Thursday 28th March 2024
ରିକୋଭରି ଏକ୍ସିକୁଟିଭ୍ ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାର କରିଛି ବିଜ୍ଞପ୍ତି ! ଭୂବନେଶ୍ୱରରେ ହେବ ପୋଷ୍ଟିଂ !

ରିକୋଭରି ଏକ୍ସିକୁଟିଭ୍ ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାର କରିଛି ବିଜ୍ଞପ୍ତି ! ଭୂବନେଶ୍ୱରରେ ହେବ ପୋଷ୍ଟିଂ !

କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ ।  ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୂବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ଭୂବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି । ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ । ଯୁକ୍ତ ତିନି ବା ସ୍ନାତକ ପଢିଥିଲେ ଆପଣ ଆବେଦନ କରିପାରିବେ । ଏଥିପାଇଁ ଯୁକ୍ତ ତିନି ପାସ୍ ସାର୍ଟଫିକେଟ୍ ର ଆବଶ୍ୟକତା ଅଛି । 

ଆପ୍ଲାଇ କରିବାର ଶେଷ ତାରିଖ – ୦୩/୧୦/୨୦୨୩

 

ପଦବୀ ର ନାମ – ରିକୋଭରି ଏକ୍ସିକୁଟିଭ୍

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.kotak.com/en/home.html

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର 

 

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 

 

ଅଭିଜ୍ଞତା –

୧ ରୁ ୩ ବର୍ଷ ଥିଲେ ଭଲ । 

ଯେକୌଣସି ବ୍ୟାଙ୍କରେ ଅଭିଜ୍ଞତା ଥିଲେ ଭଲ । 

ଯେପରିକି 

୧) ଚୋଲା ଡିବିଏସ୍ – ସୁଭଲୋନ୍ସ

୨) ଶ୍ରୀରାମ ଫାଇନାନ୍ସ

୩) ଆଇସିଆଇସିଆଇ ବ୍ୟାଙ୍କ (ଗ୍ରୁପ୍ ସେଟ୍ ଅପ୍)

୪) ଇଣ୍ଡିଆ ବୁଲ୍ସ 

୫) ଏଚଡିଏଫସି (ଗ୍ରୁପ୍ ସେଟ୍ ଅପ୍)

୬) ମାଗମା ସୁବିଧା 

ଉପରୋକ୍ତ ବ୍ୟାଙ୍କ ଗୁଡିକରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

 

ଚାକିରୀ ର ସିପ୍ଟ – ମହିଳା

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ସଂଗ୍ରହ ପାଇଁ ଆଗ୍ରହ ବା କଲେକସନ୍ ।

୨) ଚ୍ୟାଲେଞ୍ଜ ଏବଂ ଦାୟିତ୍ୱ ନେବାକୁ ଇଚ୍ଛୁକ ହେବା ।

୩)  ଗ୍ରାହକଙ୍କୁ କମ୍ପାନୀ ର ଚୁକ୍ତିନାମା ଅନୁଯାୟୀ ଦେୟ ଦେବାକୁ ମନାଇବା ର କ୍ଷମତା ରହିବା ଉଚିତ୍ ।

୪) ପ୍ରଡକ୍ଟିଭିଟି ଏବଂ ରେଭିନ୍ୟୁ ଜେନେରେସନ୍ ଉପରେ ଧ୍ୟାନ ଦେବାକୁ ପଡିବ ।

୫) ବ୍ୟକ୍ତିଗତ ଭାବରେ କିମ୍ବା ଏକ ଦଳ ଭାବରେ ନ୍ୟସ୍ତ ହୋଇଥିବା କ୍ଷେତ୍ର ବା ଆସାଇନ୍ କରାଯାଇଥିବା ସ୍ଥାନରେ ସଂଗ୍ରହକୁ ଉନ୍ନତ କରିବା ଉପରେ ଧ୍ୟାନ ଦେବା  ।

୬) ବ୍ୟାଙ୍କ ର ପ୍ରକ୍ରିୟା ଏବଂ ପ୍ରଣାଳୀ ମାନିବା ।

୭) ଅଡିଟ୍ ଆବଶ୍ୟକତାକୁ ପାଳନ କରିବା ।

ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/19lci5

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )