Wednesday 24th April 2024
ମୋଟାପଣ ଏବେ ସମସ୍ତଙ୍କର ଚିନ୍ତାର କାରଣ !

ମୋଟାପଣ ଏବେ ସମସ୍ତଙ୍କର ଚିନ୍ତାର କାରଣ !

ମେଦବହୁଳତା ଏବେ ସମସ୍ତଙ୍କର ଚିନ୍ତାର କାରଣ ପାଲିଟିଛି । ବର୍ତ୍ତମାନ ର ଜୀବଳ ଶୈଳୀରେ ସମସ୍ତେ ବ୍ୟସ୍ତବିବ୍ରତ । ଚାହିଁଲେ ମଧ୍ୟ ସମସ୍ତେ ନିଜ ସ୍ୱାସ୍ଥ୍ୟ ପାଇଁ ସମୟ ଦେଇପାରୁନାହାନ୍ତି । ଘର ର କାମ ହେଉ କିମ୍ୱା ଅଫିସ୍ ର ଆଜିକାଲି ସମସ୍ତେ ବ୍ୟସ୍ତ । ତେବେ ଗୋଟିଏ କିମ୍ୱା ଦୁଇଦିନରେ ଶରୀରରେ ମେଦ ବା ଚର୍ବି ବଢି ନଥାଏ । ଶରୀରରେ ଆଖିଦୃଶିଆ ମେଦ ବୃଦ୍ଧି ପାଇଁ ସମୟ ଲାଗେ ଏବଂ ତାପରେ ଶରୀରରେ ଆରମ୍ଭ ହୁଏ ବିଭିନ୍ନ ପ୍ରକାର ର ସମସ୍ୟା ।

ଶରୀରରେ ଓଜନ ବଢେ କାହିଁକି –                         

ଶରୀରରେ ଓଜନ ବଢିବାର ଅନେକ କାରଣ ଅଛି,  ଯେପରିକି –

ଅଧିକ କ୍ୟାଲୋରୀ ଖାଇବା ଦ୍ୱାରା –

ଶରୀରର ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ଖାଇଲେ ଶରୀରରେ ବଢିଥାଏ ମେଦ । ଶରୀରରେ ମେଦ ବଢିଲେ ବ୍ୟକ୍ତି ଜଣକ ହୁଏ ମୋଟାପଣ ର ଶିକାର । ଯଦି ଆପଣ ପ୍ରତିଦିନ କ୍ୟାଲୋରୀ ଖର୍ଚ୍ଚ ଅପେକ୍ଷା ଅଧିକ କ୍ୟାଲୋରୀ ଗ୍ରହଣ କରନ୍ତି, ତେବେ ଆପଣଙ୍କ ଶରୀରରେ ଓଜନ ବୃଦ୍ଧିର ଆଶଙ୍କା ଅଧିକ । ମନଇଚ୍ଛା ଖାଇବା, ବାରମ୍ବାର ସ୍ନାକ୍ସ୍  ଏବଂ କ୍ୟାଲୋରୀ ସମୃଦ୍ଧ ତଥା ପୁଷ୍ଟିହୀନ ଖାଦ୍ୟପେୟ ଦ୍ୱାରା ଅତ୍ୟଧିକ କ୍ୟାଲୋରୀ ଶରୀରକୁ ଯାଇଥାଏ ।

ଜେନେଟିକ୍ ପ୍ରଭାବ –

ଆଜି ପର୍ଯ୍ୟନ୍ତ, ୪୦୦ ରୁ ଅଧିକ ବିଭିନ୍ନ ଜିନ୍ ଅଧିକ ଓଜନ କିମ୍ବା ମେଦବହୁଳତାର କାରଣରେ ଜଡିତ ଅଛି ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି । ଭୋକ, ତୃପ୍ତି (ପୂର୍ଣ୍ଣତାର ଭାବନା), ମେଟାବୋଲିଜିମ୍ , ଖାଦ୍ୟ ଲୋଭ , ଶରୀରରେ ଚର୍ବି ବଣ୍ଟନରେ ଅଧିକାଂଶ ସମୟରେ  ଜିନ୍ ର ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଥାଏ । ଓଜନ ବ୍ୟାଧି ଉପରେ ଜେନେଟିକ୍ ର ଅନେକ ପ୍ରଭାବ ରହିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ କିଛି ଲୋକଙ୍କ ପାଇଁ ଜିନ୍ ଓଜନ ବଢାଇବାରେ ୨୫% ଥିବାବେଳେ ଅନ୍ୟମାନଙ୍କ ପାଇଁ ଜେନେଟିକ୍ ପ୍ରଭାବ ୭୦% ରୁ ୮୦% ପର୍ଯ୍ୟନ୍ତ ରହିଥାଏ । ଆପଣଙ୍କ ଓଜନ କମିବ କିମ୍ୱା ବଢିବ ସେଥିରେ ଜିନ୍ ର ବଡ଼ ଭୂମିକା ରହିଥାଏ ।

ଅଧିକ ଚିନି କିମ୍ବା ଶର୍କରା ଥିବା ଖାଦ୍ୟ ଖାଇବା ଦ୍ୱାରା –

ନିୟମିତ ଭାବେ ଶର୍କରା ଖାଦ୍ୟ ଏବଂ ପାନୀୟ, ଯେପରିକି କ୍ୟାଣ୍ଡି, କେକ୍, ସୋଡା, ସ୍ପୋର୍ଟସ୍ ଡ୍ରିଙ୍କ୍ , ଆଇସକ୍ରିମ୍ ଓଜନ ବୃଦ୍ଧିର କାରଣ ହୋଇଥାଏ । ଅଧିକ ମିଠା ଶରୀରରେ କ୍ୟାଲୋରୀ ଆକାରରେ ଖର୍ଚ୍ଚ ହୋଇନପାରି ମେଦ ହୋଇ ବସିରହିଥାଏ ।

ଅସ୍ୱାସ୍ଥ୍ୟକର ଜୀବନଶୈଳୀ –

ଯେଉଁ ଜୀବନ ଶୈଳୀରେ ବ୍ୟାୟାମ ନଥାଏ କିମ୍ୱା ସୁଷମ ଖାଦ୍ୟ ନଥାଏ ତାହା ସୁସ୍ଥ ଜାବନଶୈଳୀ ନୁହଁ । ରାତ୍ରିରେ କମ୍ ଶୋଇବା କିମ୍ବା ସାତ ଘଣ୍ଟାରୁ କମ୍ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ନୁହଁ । ମଦ୍ୟପାନ ସହ ଧୁମ୍ରପାନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଶରୀରରେ ଅନେକ ଅସୁବିଧା ସୃଷ୍ଟିକରିଥାଏ । ଅସ୍ୱାସ୍ଥ୍ୟକର ଜୀବନଶୈଳୀରେ ଅନେକ ଲୋକ ମେଦବହୁଳତାର ଶିକାର ହେଇଥାଆନ୍ତି ।

 ୟୋ ୟୋ ଡାଏଟିଂ-

ୟୋ ୟୋ ଡାଏଟିଂ ହେଉଛି ଓଜନ ହ୍ରାସ କରିବା ର ଏକ ଶୀଘ୍ର ଉପାୟ । ଓଜନ ହ୍ରାସ ପାଇଁ ବ୍ୟାୟାମ ନକରି ଖାଦ୍ୟ ଖାଇବା କମେଇଦେବା ଦ୍ୱାରା ଶରୀରରେ ଓଜନ ଶୀଘ୍ର ହ୍ରାସ ହୋଇଥାଏ । କିନ୍ତୁ ପରେ ପରେ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାୟାମ ନକରି କମ୍ ଖାଦ୍ୟ ଖାଇବା କରିହୁଏ ନାହିଁ । ପୁଣି ଯେତେବେଳେ ଖାଦ୍ୟ ଖାଇବା ଆରମ୍ଭ ହୋଇଥାଏ , ସେତେବେଳେ ଶରୀରରେ ଯେତିକି ଓଜନ ହ୍ରାସ ହୋଇନଥାଏ , ତାର ଦ୍ୱିଗୁଣ ଓଜନ ବୃଦ୍ଧି ହୋଇଥାଏ ।

ମାନସିକ ଚାପ –

ଅନେକ ଲୋକ ଡାଏଟ୍ ମେଣ୍ଟନ୍ କରିମଧ୍ୟ ମେଦବହୁଳତା ର ଶିକାର ହେଉଛନ୍ତି । କିଛି ବ୍ୟକ୍ତି ଜିମ୍ ଗଲେ ମଧ୍ୟ ଓଜନ ହ୍ରାସ କରିପାରୁନାହାନ୍ତି । କୌଣସି ପ୍ରକାରର ଚାପ କିମ୍ବା ଚିନ୍ତା କର୍ଟିସୋଲ୍ ହରମୋନ୍ କୁ ଶରୀରରେ ବୃଦ୍ଧି କରେ । କର୍ଟିସୋଲ୍ ହରମୋନ୍ ଏକ ଷ୍ଟ୍ରେସ୍ ହରମୋନ୍ । କର୍ଟିସୋଲ୍ ହରମୋନ୍ ଭୋକକୁ ବଢେଇଥାଏ କାରଣ ଏହା ଇନସୁଲିନ୍ ରିଲିଜ କୁ ବୃଦ୍ଧି କରିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଅଧିକ ଚାପଗ୍ରସ୍ତ ରହିଥାଆନ୍ତି , ସେମାନଙ୍କ ଶରୀରରେ ଅଧିକ କର୍ଟିସୋଲ୍ ହରମୋନ୍ ଉତ୍ପାଦନ ହୋଇଥାଏ ।

ଶରୀରରେ ଅଜ୍ଞାତ ସମସ୍ୟା ଅଛି –

 

Hypothyroidism – ଏହି ଅବସ୍ଥା ଆପଣଙ୍କ ଥାଇରଏଡ୍ ଗ୍ରନ୍ଥି ଉପରେ ପ୍ରଭାବ ପଡିଥାଏ ଏବଂ ଓଜନରେ ବୃଦ୍ଧି ହୁଏ କିନ୍ତୁ ଓଜନ ହ୍ରାସ କରିବାରେ ଅସୁବିଧା ସୃଷ୍ଟି ହୋଇଥାଏ ।

Depression –ଏହି ସାଧାରଣ ମାନସିକ ଅବସ୍ଥା ଓଜନ ବୃଦ୍ଧି ଏବଂ ମେଦବହୁଳତା ସହିତ ସଂଯୁକ୍ତ ।

Polycystic ovary syndrome (PCOS) – PCOS ହରମୋନ୍ ଅସନ୍ତୁଳନ ଦ୍ୱାରା ପ୍ରଜନନ ବୟସର ମହିଳାମାନଙ୍କୁ ପ୍ରଭାବିତ କରିଥାଏ । ଏଥିରେ ଖୁବ୍ କମ୍ ବୟସର ଝିଅ ମାନେ ବି ଶିକାର ହୋଇଥାଆନ୍ତି ।

ଶରୀରରେ ରେ ଓଜନ ବଢିବା ଦ୍ୱାରା ହେଉଥିବା ସମସ୍ୟା –

ଅଣମଦ୍ୟପାନ ଜନିତ ଫ୍ୟାଟି ଲିଭର୍ –

ଯେତେବେଳେ ଯକୃତର କୋଷଗୁଡ଼ିକରେ ଚର୍ବି ସୃଷ୍ଟି ହୁଏ,ତାହା ଯକୃତକୁ କ୍ଷତି ପହଞ୍ଚାଇପାରେ ଏବଂ ତା’ପରେ ଦାଗ (ସିରୋସିସ୍ ନାମକ ଏକ ଅବସ୍ଥା) ହୋଇପାରେ ଯାହା ଶେଷରେ ଯକୃତକୁ ସଂପୂର୍ଣ୍ଣ ବନ୍ଦ କରିପାରେ । ଅସ୍ୱାସ୍ଥ୍ୟକର ଜିନିଷ ଖାଇବା ହେତୁ ଫ୍ୟାଟି ଲିଭର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ମୋଟାପଣ ପାଇିଁ ଦେଖାଦେଇଥାଏ ଫ୍ୟାଟି ଲିଭରର ସମସ୍ୟା ।

Osteoarthritis –

ଅତ୍ୟଧିକ ଓଜନ ବୃଦ୍ଧି ଆପଣଙ୍କ ଗଣ୍ଠି ଉପରେ ଏବଂ କାର୍ଟିଲେଜ୍ ଉପରେ ଅଧିକ ଚାପ ପକାଇଥାଏ ଯାହା ଆପଣଙ୍କ ହାଡର ଶେଷ ଅଂଶକୁ ରକ୍ଷା କରିଥାଏ । ଏହା ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରିଥାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ହୋଇଥାଏ ।

ଉଚ୍ଚ କୋଲେଷ୍ଟ୍ରଲ୍ –

ମୋଟାପଣ ଶରୀରରେ କୋଲେଷ୍ଟ୍ରଲ୍ ବା ବ୍ୟାଡ୍ କୋଲେଷ୍ଟ୍ରଲ ର ସ୍ତରକୁ ବଢେଇଥାଏ । ଅସ୍ୱାସ୍ଥ୍ୟକର ଖାଦ୍ୟ ଆପଣଙ୍କ ଓଜନ ଏବଂ ଆପଣଙ୍କର “ଖରାପ” କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡ୍ ସ୍ତରକୁ ବି ମଧ୍ୟ ବଢେଇଥାଏ । ମେଦବହୁଳତା ହୃଦ୍ ରୋଗ ପାଇଁ ଏକ ପ୍ରମୁଖ କାରଣ ଯାହା ଆମେରିକାରେ ପ୍ରତିବର୍ଷ ପ୍ରାୟ ୭୦୦,୦୦୦ ଲୋକଙ୍କୁ ମରଣ ମୁହଁକୁ ଠେଲିଦେଇଥାଏ ।

ଟାଇପ୍ ୨ ଡାଇବେଟିସ୍ –

ପେଟର ଚର୍ବି ଇନସୁଲିନ୍ ପ୍ରତିରୋଧ ସହିତ ସଂଯୁକ୍ତ । ଯେତେବେଳେ ଶରୀର ଇନସୁଲିନ୍ ତିଆରି କରେ, ସେତେବେଳେ କୋଷଗୁଡ଼ିକ ରକ୍ତରୁ ଗ୍ଲୁକୋଜ ବାହାର କରିବା ପାଇଁ ଏହାକୁ ସଠିକ୍ ଭାବରେ ବ୍ୟବହାର କରିପାରିପାରେ ନାହିଁ । ମୋଟାପଣ ଦ୍ୱାରା ପ୍ରଭାବିତ ଲୋକଙ୍କର ରକ୍ତରେ ଉଚ୍ଚ ଶର୍କରା ହେବାର ପ୍ରାୟ ୧୦ ଗୁଣ ସମ୍ଭାବନା ଥାଏ । ଟାଇପ୍ ୨ ଡାଇବେଟିସ୍ ହେଇଥିବା ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ୯ ଜଣଙ୍କର ଓଜନ ଅଧିକ ଥାଏ ।

ଉଚ୍ଚ ରକ୍ତଚାପ – ମୋଟାପଣର ଅର୍ଥ ହେଉଛି ସମସ୍ତ କୋଷରେ ରକ୍ତ ପାଇବା ପାଇଁ ହୃଦୟକୁ ଅଧିକ ପମ୍ପ କରିବାକୁ ପଡିବ ଏବଂ ହୃଦୟରେ ଏକ ଚାପ ପକାଇବ । ସେହି ଶକ୍ତି ଧମନୀର ଉପରେ ଅତ୍ୟଧିକ ଚାପ ଏବଂ କ୍ଷତି ପହଞ୍ଚାଇଥାଏ । ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ଉଚ୍ଚ ରକ୍ତଚାପ ଥିବା ଚାରି ଜଣ ରୋଗୀଙ୍କ ମଧ୍ୟରୁ ପ୍ରାୟ ତିନିଜଣଙ୍କର ମେଦବହୁଳତା ରହିଥାଏ ।

 

କିଡନୀ ରୋଗ –

ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହେଉଛି କିଡନୀ ରୋଗର ଦୁଇଟି ବଡ଼ କାରଣ । ଯାହାକି ମେଦବହୁଳତା ଦ୍ୱାରା ହେଇଥାଏ । କିଡନୀ ରକ୍ତ ଫିଲ୍ଟର କରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମଧ୍ୟ କରେ । ମେଦବହୁଳତା କାରଣରୁ କ୍ଷତିଗ୍ରସ୍ତ ହେଲେ କାର୍ଯ୍ୟ କରିନଥାଏ କିଡନୀ ।

କର୍କଟ –

କିଛି କ୍ଷେତ୍ରରେ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ମେଦବହୁଳତା ବିଭିନ୍ନ କାରଣ ସହ କର୍କଟ ର କାରଣ ମଧ୍ୟ ହେଇପାରେ । ମେଦବହୁଳତା ଦ୍ୱାରା ଶରୀରରେ ଇମ୍ୟୁନିଟି କମିଯାଇଥାଏ । ଯାହା ଦ୍ୱାରା କର୍କଟ ହେବାର ସମ୍ଭାବନା ଅଧିକଥାଏ ।

ଅସୁନ୍ଦର ସ୍ୱାସ୍ଥ୍ୟ –

ମେଦବହୁଳତା ଶରୀରକୁ ଭିତରୁ ତ ଖରାପ କରିଥାଏ । ତାସହ ମେଦବହୁଳତା ର ଶିକାର ହୋଇଥିବା ବ୍ୟକ୍ତିକୁ ବନାଇଥାଏ ଅସୁନ୍ଦର । ବସିବା ଉଠିବା ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବସ୍ ହେଉ କିମ୍ୱା ଅନ୍ୟ ପ୍ଲବିକ୍ ଟ୍ରାନ୍ସପୋର୍ଟ ସବୁଥିରେ ଯିବା ଆସିବା କଷ୍ଟକର ହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )