Friday 19th April 2024
ଖୁବ୍ ଶୀଘ୍ର ସିନେମା ପରଦାରେ ଆକ୍ସନ୍ ମୋଡ୍ ରେ ଆସିବେ ବଲିଉଡ୍ ର କିଙ୍ଗ୍ ଖାନ୍ ! ଜୁନ୍ ମାସରେ ରିଲିଜ୍ ହେବ ଶାରୁଖାନ୍ ଙ୍କ ଅଭିନୀତ ଫିଲ୍ମ ଜଓ୍ୱାନ୍ !

ଖୁବ୍ ଶୀଘ୍ର ସିନେମା ପରଦାରେ ଆକ୍ସନ୍ ମୋଡ୍ ରେ ଆସିବେ ବଲିଉଡ୍ ର କିଙ୍ଗ୍ ଖାନ୍ ! ଜୁନ୍ ମାସରେ ରିଲିଜ୍ ହେବ ଶାରୁଖାନ୍ ଙ୍କ ଅଭିନୀତ ଫିଲ୍ମ ଜଓ୍ୱାନ୍ !

ରୋମାନ୍ସ ହେଉ କିମ୍ବା ଆକ୍ସନ୍ , ସବୁଥିରେ ଫିଟ୍ ଆସନ୍ତି ବଲିଉଡ୍ ର କିଙ୍ଗ୍ ଖାନ୍ । ବଲିଉଡ୍ ର ବାଦ୍‌ଶା କହିଲେ ଦର୍ଶକ କିଙ୍ଗ୍ ଖାନ୍  ଶାରୁଖାନ୍ ଙ୍କୁ ବୁଝନ୍ତି । ୧୯୯୭ ରେ ରିଲିଜ୍ ହୋଇଥିବା ” ଦିଲ୍ ତୋ ପାଗଲ୍ ହେ ” ର ରାହୁଲ୍ ହେଉ କିମ୍ବା ” ଚେନ୍ନାଇ ଏକ୍ସପ୍ରେସ ” ର ରାହୁଲ୍ ସବୁଥିରେ ଫିଟ୍ ଆସନ୍ତି ଶାରୁଖାନ୍ । ତାଙ୍କ ପ୍ରତ୍ୟେକଟି ଫିଲ୍ମରେ କିଛି ନା କିଛି ନୁଆଁ ଷ୍ଟାଇଲ୍ ଥାଏ । ତେଣୁ ତାଙ୍କ ନିଖୁଣ ଅଭିନୟରେ ଥାଏ ସତ ସତିକା ଇମୋସନ୍ । କେତେବେଳେ  ଦେବଦାସ୍ ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କ ଆଖିରୁ ଲୁହ ଗଡାଇଛନ୍ତି ତ ପୁଣି କେତେବେଳେ ” ଦିଲଓ୍ୱାଲେ ” ଫିଲ୍ମରେ ଅଭିନୟ କରି କମେଡି ସହ ଆକ୍ସନରେ ଦର୍ଶକମାନଙ୍କୁ ଦିଓ୍ୱାନା କରିଛନ୍ତି କିଙ୍ଗ୍ ଖାନ୍ । ଶାରୁଖାନ୍ ଙ୍କ ଫ୍ୟାନ୍ କେବଳ ଭାରତରେ ନୁହଁନ୍ତି ବରଂ ଦେଶ ବିଦେଶରେ ଅଛନ୍ତି । ଭିନ୍ନ ଭିନ୍ନ ଚରିତ୍ରରେ ଆକର୍ଷଣୀୟ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ କ୍ରିଏଟ୍ କରିଛନ୍ତି ଶାରୁଖାନ୍ । ” ପଠାନ୍ ” ପରେ ଏବେ ଶାରୁଖାନ୍ ଙ୍କୁ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ” ଜଓ୍ୱାନ୍ ” ଫିଲ୍ମରେ । ଆଜିକୁ ୧୦ ମାସ ତଳେ “ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ୍” ର ୟୁଟୁବ୍ ଚ୍ୟାନେଲ୍ ରେ ଟାଇଟେଲ୍ ଆନାଉନ୍ସମେଣ୍ଟ୍ କରାଯାଇଥିଲା । ଏହି ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪ କୋଟି ଲୋକ ଦେଖିସାରିଲେଣି । 

ମନୋରଞ୍ଜନ ଦୁନିଆର ବାଦଶା ହେଲେ ଶାରୁଖାନ୍ । କେବେ ରୋମାନ୍ସ ତ ପୁଣି କେବେ ଦମଦାର ଆକ୍ସନ୍ ପାଇଁ ଚର୍ଚ୍ଚା ସାଉଁଟିଥାନ୍ତି କିଙ୍ଗ୍ ଖାନ୍ । ଶାରୁଖାନ୍ ଙ୍କ ଅଭିନୀତ ଫିଲ୍ମ ” ଜଓ୍ୱାନ୍ ” ରେ ପରଦା ଉପରକୁ ଆସିବେ ସାଉଥ୍ ଫିଲ୍ମ ର ବିୟୁଟି ନୟନତାରା । ବର୍ତ୍ତମାନ ଅନେକଗୁଡିଏ ଫିଲ୍ମରେ ନୟନତାରା ତାଙ୍କ ଅଭିନୟ ର ଜଲଓ୍ୱା ଦେଖାଇସାରିଛନ୍ତି । ନିଜ ରୂପ ଏବଂ ସୁଇଟ୍ ସିମ୍ପଲ ଲୁକ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ନୟନତାରା । ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଶାରୁଖାନ୍ ଙ୍କ ବକ୍ସ ଅଫିସ୍ କଲେକସନ୍ ଭଲ ରହିଛି । ନିକଟରେ ” ପଠାନ ” ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ବକ୍ସ ଅଫିସ୍ ର ସୂଚନା ଅନୁସାରେ ୧,୦୫୦ କୋଟି ଟଙ୍କା ଆୟ କରିସାରିଲାଣି ଫିଲ୍ମ ” ପଠାନ୍ ” । ଦର୍ଶକଙ୍କୁ ଜବରଦସ୍ତ ଆକ୍ସନ୍ ସାଙ୍ଗକୁ ଥ୍ରୀଲିଂ ଏକ୍ସପେରିଏନ୍ସ ଦେଇଥିଲା ଏହି ଫିଲ୍ମ । ତେବେ ଫିଲ୍ମ ” ଜଓ୍ୱାନ୍ ” ରେ କିଛି ଅଲଗା ଢଙ୍ଗରେ ନଜର ଆସୁଛନ୍ତି ଶାରୁଖାନ୍ ।

 ଆସନ୍ତା ଜୁନ୍ ୨ ତାରିଖରେ ୫ ଟି ଭାଷାରେ ରିଲିଜ୍ ହେବ ଫିଲ୍ମ ” ଜଓ୍ୱାନ “।  ଏହା ଏକ ପାନ୍ ଇଣ୍ଡିଆ ଫିଲ୍ମ । ସୂଚନା ମୁତାବକ ଏହା ଏକ ବିଗ୍ ବଜେଟ୍ ଫିଲ୍ମ । ଏହାର ବଜେଟ୍ ୨୦୦ ରୁ  ୩୦୦ କୋଟି ଟଙ୍କା ରଖାଯାଇଛି । ଅଟଲି ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପଥୀ, ନୟନଥାରା ଏବଂ  ସୁନୀଲ ଗ୍ରୋଭର ମଧ୍ୟ ଅଛନ୍ତି । ଏହି ବିଗ୍ ବଜେଟ୍ ଫିଲ୍ମରେ ଅନେକ ବଲିଉଡ୍ ତାରକା ଅଭିନୟ କରିଥିବାର ମଧ୍ୟ କଥା ଉଠୁଛି । ତେବେ ଅଟଲି ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ସେଥୁପଥୀ  ୨୧ କୋଟି ଟଙ୍କା ର ଫି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ସିନେକ୍ରିଟିକ୍ସ ମାନଙ୍କ ମତରେ ଏହି ଫିଲ୍ମର ଆକ୍ସନ୍ ସିନ୍ ଏବଂ ସୁଟିଂ ସେଟ୍ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ତେଣୁ ବିଗ୍ ବଜେଟ୍ ଫିଲ୍ମ ” ଜଓ୍ୱାନ୍ ” ସିନେଦର୍ଶକଙ୍କ ଉତ୍କଣ୍ଠା ବଢାଇଦେଇଛି । ବର୍ତ୍ତମାନ ସମୟରେ ଦର୍ଶକ ମାନଙ୍କ ମଧ୍ୟରେ ଆକ୍ସନ୍ ଥ୍ରୀଲର ଫିଲ୍ମ ଏକ ସଉକ ବା ଆକର୍ଷଣ ର ବିଷୟବସ୍ତୁ ପାଲଟିଛି ।

Shah Rukh Khan's upcoming action thriller film Jawan

ଫିଲ୍ମ ” ପଠାନ୍ ” ରେ ଶାରୁଖାନ୍ କମାଲ୍ କରିସାରିବା ପରେ ” ଜଓ୍ୱାନ୍ ” ରେ କଣ ଧମାଲ୍ କରୁଛନ୍ତି ତାହା ଦେଖିବା ପାଇଁ ସିନେମା ପ୍ରେମୀ ତଥା ଶାରୁଖାନ୍ ଙ୍କ ଫ୍ଯାନ୍ ମାନେ ଆସନ୍ତା ଜୁନ୍ ୨ ତାରିଖକୁ ଅପେକ୍ଷା କରିଛନ୍ତି । ତେବେ ବକ୍ସ ଅଫିସ୍ ରେ ଫିଲ୍ମର କେତେ ପ୍ରଭାବ ରହିବ ତାହା ରିଲିଜ୍ ହେଲାପରେ ଜଣା ପଡିବ । କାରଣ ଖୁବ୍ ଶୀଘ୍ର ଫିଲ୍ମ ପରଦାରେ ଧୁମ୍ ମଚେଇବା ପାଇଁ ଅଜୟ ଦେବଗନ୍ ଙ୍କ ଅଭିନୀତ ଫିଲ୍ମ ” ଭୋଲା ” ଏବଂ ସଲମାନ୍ ଖାନ୍ ଙ୍କ ଅଭିନୀତ ଫିଲ୍ମ ” କିସିକା ଭାଇ କିସିକା ଜାନ୍ ” ଆସୁଛି । 

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )