Saturday 27th July 2024
କିଡ଼ନୀ ଖରାପ ହେଇଗଲାଣି କି?  ଜାଣିବେ କେମିତି?

କିଡ଼ନୀ ଖରାପ ହେଇଗଲାଣି କି? ଜାଣିବେ କେମିତି?

କିଡ଼ନୀ ହେଉଛି ଶରୀର ର ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ | ମଣିଷ ଦେହରେ ଦୁଇଟି କିଡ଼ନୀ ଥାଏ | ରକ୍ତ କୁ ଛାଣି ପରିଷ୍କାର କରିଥାଏ କିଡ଼ନୀ | କିଡ଼ନୀ ଶରୀର ର ବର୍ଜ୍ୟବସ୍ତୁ ଏବଂ ଅତିରିକ୍ତ ତରଳ ପଦାର୍ଥ ବାହାର କରିଥାଏ | ଯଦି କିଡ଼ନୀ ରେ କୌଣସି ପ୍ରକାରର ସମସ୍ୟା ଥାଏ, ତେବେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ |

 କିଡ଼ନୀ ଖରାପ ହେଇଯାଇଛି କି ଠିକ ଅଛି କେମିତି ଜାଣିବେ ?

ଯେତେବେଳେ କିଡ଼ନୀ ସଠିକ୍ ଭାବରେ କାମ କରେ ନାହିଁ, ସେତେବେଳେ ଶରୀରରେ ଅନେକ ପ୍ରକାରର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ | ଏପରି କିଛି ଲକ୍ଷଣ ଅଛି, ଯାହାଦ୍ୱାରା ସହଜରେ ଜାଣିହେବ କିଡ଼ନୀ ଅସୁସ୍ଥ ଅଛି |

ଅତ୍ୟଧିକ କ୍ଳାନ୍ତ ଅନୁଭବ କରିବା –

ଯଦି ଛୋଟ ଛୋଟ କାମ କରିବା ସମୟରେ କ୍ଳାନ୍ତ ଅନୁଭବ ହେଉଛି ଏବଂ କିଛି କଲାବେଳେ ଜିନିଷ ଉପରେ ଧ୍ୟାନ ରହୁନାହିଁ ତେବେ ଏହା ଏକ ଖରାପ ସଙ୍କେତ |  ଯେତେବେଳେ କିଡ଼ନୀ ସଠିକ୍ ଭାବରେ କାର୍ଯ୍ୟ କରେ ନାହିଁ , ସେତେବେଳେ ବିଷାକ୍ତ ପଦାର୍ଥ ଏବଂ ମଇଳା ରକ୍ତରେ ଜମା ହେବା ଆରମ୍ଭ କରେ | ଶରୀର ରେ ବିଷାକ୍ତ ପଦାର୍ଥ ଜମାହେଲେ ଅମ୍ଳଜାନ ସ୍ତର ଖସିଥାଏ | ତେବେ ଏହି କାରଣରୁ ଲୋକମାନେ କ୍ଲାନ୍ତ ଏବଂ ଦୁର୍ବଳ ଅନୁଭବ କରନ୍ତି |

ଶୁଷ୍କ ଚର୍ମ –

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଅନୁଯାୟୀ କିଡ଼ନୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ | ଏହା ଆମ ଶରୀରରୁ ବର୍ଜ୍ୟବସ୍ତୁ ଏବଂ ଅତ୍ୟଧିକ ତରଳ ପଦାର୍ଥ ବାହାର କରିବା ପାଇଁ କାମ କରେ | ଚର୍ମରେ ଅତ୍ୟଧିକ ଶୁଷ୍କତା ଏବଂ କୁଣ୍ତଇ ହେବା କିଡ଼ନୀ ବିଫଳତାର ସଙ୍କେତ ହୋଇପାରେ |  କିଡ଼ନୀ ଲୋହିତ ରକ୍ତ କଣିକା ଗଠନରେ ସାହାଯ୍ୟ କରିଥାଏ, ହାଡକୁ ମଜଭୁତ ରଖେ ଏବଂ ରକ୍ତରେ ଥିବା ପୁଷ୍ଟିକର ପରିମାଣକୁ ବଜାୟ ରଖେ |

CATEGORIES
TAGS
Share This

COMMENTS

Wordpress (0)
Disqus ( )