Friday 29th March 2024
‘ଆଳୁ’ରୁ ମିଳେ ବଡ଼ ବଡ଼ ରୋଗରୁ ମୁକ୍ତି….

‘ଆଳୁ’ରୁ ମିଳେ ବଡ଼ ବଡ଼ ରୋଗରୁ ମୁକ୍ତି….

ଆଳୁ କୁ ଏହି ଉପାୟରେ ଖାଇଲେ ପାଇବେ ଲାଭ

ଆଳୁ ଯାହା ଘରେ ସମସ୍ତଙ୍କର ପସନ୍ଦ । ଆଳୁ ପ୍ରତ୍ୟେକ ତରକାରୀରେ ବି ଆରାମରେ ଫିଟ୍ ହେଇଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଆଳୁର ଆଉ କଣ କଣ ଉପାଦେୟତା ରହିଛି ?

ଆଜି ଚାଲନ୍ତୁ ଜାଣିବା ଆଳୁ ମଣିଷର ପ୍ରଥମ ପସନ୍ଦ କାହିଁକି ?

ଆଳୁ ତରକାରୀରେ ଖାଇବା ଆମ ଦେହ ପାଇଁ ଯେତିକି ଉପଯୋଗୀ ନୁହେଁ କଂଚା ଖାଇବା ସେତିକି ଅଧିକ ଉପଯୋଗୀ । ଅର୍ଥାତ ଆଳୁରସ ଆମ ଦେହପାଇଁ ବହୁତ ହିଁ ହିତକାର । ଆଳୁରସରେ ଭିଟାମିନ୍ ଏ,ବି,ସି,ଫାଇବର୍‌,ଆଇରନ୍‌,କ୍ୟାଲସିୟମ୍‌,ପୋଟାସିୟମ୍‌,ମ୍ୟାଗନେସିୟମ୍‌,ଫସଫରସ୍‌,ଜିଙ୍କ ଓ ଆଣ୍ଟି ଅକ୍ସିଡେଣ୍ଟ ଭଳି ଆହୁରୀ ଅନେକ ପୋଷକତତ୍ୱ ରହିଛି । ୨ ରୁ ୩ଟି କଂଚା ଆଳୁ କୁ ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡ କରିଦିଅନ୍ତୁ । ଏହାକୁ ଗୋଟିଏ ସପା କପଡାରେ ରଖି ଭଲ ଭାବେ ଚିପୁଡି ଦିଅନ୍ତୁ । ଦିନକୁ ଗୋଟିଏ କପ୍ ଆଳୁରସ ପିଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।

କଣ କଣ ମିଳେ ଲାଭ ?

-ପାଚନ ସମ୍ପର୍କିତ ସମସ୍ୟା ଦୂର କରିବା କ୍ଷେତ୍ରରେ ଆଳୁରସ ବେଶ୍ ପ୍ରଭାବଶାଳୀ । ଏହା ପେଟର ଅଲରସ୍ ଦୂର କରିବା ସହ ଏସିଡିଟି ଦୂର କରେ ।
-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

-ହୃଦରୋଗରୁ ସୁରକ୍ଷା ଦେବା ପାଇଁ ଆଳୁରସ ଲାଭଦାୟକ । ଏହା କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ । ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ ଆଶଙ୍କାକୁ ମଧ୍ୟ କମ୍ କରେ ।
-ଆଳୁରସ ଦ୍ୱାରା ବିଭିନ୍ନ ପ୍ରକାର ତ୍ୱଚା ସମସ୍ୟା ସହ ଭିଟାମିନ୍ ଅଭାବ ଦୂର ହୁଏ ।
-ଏକ ଗବେଷଣାରୁ ଜଣାପଡିଛି ଯେ,ଆଳୁରସ ଦ୍ୱାରା କ୍ୟାନସର ଆଶଙ୍କାକୁ ମଧ୍ୟ ଅନେକ ପରିମାଣରେ ଏଡାଇ ହେବ । କିନ୍ତୁ ଏହାକୁ ପୁରା ସଠିକ୍ ବୋଲି ଧରାଯାଇପାରିବ ନାହିଁ ।
-ଆଳୁ ଚୋପା ଶରୀରରେ କୋଲେଷ୍ଟ୍ରଲ୍‌ର ସ୍ତର କମାଇଥାଏ । ଆମେରିକା ହାର୍ଟ ଆସୋସିଏସନ୍‌ର କହିବା ଅନୁସାରେ, ଅଧିକ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ୍‌ ହୋଇଥାଏ । ଆଳୁ ଅପେକ୍ଷା ଏହାର ଚୋପାରେ ଅଧିକ ଫାଇବର୍ ରହିଛି । ତେଣୁ ଆଳୁକୁ ସିଝାଇ କିମ୍ୱା ପୋଡ଼ି ଖାଇବା ଉଚିତ । ଏହାଦ୍ବାରା ଚୋପାକୁ ମଧ୍ୟ ଖାଇ ହୁଏ । ଗୋଟିଏ ମଧ୍ୟମ ଧରଣର ଆଳୁରେ ୫ ଗ୍ରାମ୍‌ ଫାଇବର୍‌ ରହିଥାଏ, ହେଲେ ଏହାର ଚୋପାରେ ଏହାଠାରୁ ଅଧିକ ଫାଇବର୍‌ ରହିଥାଏ ।

-ଏଥିରେ ବିଶେଷ ଭାବେ ଫାଇବର ଅଧିକ ଥାଏ ଯାହା ଆପଣଙ୍କୁ ହୃଦ ରୋଗ ,ଟାଇପ ୨ ମଧୁମେହ ଏବଂ ବିଶେଷ ଭାବେ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ ।

-ଆଳୁ ଚୋପାରେ ଶରୀରର ହାଡ ଲାଗି ବେଶ ଆବଶ୍ୟକ ମିନେରାଲ ରହିଥାଏ । ଏହାକୁ ଖାଇବା ଦ୍ୱାରା ବୟସ୍କ ମହିଳା ମାନଙ୍କର ହାଡ ଗଣ୍ଠି ଜନିତ ରୋଗ ଯଥା ଓସ୍ଟିଓପୋରଶିଶର ସମସ୍ୟା କମ ଦେଖାଯାଇଥାଏ ।

-ଏହା ବ୍ୟତୀତ ଆଳୁ ଚୋପାରେ ରୂପ ବାସନ ମାଜିଲେ ସେଥିରୁ ସମସ୍ତ ଦାଗ ସଫା ହୋଇଯାଏ ଏବଂ ଏହାର ଚମକ ଦୀର୍ଘ ଦିନ ଯାଏ ରହିଥାଏ ।

ଆଳୁରସ ଯୋଗୁଁ ଏହିଭଳି ଅନେକ ସୁବିଧା ଆମ ଶରୀରକୁ ମିଳିଥାଏ । ଏହାଛଡା ଆମ ତ୍ୱଚା ପାଇଁ ବି ଆଳୁରସ ଖୁବ୍ ଲାଭଦାୟକ । ଯାହା ଆମ ତ୍ୱଚାକୁ ଉଜ୍ୱଳ ଓ ନରମ କରିବାରେ ସାହାଯ୍ୟ କରିଥାଏ । ଏହିଭଳି ପରିବର୍ତ୍ତନ ନିଜ ଶରୀରେ ଯଦି ଆଣିବାକୁ ଚାହୁଁଛନ୍ତି ତାହାଲେ ନିଶ୍ଚିନ୍ତରେ ଆଜିଠାରୁ ହିଁ ଆଳୁର ଏହିପରି ବ୍ୟବହାର ଆରମ୍ଭ କରନ୍ତୁ ।

 

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )