Friday 19th April 2024
ଏହି ଉପାୟରେ ସଞ୍ଚୟ କରନ୍ତୁ ୪୫ଟଙ୍କା ପଆନ୍ତୁ ୭ଲକ୍ଷ ଟଙ୍କା

ଏହି ଉପାୟରେ ସଞ୍ଚୟ କରନ୍ତୁ ୪୫ଟଙ୍କା ପଆନ୍ତୁ ୭ଲକ୍ଷ ଟଙ୍କା

() ସାଧାରଣତଃ ଦେଖାଯାଏ ଯେଉଁ ଘରେ ଗୋଟିଏ ଝିଅ ଥାଏ ସେ ଘରେ ବେସି ଚିନ୍ତା ମଧ୍ୟ ଥାଏ । ଝିଅର ପାଠ ପଢ଼ା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ବାପା ମାଆଙ୍କୁ ଚିନ୍ତା ଲାଗି ରହିଥାଏ, କି ଏତେ ଟଙ୍କା କୁଆଡୁ ଆସିବ କେମିତି କଣ ସବୁ ସୁବିଧା ହେବ । କିନ୍ତୁ ଏବେ ଆପଣ ହେବାକୁ ଯାଉଛନ୍ତି ଚିନ୍ତା ମୁକ୍ତ । କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସୁକନ୍ୟା ସମୃଦ୍ଧି ଯୋଜନା ଦ୍ୱାରା ଆପଣ ପୁଞ୍ଜି ବିନିଯୋଗ କରି ଆପଣ ଆପଣଙ୍କ ଝିଅକୁ ଉଚ୍ଚ ଶିକ୍ଷା ଯୋଗାଇବା ସହ ତାର ବିବାହ ମଧ୍ୟ କରିପାରିବେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ଆପଣ ସଞ୍ଚୟ କରିପାରିବେ । ପ୍ରତିଦିନ ମାତ୍ର ୪୫ଟଙ୍କା ସଞ୍ଚୟ କରି ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ କରିପାରିବେ ସଞ୍ଚୟ  ।How to Check Sukanya Samriddhi Account Balance: Online & Offlineବିନିଯୋଗ କିପରି କରିପାରିବେ: ଆପଣ ଯଦି ଏକ ବଡ଼ ଅର୍ଥ ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସୁକନ୍ୟା ସମୃଦ୍ଧି ଯୋଜନା ବା SSYରେ ପୁଞ୍ଜି ବିନିଯୋଗ ଆରମ୍ଭ କରିବାକୁ ପଡ଼ିବ । ସରକାରଙ୍କ ଦ୍ୱରା ଝିଅ ମାନଙ୍କ ପାଇଁ ୨୦୧୫ରେ ଏହି ଯୋଜନା ଲାଗୁ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ଆପଣ ଏକ ନାମ ସହିତ ଏକ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ଏନେଇ ସରକାର ଜମା ରାଶି ଉପରେ ୭.୬୦% ହାରରେ ସୁଧ ମଧ୍ୟ ଦିଅନ୍ତି । ଯାହାକି ଆପଣଙ୍କୁ ଆଉ ଏକ ସାହାର୍ଯ୍ୟ ମିଳିପାରିବ ।5 Facts about Sukanya Samriddhi Yojana Account rules that you don't knowଦିନକୁ ସଞ୍ଚୟ କରିବେ ୪୫ଟଙ୍କା: ଯଦି ଆପଣ ୭ଲକ୍ଷ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦିନକୁ ୪୫ଟଙ୍କ ସଞ୍ଚୟ କରିବାକୁ ପଡ଼ିବ । ଯାହାକି ମାସକୁ ୧୩୭୫ ଟଙ୍କା ଏବଂ ବର୍ଷକୁ ୧୬,୫୦୦ ଟଙ୍କା ଦେବାକୁ ପଡ଼ିବ । ଯାହାକି ଆପଣଙ୍କ ପାଇଁ ସହଜ ହେବ । ଯାହାର ପରିପକ୍ୱତା ବର୍ଷ ହେଉଛି ୨୦୪୩ । ଏହି ଯୋଜନା ଅନୁଯାୟୀ ଆପଣ ଆର୍ଥିକ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଏହି ସମୟରେ ୧୯୬୧ର ଧାରା ୮୦c ଅନୁଯାୟୀ ଆପଣ ୧.୫ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ ଉପରେ ଟ୍ୟାକ୍ସ ଛାଡ଼ ଦାବି ମଧ୍ୟ କରିପାରିବେ ।Budget 2021-22 Income Tax: Tax Saving Limit Under Section 80c May Increase, May Reach Up To Rs. 2 Lakh - ..तो बजट में इस बार सैलरी वालों को मिलने वाला है यह बड़ा तोहफा!ଏହି ଆକାଉଣ୍ଟ ଆପଣ ଯେକୌଣସି ଡାକଘର କିମ୍ବା କିଛି ବ୍ୟାଙ୍କ ଶାଖାରେ ଖୋଲିପାରିବେ । କେବଳ ବାପା ମାଆଙ୍କ ଦୁଇ ଝିଅ ଏକ ଆକାଉଣ୍ଟ ଖୋଲିପାରିବେ । ସେହି ସମୟରେ ଝିଅର ବୟସ ୧୦ ବର୍ଷ ପର୍ଯ୍ୟନ୍ତ ହେବର ଆବଶ୍ୟକ ରହିଛି । ତେବେ ଏହି ଯୋଜାନ ଦ୍ୱାରା ଅନେକ ଲୋକଙ୍କୁ ସାହାର୍ଯ୍ୟ ମିଳିପାରିବ । ଖାସ କରି ସେଇ ଲୋକମାନେ ଯେଉଁ ମାନଙ୍କର ଆର୍ଥିକ ସ୍ଥିତ ଦୁର୍ବଳ ରହିବା କାରଣରୁ ସେମାନେ ଝିଅ ମାନଙ୍କୁ ବୋଝ ଭାବି ପାଠ ପଢ଼ାଇବାକୁ ଚାହାନ୍ତି ନାହିଁ କିମ୍ବା ଉପଯୁକ୍ତ ବୟସ ପୂର୍ବରୁ ଉପଯୁକ୍ତ ବର ଦେଖି ବିବାହ କରିଦେଇଥାନ୍ତି ।Sukanya Samriddhi Yojana interest rate 2022, scheme details, benefits and SSY calculator

CATEGORIES
TAGS
Share This

COMMENTS

Wordpress (0)
Disqus (0 )