Friday 26th April 2024
ଝାଳ ପାଇଁ ଦେହରୁ ଦୁର୍ଗନ୍ଧ ବାହାରୁଛି କି ? କଣ ରହିଛି ଏହାର କାରଣ ଏବଂ କଣ ରହିଛି ଏହାର ନିରାକରଣ ?

ଝାଳ ପାଇଁ ଦେହରୁ ଦୁର୍ଗନ୍ଧ ବାହାରୁଛି କି ? କଣ ରହିଛି ଏହାର କାରଣ ଏବଂ କଣ ରହିଛି ଏହାର ନିରାକରଣ ?

ପ୍ରାୟ ସମସ୍ତଙ୍କ ଦେହରୁ ଝାଳ ବାହାରିଥାଏ । ଝାଳ ହେଉଛି ଶରୀର ର ଏକ ବର୍ଜ୍ୟ ବସ୍ତୁ । କାରଣ ଅନେକ ପ୍ରକାର ର ବିଷାକ୍ତ ପଦାର୍ଥ ଏବଂ ବର୍ଜ୍ୟବସ୍ତୁ ଝାଳ ମାଧ୍ୟମରେ ଶରୀର ରୁ ବାହାରିଥାଏ । ତେଣୁ ଝାଳ ବାହାରିବା ଶରୀର ପାଇଁ ଭଲ । ଶରୀର ର ତାପମାତ୍ରା ବଢିଲେ ମଧ୍ୟ ଝାଳ ବାହାରିଥାଏ । ଯେତେବେଳେ ଶରୀରର ତାପମାତ୍ରା ବଢିଯାଏ, ସେତେବେଳେ ସ୍ୱେଦ ଗ୍ରନ୍ଥି ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବା ପାଇଁ ସକ୍ରିୟ ହୋଇଉଠେ । ଯାହାଫଳରେ ଶରୀର ର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ । ଝାଳ ବାହାରିବା ଦ୍ୱାରା ଶରୀର ଥଣ୍ଡା ହୋଇଥାଏ । କିନ୍ତୁ ଯଦି ଏହି ଝାଳ ଦୁର୍ଗନ୍ଧ ହେଉଥାଏ । ତେବେ ଏହାର କାରଣ ଜାଣିବା ନିହାତି ଆବଶ୍ୟକ ।

ଓଡିଆ ଡେଲିର ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ କଣ ରହିଛି ଏହାର କାରଣ ଏବଂ କଣ ରହିଛି ଏହାର ନିରାକରଣ । 

 

୧) ଶରୀର ର ଦୁର୍ଗନ୍ଧ ସହ ଝାଳ ର ସମ୍ପର୍କ କଣ ?

Do you have bad body Odor? What is the cause and treatment ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶରୀର ଦୁର୍ଗନ୍ଧ ହେବା ସହ ଝାଳ ର ପ୍ରତ୍ୟେକ୍ଷ ଭାବରେ କୌଣସି ପ୍ରକାର ର ସଂମ୍ପର୍କ ନାହିଁ । ମନରେ ଧାରଣା ଥାଏ ଯେ ଦେହରୁ ଅଧିକ ଝାଳ ନିର୍ଗତ ହେଲେ ଦୁର୍ଗନ୍ଧ ହୋଇଥାଏ। କିନ୍ତୁ ଏହା ପ୍ରକୃତରେ ସତ ନୁହଁ । ବିଜ୍ଞାନ ଅନୁସାରେ ଝାଳ ର କୌଣସି ଦୁର୍ଗନ୍ଧ ନଥାଏ । ସେହିପରି ମନୁଷ୍ୟ ଶରୀର ର ମଧ୍ୟ କୌଣସି ଦୁର୍ଗନ୍ଧ ନଥାଏ । ଦୁର୍ଗନ୍ଧର ମୁଖ୍ୟ କାରଣ ହେଲା ବ୍ୟାକ୍ଟେରିଆ । ଝାଳ ଯେତେବେଳେ ମନୁଷ୍ୟ ଶରୀର ର ଚମଡା ବା ଚର୍ମ ଦେଇ ବହିଥାଏ , ସେତେବେଳେ ଝାଳ ଅନେକ ପ୍ରକାର ର ଜୀବାଣୁ ସଂସ୍ପର୍ଶରେ ଆସିଥାଏ । ଦେହରୁ ନିର୍ଗତ ଝାଳ ଚମଡା ଉପରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁ ସ°ସ୍ପର୍ଶରେ ଆସିଲେ ହିଁ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ । ବିଭିନ୍ନ ପ୍ରକାର ର ମନୁଷ୍ୟର ଶରୀର ଭିନ୍ନ ଭିନ୍ନ ଧରଣର ହୋଇଥାଏ । କାହାର କମ୍ ଝାଳ ବାହାରୁଥିବା ବେଳେ କାହାର ଅଧିକ ଝାଳ ବାହାରିଥାଏ । ସାଧାରଣତ ଗ୍ରୀଷ୍ମ ଦିନରେ ଶରୀର ରୁ ଅଧିକ ଝାଳ ବାହାରିଥାଏ । ଶାରୀରିକ କାର୍ଯ୍ୟକଳାପ ବା ଫିଜିକାଲ୍ ଏକ୍ଟିଭିଟି ଦ୍ୱାରା ଝାଳ ର ପରିମାଣ କମ୍ ବେଶି ହୋଇପାରେ । ଶରୀରରୁ କେତେ ପରିମାଣର ଝାଳ ବାହାରୁଛି ତାହା ଆଦୌ ଦୁର୍ଗନ୍ଧର ମାତ୍ରାକୁ ପ୍ରଭାବିତ କରେ ନାହିଁ। ଜଣଙ୍କର ଗମଗମ ହୋଇ ଅଧିକ ଝାଳ ବୋହି ମଧ୍ୟ ଆଦୌ ଦୁର୍ଗନ୍ଧ ହୋଇ ନପାରେ । ସେହିପରି ଅନ୍ୟ ଜଣଙ୍କର ସାମାନ୍ୟ ଝାଳରେ ମଧ୍ୟ ଶରୀର ଖୁବ୍ ତୀବ୍ର ଓ ଅସହନୀୟ ଦୁର୍ଗନ୍ଧ ହୋଇପାରେ। ଶରୀର ର ଦୁର୍ଗନ୍ଧ ସମ୍ପୂର୍ଣ୍ଣ ରୂପରେ ଝାଳଗ୍ରନ୍ଥି ଏବଂ ଜୀବାଣୁ ଉପରେ ନିର୍ଭର କରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଛୋଟ ଛୁଆମାନଙ୍କ ଦେହରୁ ଦୁର୍ଗନ୍ଧ ଆସେନାହିଁ । କାରଣ ଛୋଟ ଛୁଆମାନଙ୍କ ଶରୀରରେ ଏପୋକ୍ରାଇନ୍ ଗ୍ଲାଣ୍ଡ୍‌ ଆକ୍ଟିଭ୍ ହୋଇନଥାଏ । ଆମ ଶରୀରରେ ଦୁଇ ପ୍ରକାରର ସ୍ୱେଟ୍‌ଗ୍ଲାଣ୍ଡ୍‌ ବା ଝାଳଗ୍ରନ୍ଥି ଥାଏ । ଏକ୍ରାଇନ୍ ଗ୍ଲାଣ୍ଡ୍‌ ଏବଂ ଏପୋକ୍ରାଇନ୍ ଗ୍ଲାଣ୍ଡ୍‌। ହାତ, ପାଦ ଠାରୁ ଆରମ୍ଭ କରି ଶରୀରର ପ୍ରାୟତଃ ସବୁ ଅ°ଶରେ ଏକ୍ରାଇନ୍ ଗ୍ଲାଣ୍ଡ୍‌ ଥାଏ। ଏହା ଝାଳକୁ ସିଧାସଳଖ ଚମଡାର ଉପରି ଅ°ଶକୁ ନିର୍ଗତ କରେ। ଏହି ଝାଳ ବାଷ୍ପିଭୂତ ହେବା ଦ୍ୱାରା ଗରମ ଦ୍ୱାରା ଶାରୀରିକ ପରିଶ୍ରମ ପରେ ଶରୀରର ତାପମାତ୍ରା ବଢେ ନାହିଁ ଏବଂ ଶୀତଳ ଅନୁଭବ ହୁଏ । ଏପୋକ୍ରାଇନ୍ ଗ୍ଲାଣ୍ଡ୍‌ ସାଧାରଣତଃ ଖପୁରୀ, କାଖ ଏବଂ ଗ୍ରଏନ୍‌ ପରି କେଶଥିବା ଅ°ଶରେ ଥାଏ। ଏହି ଗ୍ଲାଣ୍ଡ୍‌ଗୁଡିକ କେଶ ମୂଳରେ ଥିବା ହେୟାର ଫଲିକଲ୍‌ଗୁଡିକୁ ଓପନ କରିଥାଏ। ଏଠି ଝାଳ ହଠାତ୍ ବାଷ୍ପିଭୂତ ନହୋଇ ରହିଯାଏ ଏବଂ ଜୀବାଣୁମାନଙ୍କ ସ°ସ୍ପର୍ଶରେ ଆସି ଦୁର୍ଗନ୍ଧ ସୃଷ୍ଟି ହୁଏ। ଏହି ଝାଳ ଗ୍ରନ୍ଥିଗୁଡିକ ପ୍ୟୁବର୍ଟି ପୂର୍ବରୁ ଆକ୍ଟିଭ ନଥାନ୍ତି । ପ୍ୟୁବର୍ଟି ହେଉଛି ଗୋଟିଏ ପ୍ରକ୍ରିୟା , ଯେଉଁଥିରେ ଛୋଟ ଛୁଆଟି ପ୍ରଥମ ଥର ଯୌବନରେ ପାଦ ଦେଇଥାଏ । ଏହା ଏକ ପ୍ରକାର ର ଶାରୀରିକ ପରିବର୍ତ୍ତନ ଯେଉଁଥିରେ ପିଲାଟି ଯୌବନ ସହ ପରିଚିତ ହୋଇଥାଏ । ତେବେ ଜଣେ ସୁସ୍ଥ ଜୀବନଯାପନ କରୁଥିବା ମନୁଷ୍ୟ ର ଶରୀରରେ ସାଧାରଣତ ଝାଳ ପାଇଁ ଦୁର୍ଗନ୍ଧ ସମସ୍ଯା ଦେଖା ଦେଇନଥାଏ ।Do you have bad body Odor? What is the cause and treatment ?

ହାଇପର୍‌ହାଇଡ୍ରୋସିସ୍ ପରି ମେଡିକାଲ୍‌ କଣ୍ଡିସନ୍‌ରେ ହେହରୁ ଅତ୍ୟଧିକ ଝାଳ ବାହାରିଥାଏ । ହାତ-ପାଦ ଓଦା ଓଦା ହୋଇଯାଏ । ଏଭଳି ପରିସ୍ଥିତିରେ ଦେହରେ ଦୁର୍ଗନ୍ଧ ହେବାର ସମ୍ଭାବନା ବଢିଯାଇଥାଏ । ଅଧିକ ଶାରୀରିକ ବ୍ୟାୟାମ, ଗ୍ରୀଷ୍ମଋତୁ, ଅତ୍ୟଧିକ ମାନସିକ ଚାପ, ମେଦବହୁଳତା ଏବଂ କିଛି ଜେନେଟିକ୍ କାରଣରୁ ମଧ୍ୟ ଅଧିକ ଝାଳ ଶରୀରରୁ ବାହାରିଥାଏ । ଶରୀରକୁ ସଫା ନରଖିଲେ ବା ସ୍ୱଚ୍ଛତା ବଜାୟ ନରଖିଲେ ଦୁର୍ଗନ୍ଧର ସମ୍ଭାବନା ବଢିଥାଏ । ମଧୁମେହ, ଗାଉଟ୍, ହାଇପର୍‌ଥାଏରୋଡିସିମ୍, ଲିଭର୍‌ ଏବଂ କିଡ୍‌ନୀର ବେମାରୀ ତଥା ଚର୍ମ ସ°କ୍ରମଣ ପରି କେତେକ ମେଡିକାଲ୍‌ କଣ୍ଡିସନ୍‌ରେ ଝାଳ ଦୁର୍ଗନ୍ଧ ହେବାର ଆଶଙ୍କା ଅଧିକ। ସେମିତି ମେନୋପଜ୍ ସମୟରେ ହର୍‌ମୋନାଲ୍ ଡିସବାଲାନ୍ସ କାରଣରୁ ମହିଳାମାନଙ୍କର ରାତିରେ ଅତ୍ୟଧିକ ଝାଳ ବାହାରିଥାଏ । ଯାହାଦ୍ୱାରା ଶରୀର ଦୁର୍ଗନ୍ଧ ହେବାର ଆଶଙ୍କା ଅଧିକ । ରସୁଣ, ପିଆଜ, ବନ୍ଧାକୋବି, ବ୍ରୋକଲି, ଫୁଲକୋବି, ରେଡ୍ ମିଟ୍ ପରି କିଛି ସଲ୍‌ଫର ଯୁକ୍ତ ଖାଦ୍ୟ ଗ୍ରହଣ ଦ୍ୱାରା ମଧ୍ୟ ଝାଳ ଅଧିକ ଦୁର୍ଗନ୍ଧ ହେବାର ଆଶଙ୍କା ଥାଏ । ସେମିତି ଅଧିକ ମନୋସୋଡିୟମ୍ ଗ୍ଲୁଟାମେଟ୍ (ଏମ୍‌ଏସ୍‌ଜି), କ୍ୟାଫେନ୍, ହଟ୍ ସସ୍, ମସାଲାଯୁକ୍ତ ଖାଦ୍ୟ, ମଦ୍ୟପାନ ଏବଂ କିଛି ଖାଦ୍ୟ ସପ୍ଲିମେଣ୍ଟ୍‌ସ ମଧ୍ୟ ଝାଳ ଦୁର୍ଗନ୍ଧର କାରଣ । 

 

୨) ଝାଳ ଜନିତ ଦୁର୍ଗନ୍ଧ ସମସ୍ୟାର ନିରାକରଣ ?

୧) ଆର୍ମପିଟ୍, ଗ୍ରଏନ୍ ଏବଂ ଯୋତାରେ ଟ୍ୟାଲ୍‌କମ୍ ପାଓଡର ବ୍ୟବହାର କରିବା ଦରକାର । କିନ୍ତୁ ଏହାପରେ ନିୟମିତ ସଫା କରିବା ମଧ୍ୟ ଆବଶ୍ୟକ। ଆର୍ମପିଟ୍ ଏବଂ ଗ୍ରଏନ୍ ସେଭି° କରିନେଲେ, ଝାଳ ଶୀଘ୍ର ବାଷ୍ପିଭୂତ ହୋଇଯାଏ । ଜୀବାଣୁ ସ°କ୍ରମଣରୁ ରକ୍ଷା ମିଳି ଝାଳ ଦୁର୍ଗନ୍ଧ ହୁଏ ନାହିଁ ।

୨) ଦେହର ଦୁର୍ଗନ୍ଧ ଦୂର କରିବା ପାଇଁ ଗ୍ରୀଷ୍ମଋତୁରେ କୌଣସି ସୁଗନ୍ଧିତ ତୈଳ ଲେପନ କରନ୍ତୁ ନାହିଁ । ଏହା ଚମଡା ଉପରେ ଏକ ଆସ୍ତରଣ ବନାଇ ଦେବ ଏବଂ ଝାଳକୁ ବାଷ୍ପିଭୂତ ହେବାକୁ ଦେବନାହିଁ । ଏହାଦ୍ୱାରା ଜୀବାଣୁ ସ°କ୍ରମଣ ଏବଂ ଦୁର୍ଗନ୍ଧର ଆଶଙ୍କା ବଢିଯିବ ।

୩) ନିୟମିତ ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ରେ ସ୍ନାନ କରନ୍ତୁ ।

୪) ଦେହକୁ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ଝାଳରେ ଓଦାହୋଇ ଯାଇଥିବା ପୋଷାକ ଓ ଅନ୍ତବସ୍ତ୍ର ବେଶୀ ସମୟ ପିନ୍ଧନ୍ତୁ ନାହିଁ। ପ୍ରତ୍ୟେକ ଦିନ ମୋଜା ସଫା କରନ୍ତୁ ।

୫) ଆଣ୍ଟି-ପ୍ରସ୍ପିରାଣ୍ଟ ଲେବଲ୍ଡ ଥିବା ଡିଓ ବ୍ୟବହାର କରନ୍ତୁ ।

୬) ନିଜ ଗାଧେଇବା ପାଣିରେ ଅଳ୍ପ ଆପଲ୍ ସାଇଡର୍ ଭିନେଗାର୍ କିମ୍ବା ଲେମ୍ବୁ ରସ ମିଶାଇଲେ ଦୁର୍ଗନ୍ଧକୁ ରୋକିବା ପାଇଁ ତାହା ସାହାର୍ଯ୍ୟ କରେ ।

୭) ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଯୋଗ ଏବଂ ବ୍ୟାୟାମ ସହ ନିଜକୁ ଚାପମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ।

୮) ଲିମ୍ବପତ୍ର, କଞ୍ଚା ହଳଦୀ ପାଣିରେ ସିଝାଇ ଛାଣି ନିଅନ୍ତୁ। ଏହି ପାଣିକୁ ନିଜ ଗାଧେଇବା ପାଣିରେ ମିଶାଇ ସ୍ନାନ କଲେ ଝାଳ ଦୁର୍ଗନ୍ଧରୁ ମୁକ୍ତି ମିଳେ।

୯) ଚନ୍ଦନ ପାଓଡର, କଞ୍ଚା ହଳଦୀ ଏବଂ ମୁଲତାନି ମାଟି ମିଶାଇ ପ୍ୟାକ୍ ବନାଇ ଗାଧେଇବା ପୂର୍ବରୁ ଦେହରେ ଲେପ ଦେଲେ ପ୍ରାକୃତିକ ଉପାୟରେ ଦୁର୍ଗନ୍ଧକୁ ନିୟନ୍ତ୍ରଣ କରି ହୁଏ । 

Do you have bad body Odor? What is the cause and treatment ?

ସୁସ୍ଥ ଜୀବନ ଶୈଳୀକୁ ଆପଣାନ୍ତୁ । ସୁଷମ ଆହାର ଖାଆନ୍ତୁ । ଶରୀରରେ ଅନ୍ୟ ସମସ୍ୟା ଥିଲେ କିମ୍ବା କୌଣସି ପ୍ରକାର ର ଔଷଧ ଖାଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଧୁମ୍ରପାନ ଏବଂ ମଦ୍ୟପାନ କରନ୍ତୁ ନାହିଁ । ତେଲିଆ ଖାଦ୍ୟ ତଥା ଜଙ୍କ୍ ଫୁଡ୍ ଠାରୁ ଦୂରରେ ରୁହନ୍ତୁ । ଦେଖିବେ ଝାଳ ସଂମ୍ପର୍କିତ ଦୁର୍ଗନ୍ଧ ସମସ୍ୟା ଦୁରେଇଯିବ ।

 

 

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )