Friday 19th April 2024
SMMର ଲାଭ ଓ କ୍ଷତି କଣ?

SMMର ଲାଭ ଓ କ୍ଷତି କଣ?

ଆଜି କାଲି ଯେଉଁମାନେ ବ୍ୟବସାୟ କରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ସେମାନେ ଏହା ବି ଚାହିୁଁଛନ୍ତି କି ଅଧିକରୁ ଅଧିକ ଲୋକ ତାଙ୍କ ବ୍ୟବସାୟ ସମ୍ବନ୍ଧରେ ଜାଣନ୍ତୁ । କିନ୍ତୁ କେଁଉଠି ନା କେଁଉଠି ସେମାନେ ବିଫଳ ହୋଇଯାଇଥାନ୍ତି, କାରଣ ମାର୍କେଟିଂ କରିବାର ଷ୍ଟ୍ରାଟେଜି ମଧ୍ୟ ଧିରେ ଧିରେ ବଦଳୁଛି । ସେଥିପାଇଁ ପ୍ରାୟେ ବ୍ୟବସାୟୀ SMM (Social Media Marketing) କୁ ଆପଣାଉଛନ୍ତି । ଆପଣ ମାନେ ଆମ ପୂର୍ବ ଖବର ମାନଙ୍କରୁ ଜାଣି ସାରିଥିବେ କି ଏହି SMM କଣ? ଓ ଏହାର ବ୍ୟବହାର ସମ୍ବନ୍ଧରେ । ମାତ୍ର ଆଜି ଜାଣିବା SMMର ଲାଭ, କ୍ଷତି ଓ ଏହା ସମ୍ବନ୍ଧରେ ଅଧିକ କିଛି ।New Rules Of Social Media Marketing- Vital points for success() କୌଣସି ବି ପ୍ରକାରର ମାର୍କେଟିଂ ହେଉ ନା କାହିଁକି, ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍  ସବୁର ଲାଭ, କ୍ଷତି ରହିଛି । ସେହିଭଳି ସୋସିଆଲ ମିଡିଆ ମାର୍କେଟିଂରେ ଅନେକ ଲାଭ ସହ ଅନେକ କ୍ଷତି ମଧ୍ୟ ସହିବାକୁ ହୋଇଥାଏ ।

Social Media Marketingର ସୁବିଧା କଣ?:

  1. Cost:

ସୋସିଆଲ ମିଡିଆରେ ମାର୍କେଟିଂ କରିବାକୁ ହେଲେ ପ୍ରଥମେ ଗୋଟିଏ ଆକାଉଣ୍ଟ ଖୋଲିବାକୁ ହୋଇଥାଏ ଯାହା ସମ୍ପୂର୍ଣ୍ଣ ଫ୍ରି ହୋଇଥାଏ । ସୋସିଆଲ ମିଡିଆରେ କୌଣସି ପ୍ରକାରର ବିପଦ ନଥାଏ, ସେହି ପର୍ଯ୍ୟନ୍ତ ଯେଉଁପର୍ଯ୍ୟନ୍ତ ଆପଣ କୌଣସି Paid Advertisement ଚଲେଇ ନାହାଁନ୍ତି । ଯେଉଁଠାରେ ଅନ୍ୟ କୌଣସି ଚବସୟ କମ୍ପାନୀ ଅପେକ୍ଷା ବହୁତ କମ୍ ଟଙ୍କାରେ ଆପଣ ଆପଣଙ୍କ ବ୍ରାଣ୍ଡକୁ ପ୍ରମୋଟ କରିପାରିବେ । କିନ୍ତୁ ଏହାକୁ ଆପଣ ନିଜେ କରିବା କଥା ନୁହେଁ , ଏଥିପାଇଁ ଆପଣଙ୍କୁ ଗୋଟିଏ ଏଭଳି କମ୍ପାନୀର ସାହାର୍ଯ୍ୟ ନେବାକୁ ପଡ଼ିବ ଯିଏକି ଏକ Digital Marketing Agency ହୋଇଥିବ । ଅଥବା କୌଣସି ମାର୍କେଟିଂ Employee କୁ ମଧ୍ୟ ଆପଣ ରଖି ପାରିବେ ।

  1. Better Customer Satisfaction:

ସୋସିଆଲ ମିଡିଆ ମାଧ୍ୟମରେ ଅଧିକ ଗ୍ରାହକ ଆପଣଙ୍କୁ ମିଳିବାର ବାଟ ଫିଟି ଯାଇଥାଏ । ଆଜି କାଲି ଗ୍ରାହକଙ୍କୁ ଯେଉଁ ପ୍ରଡକ୍ଟ ଭଲ ଲାଗୁଛି ସେମାନେ ତାର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଯାହା ଫଳରେ ଆପଣଙ୍କର ଗ୍ରାହକ ବଢ଼ିବାର ଆଶା ବଢ଼ିଯାଇଥାଏ । ଏହା ବ୍ୟତିତ ସୋସିଆଲ ମେଡିଆ ମାକ୍ରେଟିଂ ନେଟୱାର୍କିଂ ୱେବସାଇଟ୍‌ରେ ଅପଲୋଡ କରିଦେଇଥାନ୍ତି । ଆପଣଙ୍କ ପ୍ରଡକ୍ଟ ଯଦି ଭଲ ହୋଇଥାଏ ତେବେ ସେଠାରେ ଆପଣଙ୍କ ପ୍ରଡକ୍ଟର ଭାଲ୍ୟୁ ବଢ଼ିଥାଏ । ଯଦି ଖରାପ ପ୍ରଡକ୍ଟ ହୋଇଥାଏ ତେବେ ତାହା ଆପଣଙ୍କ ପାଇଁ କ୍ଷତି ସାବ୍ୟସ୍ଥ ହୋଇଥାଏ ।

  1. Increase Trafic:

ସୋସିଆଲ ମେଡିଆ ମାକ୍ରେଟିଂର ସାହାର୍ଯ୍ୟ ଦ୍ୱାରା ଆପଣଙ୍କ ୱେବସାଇଟ୍‌ରେ ଟ୍ରାଫିକ୍ ବଢ଼ି ଯାଇଥାଏ । ଯଦି ଆପଣଙ୍କର ୱେବସାଇଟ୍‌ରେ ଟ୍ରାଫିକ୍ ବଢ଼େଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଠାରେ ପପ୍ ବ୍ୟାନର ରୁ ବଞ୍ଚିବାକୁ ପଡ଼ିବ । ଏହା ବ୍ୟତିତ ଆପଣ ଆପଣଙ୍କର ଆଡ୍ସ କ୍ୟାମ୍ପେନ୍ କୁ ଏହି ଭଳି  ଡିଜାଇନ୍ କରିବା ଦରକାର ଯାହାକି ଗୋଟିଏ କ୍ଲିକ୍ ଦ୍ୱରା ଭିଜିଟର ମାନଙ୍କୁ ଆପଣଙ୍କୁ ୱେବସାଇଟ୍‌ରେ ପହଞ୍ଚାଇ ଦେଇପାରିବ ।Social Media Marketing 2022: Tips to Succeed on the Biggest Platforms - Delhi Courses Academy's Official Blog - Delhicourses.in

Social Media Marketingର ଅସୁବିଧା କଣ?:

  1. Slow Returns on Investmemts:

ସୋସିଆଲ ମେଡିଆ ମାର୍କେଟିଂ ରେ ଆପଣ ରାତାରାତି ସକ୍ସେସ ହୋଇପାରିବେ ନାହିଁ । ଏହା ଲମ୍ବା ପ୍ରକ୍ର୍ରିଆ ଅଟେ, ଯେଉଁଠାରେ ଆପଣଙ୍କୁ ଲମ୍ବା  ପେଡ୍ ଆଡ୍‌ଭଟାଇଜିଙ୍ଗ କ୍ୟାମ୍ପେନ୍ ଚଲେଇବାକୁ ପଡ଼େ।

  1. Brand Value ବିପତ୍ତି:

ଯଦି ଆପଣ ଆପଣଙ୍କ ଗ୍ରାହକଙ୍କୁ ଭଲ ସଭ୍ରିସ୍ ଦେଉନାହାଁନ୍ତି ତେବେ ହୋଇପାରେ ଆପଣଙ୍କ ବ୍ରାଣ୍ଡ ବିଷୟରେ ସେ ଖରାପ କହିପାରନ୍ତି । ଯାହାଫଳରେ ଅନ୍ୟ ଗ୍ରାହକଙ୍କ ଭରସା ଆପଣଙ୍କ ଉପରେ ଉଠିପାରେ ।

  1. Exposure To Competitors:

ଯଦି ଆପଣ ଆପଣଙ୍କ ବ୍ରାଣ୍ଡ ପାଇଁ ସୋସିଆଲ ମେଡିଆ ମାର୍କେଟିଂ କରୁଛନ୍ତି ତେବେ  ଏମିତିରେ ଆପଣଙ୍କୁ ଆପଣଙ୍କ କମ୍ପିଟେଟର୍ସଙ୍କ ଠାରୁ ସତର୍କ ରହିବାକୁ ପଡ଼ିବ । କାରଣ ଆପଣଙ୍କ କମ୍ପିଟେଟର୍ସଙ୍କ ଦ୍ୱାରା ଦିଆଯାଇଥିବା ଗୋଟିଏ ନେଗେଟିଭ୍ କମେଣ୍ଟ କିମ୍ବା ପୋଷ୍ଟ ଆପଣଙ୍କ ବ୍ୟବସାୟ ପାଇଁ ଖରାପ ହୋଇପାରେ । ଯେତେବେଳେ ବି ଆପଣ ସୋସିଆଲ ମେଡିଆ ମାର୍କେଟିଂ ର ବ୍ୟବହାର କରୁଛନ୍ତି ସେତେବେଳେ ଆପଣଙ୍କୁ ନେଗେଟିଭ୍ ଶବ୍ଦକୁ ଧ୍ୟାନ ରଖିବାକୁ ପଡ଼ିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )