Saturday 20th April 2024
୪୫୦ ବିଲିୟନ୍ ଡଲାରର ହେଲା ଡିଜିଟାଲ ସେକ୍ଟର, ୨୦୨୩ରେ ଆପଣାନ୍ତୁ ଏହି ୬ଟି ଉପାୟ

୪୫୦ ବିଲିୟନ୍ ଡଲାରର ହେଲା ଡିଜିଟାଲ ସେକ୍ଟର, ୨୦୨୩ରେ ଆପଣାନ୍ତୁ ଏହି ୬ଟି ଉପାୟ

ଆଜିକାଲିର ସମୟରେ ଦେଶ ଦୁନିଆରେ ଅନ୍‌ଲାଇନ୍ ବିଜ୍‌ନେସ୍ ବହୁତ ମାତ୍ରାରେ ବଢ଼ିଲାଣି । ସବୁଠି ବଢ଼ୁଥିବା ଡିଜିଟାଲାଇଜେସନ ଏହାର ମୁଖ୍ୟ କାରଣ। ତେବେ ସବୁ ସେକ୍ଟରରେ ଡିଜିଟାଲ ମାଧ୍ୟମ ଆବଶ୍ୟକ୍ ପଡ଼ିଥାଏ । ଏମିତିରେ ଟେଲିକମ୍ ବିଭାଗ ଏବେ ୫ଜି କୁ ଅନୁମତି ଦେଇସାରିଲାଣି, ଯାହା ଦ୍ୱାରା ନେଟ୍ ବ୍ୟବହାର କରିବା ଆହୁରି ସହଜ ହୋଇଗଲାଣି । ଦେଶରେ ପ୍ରାୟ ୮୩ କୋଟି ଲୋକଙ୍କ ପାଖରେ ଆଜିର ସମୟରେ ମୋବାଇଲ ଅଛି, ତେଣୁ ଲୋକମାନେ ଫ୍ଲିପ୍‌କାର୍ଡ, ଆମାଜନ୍ ଭଳି ଅନେକ ଇ-କମର୍ସ କମ୍ପାନୀ ଠାରୁ ନିଜର ଦରକାରୀ ଜିନିଷ ଯେମିତି କି ଟେକ୍ସଟାଇଲ୍‌, ଇଲେକ୍‌ଟ୍ରୋନିକ୍ସ ଆଦି ଜିନିଷ କିଣୁଛନ୍ତି। ଏମିତିକି ଘର ପାଇଁ ଗ୍ରୋସରୀ ବି ଅନ୍‌ଲାଇନ୍ କମ୍ପାନୀରେ ଅର୍ଡର କଲେ ସହଜରେ ମିଳିଯାଉଛି । ପ୍ରକୃତରେ ଏସବୁ ଡିଜିଟାଲ ମାର୍କେଟିଂର ଗୋଟିଏ ଅଂଶ ହୋଇଥାଏ । ଏହି କାରଣରୁ ଆଜିର ବଜାରରେ ଡିଜିଟାଲ ମାର୍କେଟିଂର ବିଜ୍‌ନେସ୍ ୪୫୦ ବିଲିୟନର ପହଞ୍ଚିଛି।ଯଦି ଆପଣ ବି ରୋଜଗାର କରିବାକୁ ଚାହୁଁଛନ୍ତି ଏବଂ କିଛି ନୂଆ ବାଟ ଖୋଜୁଛନ୍ତି ତେବେ ଦେଶର ନାମିଦାମି ଏଡଟେକ୍ କମ୍ପାନୀ https://www.safalta.com/ ର ଡିଜିଟାଲ ମାର୍କେଟିଂ କୋର୍ସ ଦ୍ୱାରା ଗୋଟିଏ ଭଲ କ୍ୟାରିୟର ଆପଣ ଗଢ଼ି ପାରିବେ । ତା ସହ ଯଦି ଆପଣ ଓଡ଼ିଶାରେ ଡିଜିଟାଲ ମାର୍କେଟିଂ କୋର୍ସ କରିବାକୁ ଚାହୁଁଛନ୍ତି ତାହାଲେ ଡିଜିଟାଲରଥ ପ୍ରାଇଭେଟ୍ ଲିମିଟେଡ୍‌ରେ ଡିଜିଟାଲ ମାର୍କେଟିଂ କୋର୍ସ ସହଜରେ କରିପାରିବେ ।ସେମିତି ଯଦି ଆପଣଙ୍କର କୌଣସି ଭଲ ବିଜ୍‌ନେସ୍ ଅଛି ତେବେ ଆପଣ ଏହି କୋର୍ସ ଦ୍ୱାରା ତାକୁ ଡିଜିଟାଲ କରିପାରିବେ । ଯାହା ଦ୍ୱାରା ଆପଣଙ୍କର ବିଜ୍‌ନେସ୍ ବଢ଼ିବ,ଭଲ ଆୟ ହେବ, ଗ୍ରାହକ ଆପଣଙ୍କ ବିଜନେସରୁ ଭଲ ଉପକୃତ ହେବେ ଓ ଆପଣଙ୍କର ଏକ ନିଜସ୍ୱ ପରିଚୟ ସୃଷ୍ଟି ହେବ ।What is digital marketing? Definition and examples - Market Business News

ଏହି ୬ଟି ଉପାୟରେ ୨୦୨୩ରେ ଆପଣ ଏକ ସଫଳ ଡିଜିଟାଲ ମାର୍କେଟର୍ ହୋଇପାରିବେ:

SEO:

ସର୍ଚ୍ଚ ଇଞ୍ଜିନ୍ ଅଫ୍ଟିମାଇଜେସନ୍ ଗୁଗଲ ପରି ସର୍ଚ୍ଚ ଇଞ୍ଜିନରେ ଆପଣଙ୍କ ୱେବସାଇଟ୍‌କୁ ଶୀର୍ଷ ସ୍ଥାନକୁ ଆଣିପାରେ । ତେଣୁ ଯଦି ଆପଣ ଏକ ୱେବସାଇଟ୍ ଚଲାଉଛନ୍ତି କିମ୍ବା ଏକ ୱେବସାଇଟ୍ ପାଇଁ କାମ କରୁଛନ୍ତି ତେବେ seo ଆପଣଙ୍କୁ ୧ନମ୍ବର ସ୍ଥାନରେ ରଖିବା ପାଇଁ ସାହାର୍ଯ୍ୟ କରିପାରିବ ।

ୱେବସାଇଟ ତିଆରି କରନ୍ତୁ:

ଯଦି ଆପଣଙ୍କର ଗୋଟିଏ ଦେକାନ ଅଛି କିମ୍ବା ଆପଣ ଏକ ବ୍ୟବସାୟ ଚଲାଉଛନ୍ତି, ତେବେ ଆପଣଙ୍କର ବ୍ୟବସାୟ ପାଇଁ ଏକ ୱେବସାଇଟ୍ ସୃଷ୍ଟି କରନ୍ତୁ । କାରଣ ୱେବସାଇଟ୍ ହେଉଛି ଆପଣଙ୍କ ପାଇଁ ଗୋଟିଏ ଡିଜିଟାଲ ଦୋକାନ । ଏହା ବ୍ୟତୀତ ଆପଣଙ୍କ ପାଖକୁ ଏବେ ଯେତିକି ଗ୍ରାହକ ଆସୁଛନ୍ତି, ତା ଠାରୁ ବି ଅଧିକ ଗ୍ରାହକ ଆସିବାରେ ୱେବସାଇଟ୍ ଆପଣଙ୍କୁ ସାହାର୍ଯ୍ୟ କରିଥାଏ ।

ବିଜ୍ଞାପନ:

ଯଦି ଆପଣଙ୍କର ଏକ ଅନଲାଇନ୍ ବ୍ୟବସାୟ ଅଛି, ତେବେ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆପଣ ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ଗୁଗଲ, ୟୁଟ୍ୟୁବ୍ ଇତ୍ୟାଦି ସୋସିଆଲ ମିଡିଆ ସାଇଟରେ ଆପଣଙ୍କ ବ୍ୟବସାୟ ବିଷୟରେ ଏକ ପେଡ୍ ବିଜ୍ଞାପାନ୍ ଚଳାଇପାରିବେ । କିନ୍ତୁ ପ୍ରଥମେ ଏହା ଶିଖିବାକୁ ପଡ଼ିବ ଯେ ଏହା କିପରି ହୁଏ । କ୍ଲିକ୍ ପ୍ରତି ପେ ହେଉଛି ଏକ ଉପାୟ ଯେଉଁଥିରେ ଆମେ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚି ପାରିବା ।

ଭଲ କଣ୍ଟେଣ୍ଟ :

ୱେବସାଇଟ୍ ତିଆରି କଲା ପରେ ଆପଣଙ୍କୁ କଣ୍ଟେଣ୍ଟ ଦରକାର ହୋଇଥାଏ । କିମ୍ବା ଅନ୍‌ଲାଇନ୍ ବିଜ୍‌ନେସ୍‌ରେ ଆପଣ କଣ୍ଟେଣ୍ଟ ଦ୍ୱାରା ଅଧିକ ପ୍ରମୋଟ ମଧ୍ୟ କରିପାରିବେ । ଆପଣ ସୋସିଆଲ ମିଡିଆ ସାହାର୍ଯ୍ୟରେ ଫଟୋ, ଭିଡିଓ କେମିତି ତିଆରି ହୁଏ ଶିଖିପାରିବେ । କାରଣ ୱେବସାଇଟ୍‌ର ଟ୍ରାଫିକ୍ ବଢ଼େଇବା ପାଇଁ ଇମେଲ ମାର୍କେଟିଂ, ବ୍ଲଗ ଆଡ୍‌ଭଟାଇଜମେଣ୍ଟ କରି ଆସିବା ବି ଜରୁରୀ ହୋଇଥାଏ ।

ଲିଡ୍ ଜେନେରେସନ୍‌:

କଣ୍ଟେଣ୍ଟ ମାର୍କେଟିଂ ଦ୍ୱାରା ଆମେ ଲିଡ୍ ଜେନେରେଟ୍ କରିପାରିବା ଏବଂ ଗ୍ରାହକଙ୍କ ନା’, ମୋବାଇଲ୍ ନମ୍ବର, ଇମେଲ ଆଇଡି ଏମିତି କି ଗ୍ରାହକଙ୍କ ସମସ୍ତ ସୂଚନା ପାଇପାରିବା । ସେଥିପାଇଁ ଲିଡ୍ ଜେନେରେସନ ଶିଖିବା ମଧ୍ୟ ଜରୁରୀ ହୋଇଥାଏ ଯାହା ଫଳରେ ବ୍ୟବସାୟ ବୃଦ୍ଧି ପାଇବାରେ ସାହାର୍ଯ୍ୟ ହୋଇଥାଏ।

ଇ-କମର୍ସ ଏବଂ ମାର୍କେଟପ୍ଲେସ:

ଯଦି ଆପଣ କୌଣସି ପ୍ରଡକ୍ଟ ତିଆରି କରୁଛନ୍ତି ଏବଂ ଆପଣଙ୍କ ବିଜନେସ୍ ଚଲାଉଛନ୍ତି । ତେବେ ଇ-କମର୍ସ ସେକ୍ଟର ଆପଣଙ୍କ ପାଇଁ ରହିଛି । ଆପଣ ଆମାଜନ୍‌, ଫ୍ଲିପକାର୍ଟ, ମିଶୋ ଭଳି ୱେବସାଇଟ୍ କିମ୍ବା ଆପ୍‌ରେ ଆପଣ ସେଲର ଆକାଉଣ୍ଟ ତିଆରି କରିି ଆପଣଙ୍କ ପ୍ରଡକ୍ଟର ବିକ୍ରିକୁ ବଢ଼େଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )