Saturday 20th April 2024
୫୦ହଜାରରେ କରନ୍ତୁ  ଏହି ୫ଟି ଷ୍ଟାର୍ଟ ଅପ୍‌….

୫୦ହଜାରରେ କରନ୍ତୁ ଏହି ୫ଟି ଷ୍ଟାର୍ଟ ଅପ୍‌….

ଟଙ୍କା କମାଇ ସଫଳତା ପାଇବାର ସ୍ୱପ୍ନ ସମସ୍ତେ ଦେଖନ୍ତି । କିନ୍ତୁ ସ୍ୱପ୍ନ ଦେଖିବା ସହ ଯୋଜନା ବି ରହିବା ଦରକାର । ଯାହା ପାଖରେ ଭଲ ଯୋଜନା ତା ପାଖରେ ଭଲ ସୁଯୋଗ ରହିଥାଏ । ତେଣୁ ଆଜିକାଲି ଏହି ସୁଯୋଗକୁ ନେଇ ବହୁତ ଜଣ ଚାକିରୀ ଛାଡି ବିଜନେସ୍ କରୁଛନ୍ତି । ଏହାର ବଡ କାରଣ ହେଉଛି ଷ୍ଟାର୍ଟ-ଅପ୍ ଆଇଡିଆ । ଯଦି ଭଲ ଷ୍ଟାର୍ଟଅପ୍ କରିବାର ସୁଯୋଗ ମିଳେ ତାହାଲେ ଆଜିକାଲି ର ଯୁବପିଢି ଚାକିରୀ ନ କରି ନିଜ ସ୍ୱପ୍ନ ଅନୁସାରେ ବିଜନେସ୍ କରିବାକୁ ଚାହାନ୍ତି । ନିଜ ଇଚ୍ଛାର ମାଲିକ ହେବାକୁ ଚାହାନ୍ତି । କିନ୍ତୁ କିଛି ଲୋକ ଭାବନ୍ତି କି ବିଜନେସ୍ ମାନେ କୋଟି କୋଟି ଟଙ୍କାର ନିବେଶ । ସେଥିପାଇଁ ଅନେକ ଲୋକ ବିଜନେସ୍ ପାଇଁ ଭାବନ୍ତି ସତ କିନ୍ତୁ ତାକୁ ସତରେ କରିବାକୁ ପଛାନ୍ତି । ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ,କୋଟି କୋଟି ଟଙ୍କା ନୁହେଁ ବରଂ ହଜାର ହଜାର ଟଙ୍କାରେ ବି ଭଲ ବିଜନେସ୍ ଆରମ୍ଭ କରିପାରିବେ । ତେବେ ଚାଲନ୍ତୁ ସେମିତି କିଛି ଷ୍ଟାର୍ଟଅପ୍ ଆଇଡିଆ ବିଷୟରେ ଜାଣିବା ଯାହାକୁ ଆପଣ ମାତ୍ର ୫୦ହଜାର ଟଙ୍କାରେ ଆରମ୍ଭ କରିପାରିବେ ।

 

 

ବିୟୁଟି ପାର୍ଲର-

ସାଧାରଣତଃ ବିୟଟି ପାର୍ଲର ଝିଅଙ୍କ ପାଇଁ ଆରମ୍ଭ ହୋଇଥିଲା । କିନ୍ତୁ ଆଜିକାଲି ଏହା ପୁଅମାନଙ୍କ ପାଇଁ ବି ଖୁବ୍ ଜରୁରୀ ହୋଇପଡିଛି । ସୁନ୍ଦରତା ପାଇଁ ଓ ନିଜର ଦୈନନ୍ଦିନ ତ୍ୱଚାର ଟ୍ରିଟମେଣ୍ଟ ପାଇଁ ଆଜିକାଲି ପୁଅ ହୁଅନ୍ତୁ କି ଝିଅ ସମସ୍ତେ ପାର୍ଲର ଯାଉଛନ୍ତି । ସେଥିପାଇଁ ଆପଣ ବିୟୁଟି ପ୍ରଡକ୍ଟ ଓ ପାର୍ଲର ସମ୍ବନ୍ଧିତ କିଛି ମେସିନ୍ କିଣି ନିଜ ଘରୁ ବି ଏହି ବିଜନେସ୍ ଆରମ୍ଭ କରିପାରିବେ । ଆଉ ଏହି ବିଜନେସ୍ ରେ ଆପଣ ଯଦି ଭଲ ଡିଜିଟାଲ ମାର୍କେଟିଙ୍ଗ ବି କରୁଛନ୍ତି । କିଛି ଅଫର୍ ବି ଦେଉଛନ୍ତି ତାହାଲେ ଆପଣଙ୍କ ପାଖକୁ ଗ୍ରାହକ ନିଶ୍ଚୟ ଆସିବେ । ଏଥିରେ ଆପଣ ଅଳ୍ପ ଟଙ୍କା ବିନିଯୋଗ କରି ଅଧିକ ଆୟ କରିପାରିବେ ।

 

ଟ୍ରାଭେଲ୍ ଏଜେନ୍ସୀ-

ଟ୍ରାଭେଲ୍ ଇଣ୍ଡଷ୍ଟ୍ରି ରେ ଅନେକ ସୁଯୋଗ ରହିଛି । କାରଣ ଆଜିକାଲି ସମସ୍ତଙ୍କୁ ପ୍ୟାକେଜ୍ ଅନୁସାରେ ବୁଲିବାକୁ ପସନ୍ଦ । ଦୂର ଜାଗାରେ କୌଣସୀ ଜାଗା,ହୋଟେଲ,ଟିକଟ ଏସବୁର ବ୍ୟବସ୍ଥା ଯୋଗାଇଥାଆନ୍ତି ଟ୍ରାଭେଲ୍ ଏଜେଣ୍ଟ । ତେଣୁ ଆପଣ ଏହି ଟ୍ରାଭେଲ୍ ଏଜେଣ୍ଟ ବିଜନେସ୍ ଆରମ୍ଭ କରି ନିଜର କିଛି ଭିଜିଟିଙ୍ଗ କାର୍ଡ ବନାଇ ଲୋକଙ୍କ ପାଖରେ ପହଂଚିପାରିବେ । ଆଉ ଟ୍ରାଭେଲ୍ ଏଜେଣ୍ଟ ଙ୍କ ନିଜର ବିଜନେସ୍ କୁ ଛୋଟରୁ ବଡ କରିବା ପାଇଁ ବେଶି ସମୟ ଲାଗିନଥାଏ ଓ ଏଥିରେ ନିବେଶ ବି କମ୍ ହୋଇଥାଏ ।

 

ଫିଟନେସ୍ ସେଣ୍ଟର-

ଆଜିକାଲି ସମୟରେ ଫିଟନେସ୍ ଏକ ବଡ ଚିନ୍ତା । ସୁସ୍ଥ ରହିବା ପାଇଁ ସମସ୍ତେ ଜିମ୍ ଯିବାକୁ ପସନ୍ଦ କରୁଛନ୍ତି । ଖାଦ୍ୟ ପାନୀୟ,ଜୀବନଶୌଳୀ ଆଦିରେ ବି ଭଲ ଟିପ୍ସ ସମସ୍ତଙ୍କୁ ଦରକାର । ତେଣୁ ସେଥିପାଇଁ ଆଜିକାଲି ଫିଟନେସ୍ ସେଣ୍ଟର ବି ଏକ ବିଜନେସ୍ । ଯଦି ଆପଣ ସେମିତି ଫିଟନେସ୍ ସେଣ୍ଟର କରି କାମ କରନ୍ତି ତାହାଲେ ବି ଭଲ ବିଜନେସ୍ କରିପାରିବେ । ଫିଟନେସ୍ ରେ ଆଜିକାଲି ଆରୋବିକ୍ ,ଜୁମ୍ବା,ୟୋଗା ଏସବୁ କରାଯାଉଛି ତେଣୁ ଯଦି ଆପଣ ଏସବୁ କ୍ଷେତ୍ରରେ ବି କାମ ଆରମ୍ଭ କରିବେ ତାହାଲେ ବି ଭଲ ବିଜନେସ୍ କରିପାରିବେ ।

 

କ୍ରାଫ୍ଟ ଓ ପର୍ସନାଲ ଗିଫ୍ଟ ବିଜନେସ୍ –

ଆଜିକାଲି ହେଣ୍ଡମେଡ୍ ଜିନିଷକୁ ନେଇ ଲୋକଙ୍କର ରୁଚି ବହୁତ ରହିଛି । ନିଜ ଘରେ ସୁନ୍ଦର ସୁନ୍ଦର କ୍ରାଫ୍ଟ ଜିନିଷ ରଖିବାକୁ ପସନ୍ଦ କରୁଥିବା ଲୋକଙ୍କୁ ଆପଣ ଦେଖୁଥିବେ । ସେମାନେ ହାତ ତିଆରି ଜିନିଷକୁ ବେଶି ପସନ୍ଦ କରନ୍ତି । ତେଣୁ ଘରେ ସ୍ତ୍ରୀ ଲୋକ ମାନେ ଏହିଭଳି କାମରେ ଅଳ୍ପ ନିବେଶ କରି ଭଲ ବିଜନେସ୍ କରିପାରିବେ । ତାସହିତ ଇନଷ୍ଟାଗ୍ରାମ,ଫେସବୁକ୍ ଆଦି ସୋସିଆଲ ମିଡିଆ ମାର୍କେଟିଙ୍ଗ କରି ଆପଣ ଘରୁ ନିଜର ବିଜନେସ୍ କୁ ବଢାଇପାରିବେ । ତେଣୁ ଏଥିରେ ବି ଆପଣଙ୍କର ଅଳ୍ପ ଟଙ୍କା ନିବେଶ ହେବ ଓ ଅଧିକ ଲୋକପ୍ରିୟତା ପାଇବେ ।

 

ଫୁଡ୍ ଷ୍ଟାର୍ଟ ଅପ୍ ବିଜନେସ୍ –

ଫୁଡ୍ ଷ୍ଟାର୍ଟ ଅପ୍ ବିଜନେସ୍ ରେ ଆପଣ କିଛି ନିଦ୍ଧିଷ୍ଟ ଖାଦ୍ୟ ତିଆରି କରିବାର ବିଜନେସ୍ କରିପାରିବେ । ଆଉ ତାକୁ ଅନଲାଇନ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚାଇପାରିବେ । ଆଜିକାଲି ଅନଲାଇନ୍ ଖାଦ୍ୟ ମଗାଇବାର ଚାହିଦା ବି ଖୁବ୍ ଅଧିକ । ଯଦି ଜଣେ ଏହିଭଳି ଉପାୟରେ ଫୁଡ୍ ବିଜନେସ୍ କରେ ତାହାଲେ ସେ ଖୁବ୍ ଲାଭ ପାଇପାରିବ । ଆଉ ନିଜ ଫୁଡ୍ ବିଜନେସ୍ କୁ ଭବିଷ୍ୟତରେ ରେଷ୍ଟୁରାଣ୍ଟର ନାଁ ଦେଇପାରିବ । ତେଣୁ ଫୁଡ୍ ବିଜନେସ୍ ବି ଏକ ଭଲ ଷ୍ଟାର୍ଟ ଅପ୍ ହେଇପାରିବ ।
ଏହି ୫ଟି କାମରେ ଆପଣ ୫୦ ହଜାର ଟଙ୍କା ନିବେଶ କରି ଖୁବ୍ ଭଲ ଭାବରେ ରୋଜଗାର କରିପାରିବେ ଓ ସଫଳ ମଧ୍ୟ ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )