍ସନ ହେବା ଏବଂ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବେ ନନେଇ ପାରିବାକୁ ସାଇନସ୍ କୁହାଯାଏ । ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ତେଜପତ୍ର ଏକ ରାମବାଣ ଚିକିତ୍ସା ବୋଲି ଆମେ କହିପାରିବା । ଯଦି ଆପଣ ଗୋଲମରିଚ ସହ ତେଜପତ୍ରକୁ ଚା’ରେ ମିଶାଇ ପିଇବେ ତେବେ ଆପଣ ସାଇନସ୍ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

ହଜମ୍‌:

କୌଣସି ବି ଖାଦ୍ୟ ହଜମ କରିିବା ପାଇଁ ଆମେ ସାଧାରଣତଃ ମେଡିସିନର ସାହାର୍ଯ୍ୟ ନେଇଥାଉ କିନ୍ତୁ ଏହାର ସମାଧାନ ମଧ୍ୟ ଆପଣଙ୍କୁ ତେଜପତ୍ରରୁ ହିଁ ମିଳିପାରିବ । କାରଣ ତେଜପତ୍ର ଆମ ହଜମ ପ୍ରକ୍ରିୟାକୁ ମଜବୁତ କରେ । ଯାହା ପେଟରେ ଥିବା ଯନ୍ତ୍ରଣାକୁ ଆରାମ ଦେଇଥାଏ । ଏଥିପାଇଁ ଆପଣଙ୍କୁ ତେଜପତ୍ର ଥିବା ଚା’ ପିଇବାକୁ ପଡ଼ିବ ।

ରୋଗ ପ୍ରତିରୋଧକ ଶକ୍ତି:

ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ତେଜପତ୍ରର ଭୂମିକା ବଡ଼ ରହିଛି । କାରଣ ତେଜପତ୍ରରେ ଭିଟାମିନ୍‌-ଏ, ବି-୬ ଓ ଭିଟାମିନ୍‌-ସି ରହିଛି । ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାର୍ଯ୍ୟ କରେ ।

ମଧୁମେହ:

ମଧୁମେହ ବା ଡାଇବେସିଟ୍ ଗୋଟିଏ ଏପରି ରୋଗ ଯେଉଁଥିରେ ଆପଣଙ୍କ ଶରୀରରେ ଥିବା ସୁଗାରର ମାତ୍ରା ଅଧିକ ହୋଇଯାଏ, ନଚେତ କମ୍ ହୋଇଯାଏ । ଯେଉଁଥିପାଇଁ ଅନେକ ଲୋକ ଚିନ୍ତାରେ ଥାଆନ୍ତି । ଏଭଳି ସମସ୍ୟାର ଯଦି ଆପଣ ବି ସମ୍ମୁଖୀନ ହେଉଛନ୍ତି ତେବେ ଏହାର ସମାଧାନ ଆପଣ ଆପଣଙ୍କ ରୋଷେଇ ଘରୁ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଚା’ ସହିତ ତେଜପତ୍ରରେ ତିଆରି ଏକ କ୍ୟାପ୍‌ସୁଲକୁ ମିଶାଇ ପିଇବାକୁ ପଡ଼ିବ । ଯାହା ଆପଣଙ୍କ ଶରୀରରେ ଥିବା ସୁଗାରକୁ କଣ୍ଟ୍ରୋଲ କରାଇଥାଏ ।

କୋଲେଷ୍ଟ୍ରଲ:

ତେଜପତ୍ରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଯାହା ଦ୍ୱାରା ଆଣ୍ଟି-ଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ତେଜପତ୍ରରେ କ୍ୟାଫିନ୍ ନାମକ ଏକ ଅର୍‌ଗାନିକ କମ୍ପାଉଣ୍ଡର ମିଳିଥାଏ, ଯାହା ହାର୍ଟ ପାଇଁ ଭଲ ବୋଲି ଜଣାପଡ଼େ । ଆପଣ ତେଜପତ୍ରକୁ ହର୍ବାଲ ଟି କରି ପିଇପାରିବେ, ନଚେତ୍ ତେଜପତ୍ରକୁ ଗରମ ପାଣିରେ ଫୁଟାଇ ଛାଣିକି ଚା କରି ପିଇ ପାରିବେ । ଯାହା ଆପଣଙ୍କ କୋଲେଷ୍ଟ୍ରଲ କମେଇବାରେ ସାହାର୍ଯ୍ୟ କରିବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )