Saturday 27th July 2024
ଟଙ୍କ ତୋରାଣିର ଡ୍ରିଙ୍କ୍‌;ଓଡିଆ ପୁଅଙ୍କ ଷ୍ଟାଟ୍‌-ଅପ୍ କମାଲ୍

ଟଙ୍କ ତୋରାଣିର ଡ୍ରିଙ୍କ୍‌;ଓଡିଆ ପୁଅଙ୍କ ଷ୍ଟାଟ୍‌-ଅପ୍ କମାଲ୍

ପୂର୍ବରୁ ଆମେ ଆପଣଙ୍କୁ ଷ୍ଟାର୍ଟ-ଅପ୍ ବିଷୟରେ ଅନେକ ଟିପ୍ସ ପୋଷ୍ଟ ଜରିଆରେ ଦେଇଛୁ । ଆଉ ଆଜିର ସମୟରେ ଷ୍ଟାର୍ଟ ଅପ୍ ବିଜନେସ୍ ଭବିଷ୍ୟତ ବୋଲି ସେ ବିଷୟରେ ବି ଜଣାଇଛୁ । କିନ୍ତୁ ବର୍ତ୍ତମାନ ସମୟରେ ଓଡିଶାର ଷ୍ଟାର୍ଟ-ଅପ୍ କେମିତି ଆଗକୁ ବଢୁଛି ତାହା ସବୁଠୁ ଅଧିକ ଚର୍ଚ୍ଚା । ଦୁବାଇ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଓଡିଶାର ନୂଆ ନୂଆ ଷ୍ଟାର୍ଟ ଅପ୍‌ଙ୍କୁ ତ୍ପୋତ୍ସାହନ ମିଳୁଛି । କିନ୍ତୁ ବର୍ତ୍ତମାନ ଏହି ଷ୍ଟାର୍ଟ ଅପ୍ ଦୁନିଆରେ ଏକ ନୂଆ ଧରଣର ଜିନିଷ ଦେଖିବାକୁ ମିଳିଛି । କାରଣ ଯାହା କେହି ଭାବିନଥିବେ ତାହା ପ୍ରଥମଥର ପାଇଁ ଓଡିଶାରେ ହେଇଛି । ଟଙ୍କ ତୋରାଣିକୁ ନେଇ ଷ୍ଟାର୍ଟ-ଅପ୍ ଆରମ୍ଭ କରିଛନ୍ତି ଓଡିଆ ପୁଅ । ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ମୃଦୁ ପାନୀୟ ବଦଳରେ ଟଙ୍କ ତୋରାଣିର ଗ୍ରହଣୀୟତା ବୃଦ୍ଧି ପାଇବ । ଏହା ଆଶା ରଖି ଓଡିଆ ଯୁବକ ଆର.କେ ମିଶ୍ର ଓ ମହାବୀର ବିଶ୍ୱାଳ ଷ୍ଟାର୍ଟ-ଅପ୍ ଆରମ୍ଭ କରିଛନ୍ତି ।

ଓଡିଶା ବ୍ରେଭରେଜ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ଏହି ଟଙ୍କ ତୋରାଣି ସହିତ ଅନ୍ୟ ପ୍ରାୟ ୫ -୬ ପ୍ରକାର ଏନର୍ଜି ଡ୍ରିଙ୍କ ବିକ୍ରୟ ପାଇଁ ତିଆରି କରିଛନ୍ତି । ନିଜର ଏହି ଷ୍ଟାର୍ଟ- ଅପକୁ ମେକ୍ ଇନ୍ ଓଡିଶା କନକ୍ଲେଭରେ ପ୍ରଦର୍ଶିତ ଉଦ୍ୟୋକ୍ତା ଜଣକ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯୋଜନା କରିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଟଙ୍କ ତୋରାଣୀ ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇଥାନ୍ତି । ହେଲେ ଅନେକ ଲୋକ ତୋରାଣିରୁ ଦୂରେଇ ରହୁଥିବା ବେଳେ ଏହାର ସ୍ୱାଦ ପାଇବାରୁ ବଂଚିତ ହେଉଛନ୍ତି । ସେମାନଙ୍କୁ ତୋରାଣିର ସ୍ୱାଦ ଓ ବିନା କ୍ଷତିକାରକ ପାନୀୟ ଯୋଗାଦେବା ପାଇଁ ଏହି ସଂସ୍ଥା ଲକ୍ଷ୍ୟ ରଖିଛି । ନିର୍ମାତାଙ୍କ କହିବା ଅନୁଯାୟୀ ଏହି କମ୍ପାନୀ ୬ ପ୍ରକାର ପାନୀୟ ପ୍ରସ୍ତୁତ କରୁଛି । କିନ୍ତୁ ଟଙ୍କ ତୋରାଣି ସେମାନଙ୍କର ମୁଖ୍ୟ ଆକର୍ଷଣ ଭାବେ ଗଣାଯାଉଛି ।

 

ଟଙ୍କ ତୋରାଣି ଶତ ପ୍ରତିଶତ ଭାବେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଉଛି । ଏହି ପାନୀୟକୁ ୩୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ପାରିବ । ଟଙ୍କ ତୋରାଣି ବ୍ୟତୀତ ରାସବେରୀ,ମୋସମ୍ବୀ ଓ ଗ୍ରୀନ୍ ଆପଲ୍ ରହୁଛି । ଏହା ବ୍ୟତୀତ ଦୁଇ ପ୍ରକାର ଅର୍ଥାତ କଂଚା ଓ ପାଚିଲା ଆମ୍ବର ପାନୀୟ ମଧ୍ୟ କରାଯାଉଛି । ଏହି ଉତ୍ପାଦ ଗୁଡିକର ପ୍ରତିଦ୍ୱନ୍ଦୀ କେହି ନାହାନ୍ତି । ଯଦିଓ କିଛି ଏନର୍ଜି ଡ୍ରିଙ୍କ ବଜାରରେ ମିଳୁଛି । ମାତ୍ର ଏହାର ଦର ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇପାରୁନାହିଁ । ମାତ୍ର ଏହିସବୁ ଡ୍ରିଙ୍କର ଦାମ୍ ୩୦ ଟଙ୍କା ଥିବାରୁ ଏହାକୁ ସମସ୍ତେ କ୍ରୟ କରିପାରିବେ ବୋଲି ସେ କହିଛନ୍ତି । ବର୍ତ୍ତମାନ କେବଳ ବଡ ସଂସ୍ଥାଙ୍କୁ ଏହି ଉତ୍ପାଦ ଦିଆଯାଉଛି । ଖୁବଶୀଘ୍ର ଛୋଟ ଦୋକାନୀଙ୍କ ପାଖରେ ମଧ୍ୟ ଏହି ପ୍ରଡକ୍ଟ ପହଂଚିବ । ଏହି ପାନୀୟ ଷ୍ଟାର୍ଟ-ଅପ୍ ଓଡିଶା ଓ ଇଣ୍ଡିଆ ଦ୍ୱାରା ସ୍ୱିକୃତୀପ୍ରାପ୍ତ ହୋଇଥିବା ବେଳେ ଏଫ୍ ଏସ୍ ଏସ୍ ଆଇ ନିୟମ ପାଳନ କରାଯାଉଛି ବୋଲି କୁହାଯାଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )