Wednesday 24th April 2024
ବିଶ୍ୱର ଦ୍ୱିତୀୟ ଧନୀ ତଥା Celebrity entrepreneur Elon musk ଙ୍କ ସଫଳତାର କାହାଣୀ !

ବିଶ୍ୱର ଦ୍ୱିତୀୟ ଧନୀ ତଥା Celebrity entrepreneur Elon musk ଙ୍କ ସଫଳତାର କାହାଣୀ !

ଦିନେ Elon musk ଥିଲେ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ଏବଂ ବର୍ତ୍ତମାନ ବିଶ୍ୱର ଧନୀ ବ୍ୟକ୍ତି ତାଲିକାରେ ତାଙ୍କର ସ୍ଥାନ ଦ୍ୱିତୀୟ ଅଛି । ୨୦୨୨ ମସିହାରେ ତାଙ୍କର ମୋଟ ସମ୍ପତ୍ତି ୧୧୦ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ଏବେ ତାଙ୍କର ସମ୍ପତ୍ତି ୧୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।  ବିଗତ ଦିନଗୁଡିକରେ ବିଭିନ୍ନ କାରଣ ପାଇଁ ମସ୍କ ବେଶ୍‌ ଚର୍ଚ୍ଚାରେ ରହି ଆସିଛନ୍ତି । Entrepreneur ହୋଇ ମଧ୍ୟ ତାଙ୍କର ବିଜ୍ଞାନ ପ୍ରତି ବିଶେଷ ଆକର୍ଷଣ ଅଛି । ତାଙ୍କ କମ୍ପାନୀ ୪ ମହାକାଶଚାରୀଙ୍କୁ ମହାକାଶକୁ ପଠେଇସାରିଛି ।

Elon musk କେବଳ ଗୋଟିଏ ନାଁ ନୁହେଁ, ଏକ ବ୍ରାଣ୍ଡ । Instagram , Facebook , YouTube  ଏବଂ WhatsApp Status ସବୁଥିରେ ଚର୍ଚ୍ଚାରେ ଆସନ୍ତି Elon musk । Elon musk ତାଙ୍କ କାମ ତଥା ଚିନ୍ତାଧାରା ପାଇଁ ଜଣାଶୁଣା । ଭବିଷ୍ୟତ ର ମଣିଷଟିଏ ହେଉଛନ୍ତି  Elon musk । କେତେବେଳେ ନୁଆଁ ନୁଆଁ ଉଦ୍ଭାବନ ପାଇଁ ତ କେତେବେଳେ ତାଙ୍କ ଭବିଷ୍ୟତ ର କଳ୍ପନା ପାଇଁ ଚର୍ଚ୍ଚାରେ ରହନ୍ତି Elon musk । ବହୁତ ବଡ ବଡ entrepreneur ଏବଂ business person ଅଛନ୍ତି କିନ୍ତୁ କିଛି ନୁଆଁ ସ୍ୱପ୍ନ ଦେଖିବାର ସାହାସ କେବଳ Elon musk ହିଁ କରିଥାଆନ୍ତି । ସ୍ୱପ୍ନ ପାଇଁ ଦିନରାତି ସଂଘର୍ଷ କରି ସ୍ୱପ୍ନ ଟିକୁ ସତ କରିବା ର କଳା ଅଛି Elon musk ଙ୍କ ପାଖରେ ।

ଯୁବପୀଢି ଙ୍କ ଆଖିରେ Elon musk ହେଉଛନ୍ତି ସ୍ୱପ୍ନର ସୌଦାଗର । Mars mission , SpaceX Mars program , electric vehicle (EV) ପାଇଁ ହେଉ କିମ୍ବା କିଛି ନୁଆଁ Inovation ପାଇଁ ସବୁବେଳେ ଆଗରେ ରହିଥାନ୍ତି Elon musk ।

ବର୍ତ୍ତମାନ Elon musk ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା । ସେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ ଏବଂ ପେନସିଲଭାନିଆ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରିବା ପୂର୍ବରୁ କାନାଡାର ଏକ ବିଶ୍ୱବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନ ଏବଂ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । Stanford University ରେ ପଦାର୍ଥ ବିଜ୍ଞାନ ରେ ନାମ ଲେଖାଇବାର ଦୁଇ ଦିନ ପରେ, Elon musk ସର୍ବପ୍ରଥମ ଅନଲାଇନ୍ ନେଭିଗେସନ୍ ସେବା ମଧ୍ୟରୁ Zip2 ଲଞ୍ଚ କରିବାକୁ ସ୍ଥଗିତ ରଖିଥିଲେ । ପରେ ସେ ଏହି ଷ୍ଟାର୍ଟଅପରୁ ଯାହା ଆୟକରିଥିଲେ, ସେହି ସେୟାର ର ଅଂଶକୁ ପୁଣିଥରେ X.com ଆରମ୍ଭକରିଥିଲେ । ପରେ ପୁଣି ଅନଲାଇନ୍ ପେମେଣ୍ଟ ସିଷ୍ଟମ (EBAY) କୁ ବିକ୍ରି ହୋଇଥିଲା ଏବଂ ଶେଷରେ ପେପାଲ ହୋଲଡିଂ (PYPL) ହୋଇଗଲା ।

୨୦୦୪ ରେ, Elon musk ଟେସଲା ମୋଟର୍ସ (ଟେସଲା) ର ଏକ ପ୍ରମୁଖ ପାଣ୍ଠି ପ୍ରଦାନକାରୀ ହୋଇଗଲେ । ପରେ ଇଲେକ୍ଟ୍ରିକ୍ ଯାନ କମ୍ପାନୀର CEO ଭାବରେ ତାଙ୍କର ପଦୋନ୍ନତି ହୋଇଥିଲା । ୨୦୧୬ ରେ ସୋଲାରସିଟି ରେ ମଧ୍ୟ ପୁଞ୍ଜୀ ନିବେଶ କରିଥିଲେ Elon musk ।

୨୦୨୦ ରେ, Tesla ଅଂଶ ର ଧନ ୭୪୦% ବୃଦ୍ଧି ପାଇ Elon musk କୁ ଧନୀ ମାନ୍ୟତା ପ୍ରଦାନ କରିଥିଲା । ଡିସେମ୍ବର ୨୦୨୦ ରେ, Tesla S & P ୫୦୦ ରେ ଯୋଗ ଦେଇ ସର୍ବବୃହତ କମ୍ପାନୀ ଭାବରେ କମ୍ପାନୀ କୁ ଠିଆ କଲେ । ଜାନୁୟାରୀ ୨୦୨୧ ରେ, Elon musk ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି ।

ସେ ସ୍ପେସ୍ ଏକ୍ସ ପ୍ରତିଷ୍ଠା କରି ବେଶ୍ ଜଣାଶୁଣା ହୋଇଥିବାବେଳେ ସେହି ସମୟରେ ତାଙ୍କର ଅନ୍ୟ ଏକ କମ୍ପାନୀ Tesla ମୋଟର୍ସର କାର୍ଯ୍ୟକାରିତା ପରିଚାଳନା କରୁଥିଲେ । ସେ ଏକାଧିକ କାମ କାମକୁ ସୁପରିଚାଳନା କରିବାରେ ପାରଙ୍ଗମ । Elon musk ଙ୍କ ପିଲାଦିନ ଥିଲା ସଂଘର୍ଷମୟ । ତଥାପି ତାଙ୍କର ନିରନ୍ତର ପ୍ରୟାସ ତାଙ୍କୁ ସଫଳ କରିଥିଲା । ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । 

Elon musk ୨୮ ଜୁନ୍ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ । ସେ ଦକ୍ଷିଣ ଆଫ୍ରିକାର ତିନୋଟି ରାଜଧାନୀ ସହର ମଧ୍ୟରୁ Pretoria ରେ ଜନ୍ମଗ୍ରହଣ କରିଥିଲେ । ସେ ତିନି ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ ଥିଲେ । Elon musk ଙ୍କ ପିତା Errol Musk ଜଣେ ସଫଳ ଇଞ୍ଜିନିୟର ହୋଇଥିବାବେଳେ ତାଙ୍କ ମା Maye Musk ଜଣେ ମଡେଲ୍ ତଥା nutritionist ଥିଲେ । ତାଙ୍କ ଭାଇ Kimbal Musk ଜଣେ ପରିବେଶବିତ୍ ତଥା ଉଦ୍ୟୋଗୀ ପୁଞ୍ଜିପତି । Elon musk ଙ୍କ ଭଉଣୀ Tosca Musk ଜଣେ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା ।

Elon musk ଙ୍କ ୧୦ ବର୍ଷ ବୟସ ବେଳକୁ ତାଙ୍କ ପିତାମାତା ଛାଡପତ୍ର ହୋଇଥିଲା । Elon musk ଛୋଟ ବେଳୁ ଦୃଢ ବିଶ୍ୱାସୀ ଛାତ୍ରଥିଲେ । ଯାହାକି ତାଙ୍କୁ ବର୍ତ୍ତମାନ ସମୟରେ ଏକ ବିଶିଷ୍ଟ ତାରକା ବ୍ୟକ୍ତି ବନାଇଛି ।

Elon musk ଅନେକ ବ୍ୟବସାୟରେ ତାଙ୍କ ହାତ ବଢାଇ, ସେମାନଙ୍କୁ ସଫଳତା ଆଡକୁ ଆଗେଇ ନେଇଥିଲେ । ଯେପରିକି –

  • Zip2 –

୧୯୯୫ ମସିହାରେ, Elon musk ଏବଂ ତାଙ୍କ ସାନଭାଇ Kimbal Musk Zip2 ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ ।  ୧୯୯୯ ରେ, କମ୍ପାକର ଆଲଟା ଭିସ୍ତା ୩୪୦ ନିୟୁତ ଡଲାରରେ Zip2 ହାସଲ କରିଥିଲା । ତେଣୁ Elon musk ଏହାକୁ ଛାଡି X.com ଆରମ୍ଭ କରିଥିଲେ ।

  • X.com –

X.com ୧୯୯୯ ରେ ଗୋଟିଏ online bank ଥିଲା,  ଯାହାକି Elon musk ଆରମ୍ଭ କରିଥିଲେ । ୨୦୦୦ ମସିହାରେ, X.com Palo Alto ରେ ଅବସ୍ଥିତ ଏକ ପ୍ରତିଯୋଗୀ ସଫ୍ଟୱେର୍ କମ୍ପାନୀ Confinity Inc ସହିତ ମିଶିଯାଇଥିଲା । ଏହି କମ୍ପାନୀ ର ସହଜ ଦେୟ ବ୍ୟବସ୍ଥା ହେତୁ Elon musk Confinity Inc ପ୍ରତି ଆକର୍ଷିତ ହୋଇଥିଲେ । କମ୍ପାନୀ ମିଶ୍ରଣପରେ ଏହାର ନାମ PayPal ଦିଆଯାଇଥିଲା । eBay ୨୦୦୨ମସିହାରେ  ରେ ୧.୫ ବିଲିୟନ ଡ଼ଲାରରେ PayPal କୁ କିଣିଥିଲା । ୨୦୧୫ ମସିହାରେ, PayPal ଏକ ସ୍ୱତନ୍ତ୍ର କମ୍ପାନୀ ରୂପରେ ଠିଆହୋଇଥିଲା । ଯେଉଁଥିପାଇଁ Elon musk ଙ୍କୁ entrepreneur ଭାବରେ ମିଳିଥିଲା ଏକ ସ୍ୱତନ୍ତ୍ର ପରିଚୟ ।

  • PayPal – 

 

Confinity Inc ଏବଂ X.com ମିଶ୍ରଣ ହେଲାପରେ PayPal ର ଜନ୍ମ ହେଇଥିଲା । ଅନଲାଇନ୍ ପେମେଣ୍ଟ୍ କରିବା ପାଇଁ PayPal ହେଉଛି ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ । Elon musk PayPal ରେ ଥିବା ସମୟରେ, ବ୍ୟବହାର ହେଉଥିବା ଅପରେଟିଂ ସିଷ୍ଟମ ବିଷୟରେ CTO, Max Lechin, ନିକଟରେ ନିଜର idea ଦେଇଥିଲେ । କୌଣସି କାରଣ ରୁ CEO ଥିବା Elon musk ଙ୍କୁ କମ୍ପାନୀରୁ ବହିଷ୍କାର କରାଯାଇଥିଲା । ପରେ, PayPal କୁ e-bay ୧.୫ ବିଲିୟନ ଡଲାରରେ କିଣାଥିଲା ।

  • Tesla Motors –

PayPal ରୁ Elon musk ଙ୍କୁ ବହିଷ୍କାର କରାଯିବା ପରେ ସେ ଭବିଷ୍ୟତର ବୈଦ୍ୟୁତିକ କାରଗୁଡ଼ିକର ସ୍ୱପ୍ନକୁ ଜୀବନ୍ତ କରିବାକୁ ଲାଗିଲେ । ସେ Tesla ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଯାଇ ୨୦୦୩ ରେ କମ୍ପାନୀ ଆରମ୍ଭ କରିଥିଲେ । Tesla Motors ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ , ଅଟୋମୋବାଇଲ ଶିଳ୍ପକୁ ଜାଳେଣୀ ଶକ୍ତି ବ୍ୟବହାରରୁ ସ୍ୱଚ୍ଛ ଏବଂ ସବୁଜ ଶକ୍ତିରେ ପରିବର୍ତ୍ତନ କରିବା ।

 Tesla Roadster, ହେଉଛି ପ୍ରଥମ ବୈଦ୍ୟୁତିକ କାର  ହିସାବରେ ଲଞ୍ଚ କରାଯାଇଥିଲା । ୨୦୦୭ ରେ, Tesla Motors ସହ-ପ୍ରତିଷ୍ଠାତା Eberhard, Elon musk ଙ୍କ ସହ ଅନେକ ମତଭେଦ ପରେ କମ୍ପାନୀ ରୁ ପଛଘୁଞ୍ଚା ଦେଇଥିଲେ । ତା’ପରେ  Elon musk ହେଇଥିଲେ CEO ଏବଂ ଉତ୍ପାଦନ ବଢାଇଥିଲେ । Tesla car ସବୁ ମାର୍କେଟରେ ଅନେକ ଚର୍ଚ୍ଚା ସାଉଁଟିଥିଲା ।

  • SpaceX –

ଏହା ଏକ ବେସରକାରୀ ମହାକାଶ ଗବେଷଣା ସଂସ୍ଥା । ଯାହାକି Space Exploration Technologies Corp. ନାଁ ରେ ପରିଚିତ । Tesla ପରିଚାଳନା କରୁଥିବାବେଳେ, Elon musk ଏକାସାଙ୍ଗରେ SpaceX ରେ  Falcon  reusable, two-stage rocket  ଉତକ୍ଷେପଣ କରିଥିଲେ ।

ଯାହା NASA  କରିପାରିନଥିଲା ତାହା ସିଏ ଅନେକ ଘାତ ପ୍ରତିଘାତ ର ସାମ୍ନାକରି ମିଶନ୍ କୁ ସଫଳ କରାଇଥିଲେ । ଅନେକ ଥର ବିଫଳତାର ସମ୍ମୁଖୀନ ହେବାକୁ ପଢିଛି, ତଥାପି ଦୃଢ ଇଚ୍ଛାଶକ୍ତି ବଳରେ Elon musk ସଫଳ ହେଇଛନ୍ତି । ପରେ ପରେ ତାଙ୍କ କମ୍ପାନୀ Space Exploration Technologies (Space-X) କୁ ମିଳିଛି high-profile contracts U.S Air Force ଏବଂ  NASA ଠାରୁ । ୨୦୨୫ ସୁଦ୍ଧା, NASA ସାହାଯ୍ୟରେ ଜଣେ ମହାକାଶଚାରୀ ଙ୍କୁ ମଙ୍ଗଳ ଗ୍ରହ ପଠାଇବାକୁ ଯୋଜନା କରିଛି  Space-X ।

Elon musk Pennsylvania ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ଏବଂ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । Elon musk ଏକ ପି.ଏଚ.ଡି. କୋର୍ସରେ Stanford University ରେ Applied Physics ରେ ରେଜିଷ୍ଟ୍ରେସନ୍ କରିଥିଲେ ।

 Elon musk ସଫଳତା ଅନେକ ଉଦ୍ୟୋଗୀ ଏବଂ ବ୍ୟବସାୟୀଙ୍କ ପାଇଁ ପ୍ରେରଣା ପାଲଟିଛି । Elon musk ସଫଳତାର କାହାଣୀରେ ଅନେକ ଚ୍ୟାଲେଞ୍ଜ ରହିଛି । ଅବଶ୍ୟ, ଏକ ସଫଳ ଫଳାଫଳ ପାଇବା ଏବଂ ସେ ଆରମ୍ଭ କରିଥିବା କମ୍ପାନୀ ପାଇଁ ତାଙ୍କର ଦୂରଦୃଷ୍ଟି ପୂରଣ କରିବା ପାଇଁ Elon musk ସର୍ବଦା ଉପାୟ ଖୋଜନ୍ତି ।

ବର୍ତ୍ତମାନ Elon musk ହେଉଛନ୍ତି Chief Executive Officer of Twitter । ତାଙ୍କୁ ରିଅଲ୍ ଲାଇଫ୍ ର ଆଇରନ୍ ମ୍ୟାନ୍ ବୋଲି ମଧ୍ୟ କୁହାଯାଏ ।

Elon musk ଙ୍କ ଠାରୁ କିଛି ଶିକ୍ଷିବା କଥା-

  • ନିଜର Passionକୁ ଅନୁସରଣ କର –

“People should pursue what they’re passionate about. That will make them happier than pretty much anything else.” — Elon Musk

  • ଜୀବନରେ ଆଗକୁ ବଢିବାକୁ ହେଲେ Risks ନେବାକୁ ପଡିବ –

“If something’s important enough, you should try. Even if – the probable outcome is failure.” — Elon Musk

 Brand ହୁଅନ୍ତୁ –

“A company is a group organized to create a product or service, and it is only as good as its people and how excited they are about creating. I do want to recognize a ton of super-talented people. I just happen to be the face of the companies.” – Elon Musk

CATEGORIES
TAGS
Share This

COMMENTS

Wordpress (0)
Disqus (0 )