Friday 26th April 2024
କେମିତି କରିବେ “startup” ? ଜାଣନ୍ତୁ ଏହି ଟିପ୍ସ

କେମିତି କରିବେ “startup” ? ଜାଣନ୍ତୁ ଏହି ଟିପ୍ସ

ଆପଣ ମାନେ “startup”  ନା’ ତ ନିଶ୍ଚିନ୍ତ ଶୁଣିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଏଇ startup ର ଅର୍ଥ କଣ?  ଆଉ କାହାକୁ startup କୁହାଯାଏ? ତେବେ ବହୁତ ପିଲା startup ଓ ଛୋଟ ବ୍ୟବସାୟ ଭିତରେ ଦ୍ୱନ୍ଦରେ ପଡ଼ିଯାଇଥାନ୍ତି । ସେମାନେ ଭାବନ୍ତି କି ୨ଟି ଯାକ ସମାନ କଥା, ମାତ୍ର ଉଭୟ ଅଲଗା ଅଲଗା ଜିନିଷ ହୋଇଥାଏ । ହେଲେ ଆଜି ଆମେ ଜାଣିବା କି ଏହି startup କଣ? ଓ startup ଆରମ୍ଭ କେମିତି କରାଯାଏ?Budget 2022 Assessing Promises To The Startup Ecosystem -Viiveck Verma... - BW Businessworld

startup କଣ?:

ଜଣେ କିମ୍ବା ଅନେକ ଜଣ ତିଆରି କରିଥିବା ଗୋଟିଏ କମ୍ପାନୀ,  ଯାହାର ପ୍ରଥମ ଲକ୍ଷ ଥାଏ ଲୋକଙ୍କ ଅସୁବିଧାକୁ ବୁଝି ସମାଧାନର ରାସ୍ତା ତିଆରି କରିବା । ଯାହାକି ଆଗକୁ ଗଲେ ଗୋଟିଏ ଭଲ ଓ ବଡ଼ ବ୍ୟବସାୟରେ ପରିଣତ ହୋଇଯାଏ । “startup”  ଏହାର ଅର୍ଥ ତା ନିଜ ଭିତରେ ହିଁ ଲୁଚି ରହିଛି ଅର୍ଥାତ୍ “start” ଯାହାର ଅର୍ଥ ହେଉଛି “ଆରମ୍ଭ” ଓ “startup” ର ଅର୍ଥ ହେଉଛି କୌଣସି ଜିନିଷକୁ “ଆରମ୍ଭ କରି ଚଲେଇବା” । ସରଳ ଭାଷାରେ କହିବାକୁ ଗଲେ ଗୋଟିଏ ଏଭଳି କମ୍ପାନୀ କିମ୍ବା ବ୍ୟବସାୟ  ଯାହାର ଉଦ୍ଦେଶ୍ୟ ଲୋକଙ୍କ ସେବା କରିବା ସହ ତାଙ୍କ ଆଶାକୁ ପୁରା କରିବା ସହ ନିଜର ଲାଭ କରିବା । ଏଠାରେ ଧ୍ୟାନ ଦେବାର ଅଛି କି କୌଣସି ବି startup ବ୍ୟବସାୟକୁ ଆରମ୍ଭ କରିବା ସହଜ ହୋଇଥାଏ । ମାତ୍ର ଆଗକୁ ବଢ଼େଇବା ପାଇଁ ଆପଣଙ୍କ ବ୍ୟବସାୟରେ ଅଭିନବ ଉପାୟ ରହିବା ଦରକାର ।India's Startup Environment Can Help It Become A Global Economic Powerhouse - Inventiva

startup କେମିତି ଆରମ୍ଭ କରିବେ?:

୧.      startup କରିବା ପାଇଁ ଆଇଡିଆ କେଉଁଠୁ ଆଣିବେ?:

ସରଳ ଭାଷାରେ କହିବାକୁ ଗଲେ ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଲୋକଙ୍କ ସମସ୍ୟା ରହିଥାଏ । ସମସ୍ୟାକୁ ଖୋଜି ଲୋକଙ୍କ ପାଇଁ କାମ କରିବା ଆରମ୍ଭ କରିଦେବା । ଏଭଳି କିଛି ସମସ୍ୟାକୁ ଖୋଜିବା ପୂର୍ବରୁ ଆପଣ ଆପଣଙ୍କ ଘରୁ ମଧ୍ୟ ଆରମ୍ଭ କରିପାରିବେ । ପରେ ଆପଣ ନିଜ ସାଇ ପଡ଼ିଶାରୁ ଆରମ୍ଭ କରିପାରିବେ, ଏଭଳି କରିବା ଦ୍ୱାରା ଗୋଟିଏ ଏମିତିଆ ସମୟ ଆସିବ ଯେଉଁଠାରୁ ଆପଣଙ୍କୁ startup କରିବା ପାଇଁ ରାସ୍ତା ମିଳିଯିବ ।

୨.      startup ର ନା’ କେମିତି ବାଛିବେ?:

ଗୋଟେଥର startup ର ଆଇଡିଆ ଆସିଗଲା ମାତ୍ରେ ସମସ୍ୟା ସୃଷ୍ଟି ହୁଏ କି ଏହାର ନା’ କଣ ରଖିବା ?

  • ନା’ ଏମିତି ହେବା ଦରକାର କି ଯାହାକୁ ଲୋକ ଗୋଟେ ଥରରେ ମନେ ରଖି ପାରୁଥିବେ ।
  • ନା’ରୁ ହିଁ ଆପଣଙ୍କ startup ର ସୂଚନା ଲୋକଙ୍କୁ ମିଳୁଥିବା ଦରକାର ।
  • ନା’ ଏମିତି ଦବା ଦରକାର ଯେଉଁଥିରେ ଆପଣଙ୍କ କାମର ଶବ୍ଦ ମଧ୍ୟ ରହିବା ଦରକାର ।
  • ଚେଷ୍ଟା କରିବେ କି କମ୍ପାନୀର ନା’ ୯ ରୁ ୧୦ ଟି ଅକ୍ଷର ଭିତରେ ହୋଇଥିବା ଦରକାର।

୩- ଆପଣଙ୍କ startup ଆଇଡିଆକୁ ରେଜିଷ୍ଟର କରିବେ:

startup ଆଇଡିଆକୁ ରେଜିଷ୍ଟର କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥାଏ । ଏହି ପ୍ରକ୍ରିୟା ଯଦି ଆପଣ ପୁରା କରିପାରୁ ନଥିବେ ତେବେ ଆପଣଙ୍କ startup ଆଇଡିଆକୁ ଆଉ କିଏ ଚୋରୀ କରିପାରିବ । ଯାହାଫଳରେ ଆପଣଙ୍କୁ ବଡ଼ ବଡ଼ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ି ପାରେ । ଏଠାରେ ଧ୍ୟାନ ରଖିବା କଥା ହେଉଛି କି ଆପଣଙ୍କ ଆଇଡିଆକୁ ସେପର୍ଯ୍ୟନ୍ତ କାହା ସହ ବାଣ୍ଟିବା କଥା ନୁହେଁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ଆଇଡିଆକୁ ରେଜିଷ୍ଟର କରିନାହଁନ୍ତି।

  • ଆପଣଙ୍କ ଆଇଡିଆ କେବଳ ଆପଣଙ୍କ ପାଖରେ ହିଁ ସିମୀତ ରହିବା ଦରକାର ।
  • ଆପଣଙ୍କ ଆଇଡିଆର ଅବିକଳ ଆଉ କେହି କରିପାରିବେ ନାହିଁ ।
  • ଆପଣଙ୍କ ଆଇଡିଆ ଚୋରୀରୁ ବଞ୍ଚି ପାରିବେ ।
  • ଯଦି ଆପଣଙ୍କ ଆଇଡିଆକୁ କେହି ଚୋରୀ କରେ ତେବେ ଆପଣ ତାଙ୍କ ନା’ରେ କୋର୍ଟରେ କେସ୍ କରିବାର ଅଧିକାର ରହିଥାଏ ।

ଏହି ଆର୍ଟିକିଲ ରେ ଆପଣ ଜାଣିପାରିଥିବେ କି startup କଣ ଓ ଏହାକୁ କେମିତି ଆରମ୍ଭ କରିପାରିବେ । ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ବିଜନେସ୍ କୁ ଆରମ୍ଭ କରିବାକୁ ତେବେ ଏହି ୩ଟି କଥା ଉପରେ ଧ୍ୟାନ ଦେବେ । ଅନ୍ୟ ଏକ ଆର୍ଟିକିଲରେ ଆମେ ଏଇ ସମ୍ବନ୍ଧରେ ଅଧିକ କିଛି ଜାଣିବା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )