Thursday 23rd May 2024
ଭାରତୀୟ ଯୁବକଙ୍କ ଦ୍ୱାରା ବିଶ୍ୱ ବ୍ୟାଙ୍କରେ ଚାକିରି କରିବା ଥିଲା କେତେ ସଂଘର୍ଷମୟ

ଭାରତୀୟ ଯୁବକଙ୍କ ଦ୍ୱାରା ବିଶ୍ୱ ବ୍ୟାଙ୍କରେ ଚାକିରି କରିବା ଥିଲା କେତେ ସଂଘର୍ଷମୟ

() କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳନ୍ତି । କହିବାର ଅର୍ଥ ହେଉଛି ଗୋଟିଏ ଜିନିଷ ପାଇବାର ଦୃଢ଼ ଇଚ୍ଛା ଶକ୍ତି ଥିଲେ, ନିଶ୍ଚିନ୍ତ ଦିନେ ନା ଦିନେ ତାହା ମିଳିଥାଏ । ଏଭଳି କିଛି ଦୃଢ଼ ବିଶ୍ୱାସି ମଣିଷ ଏବେ ବି ଏହି ଦୁନିଆେରେ ଉପସ୍ଥିତ ଅଛନ୍ତି । ଆମେ ଆଜି ଯାହାଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେ ହେଉଛନ୍ତି, ଭାରତର ଜଣେ ପୁଅ ଯାହାଙ୍କ  ଇଚ୍ଛା ଶକ୍ତି ପଛରେ ହାର ମାନିଗଲା କରୋନା ଭଳି ମହାମାରୀ ।600 Cold Emails, 80 Phone Calls: How Delhi's Vatsal Nahata Got A Job At The World Bank & IMF - NY Times News TodayNY Times News Today() ୨୦୨୦ ର ପ୍ରଥମ ଛଅ ମାସ ସମସ୍ତଙ୍କ ପାଇଁ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ମହାମାରୀର ମୁକବିଲା କରିବା ପାଇଁ ଲୋକ ସକ୍ଷମ ହେବାକୁ ଚେଷ୍ଟା କରୁଥିଲେ ଏବଂ ବହୁତ ଲୋକଙ୍କ ଚାକିରିରେ ମଧ୍ୟ ବହୁତ କଷ୍ଟଦାୟକ ପରିସ୍ଥିତି ସୃଷ୍ଟି ହେଉଥିଲା । ତେବେ କୋଭିଡକୁ ମହାମାରୀ ଭାବରେ ଘୋଷଣା କରାଯିବା ପରେ କମ୍ପାନୀ ଗୁଡିକ ଛଟେଇ କରିବା ଆରମ୍ଭ କରିଥିଲେ ଏବଂ ହଜାର ହଜାର ଲୋକ ଚାକିରୀ ହରାଇଲେ। ସେହି ସମୟରେ ଭାରତୀୟ ଯୁବକ ଭାତ୍ସଲ ନାହାଟା ଚାକିରି ଖୋଜୁଥିଲେ। ଯିଏ ବହୁ ପରିଶ୍ରମ ପରେ ଶେଷରେ ବିଶ୍ୱ ବ୍ୟାଙ୍କରେ ଚାକିରି ପାଇଲେ। ୟେଲ ୟୁନିଭରସିଟିରୁ ସ୍ନାତକ ହାସଲ କରିଥିବା ଏହି ଯୁବକ ୬୦୦ ଇମେଲ ଏବଂ ୮୦ ଟି ଫୋନ୍ କଲ ପରେ ଏହି ଚମତ୍କାର ହାସଲ କରି ପାଇଲେ ।Corona: Caught in corona crossfire: How the current crisis has vilified the C word and a Mexican beer all at once - The Economic Times

କରୋନା ଯୁଗରେ ସ୍ନାତକ:

ଭାତ୍ସଲ ନାହାଟାଙ୍କ ଏହି କାହାଣୀ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ କରୋନା ମହାମାରୀ ଆରମ୍ଭ ହୋଇଥିଲା। ଭାତ୍ସଲ ଏପ୍ରିଲ୍ ୨୦୨୦ ରେ ତାଙ୍କ ପାଠ ପଢ଼ା ସମାପ୍ତ କରିଥିଲେ। କିନ୍ତୁ ମହାମାରୀ କାରଣରୁ ପରିସ୍ଥିତି ଏପରି ଥିଲା ଯେ ଚାକିରୀ ପାଇବାକୁ ସକ୍ଷମ ହେବେ କି ନାହିଁ ସେ ଚିନ୍ତାରେ ଥିଲେ। ସେ ତାଙ୍କର ସଂଘର୍ଷର କାହାଣୀ ସୋସିଆଲ ମିଡିଆ ୱେବସାଇଟ୍ ଲିଙ୍କଡଇନରେ ସେୟାର କରିଛନ୍ତି। ଭାତ୍ସଲ ଲେଖିଛନ୍ତି, ‘ଯେତେବେଳେ ମୁଁ ମନେ ପକାଏ ଯେ ମୁଁ କିପରି ବିଶ୍ୱ ବ୍ୟାଙ୍କରେ ଚାକିରି ପାଇଲି, ସେତେବେଳେ ମୁଁ ଥରି ଉଠେ ।Conducive time to hold CA exams as COVID-19 spread substantially low: ICAI to SC - The Economic Times

ଭିସା ସମସ୍ୟା:

କରୋନା ମହାମାରୀ ସମୟରେ , ଭାତ୍ସଲ ମେ ୨୦୨୦ରେ ୟେଲ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ତଥା ବିକାଶ ଅର୍ଥନୀତିରେ ମାଷ୍ଟର ଅଫ୍ ଆର୍ଟ ଡିଗ୍ରୀ ନେବାକୁ ପ୍ରସ୍ତୁତ ହେଉଥିଲେ। ସେହି ବର୍ଷ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ନିୟମକୁ କଡାକଡି କରିଥିଲେ। ଭାତ୍ସଲ ସେହି ଭାରତୀୟ ପ୍ରତିଭାମାନଙ୍କ ମଧ୍ୟରୁ ଜଣେ ଯିଏ ସେହି ସମୟରେ ତାଙ୍କ ଭିସା ପ୍ରାୟୋଜିତ ଏକ କମ୍ପାନୀ ଖୋଜିବାରେ ବିଫଳ ହୋଇଥିଲେ। ସେ ଅନେକ କମ୍ପାନୀରେ ସାକ୍ଷାତକାରର ଶେଷ ରାଉଣ୍ଡରେ ପହଞ୍ଚନ୍ତି କିନ୍ତୁ କମ୍ପାନୀଗୁଡିକ ତାଙ୍କ ଭିସା କରିବାରେ ଅସମର୍ଥ ଥିବାରୁ ତାଙ୍କୁ କୌଣସି ବି ଚାକିରି ମିଳି ପାରୁନଥିଲା ।What Is A Visa Card? | Bankrate

ଭାତ୍ସଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେହି ସମୟରେ ସମସ୍ତ କମ୍ପାନୀ ଅନିଶ୍ଚିତତା ମଧ୍ୟରେ ଥିଲେ ଏବଂ ସେମାନେ ଜାଣି ନଥିଲେ ଯେ ଇମିଗ୍ରେସନ ନୀତି କିପରି ହେବ। ଟ୍ରମ୍ପଙ୍କ ମନୋଭାବ ଏହାକୁ ଅନିଶ୍ଚିତ କରିଥିଲା ଏବଂ ସେଥିପାଇଁ କମ୍ପାନୀଗୁଡିକ ଆମେରିକୀୟ ଲୋକଙ୍କୁ ନିଯୁକ୍ତ ଦେଉଥିଲେ। ସେ କହିଛନ୍ତି ଯେ ସେତେବେଳେ ଏମିତି ଲାଗୁଥିଲା ସତେ ଯେପରି ୟେଲ ୟୁନିଭରସିଟିର ଡିଗ୍ରୀ ତାଙ୍କ ପାଇଁ କେବଳ ଗୋଟିଏ କାଗଜ ଖଣ୍ଡ।Vatsal Nahata - YouTube

ସେ ଏବେ IMF ସହ କାମ କରୁଛନ୍ତି :

ଭାତ୍ସଲ ବର୍ତ୍ତମାନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ଏକ ରିସର୍ଚ୍ଚ ଆନାଲିଷ୍ଟ ଭାବରେ କାର‌୍ୟ୍ୟ କରୁଛନ୍ତି । ସେ କହିଛନ୍ତି ଯେ ବହୁ କଷ୍ଟକର ପରିସ୍ଥିତି ପରେ ମଧ୍ୟ ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ତାଙ୍କ ପାଇଁ ଦୁଇଟି ଜିନିଷ ସ୍ପଷ୍ଟ ଥିଲା । ଭାରତକୁ ଫେରିବା ଏକ ବିକଳ୍ପ ନୁହେଁ ଏବଂ ଦ୍ୱିତୀୟରେ ତାଙ୍କର ପ୍ରଥମ ଦରମା ଆମେରିକୀୟ ଡଲାରରେ ହେବା ଉଚିତ୍ ।ଏଭଳି ପରିସ୍ଥିତିରେ ସେ ଚାକିରି ପାଇଁ ଆବେଦନ ନକରିବା ଭଳି କଠୋର ନିଷ୍ପତ୍ତି ନେଇଥିଲେ। ଏହା ବଦଳରେ ସେ ନେଟୱାର୍କିଂ କରିବାକୁ ଲାଗିଲେ ।Understanding the World Bank Group: What is the IBRD?ଏତେ ପରିଶ୍ରମ ପରେ ପ୍ରଥମ ଚାକିରି ପାଇଲେ ଭାତ୍ସଲ । ସେ ଲିଙ୍କଡଇନରେ ୧୫୦୦ ରୁ ଅଧିକ ଲୋକଙ୍କୁ request ପଠାଇଥିଲେ । ଏହା ବ୍ୟତୀତ ସେ ୬୦୦ରୁ ଅଧିକ ଇମେଲ ଏବଂ ଅପରିଚିତ ଲୋକଙ୍କୁ ୮୦ ରୁ ଅଧିକ ଫୋନ କଲ କରିଥିଲେ। ନାହାଟା କୁହନ୍ତି, ‘ମୁଁ ପ୍ରତିଦିନ ଅପରିଚିତ ଲୋକଙ୍କୁ ଅତି କମରେ ୨ ଟି କଲ କରୁଥିଲି। ଶେଷରେ ସେ ସଫଳତାର ନିକଟତର ହେଲେ । ମେ’ର ପ୍ରଥମ ସପ୍ତାହରେ ତାଙ୍କୁ ୪ଟି ଚାକିରି ଅଫର ମିଳିଥିଲା, ସେଥିମଧ୍ୟରୁ ଗୋଟିଏ ବିଶ୍ୱ ବ୍ୟାଙ୍କରୁ ଆସିଥିଲା। ପରିଶେଷରେ, ସେ ବିଶ୍ୱ ବ୍ୟାଙ୍କର ଅଫରକୁ ଗ୍ରହଣ କଲେ, ଯାହା ବିଶ୍ୱ ବ୍ୟାଙ୍କର ବର୍ତ୍ତମାନର ଅନୁସନ୍ଧାନ ନିର୍ଦ୍ଦେଶକଙ୍କ ସହଯୋଗରେ ମେସିନ୍ ଲର୍ନିଂ ଉପରେ ଏକ ପୁସ୍ତକ ଲେଖିବାକୁ ଥିଲା।Vatsal Nahata (@VatsalNahata) / Twitter

 

CATEGORIES
TAGS
Share This

COMMENTS

Wordpress (0)
Disqus (1 )