Friday 26th April 2024
ଦୀର୍ଘ ୨୨ ବର୍ଷ ପରେ ତାରା ସିଂ ଭୂମିକାରେ ସନ୍ନି ଦେଓଲ !

ଦୀର୍ଘ ୨୨ ବର୍ଷ ପରେ ତାରା ସିଂ ଭୂମିକାରେ ସନ୍ନି ଦେଓଲ !

” ହିନ୍ଦୁସ୍ତାନ ଜିନ୍ଦାବାଦ୍ ହେ…..ଜିନ୍ଦାବାଦ୍ ଥା… ଓର୍ ଜିନ୍ଦାବାଦ୍ ରେହେଗା !”- ଏହି ଡାଏଲଗ୍ ଟିକୁ କିଏ ବା ମନେ ନରଖିଛି । ପ୍ରତ୍ୟେକଟି ହିଟ୍ ମୁଭି ଭିତରେ ଗଦର ମୁଭିର ଏକ ସ୍ୱତନ୍ତ୍ର ପରିଚୟ ଅଛି ।

କୌଣସି ଏମିତି ବ୍ୟକ୍ତି ନାହାଁନ୍ତି ଯିଏ ‘ଗଦର ୨’ ଦେଖିବା ପାଇଁ ନିଜର ଉତ୍ସାହ ପ୍ରକାଶ କରୁନଥିବ । ପ୍ରଥମ ଲୁକ୍ ହିଁ ସମସ୍ତଙ୍କୁ ପାଗଳ କରିଦେଇଛି । ପୋଷ୍ଟରରେ ସନ୍ନି ଦେଓଲ କ୍ରୋଧରେ ତାଙ୍କ ହାତରେ ହାତୁଡ଼ି ଧରିଥିବାର ନଜର ଆସିଛନ୍ତି ।

 ‘ଗଦର ଏକ ପ୍ରେମ କଥା’ ର ସଫଳତା ପରେ ସନ୍ନି ଦେଓଲ ‘ ଗଦର ୨ ‘ସହିତ ତାଙ୍କ ଫ୍ୟାନ୍ ମାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ଜି ଷ୍ଟୁଡିଓର ସିଇଓ ଶାରିକ୍ ପଟେଲ ଫିଲ୍ମ ବିଷୟରେ ସୂଚନା ଦେଇ କହିଛନ୍ତି, ଯେ ‘ଗଦର – ଏକ ପ୍ରେମ କଥା’ର ଟିମ୍ ୨୨ ବର୍ଷ ପରେ ଫେରି ଆସିଛି ।

ଫିଲ୍ମର ସୁଟିଂ ଶେଷ ହୋଇଛି । ବର୍ତ୍ତମାନ ଏହା ରିଲିଜ୍ ପାଇଁ ଅପେକ୍ଷାରେ ଅଛି । ପୋଷ୍ଟରରେ ଲେଖାଯାଇଥିବା ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ଫିଲ୍ମର ମୁଖ୍ୟ ଆକର୍ଷଣ ପାଲିଟିଛି । ‘ଗଦର ୨’ର ପୋଷ୍ଟରରେ ପୂର୍ବପରି ସନ୍ନି ଦେଓଲଙ୍କ ଆଖିରେ ସମାନ ଅଗ୍ନି ଦୃଶ୍ୟମାନ ହୋଇଛି । ଯାହାକି ‘ଗଦର’ ମୁଭିରେ ସନ୍ନି ଦେଓଲଙ୍କ  ଭୂମିକା ଥିଲା ।  ଦୁଇ ଦଂଶନ୍ଧି ତଳେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରଟି ଦର୍ଶନଙ୍କ ମନରେ ଏକ ଅଭୁଲା ଛାପ ଛାଡ଼ିବାରେ ସମର୍ଥ ହୋଇଥିଲା । ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଫେରୁଛି ‘ଗଦର୍‌’ । କିନ୍ତୁ ଏକ ଅନ୍ୟ ରୂପରେ । ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାଧାରଣନ୍ତ୍ର ଦିବସରେ ପ୍ରକାଶ ପାଇଛି । ସୂଚନା ଅନୁସାରେ ‘ଗଦର ୨’ ଚଳିତ ବର୍ଷ ଅଗଷ୍ଟ ୧୧ ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା । ସେ ଦାବି କରିଛନ୍ତି ଯେ “ଗଦର: ଏକ ପ୍ରେମ କଥା” ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ପୂର୍ବ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଥିଲା ।

ତେବେ ‘ଗଦର ୨’ କୁ ନେଇ ଫ୍ୟାନ୍ ମାନଙ୍କ ମନରେ ଉଠୁଥିବା କେତୋଟି ପ୍ରଶ୍ନ –

1.ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମା ୨୦୦୧ ରେ ଗଦର ଚଳଚ୍ଚିତ୍ରର ଭୂମିକାକୁ ‘ଗଦର ୨’ ରେ ପୁନଶ୍ଟ ଦୋହରାଇବା କୁ ଯାଉଛନ୍ତି କି ?

ଉତ୍ତର- ହଁ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମା ଯଥାକ୍ରମେ ସାଖିନା ଏବଂ ଜିତେଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।

2.ଗଦର ୨ କେବେ ରିଲିଜ୍ ହେବ ?

ଉତ୍ତର- ‘ଗଦର ୨’ ଅଗଷ୍ଟ ୧୧, ୨୦୨୩ ରେ ରିଲିଜ ହେବାକୁ ଯାଉଛି ।

 

View this post on Instagram

 

A post shared by Sunny Deol (@iamsunnydeol)

 ବଲିଉଡ ହଙ୍ଗାମାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସନି ଦେଓଲ ଫିଲ୍ମ ବିଷୟରେ କହିଥଲେ ଯେ,  ‘ଗଦର – ଏକ ପ୍ରେମ କଥା’ ବ୍ୟକ୍ତିଗତ ତଥା ବୃତ୍ତିଗତ ଭାବରେ ମୋ ଜୀବନର ଏକ ପ୍ରମୁଖ ଅଂଶ ହୋଇସାରିଛି ।

ତେବେ ଜି ଷ୍ଟୁଡିଓ ପ୍ରଡକ୍ସନ୍ ରେ ନିର୍ମିତ ‘ଗଦର ୨’ ଅଗଷ୍ଟ ୧୧, ୨୦୨୩ ରେ ରିଲିଜ ହେବାକୁ ଯାଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )