Friday 26th April 2024
ପିଲାମାନେ ଖୁବ୍ କମ୍ ବୟସରୁ ମୋଟାପଣର ଶିକାର କାହିଁକି ହେଉଛନ୍ତି ?

ପିଲାମାନେ ଖୁବ୍ କମ୍ ବୟସରୁ ମୋଟାପଣର ଶିକାର କାହିଁକି ହେଉଛନ୍ତି ?

ଛୁଆଟିଏ ଜନ୍ମ ହେବାର ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ତାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଇବାକୁ ଦେଉ । କିନ୍ତୁ ଧିରେ ଧିରେ ପିଲାଟି ଯେତେବେଳେ ବଢିବାକୁ ଲାଗେ ଆମେ ନିଜ ମନବୁତାବିକ ଖାଦ୍ୟ ପାନୀୟ ପିଲାଟିକୁ ଦେଇଥାଏ । ଆଉ ଆମକୁ ଲାଗେ ପିଲାଟି ବଢିବା ପାଇଁ ସବୁ ପ୍ରକାରର ଖାଇବା ତାକୁ ଗ୍ରହଣ କରିବା ଦରକାର । ହେଲେ ଆମ ମାନଙ୍କ ଘରେ ଘରେ ତିଆରି ହେଉଥିବା ଖାଦ୍ୟ ଖାଇ ପିଲାଟି ହୃଷ୍ଟପୃଷ୍ଟ ହେଲେ ବାପା ମାଙ୍କୁ ଭାରି ଖୁସି ଲାଗେ । ହେଲେ ଆଜିକାଲି ବାପା ମାଙ୍କୁ ପିଲା ହୃଷ୍ଟପୃଷ୍ଟ ହେଲେ ଭଲ ଲାଗୁନି । ଜାଣିଛନ୍ତି କାହିଁକି ? କାରଣ ପିଲାମାନେ ଖୁବ୍ କମ୍ ବୟସରୁ ମୋଟାପଣର ଶିକାର ହେଉଛନ୍ତି । ଆଉ ସେହି ମୋଟାପଣ ଘର ଖାଇବାରୁ ନୁହେଁ ବରଂ ବାହାର ଜଂଙ୍କ ଫୁଡ୍ ଆଦି ଖାଇବା ଫଳରେ ହେଉଛି । ତେବେ ଚାଲନ୍ତୁ ଏ ବିଷୟରେ ଆହୁରୀ ସ୍ପଷ୍ଟ ରୂପେ ଜାଣିବା ।

ପିଲାମାନଙ୍କୁ ମୋଟାପଣ ହେବାର କାରଣ ?

ଆଜିକାଲି ଅଧିକାଂଶ ପିଲା ଅବେସିଟି ବା ଅତ୍ୟଧିକ ମୋଟାପଣର ଶିକାର । ଏହାର ମାତ୍ରା ବିକଶିତ ଦେଶ ମାନଙ୍କରେ ଅଧିକ । ବୟସ ଅନୁସାରେ ଅଧିକ ମୋଟାପଣ ହେବାର ଏକ ଆଧୁନିକତା ହେଉଛି ବାହାର ଖାଦ୍ୟ ସେବନ । ଅତ୍ୟଧିକ ମାତ୍ରାରେ ଜଙ୍କ ଫୁଡ୍ ଖାଇବା,ଘର ଖାଦ୍ୟରେ ପୋଷଣ ଯୁକ୍ତ ଖାଦ୍ୟ ନଥିବା,ଭୋକ ନ ଲାଗିଲେ ବି ଚିପ୍ସ ଆଦି ପ୍ୟାକେଟ ଜିନିଷ ଖାଇବା ,ବାହାରେ ଖେଳକୁଦ ନ କରି ଘରେ ବସି ରହି ଭିଡିଓ ଗେମ୍ସ ଆଦି ଖେଳିବା । ଏସବୁ ଦ୍ୱାରା ପିଲାଙ୍କର ବଡି ମାସ୍ ଇଣ୍ଡେକ୍ସ ରେ ଯେଉଁ ସ୍ତରରେ ରହିବା ଦରକାର ତାହା ନ ରହି ବଢିବାକୁ ଲାଗେ । ଅନେକ ଜଣ ଭାବନ୍ତି ପିଲାଦିନ ମୋଟାପଣ ବଂଶଗତ ହୋଇଥାଏ ପିତାମାତା କିମ୍ବା ଜେଜେ ବାପା ଜେଜେମା ଙ୍କ ସ୍ୱାସ୍ଥ୍ୟକୁ ନେଇ ପିଲାଟିଏ ମୋଟା କିମ୍ବା ପତଳା ହେଇଥାଏ । କିନ୍ତୁ ଏହା ସଂମ୍ପୂର୍ଣ୍ଣ କାଳ୍ପନିକ ।

ପିଲାଙ୍କର ମୋଟାପଣ ସେମାନଙ୍କ ମାନସିକ ଚିନ୍ତାର କାରଣ ?

ପିଲାମାନେ ଛୋଟ ବେଳେ ସବୁକିଛି କଥା ବୁଝିବା ପାଇଁ ପ୍ରସ୍ତୁତ ହେଇନଥାନ୍ତି । ସାମାଜିକ ସ୍ତରରେ କିଏ କେମିତି ସେମାନଙ୍କୁ ଦେଖିବ ତାର ଧାରଣା ବି ତାଙ୍କ ପାଖରେ ନଥାଏ । ତେଣୁକରି ଯେତେବେଳେ ପିଲାଟିଏ ଅତ୍ୟଧିକ ମୋଟାପଣର ଶିକାର ହେବ ତାହେଲେ ତାର ସାଙ୍ଗସାଥୀ ହେବା ବି କମିଯିବେ । ସେ ଅନ୍ୟପିଲାମାନଙ୍କ ସହ ଖେଳକୁଦ ଆଦିରେ ସାମିଲ ହେଇପାରିବନି । ତେଣୁକରି ସେ ଅନ୍ୟପିଲାଙ୍କ ଦ୍ୱାରା ଥଟ୍ଟା ପରିହାସର ଶିକାର ହେବ । କେବଳ ସେତିକି ନୁହେଁ ପିଲାମାନେ ଏହିଭଳି କଥାକୁ ଗୁରତ୍ର ଆକାରରେ ନେଇ ଡିପ୍ରେସନକୁ ବି ଯିବାର ସମ୍ଭାବନା ରହିଛି । ତେଣୁକରି ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସେମାନଙ୍କ ମାନସିକତା ଉପରେ ପ୍ରଭାବ ନ ପକାଇବା ଉଚିତ୍ ବୋଲି ପିତା ମାତାଙ୍କୁ ଏଥିପ୍ରତି ମୂଳରୁ ସାବଧାନ ହେବା ଉଚିତ୍ ।

ବ୍ରାଜିଲରେ ହୋଇଥିବା ଏହି ଅଧ୍ୟୟନ ବ୍ରିଟିଶ ଜର୍ଣ୍ଣାଲ ଅଫ ନ୍ୟୁଟ୍ରିସନରେ ପ୍ରକାଶିତ ହୋଇଛି।  ଏହି ଅଧ୍ୟୟାନକୁ ଏଥିଲାଗି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ଏଥିରେ ପ୍ରଥମେ ଛୋଟ ପିଲା ଓ ପରେ ଅଲ୍ଟ୍ରା ପ୍ରୋସେସଡ୍ଫୁଡର ପ୍ରଭାବକୁ ମପାଯାଇଛି। ଏହି ଅଧ୍ୟୟନକୁ ଆଧାରକରି ବୈଜ୍ଞାନିକମାନେ ପୁଣି ଥରେ ପିଲାଙ୍କ ଲାଗି  ଘର ତିଆରି ଖାଦ୍ୟ ହିଁ ସବୁଠାରୁ ଉତ୍ତମ ବୋଲି କହିଛନ୍ତି। ୩ ହଜାର ୪୯୮ ପିଲାଙ୍କ ଉପରେ କରାଯାଇଥିବା ଅଧ୍ୟୟନରେ ପିଲାଙ୍କ ଅଲ୍ଟ୍ରା ପ୍ରୋସେସଡ୍ ଫୁଡ ଖାଇବା ପରବର୍ତ୍ତି ସମୟରେ ଅଣ ସଂକ୍ରମିତ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ବିପଦ ବଢାଉଥିବା ଆଶଙ୍କା କରାଯାଉଛି। ଏଣୁ ଛୋଟ ପିଲାଙ୍କ ମଧ୍ୟରେ ଅଲ୍ଟ୍ରା ପ୍ରୋସେସଡ ଫୁଡର ପ୍ରଚଳନକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। କାରଣ ଏହା ପିଲାଙ୍କୁ ବେଶ୍ ସ୍ୱାଦିଷ୍ଟ ଲାଗୁଥିବା ବେଳେ ଏପରି ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ କମ୍ପାନୀମାନେ ବେଶ ବ୍ୟୟ ମଧ୍ୟ କରୁଛନ୍ତି। ଯାହା ଦ୍ୱାରା ସେମାନଙ୍କ ମାର୍କେଟିଂ ହେଉଥିବା କୁହାଯାଇଛି।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )