Sunday 28th April 2024
ଏମିତି ଚାକିରୀ କରୁଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ ହୃଦଘାତ !

ଏମିତି ଚାକିରୀ କରୁଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ ହୃଦଘାତ !

ହୃଦଘାତ ଅର୍ଥାତ ହାର୍ଟଆଟାକ୍ । ଏହି ନାଁ ଟି ଶୁଣିଲେ ଅନେକଙ୍କ ମନରେ ଛନକା ପଶେ । ହାର୍ଟଆଟାକ୍ ହେଲେ ବଞ୍ଚିବା ଆଶା କମ୍ ଥାଏ । କାରଣ ଦୃଦୟ ଏବଂ ମସ୍ତିଷ୍କ ମନୁଷ୍ୟ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହୃଦୟକୁ କୌଣସି କାରଣରୁ କ୍ଷତି ପହଞ୍ଚିଲେ , ହୃଦୟ ଠିକ୍ ଢଙ୍ଗରେ କାମ କରିନଥାଏ କିମ୍ବା କାମ କରିବା ବନ୍ଦ କରିଥାଏ । ହୃଦୟର ମୁଖ୍ୟ କାମ ହେଲା ଶରୀରକୁ ଅମ୍ଳଯାନ ଯୋଗାଇ ଦେବା । ହୃଦୟ ଠିକ୍ ଢଙ୍ଗରେ କାମ ନକରିଲେ କିମ୍ବା କାମ କରିବା ବନ୍ଦ କଲେ , ଶରୀରରେ ଅମ୍ଳଜାନ ର ଅଭାବ ହୋଇଥାଏ । ଶରୀରରେ ଅମ୍ଳଜାନ ଅଭାବ ହେଲେ ମନୁଷ୍ୟର ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ଏଥିପ୍ରତି ସଚେତନ ହେବା ନିହାତି ଜରୁରୀ । କାହିଁକିନା ହୃଦରୋଗ ର ଚିକିତ୍ସା ଯେତେଶୀଘ୍ର ଆରମ୍ଭ କରିବେ ସେତେ ଭଲ । ପ୍ରାଥମିକ ସ୍ତରରେ ଏହାର ଚିକିତ୍ସା କଲେ , ସୁସ୍ଥ ହେବାର ସମ୍ଭାବନା ହେବା ଅଧିକ ଥାଏ । ତେବେ ହୃଦଘାତ ବା ହାର୍ଟଆଟାକ୍ ର ବିଭିନ୍ନ ଗୁଡିଏ କାରଣ ରହିଛି । ବୟସ ବଢିବା ସାଙ୍ଗରେ ଏହି ହୃଦରୋଗ ର ସମସ୍ୟା ଜଟିଳ ହୋଇପଡେ । ବାର୍ଦ୍ଧକ୍ୟ ଅବସ୍ଥାରେ ହୃଦଘାତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି । କିନ୍ତୁ ବର୍ତ୍ତମାନ ସମୟରେ ଓଲଟା ଦେଖିବାକୁ ମିଳୁଛି । ଅନେକ ଯୁବପୀଢି ହୃଦରୋଗର ଶିକାର ହେଉଛନ୍ତି ।

  • ବର୍ତ୍ତମାନ ର ଯୁବପୀଢିଙ୍କୁ କାହିଁକି ହେଉଛି ହାର୍ଟଆଟାକ୍ ?
  • ହାର୍ଟଆଟାକ୍ ରୁ ନିଜକୁ କିପରି ଦୂରେଇ ରଖିବେ ?
  • ହୃଦୟକୁ ସୁସ୍ଥ ରଖିବାର କଣ ରହିଛି ସୁସ୍ଥ ଉପାୟ ?

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ।

 

ବର୍ତ୍ତମାନ ର ଯୁବପୀଢିଙ୍କୁ କାହିଁକି ହେଉଛି ହାର୍ଟଆଟାକ୍ ?

ବର୍ତ୍ତମାନର ଯୁବପୀଢି ର ପ୍ରଥମ ପ୍ରାଥମିକତା ହେଉଛି ଟଙ୍କା ଏବଂ ତାପରେ ଜୀବନକୁ ଉପଭୋଗ କରିବା । ଜୀବନର ଏଞ୍ଜୟମେଣ୍ଟ ମାନେ ହେଲା ନିଶାଦ୍ରବ୍ୟ ସେବନ , ରାତି ନାଇଟ୍ କ୍ଲବ୍ ରେ ପାର୍ଟିକରିବା , କମ୍ ସମୟ ଶୋଇବା , ରାତିରେ ବିଭିନ୍ନ ଓଟିଟି ପ୍ଲାଟ୍ ଫର୍ମରୁ ଫିଲ୍ମ ଦେଖି୍ବା ଏବଂ ଅସ୍ୱାସ୍ଥ୍ଯକର ଜୀବନ ଶୈଳୀକୁ ଆପଣାଇବା । କିନ୍ତୁ ଏହି ଜୀବନଚର୍ଯ୍ୟା ଯେତିକି ଷ୍ଟାଇଲିସ୍ ଲାଗୁଛି ତା ଠାରୁ ଏହା ର ପରିଣାମ ଅତ୍ୟନ୍ତ ଭୟଙ୍କର । ବର୍ତ୍ତମାନ ଅନେକ ଅଛନ୍ତି ଯେଉଁମାନେ ସରକାରୀ ହେଉ କିମ୍ବା ବେସରକାରୀ ସ୍ତରରେ ଚାକିରୀ କରୁଛନ୍ତି । ଖୁବ୍ କମ୍ ବୟସରେ ଚାକିରୀ କରିବା ଭଲ କିନ୍ତୁ ଏଥିରେ ନିଜ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ନଦେବା ହେଉଛି ସବୁଠୁ ବଡଭୁଲ୍ । ଅନେକ କର୍ମଚାରୀ ଅଛନ୍ତି , ଯେଉଁମାନଙ୍କର ଅଫିସ୍ ଚାକିରୀ ଥାଏ । କମ୍ପ୍ୟୁଟରରେ ବସି କିମ୍ବା ଫାଇଲ୍ କାମ କରିବାକୁ ପଡିଥାଏ । ଅନେକ କମ୍ପାନୀ ଅଛି ଯେଉଁମାନଙ୍କର ସିପ୍ଟ ବା ଚାକିରୀ କରିବାର ସମୟ ଦିନକୁ ୮ ଘଣ୍ଟାରୁ  ୯ଘଣ୍ଟା ଥାଏ । ଏହି ସମୟ ମଧ୍ୟରେ ଗୋଟିଏ ଘଣ୍ଟାର ଲଞ୍ଚ୍ ବ୍ରେକ୍ ମଧ୍ୟ ଥାଇପାରେ । ଯେହେତୁ ଏୟାର କଣ୍ଡିସନିଂ ରୁମ୍ ରେ ବସି କାମ କରିବାରେ ଥାଏ ଏବଂ ଭଲ ଦରମା ଥାଏ , ତେଣୁ ଅନେକଙ୍କୁ ଏହା ଭଲ ଲାଗିଥାଏ । ୮ ଘଣ୍ଟାରୁ  ୯ ଘଣ୍ଟା ବସିରହି କଟିଥାଏ । ବାହାରକୁ ଯିବାର ନାହିଁ କିମ୍ବା ଖରା ବର୍ଷାର ସମ୍ମୁଖୀନ ହେବାର ଚିନ୍ତା ନାହିଁ । ଏପରି ଚାକିରୀ କିଏ ବା କରିବାକୁ ନ ଚାହିଁବ । ଦିନକୁ ୮ ଘଣ୍ଟାରୁ ୯ ଘଣ୍ଟା ପର୍ଯ୍ୟନ୍ତ ସମୟ ଟିକେ ଅଧିକ , କିନ୍ତୁ ଟଙ୍କା ରୋଜଗାର କରିବା ର ଇଚ୍ଛା ଚାକିରୀ ଜୀବନରେ ବାନ୍ଧିରଖିଥାଏ । ବେଷ୍ଟ୍ ଏମ୍ପଲୟ ହେବାର ଇଚ୍ଛା ହେଉ କିମ୍ବା ପ୍ରୋମୋସନ୍ ନେବାର ଇଚ୍ଛା ହେଉ , ସବୁକିଛି ପ୍ରତିଯୋଗୀତାରେ ଭରିଯାଏ । ବୋନୋସ୍ ପାଇବା ପାଇଁ କେଉଁ କର୍ମଚାରୀର ଇଚ୍ଛା ନଥାଏ । ଏହି ସବୁ ଇଚ୍ଛା ମଧ୍ୟରେ ଚାପି ହୋଇଯାଏ ସ୍ୱାସ୍ଥ୍ୟ ର ଯତ୍ନ ।

Be careful if your job is like this ! have a heart attack !

ତେବେ ଗୋଟିଏ ସ୍ଥାନରେ ବସି ଏତେ ସମୟ କାମ କଲେ , ଶରୀର ରେ କୌଣସି ପ୍ରକାରର ଚଳ ପ୍ରଚଳ ହୋଇନଥାଏ । ୨୪ ଘଣ୍ଟାରୁ ଦିନକୁ ୮ ଘଣ୍ଟାରୁ ୯ ଘଣ୍ଟା ଚାଲିଗଲେ ଆଉ ରହିଲା ୧୫ ଘଣ୍ଟା । ସେହି ପନ୍ଦର ଘଣ୍ଟାରୁ ପ୍ରାୟ ୧୦ ଘଣ୍ଟା ଶୋଇବା ଏବଂ ଫୋନ୍ ରେ କଥା ହେବାରେ ସରିଯାଏ । ବଳକା ୫ ଘଣ୍ଟା ଅଫିସ୍ ଯିବା ଆସିବା ତଥା ନିତ୍ୟ କର୍ମକରିବା ଏବଂ ଅନ୍ୟାନ୍ୟ କାମରେ ସରିଯାଏ । ବେଳେ ବେଳେ ଅଫିସ୍ ରେ କାମ ନସରିଲେ ଅଧିକ ସମୟ ଅପେକ୍ଷା କରିବାକୁ ପଡେ । ଏତେ ଓ୍ୱାର୍କ ଲୋଡ୍ ଏବଂ ସମୟର ଅଭାବ ପାଇଁ ଅନେକ ସମୟରେ ବାହାରେ ଖାଇବାକୁ ପଡିଥାଏ । କେବେକେବେ ଅଫିସ୍ ସରିଲା ପରେ ସାଙ୍ଗ ସାଥୀ ମେଳରେ ନାଇଟ୍ କ୍ଲବ୍ କିମ୍ବା ଡିସ୍କୋ ପବ୍ ଆଦିରେ ସମୟ ଅତିବାହିତ ହୋଇଥାଏ । ରାତି ୧ ଟେ କିମ୍ବା ୨ଟା ରେ ଶୋଇ ପୁଣି ସକାଳେ ଅଫିସ୍ ଯିବାକୁ ପଡିଥାଏ । ଏପରି କିଛି ଦିନ ଗଲାପରେ ଷ୍ଟ୍ରେସ୍ କମାଇବା ପାଇଁ ଅନେକ ମାଦକ ଦ୍ରବ୍ୟର ବଶବର୍ତ୍ତୀ ହୋଇଥାନ୍ତି । ରାତିରେ ନାଇଟ୍ କ୍ଲବ୍ ରେ ମଦ୍ୟପାନ କରିବା ଏବଂ ଅଫିସ୍ ର ଲଞ୍ଚ ବ୍ରେକ୍ ରେ ସିଗାରେଟ୍ ଟାଣିବା ବା ଧୁମ୍ରପାନ କରିବା ଅଭ୍ୟାସରେ ପରିଣତ ହୋଇଥାଏ । ବର୍ତ୍ତମାନ ସମୟରେ ଏହା ଅଧିକାଂଶ କର୍ମଚାରୀଙ୍କ ଜୀବନଶୈଳୀ । 

Be careful if your job is like this ! have a heart attack !

ଏହି ସବୁକୁ ଛାଡିଦେଲେ , ଅଫିସ୍  ରେ ଜନ୍ମଦିନ ଗୁଡିରେ ଅନେକ ଥର କେକ୍ କଟିଂ ହୋଇଥାଏ । ଏହି କେକ୍ ଗୁଡିକରେ ଥାଏ ବିଷାକ୍ତ କେମିକାଲ୍ । କାରଣ ଅନେକ ବ୍ୟବସାୟୀ ଏହି କେକ୍ କୁ ସତେଜ ରଖିବା ପାଇଁ ଅଧିକ ମାତ୍ରାରେ ପ୍ରିଜର ଭେଟିଭ୍ ର ପ୍ରୋୟୋଗ କରିଥାନ୍ତି । ଏହା କେକ୍ ରେ ଥାଏ , ଅନାବଶ୍ୟକ କୋଲେଷ୍ଟ୍ରୋଲ୍ । କୋଲେଷ୍ଟ୍ରୋଲ୍ ଶରୀର ପାଇଁ ଭଲ କିନ୍ତୁ ଆବଶ୍ୟକତା ଠାରୁ ଅଧିକ କୋଲୋଷ୍ଟ୍ରୋଲ୍ ଶରୀର ପାଇଁ ବିଷ ସଦୃଶ । ଏଥିରେ ପୁଣି ଥାଏ ବେଡ୍ କୋଲେଷ୍ଟ୍ରୋଲ୍ । ସେହିପରି ପ୍ରତିଦିନ ବିଭିନ୍ନ କର୍ମଚାରୀ ଭିନ୍ନ ଭିନ୍ନ ଧରଣର ଷ୍ଟ୍ରିଟ୍ ଫୁଡ୍ ସାଙ୍ଗରେ ନେଇ ଆସନ୍ତି । ସେଗୁଡିକ ପୁଣି ବାଣ୍ଟିକି ଖିଆଯାଏ । ଏମିତି ଦିନକୁ ୮ ଘଣ୍ଟାରୁ ୯ ଘଣ୍ଟା ପର୍ଯ୍ୟନ୍ତ ବସିରହି ମୁହଁ ଚାଲୁଥାଏ , ଯାହା କି ସ୍ଲୋ ପଏଜନ୍ । ବ୍ୟାୟାମ ଅଭାବରୁ ଏହା ଶରୀରରେ ବିଭିନ୍ନ ପ୍ରକାର ର ରୋଗ ସୃଷ୍ଟି କରେ । ଗ୍ୟାସ୍ ସମସ୍ୟା ଦେଖାଯିବା ତ ଗୋଟିଏ ସାଧାରଣ କଥା । ଏହି ଗ୍ୟାସ୍ ପାଇଁ ମେଡିସିନ୍ ଷ୍ଟୋର୍ ରୁ ବିଭିନ୍ନ ପ୍ରକାରର ମେଡିସିନ୍ ଆଣିଖାଇବା ଶରୀର ପାଇଁ ଭଲ ନୁହଁ । ଆନାବଶ୍ୟକ ଖାଦ୍ୟରେ ଲିଭର ଉପରେ ଷ୍ଟ୍ରେସ୍ ପଡେ । ତା ଉପରେ ପୁଣି ଅନାବଶ୍ୟକ ମେଡିସିନ୍ । ଶରୀର ଡଷ୍ଟବିନ୍ ପାଲଟିଯାଏ । ଡାଏବିଟିସ୍ , ବ୍ଲଡ୍ କୋଲେଷ୍ଟ୍ରୋଲ୍ ତଥା ବିଭିନ୍ନ ପ୍ରକାର ଯାବତୀୟ ରୋଗ ଶରୀରରେ ସୃଷ୍ଟି ହୋଇଥାଏ । ମେଦବହୁଳତା ର ଏହାର ପ୍ରାଥମିକ ଅବସ୍ଥା । ଷ୍ଟ୍ରେସ୍ ପାଇଁ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଅସୁସ୍ଥ ହୋଇଯାଏ । ବସିରହିଲେ ଶରୀରରେ ଅମ୍ଲଯାନର ମାତ୍ରା କମ୍ ହୋଇଥାଏ । ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଠିକ୍ ଢଙ୍ଗରେ ପହଞ୍ଚିପାରେ ନାହିଁ । ପୁଣି ଏୟାର କଣ୍ଡିସନ୍ ରୁମ୍ ରେ ବସିବା ଦ୍ୱାରା ଶରୀରରେ ତାପମାତ୍ରାରେ ବୃଦ୍ଧି ଘଟେ ନାହିଁ । ଏହା ଦ୍ୱାରା ଖୁବ୍ କମ୍ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ । ବିଷାକ୍ତ ଖାଦ୍ୟ ସାଙ୍ଗକୁ ଅତ୍ୟଧିକ କ୍ୟାଲୋରୀ ନେବା ଫଳରେ ଶରୀରରେ ଆରମ୍ଭ ହୋଇଥାଏ ଲକ୍ଷଣ ହୀନ ବିଷକ୍ରିୟା । ଆପଣ ଯଦି ଏପରି ଜୀବନଶୈଳୀ ବିତାଉଛନ୍ତି , ତେବେ ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ସହ ଖୁବ୍ ଶୀଘ୍ର ପରାମର୍ଶ ନେବା ଉଚିତ୍ । ହାର୍ଟଆଟାକ୍ ହେବାପାଇଁ ଏହା ଯଥେଷ୍ଟ । ଅଫିସ୍ ରେ ନିଦ ଲାଗିବା , ଏବଂ ସେହି ନିଦ ପାଇଁ କଫି ପିଇବା ଶରୀର ପାଇଁ ଆଦୌ ଭଲ ନୁହେଁ । ସବୁଦିନ ଏପରି ହେଲେ ହୃଦରୋଗ ହେବା ସହ ହାର୍ଟଆଟାକ୍ ହେବା ସୁନିଶ୍ଟିତ । ଆପଣ କେବେ ଭାବିଛନ୍ତି , ସ୍କୁଲ୍ ରେ ବି ପାଖାପାଖି ସେତିକି ସମୟ ବସି ପାଠ ପଢିବାକୁ ପଡୁଥିଲା । ସ୍କୁଲ୍ ରେ କଫି ସିଷ୍ଟମ୍ ନଥିଲା କିମ୍ବା ନଥିଲା ନାଇଟ୍ କ୍ଲବ୍ ର ଜୀବନଶୈଳୀ । ରାତି ହେଲାମାନେ ନିଦ ଲାଗୁଥିଲା । ଖାଇପିଇ ଚୁପ୍ ଚାପ୍ ଶୋଇବାକୁ ପଡୁଥିଲା ଏବଂ ଖାଇବା ସମୟ ପରେ ଟିଭି ମଧ୍ୟ ବନ୍ଦ ରହୁଥିଲା । କାରଣ ରାତି ପାହିଲେ ସ୍କୁଲ୍ ଥିଲା । ଯୁବପୀଢିଙ୍କୁ ହାର୍ଟଆଟାକ୍ ହେବାର ଏହା କଣ ଉପଯୁକ୍ତ ଉତ୍ତର ନୁହଁ ।

  

ହାର୍ଟଆଟାକ୍ ରୁ ନିଜକୁ କିପରି ଦୂରେଇ ରଖିବେ ?

ଚାକିରୀ କରିବାକୁ ପଡିବ । ଅର୍ଥ ଉପାର୍ଯନ କରିବାକୁ ପଡିବ । ତା ସହିତ ଶରୀର ପାଇଁ ଦିନକୁ ଦେବାକୁ ପଡିବ କେବଳ ଗୋଟିଏ ଘଣ୍ଟା । ତେଣୁ ଅନେକ ସହରରେ ବର୍ତ୍ତମାନ ଫିଟ୍ ନେସ୍ କଲଚର୍ ଚାଲିଛି । ପ୍ରାୟ ସମସ୍ତେ ଓ୍ୱାର୍କ ଆଉଟ୍ କରୁଛନ୍ତି । ବ୍ୟାୟାମ ଶରୀରରେ ଫ୍ଲେକସିବିଲିଟ୍ ବଢେଇବା ସହ କାଡିଓଭାସକ୍ୟୁଲାର୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ହୃଦୟରେ ଥିବା ମସଲ୍ ବା ମାଂସ ଶକ୍ତିଶାଳୀ ହୋଇଥାଏ । ଏହାଦ୍ୱାରା ଶରୀର ଫିଟ୍ ଏବଂ ରୋଗ ମୁକ୍ତ ରହିଥାଏ । 

Be careful if your job is like this ! have a heart attack !

  • କୋଲେଷ୍ଟ୍ରଲ୍ କୁ କମ୍ କରିଥାଏ । 
  • ଓଜନ ହ୍ରାସରେ ଲାଭଦାୟକ ହୋଇଥାଏ ।
  • ଶରୀରରେ ଅମ୍ଳଜାନ ପରିମାଣ ବଢାଇଥାଏ । 
  • ଭଲ ଭାବରେ ରକ୍ତ ସଞ୍ଚାଳନ ହେବାଦ୍ୱାରା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ । 
  • ପାକସ୍ଥଳୀକୁ ରକ୍ତ ସଞ୍ଚାଳନ ସଠିକ୍ ଢଙ୍ଗରେ ହେବାଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । ତେଣୁ ଗ୍ୟାସ୍ ସମସ୍ୟା ଦେଖାଦେଇନଥାଏ । 
  • ରକ୍ତ ସଞ୍ଚାଳନ ସଠିକ୍ ଢଙ୍ଗରେ ହେବାଦ୍ୱାରା ଭିଟାମିନ୍ ମିନେରାଲ୍ ଶରୀରର ପ୍ରତ୍ୟେକ ଅଙ୍ଗକୁ ଉପଯୁକ୍ତ ପରିମାଣରେ ପହଞ୍ଚିଥାଏ ।
  • ଚର୍ମରେ ଚମକ ଆସିବା ସହ ଶରୀର ସୁନ୍ଦର ଦେଖାଯାଇଥାଏ ।

ଜିମ୍ ରେ ହେଉ କିମ୍ବା ପାର୍କରେ ଗୋଟିଏ ଘଣ୍ଟା ବ୍ୟାୟାମ କରିବାକୁ ପଡିବ । ହେଲେ ଯାଇ ହାର୍ଟଆଟାକ୍ ସମସ୍ୟାକୁ ଆପଣ ଦୂରେଇ ପାରିବେ । 

ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ – 

Be careful if your job is like this ! have a heart attack !

  • ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଅଂଶ । ପୂର୍ବକାଳରେ ଅନେକ ମୁନୀ ରୂଷି ଏବଂ ରାଜା ମହାରାଜା ମାନେ ଯୋଗ କରିବାର ନଜିର ରହିଛି ।
  • ଯୋଗ ମାନସିକ ଅବସ୍ଥାକୁ ଠିକ୍ କରିବା ସହ ହୃଦୟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । 
  • ଯଦି ଆପଣ କୌଣସି ମେଡିକାଲ୍ ହିଷ୍ଟ୍ରି ପାଇଁ ବ୍ୟାୟାମ କରିପାରୁନାହାନ୍ତି , ତେବେ ଘରେ ବାୟୁଚଳ ପ୍ରଚଳ ହେଉଥିବା ସ୍ଥାନରେ ଯୋଗ କରିପାରିବେ । 
  • ଯୋଗ ଶରୀର ର ହରମୋନ୍ କୁ ଉତ୍ତମ ରୂପରେ କଣ୍ଟ୍ରୋଲ୍ କରିଥାଏ । ତେଣୁ ଷ୍ଟ୍ରେସ୍ ବା ମାନସିକ ଚାପ ସୃଷ୍ଟି ହୋଇନଥାଏ । 
  • ଯୋଗ କରିବାଦ୍ୱାରା ଶରୀର ର ରକ୍ତବାହୀ ନଳୀ ସଂଙ୍କୁଚିତ ହୋଇନଥାଏ । ତେଣୁ ଉଚ୍ଚରକ୍ତଚାପ ପାଇଁ ଏହା ଅତ୍ୟନ୍ତ ଫଳପ୍ରଦ ।
  • ଶରୀରକୁ ଟୋନିଂ କରିବା ସହ ତ୍ୱଚାରେ କୋଲାଜେନ୍ ପ୍ରଡକସନ୍ ବଢାଇଥାଏ । 
  • ଧାଁ ଧପଡ ଜୀବନରେ ଶରୀରରେ ଇନଫ୍ଲାମେସନ୍ କମାଇଥାଏ ଏବଂ ତା ସହ ଶରୀରର ଇମ୍ୟୁନିଟ୍ ବଢେଇଥାଏ ।
  • ଫୁସ୍ ଫୁସ୍ ର ଅମ୍ଳଜାନ କ୍ଷମତା ବଢାଇଥାଏ ଯୋଗ । ତେଣୁ ପ୍ରତ୍ୟେକ ଦିନ ଯୋଗ କରିବା ଉଚିତ୍ ।

 

ହୃଦୟକୁ ସୁସ୍ଥ ରଖିବାର କଣ ରହିଛି ସୁସ୍ଥ ଉପାୟ ?

ସୁସ୍ଥ ରହିବା ପାଇଁ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଠିକ୍ ନୁହଁ । କାରଣ ଯୁବାବସ୍ଥାରେ ଶରୀରରେ କୌଣସି ପ୍ରକାରର କ୍ଷତି ହେଲେ ତାହା ଠିକ୍ ହୋଇଯାଇପାରେ । କିନ୍ତୁ ଯୁବାବସ୍ଥାର ଶେଷ ଆଡକୁ ଏହା ଅସମ୍ଭବ ମନେ ହୋଇଥାଏ । ତେଣୁ ବେଳଥାଉ ଥାଉ ସଚେତନ ହେବା ଆବଶ୍ୟକ ।

Be careful if your job is like this ! have a heart attack !

  • ଆୟୁର୍ବେଦ କିମ୍ବା ହୋମିଓପାଥି ନାଁରେ ଅଜଥାରେ କୌଣସି ସପ୍ଲିମେଣ୍ଟ ଖାଆନ୍ତୁ ନାହିଁ । ଭାରତୀୟ ଖାଦ୍ୟ ଶୈଳୀରେ ପ୍ରାୟ ସବୁ ଆବଶ୍ୟକ ଜିନିଷ ଥାଏ । ଭାତ ଏବଂ ରୁଟି ରୁ କାର୍ବୋହାଡ୍ରେଟ୍ ମିଳିଥାଏ । ଏହା କାର୍ବୋହାଇଡ୍ରେଟ୍ ର ଉତ୍ତମ ସୋର୍ସ । ଆଇସ୍ କ୍ରିମ୍ , ମିଠା ଏବଂ କେକ୍ ରେ ଥିବା କାର୍ବୋହାଇଡ୍ରେଟ୍ ସହ ଥାଏ ଅନାବଶ୍ୟକ କ୍ୟାଲୋରୀ । ବେଡ୍ କୋଲେଷ୍ଟ୍ରୋଲ୍ ଶରୀରପାଇଁ ବିଷ ସଦୃଶ ।
  • ପ୍ରୋଟିନ୍ ପାଇଁ ଖାସି ମାଂସ ବା ଛେଳି ମାଂସ ବା ରେଡ୍ ମିଟ୍ ତ୍ୟାଗ କରନ୍ତୁ । ପ୍ରୋଟିନ୍ ପାଇଁ ସୋୟା ଚଙ୍କ୍ , ବୁଟ ଛତୁଆ , କ୍ଷୀର , ପନିର୍ ନେଇ ପାରିବେ । ନନ୍ ଭେଜ୍ ହୋଇଥିଲେ କୁକୁଡା ମାଂସ୍ , ମାଛ ଏବଂ ଅଣ୍ଡା ନେଇପାରିବେ ।
  • ଭିଟାମିନ୍ ଏବଂ ମିନେରାଲ୍ ପାଇଁ ଡ୍ରାଏ ଫ୍ରୁଟ୍ସ , ଯେପରି ଆଲମଣ୍ଡ , ଓ୍ୱାଲ୍ ନଟ୍  ନେଇପାରିବେ । 
  • ଅଯଥାରେ କୌଣସି ପ୍ରକାର ର ଜିନିଷ ସେବନ କରନ୍ତୁ ନାହିଁ । ଆବଶ୍ୟକତା ଠାରୁ ଅଧିକ ହେଲେ ଏହା ଶରୀରକୁ କ୍ଷତି ପହଞ୍ଚାଇବ ।
  • ରାସ୍ତାକଡ କିମ୍ବା ବଜାର ଘାଟରୁ ମାଗଣା ଜ୍ଞାନ ନ ନେଇ ଡାକ୍ତରଖାନାରେ ଥିବା ନ୍ୟୁଟ୍ରନିଷ୍ଟ୍ ଏବଂ ଡାଏଟିସିଆନ୍ ଙ୍କ ସହ ପରାମର୍ଶ କରନ୍ତୁ ।

 

 

 

 

Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )