Friday 19th April 2024
ଦୁଇଟି ନୋଟ୍ ରେ ସମାନ କ୍ରମିକ ସଂଖ୍ୟା , କେଉଁଟି ଅସଲି ଏବଂ କେଉଁଟି ନକଲି

ଦୁଇଟି ନୋଟ୍ ରେ ସମାନ କ୍ରମିକ ସଂଖ୍ୟା , କେଉଁଟି ଅସଲି ଏବଂ କେଉଁଟି ନକଲି

ବର୍ତ୍ତମାନ ସମୟରେ ପକେଟରେ ଟଙ୍କା ନଥିଲେ, କିଛିବି କରିବା ସମ୍ଭବପର ନୁହଁ | ମଣିଷ ଟିଏ ବଞ୍ଚିବାପାଇଁ ଟଙ୍କା ଦରକାର | ଫେକ୍ ନୋଟ୍ କୁ ନେଇ ଅନେକଥର ଚର୍ଚ୍ଚା ହୁଏ | ନୋଟ୍ କୁ ନେଇ ଜାଲିଆତି କରୁଥିବା କେତେକ ବ୍ୟକ୍ତି ଏବଂ ଗ୍ୟାଙ୍ଗ୍ କୁ ପୋଲିସ୍ ଗିରଫ୍ କରିଥିବା ର ଖବର ଗଣମାଧ୍ୟମ ରେ ଅନେକଥର ପ୍ରଚାର ପ୍ରସାର ହୋଇସାରିଛି | ପର୍ସ ଏବଂ ପକେଟରେ ପଡ଼ିଥିବା ନୋଟଗୁଡିକ ବିଷୟରେ ଅନେକ ପ୍ରକାରର ପ୍ରଶ୍ନ ମନରେ ଘୁରି ବୁଲେ | କାଳେ ନୋଟ୍ ଟି ନକଲି ହେଇ ଥିବ | ଅନେକ ଥର ନୋଟ୍ ନେବାବେଳେ, ଏହା ଅସଲି କି ନୁହେଁ ସନ୍ଦେହ ରହିଥାଏ | ଧରାଯାଉ ୫ଠଠ  ଟଙ୍କାର ଦୁଇଟି ନୋଟ୍ ଅଛି ଏବଂ ଉଭୟର ସମାନ କ୍ରମିକ ସଂଖ୍ୟା ଅଛି | ତେବେ କେଉଁଟି ଅସଲି ଏବଂ କେଉଁଟି ନକଲି | ଦୁଇଟି ଯାକ ନକଲି ନୁହଁ ତ, ଏଇ ଭଳି ପ୍ରଶ୍ନ ମନରେ ଆସିବା ସ୍ୱାଭାବିକ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର.ବି.ଆଇ) ଅସଲି ଏବଂ ନକଲି ନୋଟ୍ ମଧ୍ୟରେ ଭିନ୍ନତା ପାଇଁ ସବିଶେଷ ତଥ୍ୟ ବାଣ୍ଟିଥାଏ | ଆସନ୍ତୁ ଜାଣିବା ରିଜର୍ଭ ବ୍ୟାଙ୍କ ଏ ବିଷୟରେ କ’ଣ କହୁଛି |

ଆଇନର ଧାରା ୨୨ ଅନୁଯାୟୀ, ରିଜର୍ଭ ବ୍ୟାଙ୍କର ଭାରତରେ ନୋଟ୍ ଜାରି କରିବାର ଅଧିକାର ରହିଛି | ଧାରା ୨୫ ରେ ଦର୍ଶାଯାଇଛି ଯେ ନୋଟର ଡିଜାଇନ୍, ଫର୍ମ ଏବଂ ବିଷୟବସ୍ତୁ ଭାରତର ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ସୁପାରିଶକୁ ବିଚାର କରିବା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅନୁଯାୟୀ ହେବ | ଦେଶରେ ମୁଦ୍ରା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦାୟୀ |

ଯଦି ଦୁଇଟି ନୋଟର ସମାନ କ୍ରମିକ ସଂଖ୍ୟା ଥାଏ, ତେବେ ସେଗୁଡିକ ବୈଧ ବୋଲି ଧରାଯିବ କି?

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ହଁ, ଏହା ସମ୍ଭବ ଯେ ଦୁଇଟି  କିମ୍ବା ଅଧିକ ନୋଟରେ ସମାନ କ୍ରମିକ ସଂଖ୍ୟା ଥାଇପାରେ | ନୋଟ ଗୁଡିକ ଭିନ୍ନ ଭିନ୍ନ ଇନସେଟ ଅକ୍ଷର କିମ୍ୱା ଭିନ୍ନ ଭିନ୍ନ ପ୍ରିଣ୍ଟିଙ୍ଗ ବର୍ଷ ର ହେଇଥିବ । ଇନ୍ସେଟ ଅକ୍ଷର ହେଉଛି ଏକ ନୋଟ୍ ନମ୍ବର ପ୍ୟାନେଲରେ ମୁଦ୍ରିତ ଏକ ପ୍ରକାର ର ସ୍ୱତନ୍ତ୍ର ଅକ୍ଷର | କିଛି ନୋଟ୍ ରେ  ରିଜର୍ଭ ବ୍ୟାଙ୍କର ଭିନ୍ନ ଭିନ୍ନ ଗଭର୍ନର ଙ୍କ ଦସ୍ତଖତ ରହିଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )