Friday 26th April 2024
ଶୁଖିଲା ଲଙ୍କା ଏବଂ କଞ୍ଚା ଲଙ୍କା ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଶରୀର ପାଇଁ କେଉଁଟି କ୍ଷତିକାରକ ?

ଶୁଖିଲା ଲଙ୍କା ଏବଂ କଞ୍ଚା ଲଙ୍କା ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଶରୀର ପାଇଁ କେଉଁଟି କ୍ଷତିକାରକ ?

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସଂମ୍ପଦ । ସ୍ୱାସ୍ଥ୍ୟ ଯଦି ଅସୁସ୍ଥ ଥାଏ ତେବେ ସବୁ କିଛି ଖରାପ ଲାଗେ । ତେବେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଅନେକ ଲୋକ ଅନେକ ପ୍ରକାର ର ନିୟମାବଳୀକୁ ଅନୁସରଣ କରନ୍ତି । କିଛି ନିୟମାବଳୀ ଏତେ ଓଲଟା ପାଲଟା ଥାଏ ଯେ ତାର କୌଣସି ନିୟମ ବିଜ୍ଞାନ ସମ୍ମତ ନଥାଏ । ଅନେକ ଲୋକ ସ୍ୱାସ୍ଥ୍ୟ ନାଁ ରେ ଅନେକ ଥର ଠକି ହେଇଛନ୍ତି । ଏବେ ବି ଅନେକ ଲୋକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାପାଇଁ ବିଭିନ୍ନ ପ୍ରକାର ର ସର୍ଟକଟ୍ ପ୍ରୟୋଗ କରିଥାନ୍ତି ।

ସ୍ୱାସ୍ଥ୍ଯକୁ ସୁସ୍ଥ ରଖିବା ପାଇଁ ୩ ଟି ଜିନିଷ ଗୁରୁତ୍ୱପୂର୍ଣ୍ଣ । ଯେପରିକି –

୧) ପରିବେଶ ବା ବାତାବରଣ

୨) ଖାଦ୍ୟ 

୩) ଯୋଗ ଏବଂ ବ୍ୟାୟାମ

ଜୀବନରେ ଏହି ୩ ଟି ଜିନିଷ ଉପରେ ଯିଏ ଗୁରୁତ୍ୱ ଦେଲା ତାର ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିବ । ତେବେ ଆଜି ଆମେ ଖାଦ୍ୟକୁ ନେଇ ଆଲୋଚନା କରିବା । ଖାଦ୍ୟ ଠିକ୍ ଖାଇଲେ ସବୁକିଛି ଠିକ୍ । ସୁଷମ ଆହାର ଖାଇଲେ ଏବଂ ଠିକ୍ ପରିମାଣ ର ଖାଦ୍ୟ ଗ୍ରହଣ କଲେ , ଶରୀର ରୋଗ ମୁକ୍ତ ରହିବ । ତେବେ ଖାଦ୍ୟ କିପରି ଆମ ଶରୀରରେ ପ୍ରଭାବ ପକାଏ ତାହା ଏହି ଆର୍ଟିକିଲ୍ ରେ ରହିଛି । ଭାରତୀୟ ଖାଦ୍ୟରେ ଲଙ୍କା ର ବହୁଳ ପରିମାଣରେ  ବ୍ୟବହାର ହୋଇଥାଏ । ସେ କଞ୍ଚା ଲଙ୍କା ହେଉ କିମ୍ବା ଶୁଖିଲା ଲଙ୍କା ସବୁକିଛି ଆମ ଖାଦ୍ୟରେ ବ୍ୟବହୃତ ହୋଇଥାଏ । ଅନେକ ଲୋକ କଞ୍ଚା ଲଙ୍କା ଏବଂ ଶୁଖିଲା ଲଙ୍କାକୁ ସମାନ ପ୍ରାଧାନ୍ୟ ଦେଇଥାନ୍ତି । ଦୁଇଟି ଯାକ ଲଙ୍କା ସମାନ ଭାବି ଖାଦ୍ୟ ପ୍ରସ୍ତୁତି କରନ୍ତି ଏବଂ ଖାଦ୍ୟ ଖାଇବା ବେଳେ ବ୍ୟବହାର କରିଥାନ୍ତି । କିନ୍ତୁ ବୈଜ୍ଞାନିକ ମାନଙ୍କ ମତରେ ଦୁଇଟି ଲଙ୍କା ମଧ୍ୟରେ ଅନେକ ଗୁଡିଏ ପାର୍ଥକ୍ୟ ଅଛି । କଞ୍ଚା ଲଙ୍କା ଏବଂ ଶୁଖିଲା ଲଙ୍କା ର ସ୍ୱାଦ ସମାନ । ରାଗରେ ଟିକେ କମ୍ ବେଶି ହୋଇପାରେ କିନ୍ତୁ ଦୁଇଟି ମଧ୍ୟରେ ଭିନ୍ନତା ଅଛି । ସେଥିପାଇଁ ଜଣେ ସାଧାରଣ ଲୋକ ଏ ବିଷୟରେ ଜାଣିନଥାଏ । ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢିଲେ ଆପଣ ଜାଣିପାରିବେ କଞ୍ଚା ଲଙ୍କା ଏବଂ ଶୁଖିଲା ଲଙ୍କା ମଧ୍ୟରେ କଣ ରହିଛି ପାର୍ଥକ୍ୟ ? କେଉଁଟି ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ କେଉଁଟି କ୍ଷତି କାରକ ?

ଖାଇବା ଜିନିଷ ବା ଭୋଜନକୁ ରାଗ କରିବା ପାଇଁ ଲଙ୍କା ବହୁତ କାମରେ ଆସେ । ଭାରତୀୟ ରୋଷେଇରେ ପ୍ରଚୁର ପରିମାଣର ମସଲା ର ବ୍ୟବହାର କରାଯାଏ । ଏହି ମସଲା ଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହ ଆୟୁର୍ବେଦ ସମ୍ମତ । ଯାହା କେବଳ ଖାଦ୍ୟର ସ୍ୱାଦକୁ ଭଲ କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ର ଉପକାର ମଧ୍ୟ କରିଥାଏ । ଅତ୍ୟାବଶ୍ୟକ ମିନେରାଲ୍ସ ଏବଂ ଭିଟାମିନ୍ ରେ ପୂର୍ଣ୍ଣ ହୋଇଥିବା ବିଭିନ୍ନ ମସଲା ର ବ୍ୟବହାର ଆମ ଭାରତୀୟ ଖାଦ୍ୟରେ ହୋଇଥାଏ । ସେଥିମଧ୍ୟରୁ ଲଙ୍କା ର ସ୍ଥାନ ସ୍ୱତନ୍ତ୍ର । ଲଙ୍କା ଗୁଡିକ ଆମର ଦୈନନ୍ଦିନ ଖାଦ୍ୟରେ ଅନେକ ସମୟରେ ବ୍ୟବହାର ହୋଇଥାଏ । ସାଧାରଣତ ଦୁଇ ପ୍ରକାରର ଲଙ୍କା ବଜାରରେ  ମିଳିଥାଏ । ଗ୍ରୀନ ଚିଲି ବା କଞ୍ଚା ଲଙ୍କା ଏବଂ ରେଡ୍ ଚିଲି ବା ସୁଖିଲା ଲଙ୍କା । ଶୁଖିଲା ଲଙ୍କା ପାଉଡର ଆକାରରେ ମଧ୍ୟ ମିଳିଥାଏ । କଞ୍ଚା ଲଙ୍କାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା କଷ୍ଟକର । ଫ୍ରିଜ୍ ଥିଲେ ଯାଇ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର୍‌ କରି ରଖିପାରିବେ । ତେଣୁ ଅନେକ ଲୋକ କଞ୍ଚା ଲଙ୍କା ବ୍ୟବହାର କରିବା ଅପେକ୍ଷା ଶୁଖିଲା ଲଙ୍କାକୁ ବ୍ୟବହାର କରୁଛନ୍ତି । କଞ୍ଚା ଲଙ୍କା ୨୦ ଟଙ୍କା ର ଆଣିଲେ ଗୋଟିଏ ସପ୍ତାହ ମଧ୍ୟ ରହେ ନାହିଁ । କିନ୍ତୁ ବଜାରରେ ଶୁଖିଲା ଲଙ୍କା ୩୦ ଟଙ୍କା ରେ ଗୋଟିଏ ପ୍ୟାକେଟ୍ ମିଳୁଛି । ଯାହାକି ଗୋଟିଏ ମାସରୁ ଦୁଇ ମାସ ପର୍ଯ୍ୟନ୍ତ ବ୍ୟବହାର କଲେ ବି ସରୁନାହିଁ । ତେଣୁ ଲୋକମାନେ ଲାଲ୍ ଚିଲି ପାଉଡର ବା ଶୁଖିଲା ଲଙ୍କା ଗୁଣ୍ଡ ବା ଶୁଖିଲା ଲଙ୍କାକୁ କଞ୍ଚା ଲଙ୍କା ସହିତ ବଦଳାଇବା ଆରମ୍ଭ କରିଛନ୍ତି, ଯାହାକୁ ମସଲାର ଏକ ମୁଖ୍ୟ ଉତ୍ସ ବୋଲି ବିବେଚନା କରାଯାଏ । ଡାଏଟିସିଆନ୍ ମାନଙ୍କ ମତରେ  ଯାହା ସବୁଜ, ତାହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଏକ ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ କଞ୍ଚା ଲଙ୍କା  ସ୍ୱାସ୍ଥ୍ୟ ପାଇଁ ଉତ୍ତମ ।

୧) ଶୁଖିଲା ଲଙ୍କା –

ଶୁଖିଲା ଲଙ୍କା କଞ୍ଚା ଲଙ୍କା ଠୁ ଭିନ୍ନ ନୁହଁ । କଞ୍ଚା ଲଙ୍କା କୁ ଶୁଖେଇ ଶୁଖିଲା ଲଙ୍କା କରାଯାଏ । ଶୁଖିଲା ଲଙ୍କା ର ରଙ୍ଗ ନାଲିଥାଏ ଏବଂ ଏହାର ପାଉଡର ବଜାରରେ ଉପଲବ୍ଧ । ଶୁଖିଲା ଲଙ୍କାରେ କଞ୍ଚା ଲଙ୍କା ପରି ଜଳୀୟ ଅଂଶ ନଥାଏ । ଏହାକୁ ଅଧିକ ଦିନ ଯାଏ ସଂରକ୍ଷିତ କରି ରଖିହୁଏ । ଏହା ବ୍ୟତୀତ, କିଣାଯାଇଥିବା ନାଲି ଲଙ୍କା ପାଉଡରରେ ସିନ୍ଥେଟିକ୍ ରଙ୍ଗ ମିଶ୍ରିତ ହୋଇଥିବା ର ମଧ୍ୟ ଭୟଥାଏ । ଭଲ ବ୍ରାଣ୍ଡର କିଣିଲେ ନକଲି ଲଙ୍କା ପାଉଡର ମିଲିବାର ସମ୍ଭାବନା କମ ହୋଇଯାଏ ।

ଶୁଖିଲା ଲଙ୍କା ର ଉପକାରିତା –

 

୧) ରକ୍ତଚାପକୁ ନିୟନ୍ତ୍ରଣ ରଖେ –

ଶୁଖିଲା ଲଙ୍କା ବା ଶୁଖିଲା ଲଙ୍କା ପାଉଡରରେ ଅଧିକ ପରିମାଣରେ ପୋଟାସିୟମ୍ ଥାଏ । ଯାହା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ ।

୨) ହୃଦଘାତକୁ ରୋକିଥାଏ –

ଶୁଖିଲା ଲଙ୍କା ରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ରକ୍ତବାହୀ ନଳୀ ଏବଂ ଧମନୀରେ ଥିବା ଅବରୋଧକୁ ସଫା କରିବାରେ ସାହାଯ୍ୟ କରିଥାଏ । ଶରୀର ର ରକ୍ତବାହୀ ନଳୀ ଏବଂ ଧମନୀ ର ଆକାରକୁ ବୃଦ୍ଧି କରି ହୃଦଘାତ ରୋକିଥାଏ ।

୩) ଭିଟାମିନ୍ ସି ରେ ପରିପୂର୍ଣ୍ଣ ଉତ୍ସ –

ଭିଟାମିନ୍ ସି ଇମ୍ୟୁନ୍ ସିଷ୍ଟମ୍ କୁ ଷ୍ଟ୍ରଙ୍ଗ୍ କରିବାରେ ସମର୍ଥନ କରେ ଏବଂ ଶରୀରକୁ କ୍ରନିକ୍ ରୋଗ ସହିତ ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରେ ।

୪) ଫ୍ୟାଟ୍ ଲସ୍  –

ଶୁଖିଲା ଲଙ୍କା ପାଉଡରରେ କ୍ୟାପସାଇସିନ୍ ନାମକ ଏକ କମ୍ପାଉଣ୍ଡ ରହିଥାଏ । ଯାହା ଶରୀରର ମେଟାବୋଲିଜିମ୍ କୁ ବୃଦ୍ଧି କରିଥାଏ ଏବଂ ଫ୍ୟାଟ୍ ଲସ୍ କରେ । କେବଳ ଏତିକି ନୁହେଁ, ଏହା ଖୁସି ହରମୋନ୍ ବା ହେପି ହରମୋନ୍ ର ମଧ୍ୟ ଉତ୍ପାଦନ କରିଥାଏ । ଯାହା ପରବର୍ତ୍ତୀ ସମୟରେ ଜଣଙ୍କର ଯୌନ ଜୀବନକୁ ଉନ୍ନତ କରିଥାଏ । ଏହା ଯୌବନକୁ ଅଧିକ ଦିନ ଯାଏ ଧରିରଖିଥାଏ । କିନ୍ତୁ ଶୁଖିଲା ଲଙ୍କା ର ଖାଦ୍ୟପେୟକୁ ଅଧିକ ଗୁରୁତ୍ୱ ଦିଆଯିବା କଥା ନୁହଁ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ କଞ୍ଚା ଲଙ୍କା ଏକ ସ୍ୱାସ୍ଥ୍ୟକର ବିକଳ୍ପ ବୋଲି ପ୍ରମାଣିତ ହୋଇସାରିଛି । ଆବଶ୍ୟକ ଠାରୁ କମ୍ ଖାଇଲେ ଶୁଖିଲା ଲଙ୍କା ଅତ୍ୟନ୍ତ ଭଲ ।   

୨) କଞ୍ଚା ଲଙ୍କା –

କଞ୍ଚା ଲଙ୍କାକୁ ସିଧା ସଳଖ ଗଛରୁ ତୋଳି ଅଣାଯାଇଥାଏ । ଯାହାକୁ ପରିବା ବିକାଳୀ ମାନେ ବିକ୍ରି କରିଥାନ୍ତି । ଏଥିରେ ଥାଏ ଜଳୀୟ ଅଂଶ । କଞ୍ଚା ଲଙ୍କାରେ ଜଳର ମାତ୍ରା ଅଧିକ ଏବଂ ଏଥିରେ କ୍ୟାଲୋରୀ ନଥାଏ । ସାଧାରଣତ ଏହା ଦୈନନ୍ଦିନ ମସଲାରେ ବ୍ୟବହାର ହୋଇ ନଥାଏ । ନାଲି ଶୁଖିଲା ଲଙ୍କା ଅପେକ୍ଷା କଞ୍ଚା ଲଙ୍କା ଅଧିକ ନିରାପଦ । ଯଦି ଅତ୍ୟଧିକ ମାତ୍ରାରେ ନାଲି ଶୁଖିଲା ଲଙ୍କାର ବ୍ୟବହାର କରାଯାଏ ,ତେବେ ନାଲି ଶୁଖିଲା ଲଙ୍କା ଆଭ୍ୟନ୍ତରୀଣ ଘା ସୃଷ୍ଟି କରିପାରେ । ଯାହାକି ପେପ୍ଟିକ୍ ଅଲସର୍ କିମ୍ବା ପେଟ କର୍କଟକୁ ମଧ୍ୟ ସୃଷ୍ଟି କରିପାରେ । 

କଞ୍ଚା ଲଙ୍କା ର ଉପକାରିତା –

 

୧) ହଜମ କରିବାରେ ସାହାର୍ଯ୍ୟ କରେ –

କଞ୍ଚା ଲଙ୍କାରେ ପ୍ରଚୁର ପରିମାଣରେ ମିଳୁଥିବା ଡାଏଟାରୀ ଫାଇବର କୋଷ୍ଠକାଠିନ୍ୟକୁ ଦୂର କରିବାରେ ସାହାଯ୍ୟ କରେ । କଞ୍ଚା ଲଙ୍କାରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ, ଯାହା କୋଲନ୍ କୁ ସଫା କରିଥାଏ ଏବଂ ଅନ୍ତନଳୀରେ ଖାଦ୍ୟର ଗତିକୁ ସହଜ କରିଥାଏ । କଞ୍ଚା ଲଙ୍କା ଲାଳ ବା ସାଲାଇଭା ଉତ୍ପାଦନକୁ ମଧ୍ୟ ବୃଦ୍ଧି କରିଥାଏ ଯାହା ହଜମ ପାଇଁ ସର୍ବୋତ୍ତମ । 

୨) ଓଜନ ହ୍ରାସ – 

କଞ୍ଚା ଲଙ୍କାରେ ଆଦୌ କ୍ୟାଲୋରୀ ନଥାଏ । ଏହା କ୍ୟାଲୋରୀ ବର୍ଣ୍ଣ କରିବାରେ ସାହାଯ୍ୟ କରେ ଏବଂ ମେଟାବୋଲିଜିମ୍ କୁ ଷ୍ଟ୍ରଙ୍ଗ୍ କରେ । ବିଏମଆର ବଢିବା ଫଳରେ ଓଜନ ହ୍ରାସ ମଧ୍ୟ ସହାୟକ ହୋଇଥାଏ ।

୩) ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ –

ମଧୁମେହ ରୋଗୀ ଙ୍କ ପାଇଁ କଞ୍ଚା ଲଙ୍କା ହେଉଛି ସର୍ବୋତ୍ତମ । ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରି ରକ୍ତ ଶର୍କରାକୁ ସନ୍ତୁଳିତ କରିବାରେ ସହାୟତା ପ୍ରଦାନ କରିଥାଏ ।

୪) ହୃଦୟକୁ ସୁସ୍ଥ ରଖେ –

ବିଟା-କ୍ୟାରୋଟିନ୍ ରେ ପରିପୂର୍ଣ୍ଣ କଞ୍ଚା ଲଙ୍କା । କାର୍ଡିଓ ଭାସକ୍ୟୁଲାର୍ ଫଙ୍କ୍ ସନକୁ ମେଣ୍ଟେନ୍ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କଞ୍ଚା ଲଙ୍କା ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ରକ୍ତ ଜମାଟ ବାନ୍ଧିବାକୁ ମଧ୍ୟ ରୋକିଥାଏ । 

୫) କର୍କଟ ରୋଗରୁ ରକ୍ଷା କରେ –

କଞ୍ଚା ଲଙ୍କାରେ କିଛି ପ୍ରାକୃତିକ ଉପାଦାନ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଫୁସଫୁସ, ପାଟି, କୋଲୋନ୍ ଏବଂ ଗଳା କର୍କଟ ଭଳି ଅନେକ ପ୍ରକାର ର କର୍କଟ ରୋଗରୁ ଶରୀରକୁ ରକ୍ଷା କରିଥାଏ ।

ତେବେ ଶୁଖିଲା ଲଙ୍କା ଅପେକ୍ଷା କଞ୍ଚା ଲଙ୍କା କୁ ଅଧିକ ପ୍ରାୟୋରିଟି ବା ଗୁରୁତ୍ୱ ଦିଅନ୍ତୁ । ଶୁଖିଲା ଲଙ୍କା ଖରାପ ନୁହଁ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ । ଏହାକୁ ଅଳ୍ପ ପରିମାଣରେ ବ୍ୟବହାର କରିଲେ ଆପଣଙ୍କ ହରମୋନ ଗୁଡିକ ଉତ୍ତମ ରୂପରେ ନିୟନ୍ତ୍ରଣରେ ରହିବ । ଏହା ଆପଣଙ୍କ ଯୌବନକୁ ବଜାୟ ରଖିବ । ଅନ୍ୟ ପକ୍ଷରେ କଞ୍ଚା ଲଙ୍କାରେ ଜଳୀୟ ଅଂଶ ସହ ଥାଏ ଆଣ୍ଟିଅକ୍ସିଡେଣ୍ଟ୍ । କଞ୍ଚା ହେଉ କିମ୍ବା ଶୁଖିଲା ଲଙ୍କା ,ସବୁ କିଛି ଆବଶ୍ୟକ ଅନୁସାରେ ଅଳ୍ପ ଖାଇଲେ ଶରୀର ସୁସ୍ଥ ରହିବ । ସପ୍ତାହରେ ତିନି ଦିନ ଶୁଖିଲା ଲଙ୍କା ଖାଆନ୍ତୁ ଏବଂ କଞ୍ଚା ଲଙ୍କାକୁ ମଧ୍ୟ ତିନି ଦିନ ଖାଆନ୍ତୁ । ଗୋଟିଏ ଦିନ ବିନା ଲଙ୍କାରେ ଖାଦ୍ୟ ଖାଇବା ଅଭ୍ୟାସ କରନ୍ତୁ । ଏହା ଦ୍ୱାରା ଆପଣ ରୋଗ ମୁକ୍ତ ରହିବା ସହ ଶରୀରରେ ଇମ୍ୟୁନିଟି ବଢିବ । 

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )