Wednesday 24th April 2024
ଅବ୍ ରୁଲ୍ ହୋଗା ପୁଷ୍ପା କା ! ରିଲିଜ୍ ହୋଇଛି ପୁଷ୍ପା-୨ ର ଟ୍ରେଲର !

ଅବ୍ ରୁଲ୍ ହୋଗା ପୁଷ୍ପା କା ! ରିଲିଜ୍ ହୋଇଛି ପୁଷ୍ପା-୨ ର ଟ୍ରେଲର !

ଅନେକ ଫିଲ୍ମ ଆସେ , ଅନେକ ଫିଲ୍ମ ଯାଏ । କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯାହାକୁ ଦର୍ଶକ ଅପେକ୍ଷା କରି ରହିଥାନ୍ତି । କାରଣ ସେହି ଫିଲ୍ମଟି ଆସିଲେ ଫିଲ୍ମ ହଲ ରେ ଧମାଲ ହୋଇଥାଏ । କରତାଳି ଏବଂ ସିଟିରେ ଫିଲ୍ମ ହଲଟି ଫାଟି ପଡେ । ବର୍ତ୍ତମାନ ସମୟରେ ସାଉଥ୍ ଫିଲ୍ମ ର କ୍ରେଜ୍ ଚାଲିଛି । ସାଉଥ୍ ଫିଲ୍ମ ଗୁଡିକରେ ଭାରତ ର ସଂସୃତି ର ବାସ୍ନା ଥାଏ । ଏହି ଫିଲ୍ମ ଗୁଡିକ ସାଧାରଣତ ଭାରତୀୟ ଲୋକେସନ୍ ରେ ସୁଟ୍ କରାଯାଏ । ଫିଲ୍ମ ହେଉଛି ମନୋରଞ୍ଜନ ର ଏକ ମାଧ୍ୟମ । କିଛି ଫିଲ୍ମ ଏଭଲି ଅଛି ଯାହାକୁ ଦର୍ଶକ ଫିଲ୍ମ ଆକାରରେ ଗ୍ରହଣ କରିନଥାନ୍ତି ବରଂ ସେହି ଫିଲ୍ମ ଗୁଡିକୁ ଦର୍ଶକ ବ୍ୟକ୍ତିଗତ ସ୍ତରରେ ମନରେ ରଖନ୍ତି । ଗୋଟିଏ ପ୍ରକାରର ଇମୋସନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେତେବେଳେ ଯେଉଁଠି ଦେଖିବେ ସେହି ଫିଲ୍ମ ର ଟ୍ୟୁନ୍ ହେଉ କିମ୍ବା ବିଜିଏମ୍ ( ବେକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ) ଦର୍ଶକ ମାନଙ୍କ ମୁହଁରେ ଗୁଣୁ ଗୁଣୁ ହୋଇଥାଏ । ଯେମିତିକି “ଝୁକେଗା ନେହି ସାଲା “” ପୁଷ୍ପା-୨ ” କୁ ନେଇ ରଶ୍ମିକା ମନ୍ଦନା ଟୁଇଟ୍ କରିଛନ୍ତି । ଏହାପରେ ସୋସିଆଲ୍ ମିଡିଆ ରେ ଅଲ୍ଲୁ ଅର୍ଜୁନ୍ ଙ୍କ ନୁଆଁ ଅବତାର କୁ ନେଇ ସବୁଆଡେ ଚର୍ଚ୍ଚା ।

 ପୁଷ୍ପା ଫିଲ୍ମ ବିଷୟରେ ଯେତେ କହିଲେ ବି କମ୍ । କାହିଁକିନା ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ପୁଷ୍ପା ପାନ୍ ଇଣ୍ଡିଆ ସ୍ତରରେ ଅନେକ ଚର୍ଚ୍ଚା ସାଉଁଟିଥିଲା । ଫିଲ୍ମଟି ସୁପର ଡୁପର ହିଟ୍ ହୋଇଥିଲା ବକ୍ସ ଅଫିସ୍ ରେ । ସେହି ଷ୍ଟାଇଲ୍ ରେ କିଏ ନିଜ ହେୟାର କଟ୍ କଲାଣି ତ ପୁଣି କିଏ ସେହି ଷ୍ଟାଇଲ୍ ରେ ଡ୍ରେସ୍ ପିନ୍ଧିଲାଣି । ତେବେ ନିକଟରେ ରିଲିଜି  ହୋଇଥିବା ଫିଲ୍ କେଜିଏଫ୍ ରେ ବିଜିଏମ୍ ( ବେକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ) ଏବେ ବି ଦର୍ଶକ ମାନଙ୍କ ମୁହଁରେ ଅଛି । ଦୁଇଟି ଯାକ ସାଉଥ୍ ଫିଲ୍ମ କିନ୍ତୁ ଦୁଇଟି ର ଷ୍ଟୋରି ଲାଇନ୍ ଭିନ୍ନ ଭିନ୍ନ । କାନ୍ତାରା ଫିଲ୍ମ ମଧ୍ୟ ସୁପର ଡୁପର ହିଟ୍ ହୋଇଥିଲା । କେଜିଏଫ୍ ଫିଲ୍ମରେ ଦର୍ଶକ ରକି ଭାଇ ର ପ୍ରତ୍ୟେକଟି ଷ୍ଟାଇଲ୍ ଏବଂ ଫିଲ୍ମର ପ୍ରତ୍ୟେକଟି ସିନ୍ ରେ ଝୁମି ଉଠିଥାନ୍ତି । ସେହିପରି ପୁଷ୍ପା ଫିଲ୍ମରେ ମଧ୍ୟ ପୁଷ୍ପା କ୍ଯାରେକ୍ଟର କୁ ଖୁବ୍ ପ୍ରଶଂସା କରିଥିଲେ ଦର୍ଶକ । ପୁଷ୍ପା ଫିଲ୍ମରେ ନା ଥିଲା ସହର ର ଚାକଚକ୍ୟ ନା ଥିଲା ଗ୍ଲାମର ଦୁନିଆର ଦୃଶ୍ଯ । ଗାଁ ର ଦୃଶ୍ୟ ଥିଲା ସତ କିନ୍ତୁ ଷ୍ଟୋରି ଲାଇନ୍ ପାଇଁ ଫିଲ୍ମଟି ଦର୍ଶକ ମାନଙ୍କର ମନ ମୋହିଥିଲା । ପୁଷ୍ପା ପରି ଫିଲ୍ମ ଗୁଡିକ ଫିଲ୍ମର ଡେଫିନେସନ କୁ ବଦଳାଇ ଦେଇଥାଏ । କାହିଁକିନା ଏହି ଫିଲ୍ମ ଗୁଡିକ ର କାହାଣୀ ଏଭଳି ଢଙ୍ଗରେ ସିନେମା ପରଦାରେ ଚିତ୍ରଣ କରାଯାଇଥାଏ ଯେ ଦର୍ଶକ ମାନେ ରିଲ୍ ଲାଇଫ୍ କୁ ରିଏଲ୍ ଦୁନିଆ ବୋଲି ଭାବି ନେଇଥାନ୍ତି । ତେବେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ” ପୁଷ୍ପା-୨” ର ଟ୍ରେଲର । ଏହି ଟ୍ରେଲରଟିକୁ ଗୋଟିଏ ଘଣ୍ଟା ମଧ୍ୟରେ ପାଖାପାଖି ୨୦ ଲକ୍ଷ ଲୋକ ଦେଖିସାରିଲେଣି । ଟ୍ରେଲର ରେ ରହିଛି କେବଳ ପୁଷ୍ପା ରାଜ୍ ।

ଟ୍ରେଲରରେ ଦେଖାଯାଉଛି ଯେ ପୁଷ୍ପା କୌଣସି ସ୍ଥାନରେ ନିଖୋଜ ଅଛନ୍ତି । ସହର ର ସବୁଆଡେ ଜୋରଦାର ବିରୋଧ ଚାଲିଛି। ପୋଲିସ ଲାଠି ଚାର୍ଜ ମଧ୍ୟ କରୁଛି । ତା ସହ ହାଇ-ହାଇ ସ୍ଲୋଗାନ ଦିଆଯାଉଛି ଏବଂ ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।  ଏହା ସହିତ ଏକ ପ୍ରଶ୍ନ ଆସୁଛି ଯେ ‘ପୁଷ୍ପା କେଉଁଠାରେ? ‘ ଠିକ୍ ଏତିକି ବେଳେ ଭିଡିଓ ରେ ପୁଷ୍ପା ବାଘ ର ସାମ୍ନା କରି ଆସି କହୁଛନ୍ତି ଯେ – “ ଅଗର ଜଙ୍ଗଲ୍ ମେ କୋଇ ଜାନବର ଦୋ କଦମ୍ ପିଛେ ଲେ ତୋ ସମ୍ ଝୋ ସେର୍ ଆୟା ହେ । ଲେକିନ୍ ଜବ୍ ସେର୍ ହି ଦୋ କଦମ୍ ପିଛେ ଲେ , ତୋ ସମ୍ ଝୋ ପୁଷ୍ପା ଆୟା ହେ । ”  ଭିଡିଓ ଶେଷରେ ପୁଷ୍ପାଙ୍କ ନାମ ଦେଖିବାକୁ ମିଳୁଛି । ଶେଷରେ ପୁଷ୍ପା ନିଜେ କହୁଛି , ଅବ୍ ରୁଲ୍ ପୁଷ୍ପା କା …

Where is Pushpa? Pushpa 2-The Rule trailer released

ତେବେ ପାନ୍ ଇଣ୍ଡିଆ ସ୍ତରରେ ଫିଲ୍ମଟି ସୁପର ଡୁପର ହିଟ୍ ହେବ ବୋଲି ଫିଲ୍ମ କ୍ରିଟିକ୍ସ ମାନେ ମତ ଦେଉଛନ୍ତି । ଅଲ୍ଲୁ ଅର୍ଜୁନ୍ ବକ୍ସ ଅଫିସ୍ ରେ କିପରି ରୁଲ୍ କରିବେ ଏବଂ ଫିଲ୍ମ ଟି ସିନେମା ପରଦାରେ କିପରି ଧମାଲ କରିବ ତାହା ଫିଲ୍ମଟିର ରିଲିଜ୍ ପରେ ଜଣା ପଡିବ । ପୁଷ୍ପା-୨ ର ଟ୍ରେଲର ଦେଖି ଦର୍ଶକ ଫିଲ୍ମ ର ରିଲିଜ୍ କୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଉତ୍ସାହ ପ୍ରକାଶ କରୁଛନ୍ତି ।

 

 

 

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ

CATEGORIES
TAGS
Share This

COMMENTS

Wordpress (0)
Disqus (0 )