Tuesday 7th May 2024
ଗର୍ଭାବସ୍ଥା ସମୟରେ କାହିଁକି ବଢେ Sugar level ? ଡାକ୍ତର ଅଙ୍କିତା ତିୱାରୀ..

ଗର୍ଭାବସ୍ଥା ସମୟରେ କାହିଁକି ବଢେ Sugar level ? ଡାକ୍ତର ଅଙ୍କିତା ତିୱାରୀ..

ଗର୍ଭବସ୍ଥା ସମୟରେ ମା’ ଟିଏ ଖୁବ୍ ସର୍ତକତାର ସହ ଚଳିଥାଏ । କାରଣ ସେହି ସମୟରେ ସାମାନ୍ୟ ଅବହେଳା ମା ଓ ପିଲା ଉଭୟଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ । ଗର୍ଭବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତନ ଦେଖାଯାଏ । ଯେମିତିକି ମହିଳାଙ୍କ ଶରୀରରେ ସୁଗାର ଲେବଲ୍ କୋଣ୍ଟ୍ରଲ ହେଇପାରେନାହିଁ ଓ ବିଭିନ୍ନ ଧରଣର ଅସୁବିଧା ଉପୁଜିଥାଏ । ଆଉ ଏହିସବୁ ଅସୁବିଧା ମଧ୍ୟରୁ ଗୋଟିଏ ହେଉଛି ପ୍ରେଗନେନ୍ସି ସମୟରେ ଡାଇବେଟିସ୍ ବା ଗର୍ଭବତୀ ମଧୁମେହ । ଏହି ରୋଗର ମେଡିକାଲ୍ ଟର୍ମ ହେଉଛି Gestational Diabetes ..ତାହାଲେ ଚାଲନ୍ତୁ ଆଜି ଆମେ ଡାକ୍ତର ଏଡୋକ୍ରୋନୋଲୋଜିଷ୍ଟ ଏବଂ ଡାଇବେଟିସ୍ ସ୍ପେସିଆଲିଷ୍ଟ ଅଙ୍କିତା ତିୱାରୀଙ୍କ ସହ ଆଲୋଚନା କରିବା ଓ ଜାଣିବା ଗର୍ଭାବସ୍ଥା ସମୟରେ କାହିଁକି ବଢେ ସୁଗାର୍ ଲେବଲ୍ ଓ ଏହାର ପ୍ରତିକାର କେମିତି କରାଯାଇପାରେ ।

ଗର୍ଭବତୀଙ୍କୁ ଡାଇବେଟିସ୍ ଡର କାହିଁକି ?

-ଡାକ୍ତରଙ୍କ ଅନୁସାରେ ଗର୍ଭବସ୍ଥା ସମୟରେ ଶରୀରରେ ଇନସୁଲିନ୍ ର ମାତ୍ରା ଖୁବ୍ କମ୍ ହେଇଯାଏ । ଏହା ସାଧାରଣତଃ ୪ ରୁ ୫ ମାସ ଭିତରେ ହୋଇଥାଏ । ଶରୀରରେ ଇନସୁଲିନ୍ ର ମାତ୍ରା କମ୍ ହେବା ସୁଗାର ମାତ୍ରାକୁ ବଢାଇବାର ଲକ୍ଷଣ । ତେଣୁ ଏହିଭଳି ସମୟରେ ଏହା ସୃଷ୍ଟି ହେଲା ପ୍ରେଗନେନ୍ସି ଡାଇବେଟିସ୍ (Gestational Diabetes) ର ରୂପ ନିଏ ।

ଗର୍ଭବସ୍ଥା ସମୟରେ କାହିଁକି ହୁଏ ଡାଇବେଟିସ୍ ?

ଯେତେବେଳେ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଇନସୁଲିନ୍ ତିଆରି ହୋଇପାରେନାହିଁ । ସେତେବେଳେ ହିଁ ଏହି ଡାଇବେଟିସ୍ ଜନ୍ମ ନିଏ । ଇନସୁଲିନ୍ ଶରୀରରେ ସ୍ୱାଭାବିକ ଭାବେ ରିଲିଜ ହେଉଥିବା ଏକ ପ୍ରକାରର ହର୍ମନ୍ ,ଯାହାର କାମ ହେଉଛି,ଶରୀରରେ ଥିବା ଖାଦ୍ୟ ଓ ଗ୍ଲୁକୋଜ୍ କୁ ଏର୍ନଜୀରେ ବା ଶକ୍ତି ରେ ପରିବର୍ତନ କରିବା । ଯାହା ପାଇଁ ଶରୀରରେ ବ୍ଲଡ ସୁଗାରର ଲେବଲ୍ ବିଗିଡିଯାଇଥାଏ । ଯାହାକୁ ଇନସୁଲିନ୍ ପ୍ରତିରୋଧକ ବୋଲି ମଧୟ କୁହାଯାଏ । ଏହା ଫଳରେ ଶରୀରରେ ଇନସୁଲିନ୍ ର ଆବସୟକତା ଅଧିକ ହୋଇଯାଇଥାଏ ।

ପ୍ରେଗ୍‌ନେନ୍ସିରେ ଡାଇବେଟିସ୍ ର ଲକ୍ଷଣ କେମିତି ଜଣାପଡିବ ?

ଯଦି ଆପଣ ଗର୍ଭବତୀ ଅଛନ୍ତି ତାହାଲେ ଏହିସବୁ ଲକ୍ଷଣ ଉପରେ ବିଶେଷ ରୂପେ ଧ୍ୟାନ ଦିଅନ୍ତୁ ।
୧-ବହୁତ ଜଲଦୀ ଥକା ଲାଗିବା
୨-ବାରମ୍ବାର ଶୋଷ ଲାଗିବା
୩-ଅଧିକଥର ପରିଶ୍ରା ଲାଗିବା
୪-ଆଖିକୁ ଝାପସା ଦେଖାଯିବା
୫-ବାରମ୍ବାର ପ୍ରାଇଭେଟ୍ ପାର୍ଟରେ ଇନଫେକସନ୍ ହେବା

କେମିତି କରିବେ ସୁଗାର ଲେବଲ୍ କଣ୍ଟ୍ରୋଲ୍ ?

-ଗର୍ଭାବସ୍ଥା ସମୟରେ ନିଜ ଓଜନକୁ ବେଶି ବଢିବାକୁ ଦିଅନ୍ତୁ ନାହିଁ । ଏକ ସୁସ୍ଥ ବାତାବରଣ ଭିତରେ ନିଜକୁ ରଖନ୍ତୁ ।
-ବେଶି ସମୟ ଆରାମ ନ କରି ମଝିରେ ମଝିରେ କିଛି ବ୍ୟାୟାମ କରନ୍ତୁ । ଯଦି ଆପଣଙ୍କ ଡାକ୍ତର ଆପଣଙ୍କ ଚେକ୍ ଅପ୍ ଅନୁସାରେ ଆରାମ କରିବାକୁ ବେଶି କହିଛନ୍ତି ତାହାଲେ ନିହାତି ଆରାମ କରନ୍ତୁ । ନହେଲେ ସକାଳୁ ଚଲାବୁଲା କରିବାର ଅଭ୍ୟାସ ରଖିବା ଉଚିତ୍ ।
କାର୍ବୋହାଇଡ୍ରେଟ୍‌ରେ ଭରପୂର ଖାଦ୍ୟ ଖାଆନ୍ତୁ । କାହିଁକି ନା କାର୍ବୋହାଇଡ୍ରେଟ୍ ଶରୀରରେ ଧିରେ ଧିରେ କମ୍ ମାତ୍ରାରେ ସୁଗାର୍ ର ନିର୍ମାଣ କରିଥାଏ । ଯେଉଁମାନଙ୍କୁ ନନ୍‌-ଭେଜ୍ ଖାଇବା ପସନ୍ଦ ସେମାନେ କମ୍ ତେଲଯୁକ୍ତ ଓ ଅଧିକାଂଶ ଜିନିଷ ସିଝାଇ ଖାଇବା ଉଚିତ୍ ।
-୨୫ ବର୍ଷରୁ ଅଧିକ ବୟସ ଥିବା ଗର୍ଭବତୀ ମହିଳାଙ୍କୁ ଏହି ଡାଇବେଟିସ୍ ହେବାର ବିଶେଷ ସମ୍ବାବନା ରହିଛି ।
-ତାସହ ଯଦି ପରିବାରରେ କାହାକୁ ଡାଇବେଟିସ୍ ରହିଥିବ ତାହାଲେ ବି ଅନେକାଂଶ ରେ ଡାଇବେଟିସ୍ ହେବାର ସମ୍ଭାବନା ରହିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )