Saturday 27th July 2024
ବାରମ୍ବାର ଓ ଅଧିକ ହାଇ ଆସିବା କୁ ଅଣଦେଖା କରନ୍ତୁ ନାହିଁ

ବାରମ୍ବାର ଓ ଅଧିକ ହାଇ ଆସିବା କୁ ଅଣଦେଖା କରନ୍ତୁ ନାହିଁ

ସାଧାରଣତଃ ଥକିବା ସମୟରେ ଅନେକଙ୍କୁ ହାଇ ଆସିଥାଏ। ଏହା ବ୍ୟତୀତ ଭଲ ଭାବେ ନିଦ ନହୋଇଥିଲେ ବାରମ୍ବାର ହାଇ ଆସିଥାଏ। ହାଇ ଆସିବାର ଅନେକ ଶାରିରୀକ ଓ ମାନସିକ କାରଣ ମଧ୍ୟ ରହିଛି। ଥକ୍କାପଣ, ଚିନ୍ତା ଓ ଅନ୍ୟ କିଛି କାରଣରୁ ହାଇ ଆସିଥାଏ। ଏହା ବ୍ୟତୀତ ଶରୀରରେ ଅମ୍ଳଜାନର ଅଭାବ କାରଣରୁ ମଧ୍ୟ ହାଇ ଆସିଥାଏ। ଦିନ ସାରା ୩ ରୁ ୪ ଥର ହାଇ ଆସିବା ସାଧାରଣ କଥା। ମାତ୍ର କିଛି ଲୋକଙ୍କ କ୍ଷେତ୍ରରେ ପ୍ରତ୍ୟେକ ସମୟରେ ହାଇ ଆସିବା ଦେଖାଯାଏ। କିଛି ଲୋକଙ୍କୁ ବାରମ୍ବାର ହାଇ ଆସିଥାଏ। ଏପରି ହେଉଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବାରମ୍ବାର ଓ ଅଧିକ ହାଇ ଆସିବା କିଛି ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇଥାଏ। ଜାଣନ୍ତୁ ..

ଅଧିକ ହାଇ ଆସିବା ହୃଦୟ ଜନିତ ସମସ୍ୟା ଥିବାର ସଙ୍କେତ ଦେଇଥାଏ। ଅଧ୍ୟୟନ ଅନୁଯାୟୀ, ହୃଦୟ ଜନିତ କୌଣସି ସମସ୍ୟା ଥିଲେ ଅତ୍ୟଧିକ ହାଇ ଆସିଥାଏ। ତେଣୁ ଅଧିକ ହାଇ ଆସୁଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତଚାପ ଜନିତ ସମସ୍ୟା ଥିଲେ ମଧ୍ୟ ବାରମ୍ବାର ହାଇ ଆସିଥାଏ। ଅଧିକ ଚିନ୍ତାଗ୍ରସ୍ତ ରହୁଥିଲେ ,ରକ୍ତଚାପ ଜନିତ ସମସ୍ୟା ହୋଇଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ହେବା ଫଳରେ ମସ୍ତିଷ୍କ ପର୍ଯ୍ୟନ୍ତ ଆବଶ୍ୟକ ଅମ୍ଳଜାନ ପହଞ୍ଚି ପାରିନଥାଏ। ଏଭଳି ସ୍ଥିତିରେ ହାଇ ଜରିଆରେ ଅମ୍ଳଜାନ ପହଞ୍ଚି ଥାଏ। ତେଣୁ ଉଚ୍ଚ ରକ୍ତଚାପ ସମସ୍ୟାରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ।
ଶରୀରରେ ଥାଇରଏଡ ହରମୋନ୍‌‌ ଅସନ୍ତୁଳିତ ହେବା ଦ୍ୱାରା ମଧ୍ୟ ବାରମ୍ବାର ହାଇ ଆସିଥାଏ।

ତେଣୁ ଏହାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ। ଓଜନ ବୃଦ୍ଧି, ପ୍ରତ୍ୟେକ ସମୟରେ ଥକ୍କାପଣ ଅନୁଭବ କରିବା, କୋଷ୍ଠକାଠିନ୍ୟ, କେଶ ଝଡିବା ଆଦି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅତ୍ୟଧିକ ହାଇ ଆସୁଥିଲେ, ଯକୃତ ଜନିତ ସମସ୍ୟା ସୃଷ୍ଟି ହେଉଥିବାର ସଙ୍କେତ ଦେଇଥାଏ। ଏଭଳି ହେବା ଦ୍ୱାରା ଅତ୍ୟଧିକ ହାଇ ଆସିବା ସହ ଅଧିକ ଥକ୍କାପଣ ମଧ୍ୟ ଅନୁଭବ ହୋଇଥାଏ। ରକ୍ତରେ ଶର୍କରା ପରିମାଣରେ ଅତ୍ୟଧିକ କମିଲେ ବାରମ୍ବାର ହାଇ ଆସିଥାଏ। ଏହାସହ ମଧୁମେହ ସମସ୍ୟା ଥିଲେ ମଧ୍ୟ ଅଧିକ ହାଇ ଆସିଥାଏ। ତେଣୁ ଶର୍କରାର ମାତ୍ରା କମିବା ଦ୍ୱାରା ମୁଣ୍ଡବିନ୍ଧା, ଥକ୍କାପଣ, ବ୍ୟସ୍ତବିବ୍ରତ ଆଦି ସମସ୍ୟା ହେଲେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )