Tuesday 23rd April 2024
ଭୂବନେଶ୍ୱର ରେ ଇଞ୍ଜିନିୟର ପଦବୀ ପାଇଁ ବିଜ୍ଞପ୍ତି ବାହାର କଲା ଜିଓ ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଭୂବନେଶ୍ୱର ରେ ଇଞ୍ଜିନିୟର ପଦବୀ ପାଇଁ ବିଜ୍ଞପ୍ତି ବାହାର କଲା ଜିଓ ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୂବନେଶ୍ୱର ପାଇଁ ବାହାରିଛି । 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

ପଦବୀ ର ନାମ – କ୍ୟୁଏସଡି ଇଞ୍ଜିନିୟର

 

ସ୍ଥାନ –  ଭୂବନେଶ୍ୱର 

ଶିକ୍ଷାଗତ ଯୋଗ୍ୟତା  – 

ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ କିମ୍ବା ଡିପ୍ଲୋମା ଇନ୍  

୧) ସିଭିଲ୍ ଇଞ୍ଜିନିୟରିଂ

୨) ଇଲେକଟ୍ରିକାଲ୍ ଇଞ୍ଜିନିୟରିଂ

୩) ମେକାନିକାଲ୍ ଇଞ୍ଜିନିୟରିଂ

୪) ଇଲୋକଟ୍ରୋନିକସ୍ ଆଣ୍ଡ କମୁନିକେସନ୍ ଇଞ୍ଜିନିୟରିଂ

ଅଭିଜ୍ଞତା –
୩ ବର୍ଷ ରୁ ୫ ବର୍ଷ ଥିଲେ ଭଲ ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

୧)   ଟେକ୍ନୋଲୋଜି ଏବଂ ଟୋଲ୍ ବିଷୟରେ ଜ୍ଞାନ ର ଆବଶ୍ୟକତା ରହିଛି ।

୨) ଯୋଜନା ଏବଂ କୌଶଳ ଦ୍ୱାରା କାମ କରିପାରୁଥିବା ଦରକାର । 

୩)  ବିକ୍ରେତା ପରିଚାଳନା ଦକ୍ଷତା ବା ଭେଣ୍ଡର ସ୍କିଲ୍ ର ଆବଶ୍ୟକତା ରହିଛି ।

୪) ଇଣ୍ଟରପର୍ସନାଲ ସ୍କିଲ୍ ଏବଂ ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ କରିପାରୁଥିବା ଦରକାର । 

୫)  କମ୍ୟୁନିକେସନ୍ ବା ଯୋଗାଯୋଗ ର ଦକ୍ଷତା ଥିବା ଆବଶ୍ୟକ । 

୬)  ଲୋଜିକାଲ୍ ସ୍କିଲ୍ ବା ଯୁକ୍ତିଯୁକ୍ତ ଦକ୍ଷତା ଥିବା ଆବଶ୍ୟକ ।   

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  କଣ୍ଟ୍ରାକ୍ଟରଙ୍କ ଠାରୁ ବିଲ୍ ସଂଗ୍ରହ କରିବାକୁ ପଡିବ । 

୨) କାମର ପରିମାଣ ଯାଞ୍ଚ କରିବା ଏବଂ ବିଲ୍ ସଂଗ୍ରହ କରିବାକୁ ପଡିବ । 

୩) କମ୍ପାରିଟିଭ୍ ଆନାଲିସିସ୍ ବା ତୁଳନାତ୍ମକ ବିଶ୍ଳେଷଣ ପ୍ରସ୍ତୁତ କରିବା ପାଇଁ ପଡିବ । 

୪) କଣ୍ଟ୍ରାକ୍ଟରମାନଙ୍କ ପେମେଣ୍ଟ କୁ ଟ୍ରାକ କରିବାକୁ ପଡିବ । 

୫) ଚୁକ୍ତି ଭିତ୍ତିକ ଦାବି ଗୁଡିକ ଆଲୋଚନା କରି ବିଶ୍ଳେଷଣ କରିବା ।

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.jio.com/frmRegister.aspx

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )