Thursday 25th April 2024
central government ରେ ବାହାରିଛି ଏହି ସବୁ ପଦବୀ

central government ରେ ବାହାରିଛି ଏହି ସବୁ ପଦବୀ

ସରକାରୀ ଚାକିରୀ କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । ସେଥିପାଇଁ ଅନେକ ପ୍ରକାରର କମ୍ପିଟେଟିଭ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥାନ୍ତି । ଯଦି ଆପଣ ମଧ୍ୟ ସେହି ମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଟି ଆପଣଙ୍କ ପାଇଁ । ସରକାରୀ ଚାକିରୀ ନୁହେଁ ବରଂ ଏବେ ଆପଣ କରିପାରିବେ central government ଚାକିରୀ । ଡେପୁଟି ଡାଇରେକ୍ଟର, ଇଡିପି ଆସିଷ୍ଟାଣ୍ଟ, ଲୋୟର ଡିଭିଜନ୍ କ୍ଲର୍କ, ଷ୍ଟେନୋଗ୍ରାଫର ଡି ସମେତ ଅନ୍ୟାନ୍ୟ ପଦବୀ ପାଇଁ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI) ବିଜ୍ଞପ୍ତି ପ୍ରକାଶ କରିଛି । ଆଶାୟୀ ପ୍ରାର୍ଥୀ ମାନେ IWAI ଅଫିସିଆଲ ୱେବସାଇଟ୍ https://iwai.nic.in/ କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ।IWAI Invites Tender for the Expression of Interest for Constructions at Iwai Land Premises - Sentinelassamଗରୁତ୍ୱପୁର୍ଣ୍ଣ ତାରିଖ:
• ଆବେଦନ କରିବାର ଆରମ୍ଭ ତାରିଖ ନଭେମ୍ବର ୧୮
• ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୭

ଯୋଗ୍ୟତା:
• ଡେପୁଟି ଡାଇରେକ୍ଟର- ସଂପୃକ୍ତ ଅନୁଶାସନରେ ଡିଗ୍ରୀ
• EDP ସହାୟକ- କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟିରେ ଡିଗ୍ରୀ
• ଜୁନିଅର ହାଇଡ୍ରୋଗ୍ରାଫିକ୍ ସର୍ଭେ- ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ କିମ୍ବା ଡିପ୍ଲୋମା
• ଷ୍ଟେନୋଗ୍ରାଫର୍‌-ଡି ଏବଂ ଲୋୟର ଡିଭିଜନ୍ କ୍ଲର୍କ-ହିନ୍ଦୀ କିମ୍ବା ଇଂରାଜୀ ଟାଇପିଂରେ ଦକ୍ଷତା ସହିତ ଦ୍ୱାଦଶ ପାଶ୍‌

ଖାଲି ଥିବା ପଦବୀ:
• ଡେପୁଟି ଡାଇରେକ୍ଟର-୨ଟି ପୋଷ୍ଟ
• EDP ସହାୟକ-୧ଟି ପୋଷ୍ଟ
• ଜୁନିଅର ହାଇଡ୍ରୋଗ୍ରାଫିକ୍ ସର୍ଭେ-୩ଟି ପୋଷ୍ଟ
• ଲୋୟର ଡିଭିଜନ୍ କ୍ଲର୍କ-୪ଟି ପୋଷ୍ଟ
• ଷ୍ଟେନୋଗ୍ରାଫର୍‌-ଡି-୪ଟି ପୋଷ୍ଟ

ସର୍ବୋଚ୍ଚ ବୟସ ସୀମା:
• ଡେପୁଟି ଡାଇରେକ୍ଟର-୪୦ବର୍ଷ
• EDP ସହାୟକ- ୩୫ବର୍ଷ
• ଜୁନିଅର ହାଇଡ୍ରୋଗ୍ରାଫିକ୍ ସର୍ଭେ- ୩୦ବର୍ଷ
• ଷ୍ଟେନୋଗ୍ରାଫର୍‌-ଡି-୨୭ଟି ବର୍ଷ
• ଲୋୟର ଡିଭିଜନ୍ କ୍ଲର୍କ-୨୭ଟି ବର୍ଷ

ଦରମା:
• ଡେପୁଟି ଡାଇରେକ୍ଟର- ପେ ଲେବଲ୍‌-୧୧ (ପେ ରେଞ୍ଜ ୬୭୭୦୦-୨୦୮୭୦୦)
• EDP ସହାୟକ- ପେ ଲେବଲ୍‌-୬ (ପେ ରେଞ୍ଜ ୩୫୪୦୦-୧୧୨୪୦୦)
• ଜୁନିଅର ହାଇଡ୍ରୋଗ୍ରାଫିକ୍ ସର୍ଭେ- ପେ ଲେଭଲ୍‌-୬ (ପେ ରେଞ୍ଜ ୩୫୪୦୦-୧୧୨୪୦୦)
• ଷ୍ଟେନୋଗ୍ରାଫର୍‌-ଡି- ପେ ଲେଭଲ୍‌-୪ (ପେ ରେଞ୍ଜ ୨୫୫୦୦-୮୧୧୦୦)
• ଲୋୟର ଡିଭିଜନ୍ କ୍ଲର୍କ- ପେ ଲେଭଲ୍‌-୨ (ପେ ରେଞ୍ଜ ୧୯୯୦୦-୬୩୨୦୦)

ଆବେଦନ ଶୁଳ୍କ:
• ସାଧାରଣ ବର୍ଗ, ଓବିସି-୫୦୦ଟଙ୍କା
• SC,ST,EWS ଏବଂ ଦିବ୍ୟାଙ୍ଗ-୨୦୦ଟଙ୍କା

CATEGORIES
TAGS
Share This

COMMENTS

Wordpress (0)
Disqus (0 )